ସାପ

ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହୀନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସେହିପରି କ୍ରାନ୍ତୀୟ ଅଞ୍ଚଳର ଉଷ୍ମତା ରକ୍ଷା କରୁଥିବା ସ୍ଥାନମାନଙ୍କରେ ବିଶେଷ ପରିମାଣରେ ସର୍ପ ଦେଖିବାକୁ ମିଳିଥା’ନ୍ତି । ଅତ୍ୟନ୍ତ ଥଣ୍ଡା ସ୍ଥାନମାନଙ୍କରେ ବିଶ୍ୱରେ ସାପ ଦେଖିବାକୁ ମିଳନ୍ତି ନାହିଁ । ପୃଥିବୀର ସୁମେରୁ ଅଞ୍ଚଳ ଅର୍ଥାତ୍‍ ଉତ୍ତର ମେରୁ ଅଞ୍ଚଳ, ନ୍ୟୁଜିଲାଣ୍ଡ ଓ ଏୟାରଲ୍ୟାଣ୍ଡ ପ୍ରଭୃତି ଅଞ୍ଚଳରେ ସାପ ଦେଖିବାକୁ ମିଳନ୍ତି ନାହିଁ ।

Snakes
ଜୀବାଶ୍ମ କାଳ: Early Cretaceous – Recent,
112–0 Ma
PreЄ
Є
O
S
D
C
P
T
J
K
Pg
N

ସାପ
Coast garter snake,
Thamnophis elegans terrestris
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Clade: Ophidia
Suborder: Serpentes
Linnaeus, 1758
Subgroups
  • Alethinophidia – Nopcsa, 1923
  • Scolecophidia – Cope, 1864
ସାପ
Approximate world distribution of snakes, all species

ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥା’ନ୍ତି । ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥା’ନ୍ତି । ଜମି ଉପରେ ଘୁଷୁରି ଘୁଷୁରି ଗତି କରୁଥିବା ପ୍ରାଣୀମାନଙ୍କୁ ‘ଓଫିଡିଆନ’ ବୋଲି କୁହାଯାଇଥାଏ । ସେ ସବୁ ମଧ୍ୟରେ ଆସୁଛନ୍ତି ବିଶ୍ୱର ସବୁ ପ୍ରକାର ସାପ; କିନ୍ତୁ ‘ଟୁଆଟାରା’ ପରି ଏକ ସରୀସୃପ, ଯାହାର ତୃତୀୟ ନେତ୍ର ରହିଛି, ଯାହା କେବଳ ବିଶ୍ୱରେ ନ୍ୟୁଜିଲାଣ୍ଡ ପରି ରାଷ୍ଟ୍ରରେ ଦେଖିବାକୁ ମିଳନ୍ତି । ସେମାନଙ୍କୁ ‘ରିଙ୍କୋସେଫାଲିଆ’ ବର୍ଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ପ୍ରକାରର ଉଡ଼ନ୍ତା ସାପ ଅଛନ୍ତି । ପ୍ରକୃତରେ ସେମାନେ ପକ୍ଷୀମାନଙ୍କ ପରି ଉଡ଼ିପାରନ୍ତି ନାହିଁ । ଏମାନେ ପାଣି ଏବଂ ସ୍ଥଳଭାଗରେ ଉଭୟ ସ୍ଥାନରେ ବସବାସ କରନ୍ତି । ଏମାନେ ମଧ୍ୟ ବୃକ୍ଷ ଉପରେ ଦେଖିବାକୁ ମିଳନ୍ତି । ଯେଉଁମାନଙ୍କୁ ‘ଜେକାଭୋଲାନ୍ସ’ କୁହାଯାଇଥାଏ । କିଛି ବର୍ଷ ପୂର୍ବେ ଏହି ପ୍ରକାରର ଏକ ପ୍ରାଣୀ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅରଣ୍ୟ ଯାହାକି ଶିମିଳିପାଳ ଅରଣ୍ୟର ଏକ ଅଂଶବିଶେଷ । ସେଠାରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳ ମଧ୍ୟ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳକୁ ସଂଲଗ୍ନ କରୁଅଛି ।

ଭାରତ ବର୍ଷରେ ୨୧୬ ପ୍ରକାରର ସାପ ଦେଖିବାକୁ ମିଳନ୍ତି; କିନ୍ତୁ ସେଥିମଧ୍ୟରୁ ୫୨ ପ୍ରକାରର ସାପ ଅଛନ୍ତି, ଯେଉଁମାନଙ୍କ ବିଷ ମଣିଷ ଏବଂ ପଶୁମାନଙ୍କ ପାଇଁ ଘାତକ ହୋଇଥାଏ । ୧୯୭୨ରେ ‘ୱାଇଲ୍‍ଡ୍‍ ଲାଇଫ୍‍ ପ୍ରୋଟେକସନ ଆକ୍ଟ’ ଆମ୍ଭ ଦେଶରେ ପ୍ରଚଳିତ ହେଲା ଏବଂ ଏହି ଆଇନ ବଳରେ ପ୍ରଦେଶମାନେ ବନ୍ୟପ୍ରାଣୀ ସୁରକ୍ଷା ନିୟମ ମଧ୍ୟ ପ୍ରଚଳନ କରିବାରେ ଲାଗିଲେ । ଦକ୍ଷିଣ ଭାରତରେ ସାପ ଧରାଳୀ ପରିବାରକୁ ‘ଇଲୁରା’ ବୋଲି କୁହାଯାଏ । ପଶ୍ଚିମଘାଟ ପର୍ବତମାଳା, ନୀଳଗିରି ହିଲ୍ସ ଏବଂ କାବେରୀ ନଦୀ ସହିତ ଅନ୍ୟ ନଦୀମାନଙ୍କର ସମଷ୍ଟିଗତ ଉପତ୍ୟକା ବିଭିନ୍ନ ଜାତିର ସରୀସୃପ ପାଇଁ ପ୍ରସିଦ୍ଧ । ଏଣୁ ତାମିଲନାଡୁ ସରକାର ବିଶ୍ୱରେ ପ୍ରଥମକରି ୧୯୭୮ ଇଲୁରା ଆଦିବାସୀମାନଙ୍କ ପାଇଁ ଏକ ସମିତି ଗଠନ କରିଥିଲେ । ଯେଉଁଥିରେ ୫୨ଟି ପରିବାର ଏଥିରେ ସ୍ଥାନ ପାଇଥିଲେ । ଏହି ପରିବାରର ଲୋକମାନଙ୍କୁ ପ୍ରଥମ କରି ସାପ ଧରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହି ଲୋକମାନେ ସାପମାନଙ୍କୁ ଧରି ସମିତି ଗୃହକୁ ଆଣିବେ ଏବଂ ସେହି ସାପମାନଙ୍କଠାରୁ ଗରଳ ସଂଗ୍ରହ କରାଯାଇଥାଏ । ସେହି ଲୋକମାନେ ବିଭିନ୍ନ କିସମର ସାପମାନଙ୍କଠାରୁ ଗରଳ ସଂଗ୍ରହ କରିବାର ପ୍ରଶିକ୍ଷଣ ପ୍ରାପ୍ତ ହୋଇଥା’ନ୍ତି । ସାପମାନଙ୍କର ଗରଳ ଏକ ମୂଲ୍ୟବାନ ପଦାର୍ଥ । ଯାହା ସର୍ପାଘାତ ରୋଗୀର ବିଷକୁ ନଷ୍ଟ କରିବାକୁ ସାହାଯ୍ୟ କରେ ଏବଂ ଅନ୍ୟ ଔଷଧୀୟ କାର୍ଯ୍ୟରେ ଲାଗିଥାଏ । ୧୦ଟି ଗୋଖର ସାପରୁ ୧ଗ୍ରାମ ବିଷ ଆମଦାନି ହୋଇଥାଏ । ଯାହାର ମୂଲ୍ୟ କେତେ ହଜାର ଟଙ୍କା । ସେହିପରି ସମୁଦ୍ର ମଧ୍ୟରୁ ଧରା ଯାଇଥିବା ସାପମାନଙ୍କର ଗରଳ ଅତ୍ୟନ୍ତ ମୂଲ୍ୟବାନ, ଯାହା ଗୋଖର ସାପର ଗରଳଠାରୁ ବହୁ ମୂଲ୍ୟବାନ ପଦାର୍ଥ । ସାପମାନଙ୍କଠାରୁ ସଂଗୃହୀତ ଗରଳ ସାପ ଦନ୍ତାଘାତ ରୋଗୀର ବିଷ ହରଣ ନିମନ୍ତେ ଔଷଧ ରୂପେ କାର୍ଯ୍ୟ କରିଥାଏ ।

ଶ୍ରେଣୀ ବିଭାଗ

ଦୁଇ ପ୍ରକାର ସାପ ଦେଖାଯାଆନ୍ତି: ବିଷଯୁକ୍ତ ଓ ବିଷହୀନ । ସାପ ବିଷକୁ ଇଂରାଜୀରେ ପଇଜନ୍ (poison) ନ କହି ଭେନମ (Venom) କୁହାଯାଏ । ବିଷଯୁକ୍ତ ସାପ ଦୁଇ ପ୍ରକାର: କଲୁବ୍ରିଡାଏ (colubrididae) ଓ ଭାଇପରିଡାଏ (viperidae) । କଲୁବ୍ରିଡାଏ ସାପ ଦୁଇ ପ୍ରକାର ଅଛନ୍ତି: ଏଲାପିଡାଏ (elapidae) ବା ସ୍ଥଳ ସାପ ଓ ହାଇଡ୍ରୋଫିନାଏ (hydrophinae) ବା ସାମୁଦ୍ରିକ ସାପ । ସାମୁଦ୍ରିକ ସାପ ଅଧିକ ବିଷାକ୍ତ । ଏଲାପିଡାଏ ଗୃପରେ ଗୋଖର (cobra), ଚିତି (krait), ରଣା (banded krait), ବୋଡ଼ା (viper) ଇତ୍ୟାଦି ସାପଙ୍କୁ ଅନ୍ତର୍ଭୁକ୍ତ କରାଯାଏ । ସାପ ବିଷକୁ ତାହାର ପ୍ରଭାବ ଅନୁସାରେ ସାଧାରଣତଃ ଦୁଇ ପ୍ରକାର ବିଭକ୍ତ କରାଯାଏ: ହେମୋଲାଇଟିକ୍ (hemolytic) ବା ରକ୍ତ ନଷ୍ଟକାରୀ ତଥା ଜୀବକୋଷ ନଷ୍ଟକାରୀ ଓ ନିଉରୋଟକ୍ସିକ (neurotoxic) ବା ସ୍ନାୟୁ ବିଷ ।


ପୁରାଣରେ ସାପ

  • ପୌରାଣିକ ମତେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ କଶ୍ୟପମୁନିଙ୍କ ଏକତମା ପତ୍ନୀ କଦ୍ରୁଙ୍କ ଗର୍ଭରୁ ଏମାନେ ଜାତ ହୋଇଥିଲେ ।
  • ସାପମାନେ ପାତାଳସ୍ଥ ନାଗଲୋକରେ ବାସ କରନ୍ତି ।
  • ହିନ୍ଦୁ ପୁରାଣ ମତେ ସହସ୍ର ଫଣାଧାରୀ ବାସୁକି ଏ ପୃଥିବୀକୁ ଟେକି ଧରି ଅଛନ୍ତି ।
  • ସାପ ମହାଦେବଙ୍କ ଭୁଷଣ ।
  • ଶ୍ରୀକୃଷ୍ଣ କାଳୀୟ ନାମକ ଏକ ବିଷଧର ସାପକୁ ଦଳନ କରିଥିଲେ ।
  • ବାଇବେଲ ମତରେ ସଇତାନ ସାପ ରୂପ ଧାରଣ କରି ପୃଥିବୀର ଆଦିମ ଦମ୍ପତିଙ୍କୁ ଭୁଲାଇ ପାପଗ୍ରସ୍ତ କରିଥିଲା ।

ଆଉରି ଦେଖନ୍ତୁ

ଆଧାର

ବାହାର ତଥ୍ୟ

  • "Worldwide Snake Species List". Snake Track.com.
  • "Bibliography for "Serpentes"". Biodiversity Heritage Library.
  • "Serpentes". Integrated Taxonomic Information System.
  • "US Snakes". eNature. Archived from the original on 2008-03-15. Retrieved 2012-11-21.
  • "Snakes of the Indian Subcontinent". Naturemagics Kerala Photo Gallery. Archived from the original on 2009-03-21. Retrieved 2012-11-21.
  • "About Snake Cell". Snake Cell. (INDIA)
  • "Snake World". ReptilesWeb.com. Archived from the original on 2014-05-29. Retrieved 2012-11-21.
  • "What's That Snake?". OPLIN.
  • "Herpetology Database". Swedish Museum of Natural History.
  • BBC Nature: Snake news, and video clips from BBC programmes past and present.

Tags:

ସାପ ଶ୍ରେଣୀ ବିଭାଗସାପ ପୁରାଣରେ ସାପ ଆଉରି ଦେଖନ୍ତୁସାପ ଆଧାରସାପ ବାହାର ତଥ୍ୟସାପ

🔥 Trending searches on Wiki ଓଡ଼ିଆ:

ଚନ୍ଦନ ବୋଡ଼ାରାଧାନାଥ ରାୟଚିଲିକା ହ୍ରଦକଟକତାରାତାରିଣୀ ମନ୍ଦିରହନୁମାନ ଜୟନ୍ତୀମୌଳିକ ସଂଖ୍ୟାପକ୍ଷୀସଞ୍ଜୁ ସାମସନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦ୍ୱିତୀୟ ବିଶ୍ୱଯୁଦ୍ଧଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜ୍ୟଉଇକିପିଡ଼ିଆପଞ୍ଚସଖାଚୈତନ୍ୟଜଣ୍ଡିସ୍ଓଡ଼ିଆ କଥାଚିତ୍ର ଜଗତଜୀଜାଜୀ ଛତ୍ ପର୍ ହେଁଲକ୍ଷ୍ମୀକାନ୍ତ ମହାପାତ୍ରଗଣନ ସଂଖ୍ୟାରାଜ ଯୋଗଚନ୍ଦ୍ରଗୁପ୍ତରାଷ୍ଟ୍ରପତି ଭବନପରିବେଶଗାଲୁଆମୁସଲମାନଅପରାଜିତା ଷଡ଼ଙ୍ଗୀବୁଧବାରକଳମଶାଗରାଧାମୋହନ ଗଡ଼ନାୟକରାଜା ରାମମୋହନ ରାୟଦୀନକୃଷ୍ଣ ଦାସନବକଳେବରକଙ୍କାଳରାଣୀ ଲକ୍ଷ୍ମୀବାଈବକ୍ସି ଜଗବନ୍ଧୁଜାଭା (ପ୍ରୋଗ୍ରାମିଂ ଭାଷା)ମାଳିକାରାଜେନ୍ଦ୍ର କିଶୋର ପଣ୍ଡାଏଲିନା ସାମନ୍ତରାୟଚକ୍ରଧର ମହାପାତ୍ରବାରାକ ଓବାମାକାଞ୍ଚନ ଅୱସ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଚୈତ୍ର ମଙ୍ଗଳବାର ଓଷାଲୋକ ସଭାଉଇକିମିଡ଼ିଆ ମୁଭମେଣ୍ଟ୧୦ ଅଗଷ୍ଟରାଜନୀତି ବିଜ୍ଞାନୟୁରୋପବଳରାମ ଦାସମହାପାତ୍ର ନୀଳମଣି ସାହୁଚଉତିଶାମ୍ୟାଲେରିଆସବ୍ୟସାଚୀ ମିଶ୍ରଭୂମିଜ ଜାତିଦୀପକ ମିଶ୍ରଶ୍ରୀକାନ୍ତ ସାହୁହୋଲିସଞ୍ଜୁ ଆଉ ସଞ୍ଜନାଅଦାରାସନ କାର୍ଡ଼ (ଭାରତ)କଦଳୀଗଛଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଜଳ ପ୍ରଦୂଷଣମୀନ (ମାସ)🡆 More