ଭି. ମୋହିନୀ ଗିରି: ଭାରତୀୟ କର୍ମକର୍ତ୍ତା

ଡ.

ଭି. ମୋହିନୀ ଗିରି (ଜନ୍ମ: ୧୯୩୮) ଜଣେ ଭାରତୀୟ ସମାଜସେବୀ ଓ କର୍ମକର୍ତ୍ତା, ଯିଏକି ନୂଆ ଦିଲ୍ଲୀରେ ଥିବା ଏକ ସେବା ସଂସ୍ଥା, ଗିଲ୍ଡ ଅଫ୍ ସର୍ଭିସେସ୍‌ର ମୁଖ୍ୟ କର୍ମୀ ତଥା ଚେୟାରମାନ । ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ଏହି ସେବା ସଂସ୍ଥାଟି, ମହିଳା ଏବଂ ପିଲାମାନଙ୍କର ଶିକ୍ଷା ଅଧିକାର, ଚାକିରୀ, ଆର୍ଥିକ ନିରାପତ୍ତା ଦିଗରେ କାର୍ଯ୍ୟ କରୁଛି । ଯୁଦ୍ଧରେ ଭାରତୀୟ ସେନାର ଶହୀଦ ଜବାନମାନଙ୍କର ବିଧବା ପତ୍ନୀଙ୍କୁ ନେଇ ମୋହିନୀ ୧୯୭୨ ମସିହାରେ ନୂଆ ଦିଲ୍ଲୀରେ ଏକ ସଂଘ ପ୍ରଥମେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୧୯୯୫ ମସିହାରୁ ୧୯୯୮ ମସିହା ଯାଏଁ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ଭି. ମୋହିନୀ ଗିରି
ଭି. ମୋହିନୀ ଗିରି: ପ୍ରାରମ୍ଭିକ ଜୀବନ ଓ ପରିବାର, ପେଶା, ପୁରସ୍କାର ଓ ସମ୍ମାନ
୨୩ ମାର୍ଚ୍ଚ ୨୦୦୭ରେ ରାଷ୍ଟ୍ରପତି ଅବଦୁଲ କଲାମ ମୋହିନୀଙ୍କୁ ପଦ୍ମ ଭୂଷଣ ପ୍ରଦାନ କରୁଛନ୍ତି ।
ଜନ୍ମ1938 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଲକ୍ଷ୍ନୋ, ଉତ୍ତର ପ୍ରଦେଶ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସମାଜ ସେବୀ, କର୍ମକର୍ତ୍ତା
ଗିଲ୍ଡ ଅପ୍ ସର୍ଭିସେସ୍‌ର ପ୍ରତିଷ୍ଠାତା (୧୯୭୯)

୨୦୦୭ ମସିହାରେ ଭାରତ ସରକାରଙ୍କଦ୍ୱାରା ମୋହିନୀଙ୍କୁ ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ ଓ ପରିବାର

ମୋହିନୀ ୧୯୩୮ ମସିହାରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୋଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ହେଉଛନ୍ତି ଭି. ଏସ୍. ରାମ । ସେ ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ମୋହିନୀ ତାଙ୍କର ସ୍ନାତକ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାରତୀୟ ଇତିହାସ ଉପରେ ଗବେଷଣା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜି. ବି. ପାନ୍ତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ କରିଥିଲେ ।

ମୋହିନୀ ଗିରିଙ୍କର ଶ୍ୱଶୁର ବରାହଗିରି ଭେଙ୍କଟଗିରି ହେଉଛନ୍ତି, ଭାରତର ପୂର୍ବତନ ରାଷ୍ଟ୍ରପତି ।

ପେଶା

ମୋହିନୀ ଶିକ୍ଷା ବିଭାଗରେ ପ୍ରଥମେ ଯୋଗ ଦେଇଥିଲେ ଏବଂ ସେଇଠୁ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ପ୍ରଥମେ ଲକ୍ଷ୍ନୋ ବିଶ୍ୱ ବିଦ୍ୟାଳୟରେ ମହିଳା ବିଭାଗରେ ଯୋଗ ଦେଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଯବାନମାନଙ୍କର ବିଧାବା ପତ୍ନୀମାନଙ୍କୁ ନେଇ ପ୍ରଥମେ ୧୯୭୨ ମସିହାରେ ମୋହିନୀ ଏକ ସଂଘ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ଏହି ମହିଳାମାନଙ୍କର ଉଦ୍ୟମରେ ନିର୍ମିତ ଦକ୍ଷିଣ ଏସୀୟ ସଂଘର ପ୍ରତିଷ୍ଠାତା ଏବଂ ଟ୍ରଷ୍ଟର ସଦସ୍ୟା ହୋଇଥିଲେ ।

ଭାରତରେ ଅନାହାର ମୃତ୍ୟୁ ସଂଖ୍ୟା ଅଧିକ ଥିଲା, ତେଣୁ ନ୍ୟୁୟର୍କରେ ପର୍ଯ୍ୟବେଷିତ ଏକ ଆନ୍ତର୍ଜାତୀୟ ସେବା ସଂସ୍ଥା ଭାରତରେ ଏକ ପ୍ରକଳ୍ପ ଆରମ୍ଭ କରିଥିଲା, ଯାହାର ନାମ ହେଉଛି ଦ ହଙ୍ଗର୍ ପ୍ରୋଜେକ୍ଟ । ଏହି ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଥିଲା ଭାରତ ବର୍ଷରୁ ଅନାହାରୁକୁ ଦୂର କରିବା । ଭାରତରେ ଏହି ସଂସ୍ଥାର ବୋର୍ଡ଼ ମେମ୍ବର ଭାବରେ ମୋହିନୀ ଗିରି କାର୍ଯ୍ୟ କରିଥିଲେ ଏବଂ ପରେ ସେ ଏହାର ଚେୟାରମ୍ୟାନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ପୁରସ୍କାର ଓ ସମ୍ମାନ

ମୋହିନୀ ଗିରିଙ୍କର ସମାଜସେବା ଓ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ତାକୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପଦ୍ମ ଭୂଷଣ ହେଉଛନ୍ତି ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ । ସେତେବଳର ଭାରତୀୟ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ମୋହିନୀଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

ଭି. ମୋହିନୀ ଗିରି ପ୍ରାରମ୍ଭିକ ଜୀବନ ଓ ପରିବାରଭି. ମୋହିନୀ ଗିରି ପେଶାଭି. ମୋହିନୀ ଗିରି ପୁରସ୍କାର ଓ ସମ୍ମାନଭି. ମୋହିନୀ ଗିରି ଆଧାରଭି. ମୋହିନୀ ଗିରି ବାହାର ଆଧାରଭି. ମୋହିନୀ ଗିରିନୂଆ ଦିଲ୍ଲୀଭାରତ

🔥 Trending searches on Wiki ଓଡ଼ିଆ:

ରାମଚନ୍ଦ୍ର ମିଶ୍ରଭାରତପଙ୍କଜ ଉଧାସଗୋପୀନାଥ ମହାନ୍ତିପଞ୍ଚସଖାହନୁମାନ ଚାଳିଶାହରିପ୍ରସାଦ ଚୌରାଶିଆବୈଷ୍ଣବ ଚରଣ ସାମଲଯାଜପୁର ଜିଲ୍ଲାନନ୍ଦିନୀ ଶତପଥୀଉପେନ୍ଦ୍ର ଭଞ୍ଜବଡ଼ ଏରାମହିଳା ଯୌନାଙ୍ଗ ଛେଦନହନୁମାନହେମଲତା ମାନସିଂହଅଖିଳ ମୋହନ ପଟ୍ଟନାୟକଅମାବାସ୍ୟାର ଚନ୍ଦ୍ରଯୁକ୍ତରାଜ୍ୟଚାରି ଧାମପୂର୍ଣ୍ଣଚ୍ଛେଦଓଡ଼ିଆଭକ୍ତ ଚରଣ ଦାସତୁଳସୀ ଗଛବିରିୟାନୀ୧୯୮୪ଭଣ୍ଡ ଗଣେଶବଳଜର୍ମାନୀଧରିତ୍ରୀ (ଖବରକାଗଜ)ପ୍ଲୀହାଅଚ୍ୟୁତ ନାୟକଜହ୍ନଛାୟାପଥଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତରୁଣକାନ୍ତି ମିଶ୍ରଜୟୀରାମ ସାମଲସରୋଜିନୀ ସାହୁଓଡ଼ିଶାର କଳାଭ୍ୟାକୁମ୍ କ୍ଲିନର୍ମଇ ଦିବସଓଡ଼ିଆ ଉଇକିପିଡ଼ିଆନେଲସନ ମଣ୍ଡେଲାମାଗୁଣିର ଶଗଡ଼ରାମକୃଷ୍ଣ ପରମହଂସଗୋଲୋକ ବିହାରୀ ଧଳସୁରେନ୍ଦ୍ର ମହାନ୍ତିପ୍ରତୀକ୍ଷାଶେୟାର ବଜାରମୁକୁନ୍ଦ ଦେବଜୟୀ ରାଜଗୁରୁବଳଦେବଜୀଉ ମନ୍ଦିରବିଶ୍ୱ ମ୍ୟାଲେରିଆ ଦିବସଶ୍ରୀଲଙ୍କାର ଭୂଗୋଳମଙ୍ଗଳା ମନ୍ଦିରଫସ୍‌ଫରସଆଚାର୍ଯ୍ୟ ହରିହରରାଜନୀତି ବିଜ୍ଞାନIndiaଚିଲିକା ହ୍ରଦଇଂଲଣ୍ଡଫକୀର ମୋହନ ସେନାପତିସିନ୍ଧୁ ନଦୀଭୀମ ପୃଷ୍ଟିମାର୍ଚ୍ଚ ୨୧ମଧୁସୂଦନ ରାଓନବକଳେବରଶୈଳବାଳା ଦାସସ୍ତନ🡆 More