ପିଣ୍ଟୁ ନନ୍ଦ: ଓଡ଼ିଆ କଥାଚିତ୍ର ଅଭିନେତା

ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭ - ୧ ମାର୍ଚ୍ଚ ୨୦୨୩), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନାପିଲା- ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।

ପିଣ୍ଟୁ ନନ୍ଦ
ପିଣ୍ଟୁ ନନ୍ଦ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ଅଭିନୀତ କଥାଚିତ୍ର
ଜନ୍ମ
ପିଣ୍ଟୁ ନନ୍ଦ

(1977-07-07)୭ ଜୁଲାଇ ୧୯୭୭



ମୃତ୍ୟୁ୧ ମାର୍ଚ୍ଚ ୨୦୨୩(2023-03-01) (ବୟସ ୪୫)
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୬ - ୨୦୨୩
ପିତାମାତା(s)ଅଶୋକ କୁମାର ନନ୍ଦ
କାନ୍ତିଲତା ନନ୍ଦ
ସମ୍ପର୍କୀୟଅଭିରାମ ନନ୍ଦ (ଭାଇ)

ପ୍ରାରମ୍ଭିକ ଜୀବନ

ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ । ପିଣ୍ଟୁ ଜଗତସିଂହପୁରର ଏସ୍. କେ. ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ସେ ପେଷାରେ ଜଣେ ଡାକ୍ତର ଥିଲେ ।

ଅଭିନୟ ଜୀବନ

ପିଣ୍ଟୁ ନନ୍ଦ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର କୋଇଲି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏଥିସ‌ହ ସେ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଥିଲେ । 'ଏ ଗଉରା କ'ଣ ଖାଉଚୁ' ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା ।

ଅଭିନୀତ କଥାଚିତ୍ର

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ରାଣ୍ଡିପୁଅ ଅନନ୍ତା ଡିଡି ଓଡ଼ିଆ ଅନନ୍ତା
ଶଙ୍ଖା ସିନ୍ଦୂର ତରଙ୍ଗ ଟିଭି
ଜୀବନସାଥୀ ଜୀ ସାର୍ଥକ

ମୃତ୍ୟୁ

୨୦୨୩ ମସିହାର ମାର୍ଚ୍ଚ ୧ ତାରିଖରେ ସେ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ।

ଆଧାର

ବାହାର ଆଧାର

Tags:

ପିଣ୍ଟୁ ନନ୍ଦ ପ୍ରାରମ୍ଭିକ ଜୀବନପିଣ୍ଟୁ ନନ୍ଦ ଅଭିନୟ ଜୀବନପିଣ୍ଟୁ ନନ୍ଦ ଅଭିନୀତ କଥାଚିତ୍ରପିଣ୍ଟୁ ନନ୍ଦ ଅଭିନୀତ ଧାରାବାହିକପିଣ୍ଟୁ ନନ୍ଦ ମୃତ୍ୟୁପିଣ୍ଟୁ ନନ୍ଦ ଆଧାରପିଣ୍ଟୁ ନନ୍ଦ ବାହାର ଆଧାରପିଣ୍ଟୁ ନନ୍ଦଆଇ ଲଭ୍ ମାଇଁ ଇଣ୍ଡିଆଆଇ ଲଭ୍ ୟୁଓ ମାଇଁ ଲଭ୍ଓଡ଼ିଆ କଥାଚିତ୍ର ଜଗତଗୁଡ୍ ବୟଜୟ ଜଗନ୍ନାଥଡାହା ବାଳୁଙ୍ଗାତୋ ଆଖି ମୋ ଆଇନାଦୋସ୍ତିନନ୍ଦିନୀ ଆଇ ଲଭ୍ ୟୁପହିଲି ରଜପ୍ରେମ ଅଢ଼େଇ ଅକ୍ଷରପ୍ରେମ ରୋଗୀବାହୁଡ଼ିବେ ମୋ ଜଗାବଳିଆମିତରେ ମିତମୁଁ କ'ଣ ଏତେ ଖରାପରଙ୍ଗ୍ ନମ୍ବରରାମ ଲକ୍ଷ୍ମଣଲଭ୍ ମାଷ୍ଟରଶପଥ (ଓଡ଼ିଆ କଥାଚିତ୍ର)ସୁନାପିଲା- ଟିକେ ସ୍କୃ ଢିଲାସ୍ୱୟଂସିଦ୍ଧାହରି ଓମ ହରି

🔥 Trending searches on Wiki ଓଡ଼ିଆ:

ରଜପଦ୍ମ ଲୋଚନ ପଣ୍ଡାରାସନ କାର୍ଡ଼ (ଭାରତ)ଓଡ଼ିଆ କାବ୍ୟ କବିତାବ୍ୟାସଦେବଉଇଲିୟମ୍ ହେନେରୀ ପର୍କିନବର୍ଷାବେଦଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦଶାବତାରଭାରତୀୟ ଡାକ ସେବାଜାଭା (ପ୍ରୋଗ୍ରାମିଂ ଭାଷା)ମହାପାତ୍ର ନୀଳମଣି ସାହୁରୋହିଦାସ ସିଂ ନାଗସାଲବେଗକିଶୋରୀ ଚରଣ ଦାସଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଇତିହାସଜର୍ମାନୀମଥୁରା ମଙ୍ଗଳପାଳଙ୍ଗରଘୁବଂଶରାଜ୍ୟ ସଭାପ୍ରତିଭା ରାୟଦଶରଥନମିତା ଅଗ୍ରୱାଲଅଯୋଧ୍ୟାକିଶୋରଚନ୍ଦ୍ରାନନ୍ଦ ଚମ୍ପୂକବିସୂର୍ଯ୍ୟ ବଳଦେବ ରଥଏଣ୍ଟ୍ରେକ୍ଟିନିବପାଳୁଅଜଗନ୍ନାଥୟୁକ୍ରେନକଥା (ପତ୍ରିକା)ମକର (ରାଶି)ଓଡ଼ିଆ ରାମାୟଣଉତ୍କଳ ଦୀପିକାବିଶ୍ୱ ଏଡ୍‌ସ ଦିବସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଗୁରୁ ପ୍ରସାଦ ମହାନ୍ତିଇନ୍‌ଫ୍ଲୁଏଞ୍ଜାୟୁନିଫର୍ମ ରିସୋର୍ସ ଲୋକେଟରକମ୍ପ୍ୟୁଟରଗୋପବନ୍ଧୁ ଦାସପ୍ରାଣବନ୍ଧୁ କରବୌଦ୍ଧ ଧର୍ମଗୁଗଲରଥଯାତ୍ରାଗଇଁଠାଅକ୍ଷୟ ତୃତୀୟାରବି ନାରାୟଣ ନନ୍ଦଚବିଶ ଗୁରୁଗୋପାଳ ଛୋଟରାୟରାମଶଙ୍କର ରାୟମୃତ୍ୟୁଞ୍ଜୟ ରଥଲିଙ୍ଗରାଜ ମନ୍ଦିରପବିତ୍ର ମୋହନ ଜେନାଲିନକ୍ସ ବଣ୍ଟନଲାରି ସାଙ୍ଗରମନୋଜ ଦାସସତ୍ୟବାଦୀ ବନ ବିଦ୍ୟାଳୟଯବକ୍ଷାରଜାନଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଦଶହରାଯୁକ୍ତରାଜ୍ୟଉପେନ୍ଦ୍ର ଭଞ୍ଜପ୍ରସନ୍ନ ଦାସ (ବହୁବିକଳ୍ପ)ସାରଦା ପ୍ରସାଦ ମିଶ୍ରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେତନ୍ତକୃଷ୍ଣପ୍ରସାଦ ମିଶ୍ରରବୀନ୍ଦ୍ର କୁମାର ପ୍ରହରାଜ🡆 More