ଯୋଗୀ ଆଦିତ୍ୟନାଥ: ଭାରତୀୟ ରାଜନୀତିଜ୍ଞ

ମହନ୍ତ ଯୋଗୀ ଆଦିତ୍ୟନାଥ (ବାଲ୍ୟନାମ: ଅଜୟ ସିଂହ ବିଷ୍ଟ ଜନ୍ମ: ୫ ଜୁନ ୧୯୭୨) ଜଣେ ଭାରତୀୟ ବାବା ଓ ହିନ୍ଦୁ ରାଷ୍ଟ୍ରବାଦୀ ରାଜନେତା । ମାର୍ଚ୍ଚ ୨୦୧୭ରେ ଉତ୍ତର ପ୍ରଦେଶର ଏକବିଂଶତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଉତ୍ତର ପ୍ରଦେଶର ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ମସିହାରୁ ଭାରତୀୟ ଜନତା ପାର୍ଟି ତରଫରୁ ଲୋକ ସଭାକୁ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି । ଆଦିତ୍ୟନାଥ ଗୋରଖପୁରଠାରେ ଥିବା ଏକ ହିନ୍ଦୁ ଧାର୍ମିକ ସ୍ଥଳ ଗୋରଖନାଥ ମଠର ମହନ୍ତ । ସେ ସେଠାରେ ତାଙ୍କ ଧାର୍ମିକ ପିତା ମହନ୍ତ ଅବୈଦ୍ୟନାଥଙ୍କ ଅନ୍ତେ ସେପ୍ଟେମ୍ବର ୨୦୧୪ରୁ ସେ ମହନ୍ତ ଅବସ୍ଥାପିତ ହୋଇଛନ୍ତି । ସେ ସାମ୍ପ୍ରଦାୟିକ ହିଂସାରେ ନିୟୋଜିତ ଯୁବ ଦଳ ହିନ୍ଦୁ ଯୁବ ବାହିନୀର ପ୍ରତିଷ୍ଠାତା । ସେ ଜଣେ ଦକ୍ଷିଣପନ୍ଥୀ ହିନ୍ଦୁତ୍ୱ ଅଗ୍ନୀବର୍ଷୀ-କର୍ମୀ ।

ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶର ୨୧ଶ ମୁଖ୍ୟମନ୍ତ୍ରୀ
Incumbent
Assumed office
୧୯ ମାର୍ଚ୍ଚ ୨୦୦୧୭
ରାଜ୍ୟପାଳରାମ ନାଏକ
Deputyକେଶବ ପ୍ରସାଦ ମୌର୍ଯ୍ୟ
ଦିନେଶ ଶର୍ମା
ପୂର୍ବ ଅଧିକାରୀଅଖିଳେଶ ଯାଦବ
ଗୋରଖପୁରରୁ ଲୋକ ସଭାରେ ସାଂସଦ
Incumbent
Assumed office
୧୯୯୮
ପୂର୍ବ ଅଧିକାରୀମହନ୍ତ ଅବୈଦ୍ୟନାଥ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-06-05) ୫ ଜୁନ ୧୯୭୨ (ବୟସ ୫୧)
ପଞ୍ଚୁର, ପୌରି ଗଡ଼ବାଲ, ଉତ୍ତରାଖଣ୍ଡ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ୱେବସାଇଟyogiadityanath.in
26 May, 2014 ସୁଦ୍ଧା
ଆଧାର: [୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସେ ଉତ୍ତରାଖଣ୍ଡର ପୌଡ଼ି ଗଡ଼ବାଲ ଅନ୍ତର୍ଗତ ପଞ୍ଚୁର ଗାଁର ଏକ ଗଡ଼ବାଲି ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଉତ୍ତରାଖଣ୍ଡର ଏଚ ଏନ ବି ଗଡ଼ବାଲ ବିଶ୍ୱବିଦ୍ୟାଳୟ, ଶ୍ରୀନଗର (ଗଡ଼ବାଲ)ରୁ ଗଣିତରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ ।

ରାଜନୈତିକ ଜୀବନ

ଦ୍ୱାଦଶ ଲୋକ ସଭାରେ ୨୬ ବର୍ଷୀୟ ଆଦିତ୍ୟ ସର୍ବ କନିଷ୍ଠ ସାଂସଦ ଥିଲେ । ସେ ଗୋରଖପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାର ନିର୍ବାଚନରେ ବିଜୟୀ ହୋଇ ଲୋକ ସଭା ସାଂସଦ ହୋଇଥିଲେ ।

ମତ

୩ ଜାନୁଆରୀ ୨୦୧୬ରେ ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କଦ୍ୱାରା ହୋଇଥିବା ପଠାନକୋଟର ଭାରତୀୟ ବାୟୁସେନା ଉପରେ ହୋଇଥିବା ଆକ୍ରମଣ ପରେ, ଆଦିତ୍ୟନାଥ ପାକିସ୍ତାନକୁ ଶଇତାନ ସହ ତୁଳନା କରିଥିଲେ ।

ଆଦିତ୍ୟନାଥ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭ଟି ମୁସଲିମ-ଅଧିକ ଦେଶର ନାଗରିକମାନଙ୍କୁ ଆମେରିକାରେ ପଶିବାକୁ ବାରଣ ସିଦ୍ଧାନ୍ତକୁ ପ୍ରଶଂସା କରିଥିଲେ ଓ ଆତଙ୍କବାଦକୁ ରୋକିବା ପାଇଁ ଭାରତକୁ ମଧ୍ୟ ସମାନ ଧରଣର ନୀତି ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ ।

ଗୋରଖନାଥ ମନ୍ଦିର ମହନ୍ତ

୧୨ ସେପ୍ଟେମ୍ବର ୨୦୧୪ରୁ ମହନ୍ତ ଅବୈଦନାଥଙ୍କ ମୃତ୍ୟୁ ପରେ ଗୁରୁ ଗୋରଖନାଥ ମନ୍ଦିରରେ ମହନ୍ତ ହୋଇଥିଲେ । ୧୪ ସେପ୍ଟେମ୍ବର ୨୦୧୪ରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ପିଠାଧିଶ୍ୱର ହେବା ପରେ ରୀତି ଅନୁସାରେ ନାଥ ଉପାଧିରେ ଭୂଷିତ ହୋଇଥିଲେ ।[ଆଧାର ଲୋଡ଼ା]

ଆଧାର

Tags:

ଯୋଗୀ ଆଦିତ୍ୟନାଥ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଯୋଗୀ ଆଦିତ୍ୟନାଥ ରାଜନୈତିକ ଜୀବନଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିର ମହନ୍ତଯୋଗୀ ଆଦିତ୍ୟନାଥ ଆଧାରଯୋଗୀ ଆଦିତ୍ୟନାଥ ଅଧିକ ତଥ୍ୟଯୋଗୀ ଆଦିତ୍ୟନାଥଉତ୍ତର ପ୍ରଦେଶଭାରତୀୟ ଜନତା ପାର୍ଟିହିନ୍ଦୁ

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରେବତୀ (କ୍ଷୁଦ୍ରଗଳ୍ପ)ମୁକୁନ୍ଦ ଦେବରାଜ୍ୟ ସଭାଚିତ୍ତରଞ୍ଜନ ତ୍ରିପାଠୀଅମାବାସ୍ୟାର ଚନ୍ଦ୍ରକୁଜିବର ପ‌ତ୍ରଅଲାରନାଥ ମନ୍ଦିରବିଦ୍ୟାଳୟନନ୍ଦିଘୋଷଛବିଳ ମଧୁ ବର୍ଣ୍ଣବୋଧଜର୍ମାନୀବୁଧଗୀତଗୋବିନ୍ଦଚରକବାମାଚରଣ ମିତ୍ରଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନ୍ଦିରା ଗାନ୍ଧୀଜଗନ୍ନାଥଚନ୍ଦ୍ରଶେଖର ନନ୍ଦଟମ୍ ଖା କାଇଆଣ୍ଡାମାନ ସାଗରଜୟୀ ରାଜଗୁରୁଭୂମିକମ୍ପଆଖୁଶଙ୍କରାଚାର୍ଯ୍ୟଶେୟାର ବଜାରଚାରି ଧାମବିଶ୍ୱ ଏଡ୍‌ସ ଦିବସକଳାହାଣ୍ଡି ଜିଲ୍ଲାହେପାଟାଇଟିସ ବିମଙ୍ଗଳୁ ଚରଣ ବିଶ୍ୱାଳଅଣସରନଅଙ୍କ ଦୁର୍ଭିକ୍ଷବଉଳଶ୍ରୀରାଧାନାରୀବାଦଶ୍ରୀଲଙ୍କାର ଭୂଗୋଳବଳଦେବଜୀଉ ମନ୍ଦିରଓଡ଼ିଆ କବି ମାନଙ୍କର ତାଲିକାଅଚ୍ୟୁତ ଗୋକୁଳ ନାୟକକଟକଭୀମ ଭୋଇବ୍ରୁସେଲୋସିସମାଛପ୍ରେମବୈଜୟନ୍ତ ପଣ୍ଡାଓଡ଼ିଆ ଭାଷାବାଇଶି ପାହାଚତାଳଧ୍ୱଜଓଡ଼ିଆ ରାମାୟଣଉଇକିପିଡ଼ିଆ ସମୂହର ତାଲିକା୨୦ ଅଗଷ୍ଟୟୁ ଟ୍ୟୁବଓଡ଼ିଶା ବିଧାନ ସଭାରାବଣସମ୍ବଲପୁରସାରଥୀ ବାବାଅଧର ପଟ୍ଟନାୟକଗୋଦାବରୀଶ ମହାପାତ୍ରବୈଶାଖପୋଟଳ ରସାବୈଷ୍ଣବ ଚରଣ ସାମଲଗୁରୁ ପ୍ରସାଦ ମହାନ୍ତି୨୧ଅର୍ଥଶାସ୍ତ୍ରମାଲେସିଆସେଇ ଝିଅଟି🡆 More