ରାଧାମୋହନ ଗଡ଼ନାୟକ: ଓଡ଼ିଆ କବି

ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ - ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ । ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ପରିଚିତ ଥିଲେ ।

ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ
ଜନ୍ମ ଓ ଜନ୍ମସ୍ଥାନ(1911-08-25)୨୫ ଅଗଷ୍ଟ ୧୯୧୧
କଲଣ୍ଡାପାଳ, ଅନୁଗୋଳ, ଓଡ଼ିଶା
ମୃତ୍ୟୁ୨୧ ଫେବୃଆରୀ ୨୦୦୦(2000-02-21) (ବୟସ ୮୮)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସମୟସବୁଜ ଯୁଗ
ସାହିତ୍ୟ କୃତିସୂର୍ଯ୍ୟ ଓ ଅନ୍ଧକାର
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ

ଜୀବନ କାଳ

ରାଧାମୋହନ ୧୯୧୧ ଭାଦ୍ରବ କୃଷ୍ଣପକ୍ଷ ତୃତୀୟାରେ ଅନୁଗୋଳ ଜିଲ୍ଲାର କଲଣ୍ଡାପାଳରେ ବାଘସିଂହ ବଂଶରେ ଜନ୍ମ ନେଇଥିଲେ । ଅନୁଗୋଳର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ପଢୁଥିବା ବେଳରେ 'ସହକାର' ପତ୍ରିକାର ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁଙ୍କ ଦେଇ କବିତା ଆଡ଼କୁ ମନ ବଳାଇଥିଲେ ଓ କବିତା ଲେଖାଲେଖି ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ରଚିତ କବିତା "ମୁଁ କି କେବେ ଦୀନହୀନ" ଗଡ଼ଜାତ ବାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉଚ୍ଚଶିକ୍ଷାରୁ ବଞ୍ଚିତ ରାଧାମୋହନ ୧୯୨୭-୧୯୨୮ ମସିହାରେ ଦେଶସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ମିଶ୍ରଙ୍କ ଦେଇ ପ୍ରଭାବିତ ହୋଇଥିଲେ ଓ ଜାତି ଓ ଦେଶପ୍ରେମ ମୂଳକ ଅନେକ କବିତାବଳୀ ରଚନା କରିଥିଲେ । ୧୯୨୭ ବେଳକୁ ତାଙ୍କର ରଚିତ ଅନେକ କବିତା 'ସହକାର, 'ନବଯୁଗ, 'ପଞ୍ଚାମୃତ', 'ଉତ୍କଳ ସାହିତ୍ୟ', 'ଗଡ଼ଜାତ ବାସିନୀ' ଆଦି ପତ୍ରିକାରେ ପ୍ରକାଶିତ ହୋଇ ଅନେକ ଖ୍ୟାତି ଅର୍ଜନ କରିଥିଲା । ଏହାପରେ ସେ ନିଜର ଧାରାବାହିକ ପଢ଼ା ବନ୍ଦ କରି ଦେଶସେବାରେ ପୁରା ସମୟ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ କମୁନିଷ୍ଟ ଆନ୍ଦୋଳନ ବେଳରେ ସେ ମଧ୍ୟ ତାଙ୍କ ଲେଖନୀ ଚଳାଇଥିଲେ । 'ଉତ୍କଳ ସାହିତ୍ୟ ସମ୍ମିଳନୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନେକ ଅନୁଷ୍ଠାନରେ ସେ ସଭାପତି ଓ ଉପସଭାପତି ଭାବରେ କାମ ତୁଲାଇଥିଲେ । ସେ ଖ୍ରୀଷ୍ଟ କଲେଜରେ ଆଇଏ ପଢୁଥିବାବେଳେ ତାଙ୍କ ରଚିତ କାବ୍ୟନାୟିକା ଉକ୍ତ ଶ୍ରେଣୀର ପାଠ୍ୟ ଅନ୍ତର୍ଭୁକ୍ତ ଥିଲା ।

ରଚନବଳୀ

କାବ୍ୟ କବିତା

  • ସୌରଭ (୨୦୦ ୩)
  • ଅର୍ବାଚୀନ ତାରା (୧୯୮୨)
  • ଉତ୍କଳିକା (୧୯୪୫)
  • କାବ୍ୟ ନାୟିକା (୧୯୪୫)
  • କାଳିଦାସ (୧୯୪୦)
  • କୁମାରସମ୍ଭବ (୧୯୬୮)
  • କୈଶୋରିକା (୧୯୫୩)
  • ଗଡ଼ନାୟକ ସଂଚୟନ (୧୯୬୮)
  • ଗାନ୍ଧୀ ଗାଥା (୧୯୭୮)
  • ଦୀପଶିଖା (୧୯୫୬)
  • ଦୁଇଟି ତାହାର ଡେଣା (୧୯୫୪)
  • ଧୂସର ଭୂମିକା (୧୯୬୦)
  • ନବଜାତକ (୧୯୪୭)
  • ପଶୁପକ୍ଷୀର କାବ୍ୟ (୧୯୫୯)
  • ବନରାଜି ନୀଳା (୧୯୬୮)
  • ବିପ୍ଳବୀ ରାଧାନାଥ (୧୯୪୪)
  • ମେଘଦୂତ (୧୯୫୪, କାଳିଦାସଙ୍କ ମେଘଦୁତର ଓଡ଼ିଆ ଅନୁବାଦ)
  • ମୌସୁମୀ (୧୯୫୧)
  • ହିରାଖଣ୍ଡ ଗାଥା (୧୯୮୬)
  • ଶାମୁକାର ସ୍ୱପ୍ନ (୧୯୬୧)
  • ସ୍ମରଣିକା (୧୯୫୦)
  • ସୂର୍ଯ୍ୟ ଓ ଅନ୍ଧକାର (୧୯୭୪)
  • ସୋରାବ ଓ ରୋସ୍ତମ (୧୯୬୩, ମୂଳ କାବ୍ୟର ଅଡ଼ିଆ ଅନୁବାଦ)

ସମ୍ମାନ ଓ ପୁରସ୍କାର

ଆଧାର

Tags:

ରାଧାମୋହନ ଗଡ଼ନାୟକ ଜୀବନ କାଳରାଧାମୋହନ ଗଡ଼ନାୟକ ରଚନବଳୀରାଧାମୋହନ ଗଡ଼ନାୟକ ସମ୍ମାନ ଓ ପୁରସ୍କାରରାଧାମୋହନ ଗଡ଼ନାୟକ ଆଧାରରାଧାମୋହନ ଗଡ଼ନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

କାଳିନ୍ଦୀ ଚରଣ ପାଣିଗ୍ରାହୀଦାରିଙ୍ଗବାଡ଼ିକ୍ରିକେଟସୁଧାକର ନନ୍ଦଉଇଲିୟମ୍ ହେନେରୀ ପର୍କିନକରଣ (ଜାତି)ସୁରେନ୍ଦ୍ର ମହାନ୍ତିରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଗଇଁଠାବାଟମଙ୍ଗଳାକଟକ ଜିଲ୍ଲାଆର୍ଥିକ ସ୍ୱାଧୀନତାଏକାଦଶୀଅନନ୍ତ ପଟ୍ଟନାୟକସୋଫିଆ ଆଲାମକୃପାସିନ୍ଧୁ ମିଶ୍ରକେଦାରନାଥ ମନ୍ଦିରସାନିଆ ମିର୍ଜାଧର୍ମଭୂମିକମ୍ପଭଗବତୀ ଦେଉଳଶ୍ରୀତମ ଦାସଇଣ୍ଟରନେଟବାଘରାମ ନବମୀବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଟୁଇଟରଗରୁଡ଼ସଫ୍ଟୱେରଯବକ୍ଷାରଜାନଗଙ୍ଗାଧର ମେହେରପଦାର୍ଥଓଡ଼ଗାଁଦିନକଣାଦ (ମୁନି)ମୋହନ ସୁନ୍ଦର ଦେବ ଗୋସ୍ୱାମୀଖିଲିପାନକୁଞ୍ଜବିହାରୀ ଦାଶବିଦୁସ୍ମିତାବାଲେଶ୍ୱର ଜିଲ୍ଲାଡିଡାନୋସିନନନ୍ଦ କିଶୋର ବଳବିଶ୍ୱଜିତ ଦାସଆହାର ଯୋଜନାନବଯୌବନ ବେଶଶିଶୁପାଳଗଡ଼ପଦ୍ମଚରଣ ପଟ୍ଟନାୟକଦ୍ରୌପଦୀ ମୁର୍ମୁଫକୀର ମୋହନ ସେନାପତିସାଲବେଗରମାକାନ୍ତ ରଥରତ୍ନାକର ଚଇନିବିଜୁ ଜନତା ଦଳଲକ୍ଷ୍ମୀକାନ୍ତ ମହାପାତ୍ରଗୁପ୍ତେଶ୍ୱରରଥଲକ୍ଷ୍ମଣରାଜ୍ୟ ସଭାପ୍ରଦୂଷଣଅଶୋକ (ସମ୍ରାଟ)ଭାରତର ନ୍ୟାୟୀକ ବ୍ୟବସ୍ଥାଚିନ୍ତାମଣି ବେହେରାଇରା ମହାନ୍ତିଜୈନ ଧର୍ମଗୋଦାବରୀଶ ମିଶ୍ରବାଲିଯାତ୍ରାତାରାତାରିଣୀ ମନ୍ଦିରଜବାହରଲାଲ ନେହେରୁ🡆 More