ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ (ବା ଅନ୍ନପୂର୍ଣ୍ଣା ଥିଏଟର) ଏକ ଓଡ଼ିଆ ରଙ୍ଗମଞ୍ଚ କମ୍ପାନୀ । ପୁରୀରେ ଅବସ୍ଥିତ ଥିବା ଏହି ରଙ୍ଗମଞ୍ଚ ଆଧୁନିକ ଓଡ଼ିଆ ମଞ୍ଚ ନାଟକର ଏନ୍ତୁଡ଼ିଶାଳ କୁହାଯାଏ । ଲୋକପ୍ରିୟତା ଓ ନାଟକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୪୪ ମସିହାରେ ଏହା ଦୁଇଭାଗ ହୋଇଥିଲା । ଶ୍ରୀକ୍ଷେତ୍ରରେ ହୋଇଥିବା ଗ୍ରୁପଟି ‘କ’ ଗ୍ରୁପ ବୋଲାଉଥିବା ବେଳେ କଟକ ଅନ୍ନପୂର୍ଣ୍ଣା ଥିଏଟରକୁ ଗ୍ରୁପ ‘ଖ’ ବୋଲି କୁହାଯାଏ । ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ।

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ
ବଡ଼ଦାଣ୍ଡ ଉପରେ ଥିବା ଅନ୍ନପୂର୍ଣ୍ଣା ଥିଏଟରର ଦ୍ୱାର । ଏହି ଦ୍ୱାରଟି ଓ ସଂଲଗ୍ନ ଅଞ୍ଚଳ ପ୍ରକୃତରେ ଉତ୍ତରପାର୍ଶ୍ୱ ମଠର ସମ୍ପତ୍ତି ବୋଲି ବିବାଦ ଉପୁଜିଛି ।

ଅନ୍ନପୂର୍ଣ୍ଣାର ଅଭ୍ୟୁଦୟ

ସୋମନାଥ ଦାଶ ସନ ୧୯୩୩ରେ ଜୟଦୁର୍ଗା ନାଟ୍ୟମଣ୍ଡଳୀ ନାମକ ଏକ ସଂସ୍ଥା ଗଢ଼ିଥିଲେ, ଯାହା ଅବିଭକ୍ତ ପୁରୀରେ ଥିବା ଖଣ୍ଡୁଆଳକୋଟ ଗ୍ରାମରେ ଏକ ଅପେରା ପାର୍ଟି ଭାବରେ କାମ କରୁଥିଲା । ଦୁଇ ବର୍ଷ ପରେ ଏହାର ଏହାର ପରିଚାଳକମାନେ ଏହି ସଂସ୍ଥାକୁ ଏକ ଥିଏଟର ବା ରଙ୍ଗମଞ୍ଚ କମ୍ପାନୀରେ ପରିଣତ କରିବାକୁ ସ୍ଥିର କଲେ । ଇତି ମଧ୍ୟରେ ବନମାଳୀ ଆର୍ଟ ଥିଏଟରର କେତେକ କଳାକାର ଓ ଦକ୍ଷ ମ୍ୟାନେଜର ବାଉରୀବନ୍ଧୁ ମହାନ୍ତି ଏମାନଙ୍କ ସହ ଯୋଗଦେଲେ । ଥିଏଟର ସଂସ୍ଥାରେ ମହାନ୍ତିଙ୍କର ଯଥେଷ୍ଟ ଅଭିଜ୍ଞତା ଥିଲା । ସ୍ୱଳ୍ପ ସମୟ ମଧ୍ୟରେ ସେ ଏହି ସଂସ୍ଥାକୁ ପୁନର୍ନିମାଣ କରି ସନ ୧୯୩୬ରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସୃଷ୍ଟି କଲେ । ଏହି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଅଳ୍ପ ଦିନ ମଧ୍ୟରେ ଏକ ଭ୍ରାମ୍ୟମାଣ ଦଳରେ ପରିଣତ ହୋଇଥିଲା । ପ୍ରାକ ସ୍ୱାଧୀନତା ସମୟରେ ସାମାଜିକ ଧର୍ମର ନାଟକ ପରିବେଷଣ ହେବା ସହ ମଂଚର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଉତ୍ତରପାର୍ଶ୍ୱ ମଠ ମହନ୍ତ ଜମି ଏବଂ ସମାଜର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୯୪୨-୪୩ ବେଳକୁ ଅନ୍ନପୂର୍ଣ୍ଣା ଏକ ପୂଣ୍ଣାର୍ଙ୍ଗ ଅନୁଷ୍ଠାନ ହୋଇସାରିଥିଲା । ଜୟଦେବ ପୁରସ୍କାର ଲାଭ କରିଥିବା ରାମଚନ୍ଦ୍ର ପ୍ରତିହାରୀ, ଦୁଃଖୀରାମ ସ୍ୱାଇଁ, ହାସ୍ୟ ଅଭିନେତା ବୁଲବୁଲ ସମେତ ଅନେକ ବରିଷ୍ଠ ଅଭିନେତା ଅନ୍ନପୂର୍ଣ୍ଣା ମଞ୍ଚର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଶାଖାନ୍ୱିତ

ସନ ୧୯୩୯ରେ, କାର୍ତ୍ତିକ କୁମାର ଘୋଷ ଏକ ବଙ୍ଗାଳୀ ନାଟକ ପିଡବ୍ଲ୍ୟୁଡିକୁ ଓଡ଼ିଆ ଭାଷାରେ ରୁପାନ୍ତର କରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉପସ୍ଥାପନା କଲେ । ଏହାର ସଫଳତା ଉଦ୍ୟୋକ୍ତାମାନଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କଲା । ପରେ ଅଶ୍ୱିନୀ କୁମାର ଘୋଷ ତାଙ୍କ ନିମନ୍ତେ ଅନେକ ଗୁଡ଼ିଏ କାମ ବିଷୟରେ ଲେଖିଥିଲେ । ଅଧିକ ସଂଖ୍ୟକ କଳାକାର ଆସିବାରୁ କମ୍ପାନୀକୁ ଦୁଇ ଭାଗ କରିବାକୁ ନିଷ୍ପତ୍ତି ନିଆଗଲା । ଏ-ଗ୍ରୁପ ବା ଦଳ ପୁରୀରେ ଓ ବି-ଦଳ କଟକରେ ସ୍ଥାୟୀ ମଞ୍ଚରେ ଯଥାକ୍ରମେ ମହାନ୍ତି ଓ ରାମଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ କାମ କଲା । ସନ ୧୯୪୫ରେ ରାମଚନ୍ଦ୍ର ମିଶ୍ରଙ୍କ ସାମାଜିକ ନାଟକ ମ୍ୟାନେଜର କଟକରେ ମଞ୍ଚସ୍ଥ ହେଲା । ପ୍ରାଥମିକ ସ୍ତରରେ ଏହି ଦୁଇ ସଂସ୍ଥା ପରଷ୍ପର ପ୍ରତି ସହୃଦୟ ଥିଲେ । ଏପରିକି ଏକ ତୃତୀୟ ଦଳ କିଛି ଦିନ ନିମନ୍ତେ ଆରମ୍ଭ ହୋଇଥିଲା । ସମୟ କ୍ରମେ ଏହି ଶାଖାଗୁଡ଼ିକ ପରଷ୍ପରଠାରୁ ଅଲଗା ହୋଇଗଲେ ।

ଭଗ୍ନ ରଙ୍ଗମଞ୍ଚ

ଲିଙ୍ଗରାଜ ନନ୍ଦଙ୍କଦ୍ୱାରା ପରିଚାଳିତ ଅନ୍ନପୁର୍ଣ୍ଣା ଏ ଗ୍ରୁପର ସ୍ଥାୟୀ ଷ୍ଟେଜ କଟକର ତିନିକୋଣିଆ ବଗିଚାରେ ଥିଲା । ସେହି ଗୃହ ଅଦ୍ୟାବଧି ସେହିଠାରେ ଅଛି । ସନ ୧୯୬୮ ପର୍ଯ୍ୟନ୍ତ ୫ରୁ ୬ଟି ନାଟକ ପ୍ରତି ବର୍ଷ ସେଠାରେ ମଞ୍ଚସ୍ଥ ହେଉଥିଲା । ଏହି ମଞ୍ଚରୁ ରାମଚନ୍ଦ୍ର ମିଶ୍ର, ଭଞ୍ଜ କିଶୋର ପଟ୍ଟନାୟକ, କମଳ ଲୋଚନ ମହାନ୍ତି, ଓ ବିଜୟ ମିଶ୍ର ଭଳି କଳାକାର ସୃଷ୍ଟି ହୋଇଥିଲେ । ପୁରୀର ଏ ଗ୍ରୁପ ପ୍ରତି ବର୍ଷ ଦୁଇ ମାସ ସାରା ଓଡ଼ିଶା ବୁଲି ବୁଲି ନାଟକ ପ୍ରଦର୍ଶନ କରୁଥିଲେ । କିନ୍ତୁ ଧୀରେ ଧୀରେ ଉଭୟ କମ୍ପାନୀ ଅର୍ଥନୈତିକ ସାମର୍ଥ୍ୟ ହରେଇ ଦେଲେ ଓ ପରିଚାଳନାଗତ ତୃଟି ଯୋଗୁ ପତନ ଆରମ୍ଭ ହେଲା । ଅବଶେଷରେ ସନ ୧୯୭୦ରେ ଉଭୟ ରଙ୍ଗମଞ୍ଚ ବନ୍ଦ ହୋଇଗଲା । ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ତାହାର ନାଟକୀୟ ପରମ୍ପରା ବଜାୟ ରଖି ରଙ୍ଗମଞ୍ଚ ବନ୍ଦ ହେବାପରେ ମଧ୍ୟ କଳାକାର, ନାଟକ ଲେଖକ ଓ ଅନ୍ୟାନ୍ୟ ରଙ୍ଗମଞ୍ଚ ପରିଚାଳକ ସୃଷ୍ଟି କରିବାରେ ମୂଖ୍ୟ ଭୂମିକା ନିର୍ବାହ କରିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ଥିଏଟରର ରକ୍ଷଣାବେକ୍ଷଣର ଦାୟିତ୍ୱ ବାଉରିବନ୍ଧୁ ମହାନ୍ତି ନେଇଥିଲେ । ୧୯୭୧ ମସିହାରେ ତାଙ୍କ ମୃତ୍ୟୁ କେବଳ ଅନ୍ନପୂର୍ଣ୍ଣାକୁ କ୍ଷତି ପହଞ୍ଚାଇ ନ ଥିଲା ବରଂ ଉପକୂଳ ଓଡ଼ିଶାରେ ଗତିଶୀଳ ନାଟ୍ୟ ଆନ୍ଦୋଳନ ଉପରେ ମଧ୍ୟ ଏକ ପ୍ରକାରର ରୋକ ଲଗାଇଥିଲା । ଏହାର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଏହାକୁ ରାଜନୈତିକ ବ୍ୟକ୍ତିବିଶେଷ ଅଣଦେଖା କଲେ । ୧୯୮୯ରେ ପୁରୀର ଜିଲ୍ଲାପାଳଙ୍କୁ ମଂଚ ପରିଚାଳନା କମିଟିର ଅଧ୍ୟକ୍ଷ କରାଯିବା ପ୍ରସ୍ତାବ ରଖାଗଲା, ମାତ୍ର ଏଥିରେ ଅନ୍ନପୂର୍ଣ୍ଣାର ଭାଗ୍ୟ ବଦଳି ନଥିଲା । ଧୀରେ ଧୀରେ ରଙ୍ଗମଂଚର ପରିଚାଳନା ପାଇଁ ମିଳୁଥିବା ଅନୁଦାନ ହ୍ରାସ ପାଇବାକୁ ଲାଗିଲା ।

ପୁନରୁଦ୍ଧାର

ତିନି ଦଶନ୍ଧିର ପ୍ରାଶାସନିକ ଅବହେଳା ପରେ ୨୦୦୩ ଅଗଷ୍ଟ ମାସରେ ପୁରୀ ଜିଲ୍ଲାପାଳ ଅନ୍ନପୂର୍ଣ୍ଣା ଭିତ୍ତିଭୂମି ବିକାଶ ନେଇ ଏକ ବୈଠକ ଡାକିଥିଲେ । ଏଥିରେ ତତ୍କାଳୀନ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସଚିବ ନିଯୁକ୍ତି କରାଯିବା ସହ ଦୁଇ କୋଟିର ଅନୁଦାନ ପାଇଁ ସୁପାରିଶ କରାଯାଇଥିଲା । ପରେ ଏଥିନେଇ ବିଶେଷ ତତ୍ପରତା ପ୍ରକାଶ ପାଇ ନଥିଲା । ପାଖାପାଖି ଦଶନ୍ଧି ପରେ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ପୁଣି ବୈଠକ ଡାକିଥିଲେ । ପୁରୀ ସମେତ କଟକ ଅନ୍ନପୂର୍ଣ୍ଣା ମଂଚର ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ପାଇଁ ସୁପାରିଶ କରିଥିଲେ । ବୈଷୟିକ କମିଟି ଅନୁଧ୍ୟାନ କଲାପରେ ଏଥିପାଇଁ ଯୋଜନା ବି ପ୍ରସ୍ତୁତ ହୋଇଥିଲା, ମାତ୍ର ୨୦୧୩ ମସିହାର ଫାଇଲିନ ଏହାର ଅଶେଷ କ୍ଷତି ସାଧନା କରିଥିଲା । ପରେ ସାଂସଦ, ବିଧାୟକଙ୍କ ସମେତ କଳାପ୍ରେମୀଙ୍କ ସହଯୋଗରେ ମଞ୍ଚର ପୁନରୁଦ୍ଧାର ହେଲା ।

ସ୍ଥିତି

ଏବେ ସେହି ମଞ୍ଚରେ କାଁ ଭାଁ ନାଟକ ପରିବେଷଣ କରାଯାଉଛି । ମୁଖଶାଳା ଏବେବି ଅବହେଳିତ ।

ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ମୁଖଶାଳା ଜମି ବିବାଦ

ଅନ୍ନପୂର୍ଣ୍ଣ ରଙ୍ଗମଞ୍ଚର ମାତ୍ର ବଡ଼ଦାଣ୍ଡକୁ ମୁଁହ କରି ଛିଡ଼ା ହୋଇଥିବା ଏହାର ମୁଖଶାଳାକୁ ନେଇ ବିବାଦ ତୁଟିନାହିଁ । ଏ ବିବାଦ ସମାଧାନ ଉପରେ ନିର୍ଭର କରୁଛି ପୂର୍ଣ୍ଣାଙ୍ଗ ନବକଳେବର । ଉକ୍ତ ସ୍ଥାନଟି ଉତ୍ତରପାର୍ଶ୍ୱ ମଠର । ମଠ କର୍ତ୍ତୃପକ୍ଷ ସ୍ଥାନଟିକୁ ଦେବାକୁ ରାଜି ନଥିବା ଜଣା ପଡ଼ିଛି । ବର୍ତ୍ତମାନ ମଠାଧୀଶ ନାରାୟଣ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଶ୍ରୀମନ୍ଦିରର ରୀତିନୀତି ସହ ଏହା ଜଡ଼ିତ ଥିବାରୁ ଅନ୍ନପୂର୍ଣ୍ଣାକୁ ଏହା ହସ୍ତାନ୍ତର କରି ହେବ ନାହିଁ । ଏହାର ବିକଳ୍ପ ଭାବରେ ମାଟିତୋଟା ଅଞ୍ଚଳରେ ଜମି ଦେବାକୁ ନିର୍ଦ୍ଧାରିତ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ମଠ କର୍ତ୍ତୃପକ୍ଷ ଏହି ଜମି ବିବାଦ ଅମିମାଂସିତ ଅଛି ।

ଉଲ୍ଲେଖନୀୟ କଳାକାର

ଆଧାର

Tags:

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣାର ଅଭ୍ୟୁଦୟଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଶାଖାନ୍ୱିତଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଭଗ୍ନ ରଙ୍ଗମଞ୍ଚଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପୁନରୁଦ୍ଧାରଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସ୍ଥିତିଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପୁରୀ ର ମୁଖଶାଳା ଜମି ବିବାଦଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଉଲ୍ଲେଖନୀୟ କଳାକାରଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଆଧାରଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଓଡ଼ିଆକଟକ

🔥 Trending searches on Wiki ଓଡ଼ିଆ:

ବ୍ରହ୍ମୋତ୍ରୀ ମହାନ୍ତିରଜଶ୍ରୀରାମ ପଣ୍ଡାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବଳଦେବଜୀଉ ମନ୍ଦିରଶ୍ୱେତସାରସୁରେନ୍ଦ୍ର ମହାନ୍ତିୟୁ ଟ୍ୟୁବ୨ ଅପ୍ରେଲକଇଥଜ୍ଞାନପୀଠ ପୁରସ୍କାରଅଶୋକ (ସମ୍ରାଟ)ମୟୂରଭଞ୍ଜ ଜିଲ୍ଲାଓଡ଼ିଶାର ଲୋକନୃତ୍ୟକିଶୋର ପାଣିଗ୍ରାହୀଭଗବତ ଗୀତାଲବଣ ସତ୍ୟାଗ୍ରହକାମିନୋ ମିଚିରତ୍ନାକର ଚଇନିବଣ୍ଡ (ଅର୍ଥ)୨୦୦୬ରଥରାଜନୀତି ବିଜ୍ଞାନଓଡ଼ିଶାଜଗନ୍ନାଥରାମାୟଣଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶବ୍ଦ (ଧ୍ୱନି)୧୫ ଅପ୍ରେଲଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀଓଡ଼ିଆରବୀନ୍ଦ୍ରନାଥ ଠାକୁରମାଗୁଣି ଚରଣ ଦାସଭୂମିକମ୍ପଉତ୍ତମ ମହାନ୍ତିବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟବ୍ରାହ୍ମ ସମାଜପ୍ରଥମ ବିଶ୍ୱଯୁଦ୍ଧଏ. ପି. ଜେ. ଅବଦୁଲ କଲାମମଇମହିମା ଧର୍ମଗୋପୀନାଥ ମହାନ୍ତି୧୪ ଅପ୍ରେଲଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଖାରବେଳ ସ୍ୱାଇଁବାୟୋନ୍ ମନ୍ଦିରଭୁବନେଶ୍ୱର ରେଳ ଷ୍ଟେସନଭୁବନେଶ୍ୱର ବେହେରାବୀର ସୁରେନ୍ଦ୍ର ସାଏwiki.phtmlବିଜୁ ଜନତା ଦଳଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ୧୫୭୨ବିଶ୍ୱ ଘରଚଟିଆ ଦିବସଚାନ୍ଦବାଲିଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳ ଦିବସବିଜୁ ପଟ୍ଟନାୟକମହାନଦୀମଧ୍ୟ ଏସିଆଓଡ଼ିଆ କଥାଚିତ୍ର ଜଗତ🡆 More