ଶିମିଳିପାଳ ଜାତୀୟ ଉଦ୍ୟାନ

ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । ଏଠାରେ ମହାବଳ ବାଘ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରନ୍ତି । ଶିମିଳିପାଳ ନାମ ଶିମୁଳି (red silk)ର ଘନ ଜଙ୍ଗଲର ଅବସ୍ଥିତିରୁ ଆସିଛି ।

ଶିମିଳିପାଳ ଅଭୟାରଣ୍ୟ
IUCN Category II (National Park)
Location of Simlipal National Park
Location of Simlipal National Park
ଓଡ଼ିଶାରେ ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାନ
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରବାରିପଦା
ଦିଗବାରେଣି21°45′N 86°20′E / 21.750°N 86.333°E / 21.750; 86.333
କ୍ଷେତ୍ରଫଳ845.70 square kilometres (326.53 sq mi).
ସ୍ଥାପିତ୧୯୮୦
ପରିଚାଳନାକେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ଭାରତ ସରକାର

ଏହି ଅଭୟାରଣ୍ୟର ଆୟତନ ୮୪୫.୭୦ ବର୍ଗ କିଲୋମିଟର । ଏହା ମଧ୍ୟରେ ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ରହିଛି । ଶିମିଳିପାଳରେ ୯୯ଟି ମହାବଳ ବାଘ, ୪୩୨ଟି ବଣୁଆ ହାତୀ ଅଛନ୍ତି । ଏହାଛଡା ଶିମିଳିପାଳରେ ଗୟଳ (Indian Bison), ଚଉଶିଙ୍ଗା ହରିଣ ଆଉ ମଧ୍ୟ ଏକ ଅର୍କିଡାରିଅମ ଅଛି ମଧ୍ୟ ଅଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ । ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି । ପର୍ଯ୍ୟଟକମାନେ କେବଳ ନିରାମିଷ ରନ୍ଧା ଖାଦ୍ୟ ନେଇ ଭିତରକୁ ଯାଇପାରିବେ ।

ଟୀକା

ଦ୍ରଷ୍ଟବ୍ୟ

  • Bhatt, S. C.; Bhargava, Gopal K. (2006). Land and people of Indian states and union territories: in 36 volumes, Volume 7. Gyan Publishing House. ISBN 8178353636.
  • Jena, Mona Lisa (2005). [womansera.com/ Similipal's Scenic Splendor, Women's Era]. 32 (752): 110–112. ;

ଅଧିକ ତଥ୍ୟ

Tags:

ଓଡ଼ିଶାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବିର୍ସା ମୁଣ୍ଡାପୋଡ଼ ପିଠାଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଭୀମ ଭୋଇଗାୟତ୍ରୀବାଳା ପଣ୍ଡାପ୍ରସନ୍ନ କୁମାର ଦାସବି. ଆର. ଆମ୍ବେଦକରମକର (ରାଶି)ପଖାଳବୈକୁଣ୍ଠନାଥ ପଟ୍ଟନାୟକଉତ୍କଳ ଦିବସବନମାଳୀ ଦାସଓଡ଼ିଶାର ଦଶହରାଚାନ୍ଦିପୁରବନ୍ଦେ ଉତ୍କଳ ଜନନୀଗୋପାଳ ଚନ୍ଦ୍ର ପ୍ରହରାଜପାଳୁଅପ୍ରାଣବନ୍ଧୁ କରରାବଣଛାୟାଚିକିତ୍ସା ବିଜ୍ଞାନଜୈନ ଧର୍ମରାବଣହେମୋଫିଲିଆଯବକ୍ଷାରଜାନନବୀନ ପଟ୍ଟନାୟକଚବିଶ ଗୁରୁଚିତ୍ତରଞ୍ଜନ ଦାସ୨ୟ ଓଡ଼ିଶା ବିଧାନ ସଭା୨୧ଜାନକୀ ବଲ୍ଲଭ ପଟ୍ଟନାୟକବରଗଡ଼ ଜିଲ୍ଲାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଗୁରୁପ୍ରସାଦ ମହାନ୍ତିପ୍ରସନ୍ନ କୁମାର ଦାଶପାର୍ବତୀଜ୍ୟୋତି ପ୍ରକାଶ ପାଣିଗ୍ରାହୀଶ୍ରୀରାଧାସୁଦଶା ବ୍ରତବର୍ଷାEntrectinibପଞ୍ଚାୟତ ରାଜଫତୁରାନନ୍ଦଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିପଶ୍ଚିମ ବଙ୍ଗଯୌଥ ପରିବାରଅଇଘରାଚା’ବିଶ୍ୱନାଥ କରଏ. ପି. ଜେ. ଅବଦୁଲ କଲାମଆଦିଶଙ୍କରଅଶୋକାଷ୍ଟମୀଚନ୍ଦ୍ରଶେଖର ରଥରାଜ୍ୟ ସଭାବିଜୁ ପଟ୍ଟନାୟକକୋଣାର୍କବିଶ୍ୱ ଏଡ୍‌ସ ଦିବସରାମାନୁଜ ଆଚାର୍ଯ୍ୟକାଳୀଚରଣ ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ନନ୍ଦ କିଶୋର ବଳକଲେରାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟହରପ୍ରସାଦ ଦାସମାଗୁଣିର ଶଗଡ଼ (କଥାଚିତ୍ର)QR codeସ୍ୱୋର୍ଡ ମାଛଫେସବୁକ🡆 More