]
ପାରିକୁଦ "Parikud" | |
---|---|
ଗ୍ରାମୀଣ ଦ୍ୱୀପ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ପୁରୀ |
Government | |
• ବିଧାନ ସଭା ସଭ୍ୟ | ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବି.ଜେ.ପି.) |
• ବି.ଡି.ଓ. | ଭାସ୍କର ରାଇତୋ, ବି.ଡି.ଓ., କୃଷ୍ଣପ୍ରସାଦ |
Elevation | 1 m (3 ft) |
Population (୨୦୧୧) | |
• Total | ୮୯୩୭୧ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଡାକ କୋଡ (ପିନ) | ୭୫୨୦୩୨ |
Website | www |
ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଛି । ଜହ୍ନିକୁଦାଠାରୁ ଭାଷମାନ ପୋଲ ମାଧ୍ୟମରେ ଲୋକମାନେ ସାତପଡା ଓ ପୁରୀ ଯାତୟତ କରିଥାନ୍ତି । ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଚାଷ ଏବଂ ମାଛ ଧରିବା କାର୍ଯ୍ୟଦ୍ୱାରା ନିଜର ଭରଣପୋଷଣ କରିଥାନ୍ତି ।
ପାରିକୁଦ, ୧୯.୫୯ ଉତ୍ତର ଅକ୍ଷାଂଶ ଓ ୮୫.୩୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହାର ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର, ଉତ୍ତର-ପଶ୍ଚିମରେ ଚିଲିକା ହ୍ରଦ ଅବସ୍ଥିତ ।
ପାରିକୁଦର ଏକ ପ୍ରମୁଖ ବଜାର ମାଲୁଦ, ଜାତୀୟ ରାଜପଥ ୫ଠାରୁ ୨୩ କି.ମି. ଦୁରରେ ଅବସ୍ଥିତ । ଅନ୍ୟ ପ୍ରମୁଖ ବଜାରଗୁଡ଼ିକ ହେଲା କୃଷ୍ଣପ୍ରସାଦ ବଜାର, ଚାରିଛକ ବଜାର ।
୧୭୭୪ ପୂର୍ବରୁ, ପାରିକୁଦ ବଙ୍କଡ (ବାଣପୁର) ରାଜାଙ୍କ ଅଧିନରେ ଥିଲା । ବଙ୍କଡ ସର୍ବଦା ଇଂରେଜମାନଙ୍କ ଆକ୍ରମଣର ଶିକାର ହେଉଥିବାରୁ, ରାଜା ଶ୍ରୀ ହରିସେବକ ମାନସିଂହ ପ୍ରଥମେ ପାରିକୁଦ ଆସିଥିଲେ ଏବଂ ନୃସିଂହଁଗଡ (ଗୁରୁବାଇ)ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଶେଷରେ ରାଜା ଭାଗିରଥି ମାନସିଂହ ନିଜ ରାଜଧାନୀକୁ କୃଷ୍ଣପ୍ରସାଦ ସ୍ଥାନାନ୍ତରିତ କରିଥିଲେ ଏବଂ ୧୭୯୮ ମସିହାରେ ଏଠାରେ ରାଜପ୍ରସାଦ ନିର୍ମାଣ କରିଥିଲେ । ଚିଲିକାଦ୍ୱାରା ପରିବେଷ୍ଟିତ ହୋଇଥିବାରୁ, ଏହା ବହୁ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ କବଳରୁ ରକ୍ଷା ପାଇପାରିଥିଲା । ଲୋକକଥାରେ ଅଛି ଏକ ଦୁଧ ବିକାଳି ବଗଦ୍ୱାରା ବଡ଼ ସାଗୁଣା ମରିବା କଥା ରାଜାଙ୍କୁ ଜଣାଇ ଥିଲେ, ଯାହା ଦ୍ୱାର ପ୍ରଭାବିତ ହୋଇ ରାଜା ନିଜ ରାଜଧାନୀ ଏଠାରେ ପ୍ରତିଷ୍ଠା କରିଥିଲେ । ପାରିକୁଦର ରାଜା ବ୍ରାହ୍ମଣମାନଙ୍କୁ ଏକ ଗ୍ରାମ (ସାସନ) ଦାନ କରିଥିଲେ ଯାହର ବର୍ତ୍ତମାନ ନାମ ଭାଗିରଥି ପୁର ସାସନ ଅଟେ ।
୧୮୦୩ ମସିହାରେ ଯେତେବେଳେ ଇଂରେଜମାନେ ଓଡ଼ିଶା ଆକ୍ରମାଣ କରିଥିଲେ, ମାଲୁଦର ଫତେ ମହମ୍ମଦ ନାମକ ଜଣେ ଡଙ୍ଗା ଚାଳକ କନ୍ଦାଖାଇଠାରେ ଇଂରେଜ ମାନଙ୍କୁ ପୁରୀ ଜିବା ପାଇଁ ରାସ୍ତା ଦେଖାଇଥିଲା । ଏହା ପ୍ରତି ବଦଳେରେ ଇଂରେଜ ପାରିକୁଦ ଓ ମାଲୁଦ ଅଞ୍ଚଳର ଅନେକ ଜମି ପ୍ରଦାନ କରିଥିଲେ ।
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୃଷ୍ଣପ୍ରସାଦ ବ୍ଲକର ମୋଟ ଜନସଂଖ୍ୟା ୮୯,୩୭୧ ଅଟେ । ସେଥି ମଧ୍ୟରୁ ୫୧% ଜଣ ପରୁଷ ହୋଇଥିବା ବେଳେ ୪୯% ଜଣ ନାରୀ ଅଟନ୍ତି । କୃଷ୍ଣପ୍ରସାଦ ବ୍ଲକର ସାକ୍ଷରତା ହାର ୭୨.୨୪% ଅଟେ । ଏହା ଜାତୀୟ ହାରଠାରୁ ୧.୮% ପ୍ରତିଶତ କମ ଅଟେ । ଏହି ବ୍ଲକର ୭୮% ପୁରୁଷ ଓ ୬୫% ମହିଳା ସାକ୍ଷର ଅଟନ୍ତି ।
ପାରିକୁଦର ୯୬ ମୌଜା (ଖଜଣା ଗ୍ରାମ)ଗୁଡ଼ିକ ହେଲା :
ସମୁଦ୍ର କୂଳରେ ଅବସ୍ଥିତ ହେତୁ ଏଠାରେ ଅତ୍ୟଧିକ ଖରା କିମ୍ବ ଥଣ୍ଡା ଅନୁଭୂତ ହୁଏ ନାହିଁ । ଏଠାରେ ବର୍ଷାଋତୁ ଚାଷ ପାଇଁ ଅନୁକୂଳ ହୋଇଥାଏ ।
କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଏହି ପରମ୍ପରା ପାରିକୁଦରେ ମଧ୍ୟ ପରିଲ୍ଲିଖିତ ହୁଏ । ଏଠାରେ ପାଳନ କରାଯାଉ ଥିବା କିଛି ପ୍ରମୁଖ ପର୍ବପର୍ବାଣିଗୁଡ଼ିକ ହେଲା :
ପାରିକୁଦର କିଛି ପ୍ରତିଷ୍ଠିତ ମନ୍ଦିରଗୁଡ଼ିକ ହେଲା:
ପାରିକୁଦରେ ଅନେକ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ଅଛି । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ବିଦ୍ୟାଳୟଗୁଡ଼ିକ ହେଲା :
ପାରିକୁଦର ପ୍ରମୁଖ କଲେଜ :
ଚିଲିକା ନୁଆପଡାଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । କୃଷ୍ଣପ୍ରସାଦଠାରେ ମଧ୍ୟ ଏକ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ।
ପାରିକୁଦ, ବ୍ରହ୍ମଗିରି (କ୍ରମିକ ସଂଖ୍ୟା: ୧୦୮) ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ବର୍ମା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୧,୩୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
This article uses material from the Wikipedia ଓଡ଼ିଆ article ପାରିକୁଦ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.