ନୀଳମାଧବ ପାଣିଗ୍ରାହୀ: ଓଡ଼ିଆ ସାହିତ୍ୟିକ

ନୀଳମାଧବ ପାଣିଗ୍ରାହୀ‌(୧୪ ନଭେମ୍ବର ୧୯୧୯- ୨୮ ଡିସେମ୍ବର ୨୦୧୨) ଜଣେ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ, ସମ୍ବଲପୁରୀ ଭାଷାବିତ ଓ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ୧୯୫୭ରୁ ୧୯୮୪ ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଲେଖୁଥିଲେ ପରେ କେବଳ ସମ୍ବଲପୁରୀ ଭାଷାରେ ଲେଖିଥିଲେ ।

ନୀଳମାଧବ ପାଣିଗ୍ରାହୀ
ନୀଳମାଧବ ପାଣିଗ୍ରାହୀ: ଜୀବନୀ, ପୁରସ୍କାର ଓ ସମ୍ମାନ, ଆଧାର
ଜନ୍ମ ଓ ଜନ୍ମସ୍ଥାନ(1919-11-14)୧୪ ନଭେମ୍ବର ୧୯୧୯
ଗୋଲଣ୍ଡା, ମାନେଶ୍ୱର, ସମ୍ବଲପୁର ଜିଲ୍ଲା
ମୃତ୍ୟୁ୨୮ ଡିସେମ୍ବର ୨୦୧୨(2012-12-28) (ବୟସ ୯୩)
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତି
ପୁରସ୍କାରଟାଗୋର ଏକାଡେମୀ ପୁରସ୍କାର,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ସେ ସମ୍ବଲପୁର ଜିଲ୍ଲାସ୍ଥ ଧମା ଥାନା ଅନ୍ତର୍ଗତ ମାନେଶ୍ୱର ବ୍ଳକର ଗୋଲଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାଥମିକ ଶିକ୍ଷା ଲାଭ ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଣ୍ଟରମିଡ଼ିଏଟ ଓ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ବ୍ରହ୍ମପୁରରେ ଅବକାରୀ ଉପନିରିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରି ସହ-କମିଶନର ଭାବେ ଅବସର ଗ୍ରହଣ କରିଥିଲେ । ରାଧାମୋହନ ଗଡ଼ନାୟକଙ୍କଠାରୁ ପ୍ରେରଣା ଲାଭ କରିଥିଲେ ।

ପ୍ରକାଶିତ ସମ୍ବଲପୁରୀ ରଚନା

  • ସମ୍ବଲପୁରର କଥା (୧୯୯୦, ଐତିହାସିକ ଖଣ୍ଡକାବ୍ୟ)
  • ମହରା ଆର୍ ମହୁ (ଗଦ୍ୟ ସମାଲୋଚନା)
  • କୋଶଲିକା ପଦ୍ୟ ସଂଚୟନ
  • ନିସାନ (ମାସିକ ସାହିତ୍ୟ ପତ୍ରିକା)
  • ପାଣିଗ୍ରାହୀ ପଦ୍ୟାବଳୀ
  • କୀଚକ ବିନାଶ ଆର୍ କୌରବ ଦଲନ (କାବ୍ୟ)
  • କୋଶଲୀ ଭାଷାର ବ୍ୟାକରଣ (୨୦୦୧)
  • ମହାଭାରତ୍ କଥା (୬ଖଣ୍ଡ ପ୍ରକାଶିତ)
  • ସଂସ୍କୃତ ମହାଭାରତର ବନପର୍ବ ଓ ବିରାଟପର୍ବର ସମସ୍ତ ଅଧ୍ୟାୟର ସମ୍ବଲପୁରୀ-କୋଶଲୀ ଗଦ୍ୟାନୁବାଦ

ସମାଲୋଚନା ଗ୍ରନ୍ଥ

  • କୋଶଲିକା (୧୯୯୪)
  • ଝାର ମଲି ଭାରଭାର (୧୯୯୫)

ଓଡ଼ିଆ ଓ ଇଂରାଜୀରେ ସମ୍ପାଦିତ ସଂସ୍କୃତ ପୋଥି

ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ରଚିତ ସଙ୍ଗୀତ ଓ ନୃତ୍ୟଶାସ୍ତ୍ରଗୁଡ଼ିକୁ ସମ୍ପାଦନା କରି ସେ ଲୋକଲୋଚନକୁ ଆଣିଥିଲେ । ଏହିସବୁ ଶାସ୍ତ୍ରମାନଙ୍କରୁ ଓଡ଼ିଶୀ ସଙ୍ଗୀତଓଡ଼ିଶୀ ନୃତ୍ୟର ଐତିହ୍ୟ, ଶାସ୍ତ୍ରୀୟତା ଓ ପରମ୍ପରା ଦୃଢ଼ୀଭୂତ ହୋଇପାରିଲା । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଆଲୋଚନାରେ ନୀଳମାଧବ ପାଣିଗ୍ରାହୀ ଜଣେ ଅଗ୍ରଗଣ୍ୟ ପଣ୍ଡିତ ଥିଲେ ।

  • ଗୀତପ୍ରକାଶ (କୃଷ୍ଣଦାସ ବଡ଼ଜେନା ମହାପାତ୍ର)
  • ସଂଗୀତ କଳ୍ପଲତିକା (ହଳଧର ମିଶ୍ର)
  • ସଂଗୀତ କୌମୁଦୀ
  • ସଂଗୀତାର୍ଣ୍ଣବଚନ୍ଦ୍ରିକା
  • ଗୀତପ୍ରକାଶ ଭୋଲି
  • ଅଭିନୟ ଦର୍ପଣ ପ୍ରକାଶ

ଓଡ଼ିଆ ରଚନା

  • ଭାରତୀୟ ସଂଗୀତ (୧୯୬୫)
  • ଓଡ଼ିଶା ସହ ସମ୍ବଲପୁର ମିଶ୍ରଣର ଅଞ୍ଜାତ ଦିଗନ୍ତ
  • ଜ୍ୟୋତିର୍ମୟୀ
  • ସଂଗୀତ ସମ୍ମାର୍ଜନୀ
  • ଶ୍ରୀଜୟଦେବ ଓ ଗୀତଗୋବିନ୍ଦ (ଓଡ଼ିଆ ଓ ଇଂରାଜୀ ଦ୍ୱିଭାଷି)
  • ଗୀତଗୋବିନ୍ଦ ସାଂଗୀତିକ ଦିଗଦର୍ଶନ

ପୁରସ୍କାର ଓ ସମ୍ମାନ

  • ଟାଗୋର ଏକାଡେମୀ ପୁରସ୍କାର, ୨୦୧୧ (କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ)
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୭
  • ଜୟଦେବ ସମ୍ମାନ, ୨୦୦୬ (ଓଡ଼ିଶା ସଂଗୀତ ଏକାଡେମୀ)
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୦୩
  • ସମ୍ମାନସୂଚକ ଡି.ଲିଟ, ୧୯୯୯ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
  • ରୌପ୍ୟଜୟନ୍ତୀ ପୁରସ୍କର, ୧୯୯୪ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
  • ଶାରଳା ପୁରସ୍କାର, ୧୯୯୪ (ଗ୍ରହଣ କରିନଥିଲେ)
  • ଫେଲୋଶିପ, ୧୯୮୩ ( କବିଜୟଦେବଙ୍କ ଲିଖିତ ଗୀତଗୋବିନ୍ଦ ଉପରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ)
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୧
  • ଭାରତଚନ୍ଦ୍ର ନାୟକ ସ୍ମୃତି ସମ୍ମାନ, ୧୯୮୧ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
  • ବିଷୁବ ପୁରସ୍କାର, ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୦ (ଭାରତୀୟ ସଂଗୀତ-୧୯୬୫)

ଆଧାର

Tags:

ନୀଳମାଧବ ପାଣିଗ୍ରାହୀ ଜୀବନୀନୀଳମାଧବ ପାଣିଗ୍ରାହୀ ପୁରସ୍କାର ଓ ସମ୍ମାନନୀଳମାଧବ ପାଣିଗ୍ରାହୀ ଆଧାରନୀଳମାଧବ ପାଣିଗ୍ରାହୀଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଭାରତୀୟ ଜାତୀୟ କଂଗ୍ରେସପାଇକ ଆଖଡ଼ାଲୋକ ସଭାଚାଣକ୍ୟସୀତାକାନ୍ତ ମହାପାତ୍ରନନ୍ଦିନୀ ଶତପଥୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବୀଣାପାଣି ମହାନ୍ତିସୋନପୁର ରାଜ୍ୟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମହମ୍ମଦ ମୋକିମ୍ଓଡ଼ିଆ କବି ମାନଙ୍କର ତାଲିକାରାଉରକେଲାଶାସ୍ତିଟ୍ରାଲୋକିନୁମାବବି. ଆର. ଆମ୍ବେଦକରଫେବୃଆରୀ ୨୯ଯୌନ ଉତ୍ପୀଡ଼ନନିତ୍ୟାନନ୍ଦ ଶତପଥୀସାଇକେଲଗୋପାଳକୃଷ୍ଣ ପଟ୍ଟନାୟକମାଣବସା ଗୁରୁବାରଆପେଣ୍ଡିସାଇଟିସସଂକ୍ରାନ୍ତିଖିଲିପାନମହାପାତ୍ର ନୀଳମଣି ସାହୁବ୍ୟାଙ୍କଦୀନକୃଷ୍ଣ ଦାସଭୁବନେଶ୍ୱର ବେହେରାମାଗୁଣିର ଶଗଡ଼୨୮ ଫେବୃଆରୀବର୍ଷାଅନନ୍ତ ବାସୁଦେବ ମନ୍ଦିରମୋନିକା ସେଲ୍ସଜିନା ସାମଲପାରାଦୀପ ବନ୍ଦରପୂର୍ଣ୍ଣଚ୍ଛେଦଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚରକକୁତାମ ଚଣ୍ଡୀ ମନ୍ଦିରଅଗ୍ନ୍ୟାଶୟ ଅକ୍ଷମତାଓଡ଼ିଶାର କଳାଗୁଗଲରଥଯାତ୍ରାଭାରତୀୟ ସମ୍ବିଧାନପୁରୁଷୋତ୍ତମ ଦେବଗୌରୀଶଙ୍କର ରାୟ୧୭୪୬ଶୈଳବାଳା ଦାସଦେବସ୍ନାନ ପୂର୍ଣ୍ଣିମାକଟକବିଶ୍ୱ ଏଡ୍‌ସ ଦିବସମଧୁସୂଦନ ରାଓଫତୁରାନନ୍ଦବିଜୟ ମିଶ୍ରମୁକ୍ତିକାନ୍ତ ମଣ୍ଡଳଓଡ଼ିଆ ଭ୍ରମଣ ସାହିତ୍ୟବାରବାଟି ଦୁର୍ଗଭାରତ ସରକାରତପସ୍ୱିନୀଚିତ୍ତରଞ୍ଜନ ଦାସଓଡ଼ିଆ ଭାଗବତନେପଚୁନଓ ଅନ୍ଧଗଳିରାମଚନ୍ଦ୍ର ବେହେରା🡆 More