ଲାଇସର୍ଜିକ ଏସିଡ ଡାଇଏଥିଲାମାଇଡ

ଲାଇସର୍ଜିକ ଏସିଡ ଡାଇଏଥିଲାମାଇଡ (ଇଂରାଜୀ ଭାଷାରେ Lysergic acid diethylamide/ LSD, ଅନ୍ୟ ଡାକ ନାମ ଏସିଡ/ acid) ଏକ ହାଲୁସିନୋଜେନ‌ (hallucinogen) ସୃଷ୍ଟିକାରୀ ଔଷଧ । ଏହାର ପ୍ରଭାବରେ ଭାବନା, ଅନୁଭବ ଓ ପରିବେଶ ବିଷୟରେ ମନରେ ପରିବର୍ତ୍ତନ ସୃଷ୍ଟି ହୁଏ । ଏହାର ବ୍ୟବ‌ହାରକାରୀମାନେ ପ୍ରକୃତରେ ନଥିବା ଦୃଶ୍ୟ ଦେଖନ୍ତି ଓ ନଥିବା ଶବ୍ଦ ଶୁଣନ୍ତି ଯାହାକୁ ହାଲୁସିନେସନ (see or hear things that do not exist|) କୁହାଯାଏ । ଏହି କ୍ଷେତ୍ରରେ ଆଖି ପିତୁଳା ବଡ଼ ହୋଇଯାଏ (Dilated pupils), ରକ୍ତଚାପ ବୃଦ୍ଧି ହୁଏ ଓ ଶରୀର ଉତ୍ତାପ ବଢ଼ିଯାଏ । ଏହି ପ୍ରଭାବ ପ୍ରାୟ ୧/୨ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ମୁଖ୍ୟତଃ ଏହା ମନୋରଞ୍ଜନ (recreational drug) ଓ ଆଧ୍ୟାତ୍ମିକ (spiritual reasons) କାରଣ ନିମନ୍ତେ ବ୍ୟବ‌ହାର କରାଯାଏ ।

Lysergic acid diethylamide (LSD)
INN: Lysergide
ଲାଇସର୍ଜିକ ଏସିଡ ଡାଇଏଥିଲାମାଇଡ
2D structural formula and 3D models of LSD
Clinical data
Pronunciation/daɪ eθəl ˈæmaɪd/, /æmɪd/, or /eɪmaɪd/
SynonymsLSD, LSD-25, Acid, Delysid, others
AHFS/Drugs.comReference
Pregnancy
category
  • US: C (Risk not ruled out)
Dependence
liability
Low
Addiction
liability
Low-rare
Routes of
administration
By mouth, under the tongue, intravenous
Drug classHallucinogen (serotonergic psychedelic)
ATC code
  • None
Legal status
Legal status
  • AU: S9 (Prohibited)
  • CA: Schedule III
  • DE: Anlage I (Controlled)
  • NZ: Class A
  • UK: Class A
  • US: Schedule I
  • UN: Psychotropic Schedule I
Pharmacokinetic data
Bioavailability71%
Protein bindingUnknown
MetabolismLiver (CYP450)
Metabolites2-Oxo-3-hydroxy-LSD
Onset of action30–40 minutes
Elimination half-life3.6 hours
Duration of action8–12 hours
ExcretionKidneys
Identifiers
IUPAC name
  • (6aR,9R)-N,N-diethyl-7-methyl-4,6,6a,7,8,9-hexahydroindolo[4,3-fg]quinoline-9-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
PDB ligand
ECHA InfoCard100.000.031 Edit this at Wikidata
Chemical and physical data
FormulaC20H25N3O
Molar mass୩୨୩.୪୪ g·mol−1
3D model (JSmol)
Melting point80 to 85 °C (176 to 185 °F)
SMILES
  • CCN(CC)C(=O)[C@H]1CN([C@@H]2Cc3c[nH]c4c3c(ccc4)C2=C1)C
InChI
  • InChI=1S/C20H25N3O/c1-4-23(5-2)20(24)14-9-16-15-7-6-8-17-19(15)13(11-21-17)10-18(16)22(3)12-14/h6-9,11,14,18,21H,4-5,10,12H2,1-3H3/t14-,18-/m1/s1 checkY
  • Key:VAYOSLLFUXYJDT-RDTXWAMCSA-N checkY
  (verify)

ଏଲଏସଡି ନିଶାଦ୍ରବ୍ୟ (adictive) ଭଳି ଜଣାଯାଏନାହିଁ କିନ୍ତୁ ଅଧିକ ସେବନ କଲେ ସ‌ହ୍ୟ ଶକ୍ତି (tolerance) ବଢ଼ିଯାଏ । ବିପରୀତ ମାନସିକ ପ୍ରତିକ୍ରିୟା ଯେପରିକି ଉଦ୍‌ବେଗ, ପାରାନୋଇଆ (paranoia) ଓ ଡିଲ୍ୟୁଜନ (delusion) ହେବା ସମ୍ଭାବନା ରହିପାରେ । ଏହି ଔଷଧ ସେବନ ବନ୍ଦ କଲାପରେ ମଧ୍ୟ ବିକ୍ଷୁବ୍ଧ ପୂର୍ବଘଟଣାମାନ (flashbacks) ଦୃଶ୍ୟ ହୋଇପାରେ ଯାହାକୁ ହାଲୁସିନୋଜେନ ପର୍ସିସ୍ଟିଙ୍ଗ ପର୍ସେପସନ ଡିଜଅର୍ଡ଼ର (hallucinogen persisting perception disorder) କୁହାଯାଏ । ଏହା ଯୋଗୁ କ୍ୱଚିତ୍ ମୃତ୍ୟୁ ହୁଏ ଓ ଦୁର୍ଘଟଣା ଯୋଗୁ ବେଳେବେଳ ହୁଏ । ସେରୋଟିନି ସିସ୍ଟମ serotonin system ପରିବର୍ତ୍ତନ ଯୋଗୁ ଏହି କ୍ରିୟା ହେଉଥିବା ବିଶ୍ୱାସ କରାଯାଏ । କୋଡ଼ିଏ ମାଇକ୍ରୋଗ୍ରାମ ଏହି ପ୍ରଭାବ ଆଣିପାରେ । ବିଶୁଦ୍ଧ ଏଲଏସଡିର ରଙ୍ଗ ଧଳା, ଗନ୍ଧହୀନ ଓ କ୍ରିସ୍ଟାଲାଇନ (crystalline) ଥାଏ । ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light) ପଡ଼ିଲେ ଏହା ଭାଙ୍ଗିଯାଏ ।

ସନ ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୦% ଲୋକ ତାଙ୍କ ଜୀବନରେ ଏଲଏସଡି ବ୍ୟବ‌ହାର କରିଥଲେ ଓ ବିଗତ ବର୍ଷ ପ୍ରାୟ ୦.୭% ଲୋକ ବ୍ୟବ‌ହାର କରିଥିଲେ । ୧୯୬୦ରୁ ୧୯୮୦ ଦଶକ ମଧ୍ୟରେ ଏହା ଅତି ଲୋକପ୍ରିୟ ଥିଲା । ଏଲଏସଡି ଗିଳିଦିଆଯାଉଥିଲା ବା ଜିଭ ତଳେ ରଖାଯାଉଥିଲା । ଏହା ବ୍ଲଟିଙ୍ଗ ପେପରରେ (blotter paper) ଅଧିକାଂଶ ସମୟରେ ବିକ୍ରୟ ହେଉଥିଲା ଓ କଦାଚିତ ବଟିକା ବା ଜେଲାଟିନ (gelatin) ଆକାରରେ ବିକ୍ରୟ ହେଉଥିଲା । ନିଶାଗ୍ରସ୍ତ ଲୋକଙ୍କ ନିମନ୍ତେ କୌଣସି ଜଣାଶୁଣା ଚିକିତ୍ସା ନାହିଁ ।

ଏରଗଟ (ergot) ନାମକ ଏକ କବକରୁ ମିଳୁଥିବା ଲାଇସର୍ଜିକ ଏସିଡ (lysergic acid) ସ‌ହିତ ରାସାୟନିକ ସିନଥେସିସ କରି (made) ଆଲବର୍ଟ ହଫମ୍ୟାନ (Albert Hofmann) ପ୍ରଥମେ ସନ ୧୯୩୮ରେ ଏଲଏସଡି ପ୍ରସ୍ତୁତ କରିଥିଲେ । ଏହାର ହାଲୁସିନୋଜେନିକ ଗୁଣ ସନ ୧୯୪୩ରେ ହଫମ୍ୟାନ ଆବିଷ୍କାର କରିଥିଲେ । ୧୯୫୦ ଦଶକରେ ସିଆଇଏ (Central Intelligence Agency/ CIA) ସଂସ୍ଥା କେତେକ ଲୋକଙ୍କ ଉପରେ ତାଙ୍କ ଅଗୋଚରରେ ମାନସିକ ନିୟନ୍ତ୍ରଣ ସମ୍ଭାବନା ନିମନ୍ତେ ପରୀକ୍ଷା ନିରୀକ୍ଷା କରିଥିଲେ ଯାହାର ନାମ ଏମକେଅଲ୍ଟ୍ର ଥିଲା । ୧୯୫୦ ଓ ୧୮୬୯ ଦଶକମାନଙ୍କରେ ଏଲଏସଡି ଗବେଷଣା ନିମନ୍ତେ ଡେଲିସିଡ ନାମରେ ଏକ ଔଷଧ ଭାବରେ ବିକ୍ରୟ ହୋଇଥିଲା । ସନ ୧୯୭୧ରେ ଏହା ନିୟନ୍ତ୍ରିତ ପଦାର୍ଥ (schedule 1 controlled substance) ଭାବରେ ଚିଠା କରାଗଲା । ଅଧୁନା ଏହାର କୌଣସି ଚିକିତ୍ସାରେ ବ୍ୟବ‌ହାର ନିମନ୍ତେ ସମ୍ମତି ନାହିଁ । ୟୁରୋପରେ ସନ ୨୦୧୧ରେ ଏହା ଏକ ମାତ୍ରାର ମୂଲ୍ୟ ପ୍ରାୟ ୪.୫୦ରୁ ୨୫ ଯୁରୋ ଥିଲା ।

ଆଧାର

ଅଧିକ ପଢ଼ନ୍ତୁ

ବାହ୍ୟ ଲିଙ୍କ

Tags:

en:Mydriasisen:entheogenen:hallucinationen:hallucinogenen:recreational drug useଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଢମଣା ସାପଗୋବିନ୍ଦ ଚନ୍ଦ୍ର ଦାସଓଡ଼ିଆ ଭାଷା୨୦୦୬ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଦିବ୍ୟସିଂହ ଦେବପ୍ରଯୁକ୍ତି ବିଦ୍ୟାସୁଦଶା ବ୍ରତପିତ୍ତକୋଷବିଜ୍ଞାନଚନ୍ଦ୍ରଶେଖର ରଥଆମ୍ବକୃଷ୍ଣପ୍ରସାଦ ମିଶ୍ରଓଡ଼ିଶୀସ୍ୱାଧୀନତା୧୦ ଜୁନଭଣ୍ଡ ଗଣେଶମିଳିମିଳାବରଗଛଚିକୁନ‌ଗୁନିଆପୁରୀଖାଦ୍ୟଛ ମାଣ ଆଠ ଗୁଣ୍ଠଭଗବାନ କହଁରଚାନ୍ଦ୍ରମାସଓଡ଼ିଆ ରାମାୟଣହନୁମାନ ଚାଳିଶାବି. ଆର. ଆମ୍ବେଦକର୨୭ ଜୁଲାଇମାନସିକ ଦୃଢ଼ତାସୁରେଶ ପୂଜାରୀଯାଯାବର (୧୯୭୫ର କଥାଚିତ୍ର)ରବୀନ୍ଦ୍ରନାଥ ଠାକୁରଇବୁଟିଲାଇଡମୋହିନୀ ଏକାଦଶୀଆର୍ଯ୍ୟଭଟ୍ଟପ୍ରତାପରୁଦ୍ର ଦେବଦ୍ୱିତୀୟ ବିଶ୍ୱଯୁଦ୍ଧପ୍ରଧାନ ପୃଷ୍ଠାମହାଦେଶ୧୯୩୪କଟକ ଚଣ୍ଡୀ ମନ୍ଦିରମଧୁମେହନମିତା ଅଗ୍ରୱାଲ୨୮ ଜୁଲାଇବେଣୁଧର ରାଉତମନୋରଞ୍ଜନ ଦାସହସ୍ତା (ନକ୍ଷତ୍ର)ଗୁରୁ ପ୍ରସାଦ ମହାନ୍ତିଜାତୀୟ ସଙ୍ଗୀତଜାପାନରମାକାନ୍ତ ରଥକବିସୂର୍ଯ୍ୟ ବଳଦେବ ରଥପ୍ରଦୀପ ଦାଶନଅଙ୍କ ଦୁର୍ଭିକ୍ଷବିଶ୍ୱତାପନପୃଥିବୀଅନନ୍ତ ପଟ୍ଟନାୟକନାସାବିଶ୍ୱନାଥ କରଚତୁର୍ଶୃଙ୍ଗୀ ମନ୍ଦିରଜଗତସିଂହପୁର ଜିଲ୍ଲାରଜଦାଶରଥି ଦାସଅଖିଳ ମୋହନ ପଟ୍ଟନାୟକପୂରଣବାଚକ ସଂଖ୍ୟାଶବ୍ଦ (ପଦ)ମାଦଳା ପାଞ୍ଜିଅନୁଭବ ମହାନ୍ତି🡆 More