ତ୍ରିଲୋଚନ ପ୍ରଧାନ: ଓଡ଼ିଆ ବୈଜ୍ଞାନିକ

ତ୍ରିଲୋଚନ ପ୍ରଧାନ (୩ ଜାନୁଆରୀ ୧୯୨୯ - ୦୪ ଡିସେମ୍ବର ୨୦୨୧), ଭାରତର ଜଣେ ବୈଜ୍ଞାନିକ ଓ ଲେଖକ ଥିଲେ । ସେ ଭୁବନେଶ୍ୱରସ୍ଥିତ ଭୌତିକୀ ସଂସ୍ଥାନର (Institute of Physics) ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତ୍ରିଲୋଚନ ପ୍ରଧାନ
ଜନ୍ମ(1929-01-03)୩ ଜାନୁଆରୀ ୧୯୨୯
ଘଣାଶାଳିଆ,ନୟାଗଡ଼ ଜିଲ୍ଲା
ମୃତ୍ୟୁ୪ ଡିସେମ୍ବର ୨୦୨୧(2021-12-04) (ବୟସ ୯୨)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଶିକ୍ଷାପି.ଏଚ.ଡି (ଚିକାଗୋ ବିଶ୍ୱବିଦ୍ୟାଳୟ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ,
ପ୍ରସିଦ୍ଧିବୈଜ୍ଞାନିକ
ପୁରସ୍କାରପଦ୍ମ ଭୂଷଣ, କଳିଙ୍ଗ ସମ୍ମାନ

ଜୀବନୀ

ତ୍ରିଲୋଚନ ପ୍ରଧାନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି, ଚିକାଗୋ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ହିଁ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ,ସେ କଲିକତାସ୍ଥିତ ସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ (Saha Institute of Nuclear Physics) ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସମୟ କ୍ରମେ, ସେ ସେହି ଅନୁଷ୍ଠାନରେ ଆଣବିକ ଭୌତିକ ବିଜ୍ଞାନ(Nuclear Physics) ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ୱରରେ ଭୌତିକୀ ସଂସ୍ଥାନ ପ୍ରତିଷ୍ଠା କରାଗଲା ଓ ଶ୍ରୀ ପ୍ରଧାନ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନରିକୋ ଫର୍ମୀଙ୍କଠାରୁ କ୍ୱାଣ୍ଟମ ଯାନ୍ତ୍ରୀକି (Quantum Mechanics) ବିଷୟରେ ଶିକ୍ଷାଗ୍ରହଣ କରିଥିଲେ ଓ ଏସ୍. ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଥିଲେ । ସେ ଭାରତୀୟ ବିଜ୍ଞାନ ଅକାଦେମୀ, ବାଙ୍ଗାଲୋର ସହିତ ମଧ୍ୟ ସଂଶ୍ଲିଷ୍ଟ ଅଥିଲେ ।

୨୦୨୧ ମସିହା ଡିସେମ୍ବର ୪ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।

ଲିଖିତ ପୁସ୍ତକ

  • ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) - ୨୦୦୧
  • କ୍ୱାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ)
  • ଇଲେକଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ ପାସିଙ୍ଗ ଥ୍ରୁ ହାଇଡ୍ରୋଜେନ

ପୁରସ୍କାର ଓ ସମ୍ମାନ

  • ପଦ୍ମ ଭୂଷଣ, ଭାରତର ୩ୟ ସର୍ବୋଚ୍ଚ ବେସାମରିକ ସମ୍ମାନ - ୧୯୯୦
  • କଳିଙ୍ଗ ସମ୍ମାନ, ୨୦୧୪
  • ମେଘନାଦ ସାହା ପୁରସ୍କାର, ୧୯୮୦

ଆଧାର

Tags:

ତ୍ରିଲୋଚନ ପ୍ରଧାନ ଜୀବନୀତ୍ରିଲୋଚନ ପ୍ରଧାନ ଲିଖିତ ପୁସ୍ତକତ୍ରିଲୋଚନ ପ୍ରଧାନ ପୁରସ୍କାର ଓ ସମ୍ମାନତ୍ରିଲୋଚନ ପ୍ରଧାନ ଆଧାରତ୍ରିଲୋଚନ ପ୍ରଧାନଉତ୍କଳ ବିଶ୍ୱବିଦ୍ୟାଳୟଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଅମରପୋଇକନ୍ୟା (ରାଶି)୧ମ ଲୋକ ସଭାବେଣୁଧର ରାଉତନୂଆ ଦିଲ୍ଲୀଭିଏତନାମଇନ୍ଦ୍ରାଣୀ ପଟ୍ଟନାୟକବିଶ୍ୱ ବୌଦ୍ଧିକ ସମ୍ପଦ ଦିବସସେଇ ଝିଅଟିସୌର ଜଗତରେବତୀ (କ୍ଷୁଦ୍ରଗଳ୍ପ)ମାଗୁଣିର ଶଗଡ଼ (କଥାଚିତ୍ର)କାଜାଖସ୍ତାନଅନୁଭବ ମହାନ୍ତିକେଦାରନାଥ ମନ୍ଦିରରାମ ନବମୀହନୁମାନ ଜୟନ୍ତୀଚଇତି ଘୋଡ଼ା ନାଚରାସନ କାର୍ଡ଼ (ଭାରତ)ଓଡ଼ିଶା ପ୍ରିମିଅର ଲିଗଉତ୍ସବ ଚରଣ ଜେନାଋଷିଆସେପ୍ଟେମ୍ବରକୋଳିଭୀମ ପୃଷ୍ଟିଚାନ୍ଦ୍ରମାସଉପେନ୍ଦ୍ର କିଶୋର ଦାସଚୀନଗ୍ରହଭଗବତୀ ଚରଣ ପାଣିଗ୍ରାହୀଜଳ ପ୍ରଦୂଷଣଅନ୍ତର୍ଜାତୀୟ ମାତୃଭାଷା ଦିବସଜାଭା (ପ୍ରୋଗ୍ରାମିଂ ଭାଷା)ତିଳ ଚତୁର୍ଥୀଯାଯାବର (୧୯୭୫ର କଥାଚିତ୍ର)ମଧୁସୂଦନ ଦାସପର୍ଯ୍ୟାୟ ସାରଣୀଜବାହରଲାଲ ନେହେରୁଭାରତର ଜାତୀୟ ପ୍ରତୀକମଇଗଙ୍ଗବଂଶଉତ୍ତରାଷାଢ଼ା (ନକ୍ଷତ୍ର)ପ୍ରତାପରୁଦ୍ର ଦେବଗାଲୁଆଅଚ୍ୟୁତାନନ୍ଦ ଦାସକଳିଙ୍ଗ ଯୁଦ୍ଧଓଡ଼ିଶା ସରକାରଅପରେଟିଙ୍ଗ ସିଷ୍ଟମ୧୭୧୧ଭାରତର ରାଷ୍ଟ୍ରପତିନମିତା ଅଗ୍ରୱାଲନବୀନ ପଟ୍ଟନାୟକଓଡ଼ିଆ କବି ମାନଙ୍କର ତାଲିକାଭଗୀରଥ ଦାସତାରାତାରିଣୀ ମନ୍ଦିରବିଶ୍ୱନାଥ କରଠିଆକିଆ ବେଶwiki.phtml୭ ଅଗଷ୍ଟଗୋବିନ୍ଦ ଚନ୍ଦ୍ର ଦାସପଞ୍ଚକନ୍ୟାକାଳିନ୍ଦୀ ଚରଣ ପାଣିଗ୍ରାହୀକେବେ ତମେ ନାହଁ କେବେ ମୁଁ ନାହିଁଗାୟତ୍ରୀବାଳା ପଣ୍ଡାଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିକଥାପକ୍ଷଜନ ଗଣ ମନଦୀନକୃଷ୍ଣ ଦାସ🡆 More