ରାଣୀପୁର ଝରିଆଲ

ରାଣୀପୁର ଝରିଆଲ ପ୍ରାଚୀନ କୀର୍ତ୍ତିରାଜି ଥିବା ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଦୁଇଟି ଗ୍ରାମ । ଏଠାରେ ବୌଦ୍ଧ, ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରାଚୀନ କୀର୍ତ୍ତି ରହିଛି । ରାଣୀପୁର-ଝରିଆଲର ଦୁଇ ବର୍ଗକିଲୋମିଟର ପଥର ଶଯ୍ୟା ଉପରେ ୫୧ ଗୋଟି ବିଭିନ୍ନ ଆକୃତି ଓ ଉଚ୍ଚତାର ଦେଉଳ ରହିଛି । ଏଠାର ଚଉଷଠି ଯୋଗିନୀ ମନ୍ଦିର, ସୋମେଶ୍ୱର ମନ୍ଦିର ଏବଂ ଇନ୍ଦ୍ରଲାଠ ମନ୍ଦିର ସେଥିମଧ୍ୟରୁ ପ୍ରଧାନ । ସୋମେଶ୍ୱର ସାଗର କୂଳରେ ସୋମେଶ୍ୱର ମନ୍ଦିର ଅବସ୍ଥିତ । ଏହା ସୋମତୀର୍ଥ ନାମରେ ଜଣା । ତୃତୀୟ-ଚତୁର୍ଥ ଶତାବ୍ଦୀର ପୁରାଣରେ ସୋମତୀର୍ଥର ଉଲ୍ଲେଖ ରହିଛି ।

ଅବସ୍ଥିତି

କଳାହାଣ୍ଡି ଜିଲ୍ଲାର ସୀମା ନିକଟବର୍ତ୍ତୀ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧୀନରେ ରାଣୀପୁର-ଝରିଆଲ ଅବସ୍ଥିତ । ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲାରୁ ଏହାର ଦୂରତା ପ୍ରାୟ ୭ କି.ମି. ।

ଇତିହାସ

ଗଗନ ଶିବ ନାମରେ ଜଣେ ଶୈବାଚାର୍ଯ୍ୟ ସୋମେଶ୍ୱର ମନ୍ଦିର, ସୋମବଂଶୀ ରାଜତ୍ୱ ସମୟରେ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରିଥିଲେ । ମନ୍ଦିର ଭିତରେ ଏକ ଶିଳାଲେଖରେ ସୋମତୀର୍ଥ ସହିତ ଗଗନ ଶିବଙ୍କ ନାମର ଉଲ୍ଲେଖ ରହିଛି । ୧୮୭୪-୭୫ ମସିହାରେ ପ୍ରତ୍ନତତ୍ତ୍ୱବିତ୍‍ ଜେ.ଡି. ବେଗଲାର ରାଣୀପୁର-ଝରିଆଲରେ ୫୭ ଗୋଟି ମନ୍ଦିର ଥିବା ଉଲ୍ଲେଖ କରିଛନ୍ତି । ତାଙ୍କ କଳନା ଅନୁସାରେ ଅଷ୍ଟମ ଶତାବ୍ଦୀରେ ୧୨୦ଟି ଦେଉଳ ତୋଳାଯାଇଥିଲା । ସୋମବଂଶୀ ଶାସନ କାଳରେ ଅଷ୍ଟମ ଶତାବ୍ଦୀରେ ଏହି ଦେଉଳମାନ ତୋଳା ଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଐତିହାସିକ କେଦାର ନାଥ ମହାପାତ୍ର ଏହି ଦେଉଳମାନ ୬୫୦ ଖ୍ରୀଷ୍ଟାବ୍ଦରୁ ୯୫୦ ଖ୍ରୀଷ୍ଟାବ୍ଦ ଭିତରେ ନିର୍ମାଣ ହୋଇଥିବାର ଅନୁମାନ କରନ୍ତି । ରାଣୀପୁର-ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ଅନ୍ୟାନ୍ୟ ଚାରି ଯୋଗିନୀ ମନ୍ଦିର ଭିତରୁ ଅନ୍ୟତମ । ଅନ୍ୟ ତିନିଗୋଟି ଯୋଗିନୀ ମନ୍ଦିର ଭୁବନେଶ୍ୱର ପାଖ ହୀରାପୁର, ଖଜୁରାହୋ ଏବଂ ଜବଲପୁର ପାଖ ବେରାଘାଟରେ ଅବସ୍ଥିତ । ଛାତବିହୀନ ଗୋଲାକାର ଦେଉଳର ମଝିରେ ଶିବ ମୂର୍ତ୍ତି ରହିଛି । ଏହି ଶିବ ଛଅଟି ହାତବିଶିଷ୍ଠ । ଦେଉଳ କାନ୍ଥ ଖୋପରେ ଯୋଗିନୀ ମୂର୍ତ୍ତି ରହିଛି । ଯୋଗିନୀ ଦେଉଳରେ ତନ୍ତ୍ର ପୂଜାର ସୂଚନା ମିଳେ । ଷଷ୍ଠ-ସପ୍ତମ ଶତାବ୍ଦୀରେ ଭାରତରେ ତନ୍ତ୍ର ପୂଜାର ଉତ୍‍ଥାନ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥାଇପାରେ ବୋଲି ଅନୁମିତ । ରାଣୀପୁର-ଝରିଆଲର ଯୋଗିନୀ ମନ୍ଦିରଠାରୁ ଶହେ ମିଟର ଦୂରରେ ପୋଡ଼ାଇଟାରେ ନିର୍ମିତ ଇନ୍ଦ୍ରଲାଠ ମନ୍ଦିର ରହିଛି । ଏହି ଦେଉଳ ଶିଖରର ଉଚ୍ଚତା ଷାଠିଏ ଫୁଟ । ଏକ ଉଚ୍ଚ ପଥରର ପିଢ଼ ଉପରେ ଏହି ମନ୍ଦିର ଛିଡ଼ା ହୋଇଛି । ଏହି ମନ୍ଦିର ପ୍ରଥମେ ବିଷ୍ଣୁ ମନ୍ଦିର ଥିଲା ଏବଂ ପରେ ଏହି ମନ୍ଦିରରେ ଶିବ ଉପାସନା ଆରମ୍ଭ ହେଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ଓଡ଼ିଶାରେ ଅନ୍ୟ କେଉଁଠି ପୋଡ଼ାଇଟାରେ ନିର୍ମିତ ଏତେ ବଡ଼ ମନ୍ଦିର ଦେଖିବାକୁ ମିଳେ ନାହିଁ । ସୋମେଶ୍ୱର ଶିବ ମନ୍ଦିର ପାଖାପାଖି ପଥର ଉପରେ ଖୋଦିତ ପଦଚିହ୍ନ ଦେଖିବାକୁ ମିଳେ । ଐତିହାସିକଙ୍କ ମତରେ ପଦଚିହ୍ନ ବୌଦ୍ଧଧର୍ମ ସହିତ ସମ୍ବନ୍ଧିତ । ରାଣୀପୁର-ଝରିଆଲର ଏକଦା ବୌଦ୍ଧଧର୍ମର ଏକ ସାଂସ୍କୃତିକ କେନ୍ଦ୍ର ଥିଲା । ରାଣୀପୁର ଗ୍ରାମରେ ଏକ ପ୍ରାଚୀନ ବୌଦ୍ଧମୂର୍ତ୍ତିର ଆବିଷ୍କୃତ ହୋଇଥିଲା । ପ୍ରଶାସକ ଏ. ଏନ. ତିୱାରୀ ରାଣୀପୁର ଗାଁର ଏକ ଶିମୁଳି ଗଛ ମୂଳରେ ପୂଜା ପାଉଥିବା ବୁଦ୍ଧ ମୂର୍ତ୍ତି ସାମନାରେ ହେଉଥିବା ବଳି ପ୍ରଥାକୁ ବନ୍ଦ କରାଇଥିଲେ । ସେଠାରୁ ବୁଦ୍ଧମୂର୍ତ୍ତିକୁ ଅଣାଇ ଇନ୍ଦ୍ରଲାଠ ମନ୍ଦିରରେ ରଖାଇଥିଲେ । ଅଧୁନା ମନ୍ଦିରର ଗୋଟିଏ କଣରେ ସେହି ବୁଦ୍ଧମୂର୍ତ୍ତି ଉପାସିତ । ବୁଦ୍ଧଙ୍କୁ ସ୍ଥାନୀୟ ଅଧିବାସୀ ଭୀମା ଦେବତା କହୁଥିଲେ ।

କିମ୍ବଦନ୍ତୀ

ଏଠାର ସୋମେଶ୍ୱର ମନ୍ଦିରରେ ଥିବା ପଦଚିହ୍ନ ରାମସୀତାଙ୍କ ଚଉଦ ବର୍ଷ ବନବାସ ସମୟରେ ସେମାନଙ୍କ ରାଣୀପୁର-ଝରିଆଲ ଆଗମନ ସମୟର ବୋଲି ପୂଜକ ଏବଂ ସ୍ଥାନୀୟ ଅଧିବାସୀ ବିଶ୍ୱାସ କରନ୍ତି ।

ପଶୁବଳି

ଏଠାର ବିଭିନ୍ନ ଉପାସନା ସ୍ଥଳରେ ପଶୁବଳି ପକାଯାଇଥାଏ । ପ୍ରତିବର୍ଷ ଭବାନୀପାଟଣାର ମାଣିକେଶ୍ୱରୀ, ପାଟଣାଗଡ଼ର ପାଟଣେଶ୍ୱରୀ ଏବଂ ଶୁଲିଆ ଯାତ୍ରାରେ ହଜାର ହଜାର ପଶୁବଳି ପଡ଼ିଥାଏ । ବଲାଙ୍ଗୀର ଜିଲ୍ଲାର ତୁସୁରା ପୋଲିସ ଷ୍ଟେସନ ଅଧୀନରେ ଖଇରାଗଡ଼ ଗାଁରେ ଶୁଲିଆ ଯାତ୍ରାରେ ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶ ଓ ପ୍ରଶାସନର ୧୪୪ ଧାରାକୁ ଅବମାନନା କରି ହଜାର ହଜାର ମଇଁଷି, ବୋଦା, ମେଣ୍ଢା ଓ କୁକୁଡ଼ା ବଳି ପଡ଼ିଥାଏ । ୧୯୭୪-୭୫ ମସିହାରେ ପ୍ରଶାସକ ଏ.ଏନ. ତିଓ୍ୱାରୀ ରାଣୀପୁର ଆସିଥିଲେ । ସେ ଦେଖିଲେ ରାଣୀପୁର ଗାଁର ଏକ ଶିମୁଳି ଗଛ ମୂଳରେ ବୁଦ୍ଧମୂର୍ତ୍ତି ପୂଜା ପାଉଥିବା ଏବଂ ସେହି ବୁଦ୍ଧମୂର୍ତ୍ତି ସାମ୍ନାରେ ପଶୁବଳି ପଡୁଥିବା ଦେଖିବାକୁ ପାଇଥିଲେ । ବୁଦ୍ଧଙ୍କୁ ସ୍ଥାନୀଳ ଲୋକେ ଭୀମା ଦେବତା ଭାବେ ପୂଜା କରି ଭଲ ବର୍ଷା ହେବା ପାଇଁ ପଶୁବଳି ପକାଉଥିଲେ । ବଳି ରକ୍ତରେ ଭୀମା ଦେବତାଙ୍କୁ ସନ୍ତୁଷ୍ଟ କରିବାର ବିଧି ଏଠାରେ ରହିଛି । କୌଣସି ଶିଶୁ କିମ୍ବା ମହିଳାଙ୍କୁ ଜ୍ୱର ହେଲେ ଲୋକେ ପ୍ରେତ ଗ୍ରାସିଥିବାରୁ ଜ୍ୱର ହୋଇଛି ଭାବିଥାନ୍ତି । ରାତି ଅଧରେ ଗୁଣିଆ ଚଉଷଠି ଯୋଗିନୀ ମନ୍ଦିର ପ୍ରାଙ୍ଗଣରେ ପୂଜାକରି କୁକୁଡ଼ା ବଳି ପକାଇ ଶିଶୁ କିମ୍ବା ମହିଳାର ଶରୀରରୁ ପ୍ରେତ ଛଡ଼ାଇଥାଏ ।

ଆଧାର

Tags:

ରାଣୀପୁର ଝରିଆଲ ଅବସ୍ଥିତିରାଣୀପୁର ଝରିଆଲ ଇତିହାସରାଣୀପୁର ଝରିଆଲ କିମ୍ବଦନ୍ତୀରାଣୀପୁର ଝରିଆଲ ପଶୁବଳିରାଣୀପୁର ଝରିଆଲ ଆଧାରରାଣୀପୁର ଝରିଆଲଓଡ଼ିଶାଚଉଷଠି ଯୋଗିନୀ ମନ୍ଦିର (ରାଣିପୁର-ଝରିଆଲ)ବଲାଙ୍ଗିର ଜିଲ୍ଲାବୌଦ୍ଧ ଧର୍ମ

🔥 Trending searches on Wiki ଓଡ଼ିଆ:

ଗୋପୀନାଥ ମହାନ୍ତିଜାତୀୟ ସଙ୍ଗୀତପ୍ରାଣକୃଷ୍ଣ ପରିଜାରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାପରମାନନ୍ଦ ଆଚାର୍ଯ୍ୟରାଜେନ୍ଦ୍ର କିଶୋର ପଣ୍ଡାପାପମୋଚନୀ ଏକାଦଶୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜଳପଠାଣି ସାମନ୍ତସଦାଶିବ ତ୍ରିପାଠୀକଳିଙ୍ଗ ଯୁଦ୍ଧସାରଳା ମନ୍ଦିରବିଜୟ ମିଶ୍ରଶୈଳବାଳା ଦାସପାରାଦ୍ୱୀପଲାନାଡେଲୁମାବଉତ୍କଳ ବିଶ୍ୱବିଦ୍ୟାଳୟରବି ପଟ୍ଟନାୟକଗୁଣ୍ଡିଚା ମନ୍ଦିରହିନ୍ଦୁଆଖଣ୍ଡଳମଣି ମନ୍ଦିରଗୁଗଲଦଶାବତାରକୃଷ୍ଣପ୍ରସାଦ ମିଶ୍ରଲକ୍ଷ୍ମୀ ପୁରାଣପାର୍କିନ୍‌ସନ୍ ରୋଗଭୁବନେଶ୍ୱର ମିଶ୍ରଅୟେନ୍ଦ୍ରୀ ଲୱନିୟା ରାୟପଣା ସଂକ୍ରାନ୍ତିଓଡ଼ିଶା ବିଧାନ ସଭାଉତ୍କଳ ବ୍ରାହ୍ମଣଶ୍ରୀ ଅରବିନ୍ଦଫାଇଲେରିଆଅହିଂସାଶଶି ଭୂଷଣ ରଥନମିତା ଅଗ୍ରୱାଲଜାପାନଆପେଣ୍ଡିସାଇଟିସଲିନକ୍ସଦଶରଥସମ୍ବାଦବି. ଆର. ଆମ୍ବେଦକରହୋଲିବିଶ୍ୱଜିତ ଦାସଉଇକିପିଡ଼ିଆଭିତରକନିକା ଜାତୀୟ ଉଦ୍ୟାନକିରଣ ବେଦୀମାର୍କଣ୍ଡ ଦାସହୃଷୀକେଶ ମଲ୍ଲିକକାମଦା ଏକାଦଶୀବନ୍ଦେ ଉତ୍କଳ ଜନନୀହାଡ଼ଫୁଟିମଧୁସୂଦନ ରାଓ୧୯୬୩ର ଓଡ଼ିଆ କଥାଚିତ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବସନ୍ତ କୁମାରୀ ପଟ୍ଟନାୟକକଲମମସ୍କୋପ୍ରଥମ ବିଶ୍ୱଯୁଦ୍ଧଏମିତି ଭାଇ ଜଗତେ ନାହିଁବଣିବୈକୁଣ୍ଠନାଥ ପଟ୍ଟନାୟକଉଇକିମିଡ଼ିଆ ଫାଉଣ୍ଡେସନ🡆 More