ରାମଚନ୍ଦ୍ର ପ୍ରତିହାରୀ

ରାମଚନ୍ଦ୍ର ପ୍ରତିହାରୀ (୧୭ ଜାନୁଆରୀ ୧୯୩୬ - ୨୭ ଜାନୁଆରୀ ୨୦୧୯) ଓଡ଼ିଆ କଥାଚିତ୍ର ଜଗତ ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ସେ ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା, ୨୦ରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଅଟନ୍ତି ।

ରାମଚନ୍ଦ୍ର ପ୍ରତିହାରୀ
ଜନ୍ମ(1936-01-17)୧୭ ଜାନୁଆରୀ ୧୯୩୬
ହରଚଣ୍ଡୀ ସାହି, ପୁରୀ
ମୃତ୍ୟୁ୨୭ ଜାନୁଆରୀ ୨୦୧୯(2019-01-27) (ବୟସ ୮୩)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୫୧-୧୯୯୭

ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶୀ ପାଠ ପଢ଼ି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ଜଗନ୍ନାଥ ମନ୍ଦିରରେ ଜଣେ ସୁପକାର ଭାବରେ କାମ କରିଥିଲେ ।

ନାଟକ ଜୀବନ

ସଙ୍ଗୀତକାର, ଅଭିନେତା ଏବଂ ନିର୍ଦ୍ଦେଶକ ଆଦି ରାମଚନ୍ଦ୍ର ନାଟକର ବହୁ ବିଭାଗରେ କାମ କରିଛନ୍ତି । ବାଲ୍ୟବନ୍ଧୁ "ଜଗବନ୍ଧୁ ମିଶ୍ର" ତାଙ୍କୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହିତ ପରିଚୟ କରେଇଥିଲେ । ୧୯୬୧ ମସିହାରେ ବ୍ରହ୍ମପୁରରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ । ଦରମା ଥିଲା ୪ଅଣା । ୧୯୬୬ ମସିହାରେ ସେ "ମଞ୍ଚରୂପା ନାଟକ ଏକାଡେମୀ" ଓ ୧୯୮୬ ମସିହାରେ "ଶିଳ୍ପୀ ନାଟକ ଏକାଡେମୀ" ଗଠନ କରି ବାସ୍ତବଧର୍ମୀ ନାଟକ ପରିବେଷଣ କରିବା ଆରମ୍ଭ କରିଥିଲେ ।

ଅଭିନୀତ/ନିର୍ଦ୍ଦେଶିତ ନାଟକ

  • ପାୟଲ(ହିନ୍ଦୀ)
  • କଙ୍ଗନ(ହିନ୍ଦୀ)
  • ବନ୍ଧନ(ହିନ୍ଦୀ)
  • କଳାପାହାଡ଼
  • ବକ୍ସି ଜଗବନ୍ଧୁ
  • ଭାଇଭାଉଜ
  • ମାଣିକଯୋଡ଼ି
  • ଘରସଂସାର
  • ସୁନାଫରୁଆ
  • ପହିଲି ରଜ
  • କଂସାକବାଟ
  • ବାଡୁଅ ଝିଅ
  • ସିଂହଦ୍ୱାର
  • ବାଇଶି ପାହାଚ
  • ସୁନା ପଞ୍ଜୁରୀ
  • ସ୍ୱର୍ଣ୍ଣଚମ୍ପା
  • ଚିଡିଆଖାନା
  • ଦେବଯାନୀ
  • କୁଳଚନ୍ଦ୍ରମା
  • ମାଟିର ମଣିଷ
  • ବାର ବରଷର କବରତଳୁ
  • ନାୟିକା ମିଳିଛି
  • ହୋଟେଲ ମୋନାଲିସା

କଥାଚିତ୍ର ଜୀବନ

୧୯୬୨ ମସିହାରେ ନୂଆ ବୋଉ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଏଇ ମିଳନ ଯୁଗ ଯୁଗର ୨୦୧୦
ଜୟ ଜଗନ୍ନାଥ ୨୦୦୭ ସବ୍ୟସାଚୀ ମହାପାତ୍ର
ଆରତୀ ୧୯୮୧ ଜେ. ଏଚ୍. ସତ୍ତାର
ଅନୁରାଧା ୧୯୮୦
ନୀଳମାଧବ ୧୯୭୯ ଜେ ପି ଭଗତ
ମୁକ୍ତି ୧୯୭୭ ବ୍ୟୋମକେଶ ତ୍ରିପାଠୀ

ପୁରସ୍କାର ଓ ସମ୍ମାନ

ଆଧାର

Tags:

ରାମଚନ୍ଦ୍ର ପ୍ରତିହାରୀ ନାଟକ ଜୀବନରାମଚନ୍ଦ୍ର ପ୍ରତିହାରୀ କଥାଚିତ୍ର ଜୀବନରାମଚନ୍ଦ୍ର ପ୍ରତିହାରୀ ପୁରସ୍କାର ଓ ସମ୍ମାନରାମଚନ୍ଦ୍ର ପ୍ରତିହାରୀ ଆଧାରରାମଚନ୍ଦ୍ର ପ୍ରତିହାରୀ ଅଧିକ ତଥ୍ୟରାମଚନ୍ଦ୍ର ପ୍ରତିହାରୀଆକାଶବାଣୀ କଟକଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ଟୋଲକାପୋନଲଣ୍ଡନପାଟୁଆ ଯାତ୍ରାରାମାୟଣନେମାଳବିଶ୍ୱନାଥ କରସମୀର ରଞ୍ଜନ ଦାଶଜଳ ପ୍ରଦୂଷଣକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିବାହରସୁଣସାରଳା ଦାସକୁଜିବର ପ‌ତ୍ରଚିନ୍ତାମଣି ବେହେରାରିୟା ଦେଅପରେଟିଙ୍ଗ ସିଷ୍ଟମଅଲାରନାଥ ମନ୍ଦିରଗୋଦାବରୀଶ ମହାପାତ୍ରଆପେଣ୍ଡିସାଇଟିସଅଚ୍ୟୁତାନନ୍ଦ ଦାସରମାକାନ୍ତ ରଥଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟହିଙ୍ଗୁଳା ମନ୍ଦିର୧୨ ଫେବୃଆରୀଏସିଆବିଦୁସ୍ମିତାଅଷ୍ଟ୍ରେଲିଆସୌଭାଗ୍ୟ କୁମାର ମିଶ୍ରକବିସୂର୍ଯ୍ୟ ବଳଦେବ ରଥଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବିଲେଇଅଚ୍ୟୁତାନନ୍ଦ ପ‌ତିଭାରତର ସଂସ୍କୃତିଗୌତମ ବୁଦ୍ଧଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଗୋଦାବରୀଶ ମିଶ୍ରଗୋପାଳ ଛୋଟରାୟମୌଳିକ ସଂଖ୍ୟାଆନନ୍ଦପୁରସୀତାକାନ୍ତ ମହାପାତ୍ରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନକାନାଡ଼ାଗ୍ରହଜୟ ଜଗନ୍ନାଥଫକୀର ମୋହନ ସେନାପତିବେଲବଳରାମ ଦାସଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ବ୍ରାହ୍ମଣମହା ଶିବରାତ୍ରିପଖାଳଦ୍ରୌପଦୀ ମୁର୍ମୁଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପୁରୁଷୋତ୍ତମ ଦେବବୈଶାଖବି. ଆର. ଆମ୍ବେଦକରମଟର ସାଇକେଲwiki.phtmlଜୟନ୍ତୀ ପଟ୍ଟନାୟକବୈଷ୍ଣବ ଚରଣ ସାମଲକଳମଶାଗସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଡାଲିଓଡ଼ିଆ ସାହିତ୍ୟଓଡ଼ିଶାର ମାପ ବ୍ୟବସ୍ଥାପୁରୀ🡆 More