ହିରୋ ନଂ ୱାନ୍: ୨୦୧୭ର ଓଡ଼ିଆ କଥାଚିତ୍ର

ହିରୋ ନଂ ୱାନ୍, ୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ଦ୍ଦେଶକ ତାପସ ସରଘରିଆ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ହିରୋ ନଂ ୱାନ୍
ନିର୍ଦ୍ଦେଶକତାପସ ସରଘରିଆ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟତାପସ ସରଘରିଆ
କାହାଣୀରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍
ଭୂମିକା ଦାଶ
ମିହିର ଦାସ
କୁନା ତ୍ରିପାଠୀ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୨୪ ସେପ୍ଟେମ୍ବର ୨୦୧୭
ଦେଶହିରୋ ନଂ ୱାନ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଭୂମିକା ଦାଶ । ଭୂମିକା ନାୟିକା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ତରଙ୍ଗ ସିନେ ପ୍ରଡକ୍ସନ ସ‌ହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ୨ୟ ଚଳଚ୍ଚିତ୍ର ଥିଲା । ଏଥିରେ ଭୂମିକା ଜଣେ ସମ୍ବାଦ‌ଦାତାର ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ତ୍ରିଭୁବନ, ଜୟପ୍ରକାଶ, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

କାହାଣୀ ଅନୁସାରେ ନାୟକ ସଞ୍ଜୁ ଓଡ଼ିଆ ଅଭିନେତା ବାବୁଶାନ୍ ମହାନ୍ତିଙ୍କର ଜଣେ ପ୍ରଶଂସକ । ସେ ଓଡ଼ିଆ କଥାଚିତ୍ର ଜଗତର ନାୟକ ହେବା ତା'ର ସ୍ୱପ୍ନ । ତା'ର ବାପା ବୃତ୍ତିରେ ଜଣେ ଓକିଲ, ତାଙ୍କର ଇଚ୍ଛା, ତାଙ୍କ ପୁଅ ଜଣେ ଓକିଲ ହେଉ । ସେଇଥିପାଇଁ ସେ ତାକୁ ଏକ ବଡ଼ କଲେଜରେ ପାଠ ପଢ଼ାନ୍ତି, ମାତ୍ର ସେ ଜାଣିଶୁଣି ପରୀକ୍ଷା ନ ଦେଇ ଫେଲ ହେଇଯାଏ ଆଉ ଅଭିନୟରେ ମାତିଯାଏ । ମାତ୍ର ସମାଜର କିଛି ପରିସ୍ଥିତି ତାକୁ ପୁଣିଥରେ ଓକିଲାତିକୁ ଟାଣିନିଏ ଆଉ ସେ ଭଲପାଇବସେ ସେହି ପେଷାକୁ । ସମାଜରେ ହେଉଥିବା ଅସୁବିଧା ଉପରେ ଆଙ୍ଗୁଳି ଉଠାଇ ସଞ୍ଜୁ ସେ ସବୁ ଉପରେ ଲୋକଙ୍କୁ ନ୍ୟାୟ ଦେବାରେ ଲାଗିଯାଏ ।

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ହିରୋ ନଂ ୱାନ୍"ଅଭିଜିତ ମଜୁମଦାର 
2."ଡିଜେ ବାଲା ଡ୍ୟାନ୍ସ"ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
3."କାଞ୍ଚିରେ କାଞ୍ଚିରେ"  
4."ଏ ଜୀବନ ଧୁଆଁ ଧୁଆଁ ଲାଗେରେ"  
5."ତୁ ମୋ ଡାର୍ଲିଙ୍ଗ୍ ଡାର୍ଲିଙ୍ଗ୍‌ରେ"ଦୀପ୍ତିରେଖା ପାଢ଼ୀ 
6."ଛିଟା ଛିଟା ବର୍ଷାରେ"  

ଆଧାର

ବାହାର ଆଧାର

Tags:

ହିରୋ ନଂ ୱାନ୍ ଅଭିନୟହିରୋ ନଂ ୱାନ୍ କାହାଣୀହିରୋ ନଂ ୱାନ୍ ଗୀତ ଏବଂ ସଙ୍ଗୀତହିରୋ ନଂ ୱାନ୍ ଆଧାରହିରୋ ନଂ ୱାନ୍ ବାହାର ଆଧାରହିରୋ ନଂ ୱାନ୍

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଦୋଳଯାତ୍ରାଅନ୍ନପୂର୍ଣ୍ଣା ରଙ୍ଗମଞ୍ଚମୁଣ୍ଡପିଛା ଆୟକୋରାପୁଟ ଜିଲ୍ଲାକ୍ରୋଏସିଆଓଡ଼ିଆ ଖାଦ୍ୟ୯୯୦ଜୋହାନ୍ ସେବାଷ୍ଟିଆନ୍ ବାକ୍ଓଡ଼ିଶା ସରକାରବାରାକ ଓବାମାଅଂଶୁଘାତଉଇକିଅଭିଧାନଚୁଡ଼ାତରଳ ଝାଡ଼ାକୋଭିଡ-୧୯ଉମାଶଙ୍କର ମିଶ୍ରରାଜ ଯୋଗମହାତ୍ମା ଗାନ୍ଧୀଡେଭିଡ କାମେରନମାୟାଧର ମାନସିଂହସୁବୋଧ ପଟ୍ଟନାୟକArmeniaଉଇକିପାଠାଗାରଅପର୍ଣ୍ଣା ବାସ୍ତାରେପ୍ରତିଭା ରାୟନନ୍ଦ କିଶୋର ବଳଡାମାସକସସଂଗୀତଇଉରୋପପୃଥିବୀଜ୍ଞାନକୋଷଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟଓଡ଼ିଆ ଭାଗବତଜ୍ୟାମିତିନାଉରୁକଲିକତା୩ ଫେବୃଆରୀମିଆଁମାରଶ୍ରୀ ଅରବିନ୍ଦଯୀଶୁଉଇକିପିଡ଼ିଆ ସମୂହର ତାଲିକାବ୍ରହ୍ମପୁରଘରୟୁ ଟ୍ୟୁବତାଇୱାନଶିବାଜୀବଙ୍ଗଳାଦେଶପ୍ରଫୁଲ୍ଲ ସାମଲଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ଲିପିଖଣ୍ଡାୟତଉମେଶଚନ୍ଦ୍ର ସରକାରଭାରତୀୟ ଡାକ ସେବାମନମୋହନ ସାମଲଉର୍ବଶୀ୧୪୩୪ହରେକୃଷ୍ଣ ମହତାବହିନ୍ଦୀଉତ୍କଳ ସାହିତ୍ୟ ସମାଜଆଣ୍ଡୋରାମାଟ୍ରିକ୍ସଶତପୁରା ରେଞ୍ଜ୧୮୭୫ଇଟାଲୀଇସାଭୁକୋନାଜୋନିଅମଘାତକ ତିମି🡆 More