ହିରୋ ନଂ ୱାନ୍: ୨୦୧୭ର ଓଡ଼ିଆ କଥାଚିତ୍ର

ହିରୋ ନଂ ୱାନ୍, ୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ଦ୍ଦେଶକ ତାପସ ସରଘରିଆ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ହିରୋ ନଂ ୱାନ୍
ନିର୍ଦ୍ଦେଶକତାପସ ସରଘରିଆ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟତାପସ ସରଘରିଆ
କାହାଣୀରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍
ଭୂମିକା ଦାଶ
ମିହିର ଦାସ
କୁନା ତ୍ରିପାଠୀ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୨୪ ସେପ୍ଟେମ୍ବର ୨୦୧୭
ଦେଶହିରୋ ନଂ ୱାନ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଭୂମିକା ଦାଶ । ଭୂମିକା ନାୟିକା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ତରଙ୍ଗ ସିନେ ପ୍ରଡକ୍ସନ ସ‌ହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ୨ୟ ଚଳଚ୍ଚିତ୍ର ଥିଲା । ଏଥିରେ ଭୂମିକା ଜଣେ ସମ୍ବାଦ‌ଦାତାର ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ତ୍ରିଭୁବନ, ଜୟପ୍ରକାଶ, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

କାହାଣୀ ଅନୁସାରେ ନାୟକ ସଞ୍ଜୁ ଓଡ଼ିଆ ଅଭିନେତା ବାବୁଶାନ୍ ମହାନ୍ତିଙ୍କର ଜଣେ ପ୍ରଶଂସକ । ସେ ଓଡ଼ିଆ କଥାଚିତ୍ର ଜଗତର ନାୟକ ହେବା ତା'ର ସ୍ୱପ୍ନ । ତା'ର ବାପା ବୃତ୍ତିରେ ଜଣେ ଓକିଲ, ତାଙ୍କର ଇଚ୍ଛା, ତାଙ୍କ ପୁଅ ଜଣେ ଓକିଲ ହେଉ । ସେଇଥିପାଇଁ ସେ ତାକୁ ଏକ ବଡ଼ କଲେଜରେ ପାଠ ପଢ଼ାନ୍ତି, ମାତ୍ର ସେ ଜାଣିଶୁଣି ପରୀକ୍ଷା ନ ଦେଇ ଫେଲ ହେଇଯାଏ ଆଉ ଅଭିନୟରେ ମାତିଯାଏ । ମାତ୍ର ସମାଜର କିଛି ପରିସ୍ଥିତି ତାକୁ ପୁଣିଥରେ ଓକିଲାତିକୁ ଟାଣିନିଏ ଆଉ ସେ ଭଲପାଇବସେ ସେହି ପେଷାକୁ । ସମାଜରେ ହେଉଥିବା ଅସୁବିଧା ଉପରେ ଆଙ୍ଗୁଳି ଉଠାଇ ସଞ୍ଜୁ ସେ ସବୁ ଉପରେ ଲୋକଙ୍କୁ ନ୍ୟାୟ ଦେବାରେ ଲାଗିଯାଏ ।

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ହିରୋ ନଂ ୱାନ୍"ଅଭିଜିତ ମଜୁମଦାର 
2."ଡିଜେ ବାଲା ଡ୍ୟାନ୍ସ"ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
3."କାଞ୍ଚିରେ କାଞ୍ଚିରେ"  
4."ଏ ଜୀବନ ଧୁଆଁ ଧୁଆଁ ଲାଗେରେ"  
5."ତୁ ମୋ ଡାର୍ଲିଙ୍ଗ୍ ଡାର୍ଲିଙ୍ଗ୍‌ରେ"ଦୀପ୍ତିରେଖା ପାଢ଼ୀ 
6."ଛିଟା ଛିଟା ବର୍ଷାରେ"  

ଆଧାର

ବାହାର ଆଧାର

Tags:

ହିରୋ ନଂ ୱାନ୍ ଅଭିନୟହିରୋ ନଂ ୱାନ୍ କାହାଣୀହିରୋ ନଂ ୱାନ୍ ଗୀତ ଏବଂ ସଙ୍ଗୀତହିରୋ ନଂ ୱାନ୍ ଆଧାରହିରୋ ନଂ ୱାନ୍ ବାହାର ଆଧାରହିରୋ ନଂ ୱାନ୍

🔥 Trending searches on Wiki ଓଡ଼ିଆ:

ମନୋବିଜ୍ଞାନଜଗନ୍ନାଥ ମନ୍ଦିରମହାନଦୀଜ୍ଞାନପୀଠ ପୁରସ୍କାରଯକୃତଇଣ୍ଡାକାଟେରୋଲସଚ୍ଚିଦାନନ୍ଦ ରାଉତରାୟଉର୍ଦ୍ଦୁ ଭାଷାପ୍ରତିଭା ରାୟଅକ୍ଷୟ ତୃତୀୟାଇଂରାଜୀ ଭାଷାଶାରଳା ପୁରସ୍କାରସୌଭାଗ୍ୟ କୁମାର ମିଶ୍ରପଠାଣି ସାମନ୍ତସ୍ୱର୍ଣ୍ଣ ମନ୍ଦିରବିଜ୍ଞାନଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭୀମ ଭୋଇଉଇକିଡାଟାଚାରି ଧାମଭାରତର ଜାତୀୟ ପତାକାରକ୍ତହୀନତାଆରଣ୍ୟକପ୍ରଦୀପ କୁମାର ପାଣିଗ୍ରାହୀପୁରାଣହରେକୃଷ୍ଣ ମହତାବଗଞ୍ଜାମ ଜିଲ୍ଲାକାହ୍ନୁଚରଣ ମହାନ୍ତିରାଜେନ୍ଦ୍ର କିଶୋର ପଣ୍ଡାଗଙ୍ଗାଧର ମେହେରଓଡ଼ିଆ ସାହିତ୍ୟବ୍ୟଞ୍ଜନ ବର୍ଣ୍ଣକେଳୁଚରଣ ମହାପାତ୍ରମନ୍ଦାରଶ୍ରୀ ଅରବିନ୍ଦଭାରତୀୟ ଜାତୀୟ କଂଗ୍ରେସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପଣା ସଂକ୍ରାନ୍ତିଜନ ଗଣ ମନନନ୍ଦିନୀ ଶତପଥୀ୨୧ତାରାତାରିଣୀ ମନ୍ଦିରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭାରତର ସଂସ୍କୃତିଯୌଥ ପରିବାରସାରଳା ଦାସସମୟମଣ୍ଡଳଡେଭିଡ ବେକହାମରବୀନ୍ଦ୍ରନାଥ ଠାକୁରସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାଶଙ୍ଖ କ୍ଷେତ୍ରପଖାଳବିରିବ୍ରହ୍ମପୁରଶ୍ରୀରାମ ପଣ୍ଡାତ୍ରିପୁରା ମିଶ୍ରଉଇକିମିଡ଼ିଆ ମୁଭମେଣ୍ଟ🡆 More