କିଶୋରୀ ଚରଣ ଦାସ: ଓଡ଼ିଆ ସାହିତ୍ୟିକ

କିଶୋରୀ ଚରଣ ଦାସ (୧ ମାର୍ଚ୍ଚ ୧୯୨୪ - ୧୭ ଅଗଷ୍ଟ ୨୦୦୪ ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ ।

କିଶୋରୀ ଚରଣ ଦାସ
କିଶୋରୀ ଚରଣ ଦାସ: ବାଲ୍ୟ ଜୀବନ ଓ ଶିକ୍ଷା, ବୃତ୍ତିଗତ ଜୀବନ, ସାହିତ୍ୟ ସର୍ଜନା
ଜନ୍ମ(1924-03-01)୧ ମାର୍ଚ୍ଚ ୧୯୨୪
ଖଟବିନ ସାହି, କଟକ
ମୃତ୍ୟୁ୧୭ ଅଗଷ୍ଟ ୨୦୦୪(2004-08-17) (ବୟସ ୮୦)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକେନ୍ଦ୍ରାପଡ଼ା ହାଇସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ
ଉଲ୍ଲେଖନୀୟ କୃତିଠାକୁର ଘର
ପିତାମାତା(s)ବିପ୍ର ଚରଣ ଦାସ, ସୀତାମଣି ଦେବୀ

ବାଲ୍ୟ ଜୀବନ ଓ ଶିକ୍ଷା

କିଶୋରୀ ଚରଣ, କଟକର ଖଟବିନ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବିପ୍ର ଚରଣ ଦାସ ଓ ମାତା ସୀତାମଣି ଦେବୀ । ସେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଜଣେ ଶିଶୁ ଥିଲେ । ଅତ୍ୟଧିକ ମୋଟା ହୋଇଯିବାରୁ ଶୈଶବରେ ୪ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କର ଶାରୀରିକ ବିକାଶ ସ୍ୱଭାବିକ ନଥିଲା । ଗୋଟିଏ 'କେଶବ କଣ୍ଢେଇ' ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିବା ଯୋଗୁ, ଜେଜେବାପା ନାମ ଦେଇଥିଲେ 'କେଶବ' । କେଶବରୁ ଗ୍ଲେହାନାମ କେଶ ଓ ପରେ 'କିଶୋରୀ ଚରଣ' ହୋଇଥିଲା । ତାଙ୍କର ପିତା ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଥିଲେ ଓ ବଦଳି ଚାକିରି ଯୋଗୁଁ, କିଶୋରୀଙ୍କ ପିଲାଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିତିଥିଲା । ସେ କେନ୍ଦ୍ରାପଡ଼ା ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ ପଢ଼ିଥିଲେ ।

ବୃତ୍ତିଗତ ଜୀବନ

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କିଶୋରୀ ଚରଣ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଇଣ୍ଡିଆନ ଅଡିଟ ଆଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗ ଦେଇଥିଲେ । ଚାକିରି ଜୀବନର କୋଡ଼ିଏ ବର୍ଷ ବିତିଥିଲା କଲିକତାନୂଆ ଦିଲ୍ଲୀରେ । ବିଦେଶରେ ମଧ୍ୟ କିଛି କାଳ ରହିଥିଲେ ।

ସାହିତ୍ୟ ସର୍ଜନା

ଜୀବନର ବହୁ ବର୍ଷ ଓଡ଼ିଶା ବାହାରେ ବିତାଇଥିଲେ ମଧ୍ୟ, କିଶୋରୀଙ୍କର ସାହିତ୍ୟରେ ଓଡ଼ିଆ ଜୀବନର ପ୍ରତିଛବି ଦେଖିବାକୁ ମିଳୁଥିଲା । ସେ ସାତ ଖଣ୍ଡ ଉପନ୍ୟାସ ଓ କୋଡ଼ିଏ ଖଣ୍ଡ ଗଳ୍ପ ସଂକଳନ ରଚନା କରିଛନ୍ତି । 'ନବୀନ' ପତ୍ରିକାରେ ପ୍ରକାଶିତ 'ପରଦା ତଳେ' ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା । ପ୍ରଥମେ କବିତା ଓ ପରେ ଗଳ୍ପ ଏବଂ ଉପନ୍ୟାସକୁ ଓହ୍ଲାଇଥିଲେ କିଶୋରୀ ଚରଣ । ମଧ୍ୟବିତ ଶ୍ରେଣୀର ଜୀବନ ସଂଗ୍ରାମ ତାଙ୍କ ରଚନାରେ ବିଶେଷ ଭାବରେ ଦେଖିବାକୁ ମିଳେ । "ଲେଖିବାକୁ ଭଲଲାଗେ; ତେଣୁ, ସେ ଲେଖୁଥିଲେ" ବୋଲି କହିଥିଲେ କିଶୋରୀ ଚରଣ ।

କ୍ଷୁଦ୍ର ଗଳ୍ପ

ପଦ ଓ ସମ୍ମାନ

ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬: 'ଠାକୁର ଘର' ପାଇଁ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ : ମଣିହାର ପାଇଁ
  • ଶାରଳା ପୁରସ୍କାର, ୧୯୮୬ : ଭିନ୍ନ ପାଉଁଶ ପାଇଁ
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ବିଷୁବ ପୁରସ୍କାର, ୧୯୯୨

ଶେଷଜୀବନ

କିଶୋରୀ ଚରଣ ୨୦୦୪ ଅଗଷ୍ଟ ୧୭ତାରିଖରେ ମୃତ୍ୟୁବରଣ କରିଥିଲେ । ଶେଷଜୀବନ ସେ ନିଜ ଜନ୍ମସ୍ଥାନ ଖଟବିନ ସାହିରେ ହିଁ ବିତେଇଥିଲେ । ତାଙ୍କ ସ୍ମୃତିରେ କିଶୋରୀ ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ "କିଶୋରୀ ଚରଣ ଦାସ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଏ ।

ଆଧାର

Tags:

କିଶୋରୀ ଚରଣ ଦାସ ବାଲ୍ୟ ଜୀବନ ଓ ଶିକ୍ଷାକିଶୋରୀ ଚରଣ ଦାସ ବୃତ୍ତିଗତ ଜୀବନକିଶୋରୀ ଚରଣ ଦାସ ସାହିତ୍ୟ ସର୍ଜନାକିଶୋରୀ ଚରଣ ଦାସ ପଦ ଓ ସମ୍ମାନକିଶୋରୀ ଚରଣ ଦାସ ଶେଷଜୀବନକିଶୋରୀ ଚରଣ ଦାସ ଆଧାରକିଶୋରୀ ଚରଣ ଦାସ ଅଧିକ ତଥ୍ୟକିଶୋରୀ ଚରଣ ଦାସଇଂରାଜୀ ଭାଷାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

କୁତାମ ଚଣ୍ଡୀ ମନ୍ଦିରc3bn4ଟ୍ରାପିଜିଅମ୨୦୦୬ଜୟୀରାମ ସାମଲଇଣ୍ଡିଆନ ପ୍ରିମିଅର ଲିଗବରଗଛରାମକୃଷ୍ଣ ପରମହଂସ୧୯୬୧ଭଦ୍ରକରାୟଗଡ଼ା ଜିଲ୍ଲାଓ ଅନ୍ଧଗଳିପଙ୍କଜ ଉଧାସଆନନ୍ଦ ଶଙ୍କର ଦାସପାଇକ ଆଖଡ଼ାତୁଳସୀ ଗଛବି. ଆର. ଆମ୍ବେଦକରଇଣ୍ଟରନେଟଗୁରୁ ପ୍ରସାଦ ମହାନ୍ତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଚ୍ୟୁତାନନ୍ଦ ଦାସଶ୍ରବଣ ( ରାମାୟଣ ର ଚରିତ୍ର )ନାରାୟଣ ସାହୁଜିନା ସାମଲମନମୋହନ ସାମଲଅନନ୍ତ ବାସୁଦେବ ମନ୍ଦିରବିରାଟ କୋହଲୀପ୍ରତିଭା ରାୟଶ୍ରୀକବିସୂର୍ଯ୍ୟ ବଳଦେବ ରଥପ୍ରହ୍ଲାଦ ନାଟକଜିମି ୱେଲ୍ସପ୍ରତାପରୁଦ୍ର ଦେବନମିତା ଅଗ୍ରୱାଲସାମାଜିକ ଆନ୍ଦୋଳନଗଡ଼ଜାତ କୃଷକଉତ୍କଳ ସମ୍ମିଳନୀକୋଷ୍ଠକାଠିନ୍ୟପୁରୀ ଜିଲ୍ଲାଶୀତଳ ଷଷ୍ଠୀ ଯାତ୍ରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଦ୍ଵାରକାଧୀଶ ମନ୍ଦିରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପଞ୍ଚସଖାଉଦ୍ଭିଦ୧୭ ଫେବୃଆରୀଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମେହମୁଦ ହୁସେନଅକ୍ଷାଂଶଓଡ଼ିଶାରାଉରକେଲାଧାତୁହନୁମାନ ଚାଳିଶାଦଶାବତାରସମର ସଲିମ ସାଇମନପ୍ରାଣୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୨୭ ଜୁନକଣ୍ଡୋମଶ୍ରୀତମ ଦାସବିଜୟ ମିଶ୍ରଜଗନ୍ନାଥ ପ୍ରସାଦ ଦାସକୋଚିଲାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଷାବନ୍ୟାଦେବଗଡ଼ ଜିଲ୍ଲା🡆 More