ଫୁସଫୁସ

ଲୁଙ୍ଗସ ଚାରିପଟେ ରହିଛି ପ୍ଲୁରାଲ କ୍ୟାଭିଟି, ଏହା ବାହ୍ୟ ଓ ଅଭ୍ୟନ୍ତରିନ ଆବରଣକୁ ନେଇ ଗଠିତ

ଫୁସଫୁସ ଶ୍ୱାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଛାତି ଭିତରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ ।

ଫୁସଫୁସ
Gas exchange in humans - between a capillary and an alveolus

ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମଦ୍ୱାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ ।

  • CO2 + H2O → H2CO3
  • H2CO3 → H+ + HCO
    3

ଆଲଭିଓଲାଇହିଁ ଶ୍ୱାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତିଦ୍ୱାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।

ଫୁସଫୁସ
ବ୍ରୋଙ୍କସ, ବ୍ରୋଙ୍କିଆଲ ବୃକ୍ଷ, ଏବଂ ଫୁସଫୁସ

ଆଧାର

Extra fig.

Tags:

🔥 Trending searches on Wiki ଓଡ଼ିଆ:

କୁଞ୍ଜବିହାରୀ ତ୍ରିପାଠୀପ୍ଲାଟିପସବିଦ୍ୟୁତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୃଷ୍ଣ ଜନ୍ମାଷ୍ଟମୀଦୀନକୃଷ୍ଣ ଦାସନୃସିଂହକିଶୋରୀ ଚରଣ ଦାସକଣ୍ଡୋମ୧୫୭୨ଓଡ଼ିଆ ସାହିତ୍ୟବିଷ୍ଣୁତପସ୍ୱିନୀନୋଟା (ଭାରତ)୬ ଜୁଲାଇନିତ୍ୟାନନ୍ଦ ମହାପାତ୍ରରେଭେନ୍‌ସା କଲିଜିଏଟ ସ୍କୁଲକୋଣାର୍କ ସୂର୍ଯ୍ୟ ମନ୍ଦିରମଇ୧୧ ଅପ୍ରେଲକିଶୋର ପାଣିଗ୍ରାହୀଗୋଦାବରୀଶ ମିଶ୍ରକଳାପାହାଡ଼ବଳଦେବଜୀଉ ମନ୍ଦିରବ୍ରାଉଜରଯୁକ୍ତରାଷ୍ଟ୍ର ଆମେରିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିଭୂତି ପଟ୍ଟନାୟକସାହି ଯାତଆଶ୍ୱିନ୭ ଫେବୃଆରୀ୩୦ ଅପ୍ରେଲମାର୍ଚ୍ଚସଂସଦୀୟ ଗଣତନ୍ତ୍ରବଳରାମ ଦାସସାତକଡ଼ି ହୋତାଫିନଲ୍ୟାଣ୍ଡଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମାଦେବୀ ଚୌଧୁରୀଇଟାମାଟି ଗ୍ରାମରାସନ କାର୍ଡ଼ (ଭାରତ)ଉଇକିଅଭିଧାନ୨୦୦୪ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭୃସଙ୍ଗ ଗଛଭୁବନେଶ୍ୱର ରେଳ ଷ୍ଟେସନନମିତା ଅଗ୍ରୱାଲଲବଣ ସତ୍ୟାଗ୍ରହଇଂଲଣ୍ଡବେଙ୍ଗଶିମିଳିପାଳ ଜାତୀୟ ଉଦ୍ୟାନଓଡ଼ିଆବିଶ୍ୱନାଥ କରଭୁବନେଶ୍ୱର ବେହେରାଜାପାନଓଡ଼ିଆ କଥାଚିତ୍ର ଜଗତଗନ୍ଧମାର୍ଦନଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଟିକୋନାଜୋଲଚୈତ୍ର ପୂର୍ଣ୍ଣିମାଜାନକୀ ବଲ୍ଲଭ ପଟ୍ଟନାୟକଗୋପବନ୍ଧୁ ଦାସଖାଦ୍ୟଦ୍ରୌପଦୀ ମୁର୍ମୁଲିଙ୍ଗରାଜ ମନ୍ଦିରପଞ୍ଚତନ୍ତ୍ରବୁଦ୍ଧ ପୂର୍ଣ୍ଣିମାନରେନ୍ଦ୍ର ମୋଦୀ🡆 More