ନାଜମା ଅନୱର: ବଙ୍ଗଳାଦେଶୀ ଅଭିନେତ୍ରୀ

ନାଜମା ଅନୱର ( ପ୍ରାୟ ୧୯୪୧ - ୧୪ ଡିସେମ୍ବର ୨୦୦୪) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ତଥା ନାଟକ କାର୍ଯ୍ୟକର୍ତ୍ତା ଥିଲେ । ସେ ହଜାର ବାଛୋର ଧରେ (୨୦୦୫), ଦୁଖାଇ (୧୯୯୭) ଜୟଯାତ୍ରା (୨୦୦୪), ଶଙ୍ଖୋନିଲ କରାଗର (୧୯୯୨), ଚିତ୍ରକୋଣ୍ଡା: ଦି ଲଷ୍ଟ ଷ୍ଟପଓଭର (୨୦୦୦), ଶଙ୍ଖନାଦ (୨୦୦୪) ଅଦି ଲୋକପ୍ରିୟ ବଙ୍ଗଳାଦେଶି କଥାଚିତ୍ରରେ ଅଭିନୟ କରିଥିଲେ । ଏଥି ସହିତ ସେ ଇବଲିଶ, କୋଥାଓ କେଉ ନେଇ, ଏବଂ ତାହାର ଭଳି କିଛି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ନାଜମା ଅନୱର
নাজমা আনোয়ার
ଜନ୍ମc. 1941
ମୁନ୍ସିଗଞ୍ଜ ଜିଲ୍ଲା, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ମୃତ୍ୟୁ୧୪ ଡିସେମ୍ବର ୨୦୦୪(2004-12-14) (ବୟସ ୬୨–୬୩)
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୧-୨୦୦୪

ପ୍ରାରମ୍ଭିକ ଜୀବନ

ନାଜମା ୧୯୪୧ ମସିହାରେ ତତ୍କାଳୀନ ବ୍ରିଟିଶ ଭାରତର ମୁନ୍ସିଗଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସରକାରୀ ହାରାଗଙ୍ଗା କଲେଜରେ ଆରବୀୟ ପ୍ରଧ୍ୟାପକ ଥିଲେ । ଯେତେବେଳେ ସେ ସ୍କୁଲରେ ଷଷ୍ଠ ଶ୍ରେଣୀ ଶେଷ କରିଥିଲେ ସେତେବେଳେ ସେ ପରିବାର ସହିତ ଢାକା ପଳାଇ ଯାଇଥିଲେ ।

ଅଭିନୟ ଜୀବନ

୧୯୬୦ ଦଶକରେ ସେ ଢାକା ଡ୍ରାମା ସର୍କଲରେ ଯୋଗ ଦେଇଥିଲେ ଏବଂ ଅଭିନୟ ଜୀବନର ଆରମ୍ଭ କରିଥିଲେ । ୧୯୮୧ ମସିହାରେ, ସେ ବାଂଲାଦେଶର ଏକ ଥିଏଟର ସଂସ୍ଥା, ଆରଣ୍ୟକ ନାଟ୍ୟଦଳରେ ଯୋଗ ଦେଇଥିଲେ ।

୨୦୦୧ ମସିହାରେ, ସେ ସ୍ୱାଧୀନତା ସଂଗ୍ରାମୀ ତାରାମନ୍ ବିବିଙ୍କ ଜୀବନୀ ଉପରେ ଆଧାରିତ ଦୂରଦର୍ଶନ ନାଟକ କରିମାନ ବେୱାରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ

ତାଙ୍କର ପାଞ୍ଚଜଣ ସନ୍ତାନ ଥିଲେ। ତାଙ୍କ ଝିଅ ଇଶ୍ରାତ୍ ନିଶତ୍ (ମୃତ୍ୟ: ୨୦୨୦) ଜଣେ ଥିଏଟର କାର୍ଯ୍ୟକର୍ତ୍ତା ଥିଲେ ।

ଅଭିନୀତ କଥାଚିତ୍ର

  • ଶଙ୍ଖୋନିଲ କରାଗର (୧୯୯୨)
  • ଦୁଖାଇ (୧୯୯୭)
  • ଚିତ୍ରକୋଣ୍ଡା: ଦି ଲଷ୍ଟ ଷ୍ଟପଓଭର (୨୦୦୦)
  • ଜୟଯାତ୍ରା (୨୦୦୪)
  • ଶଙ୍ଖନାଦ (୨୦୦୪)
  • ହଜାର ବାଛୋର ଧରେ (୨୦୦୫)

ଆଧାର

ବାହାର ଆଧାର

Tags:

ନାଜମା ଅନୱର ପ୍ରାରମ୍ଭିକ ଜୀବନନାଜମା ଅନୱର ଅଭିନୟ ଜୀବନନାଜମା ଅନୱର ବ୍ୟକ୍ତିଗତ ଜୀବନନାଜମା ଅନୱର ଅଭିନୀତ କଥାଚିତ୍ରନାଜମା ଅନୱର ଆଧାରନାଜମା ଅନୱର ବାହାର ଆଧାରନାଜମା ଅନୱର

🔥 Trending searches on Wiki ଓଡ଼ିଆ:

ଅର୍ଚ୍ଚିତା ସାହୁରାଜ ଯୋଗବିଷମ କଟକବିରଜା ମନ୍ଦିରଆଖିଶ୍ରଦ୍ଧାକର ସୂପକାରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଜାଭା (ପ୍ରୋଗ୍ରାମିଂ ଭାଷା)ଟ୍ରାପିଜିଅମବୈଷ୍ଣବ ଚରଣ ସାମଲଅଭିରାମ ପରମହଂସବ୍ରୁସେଲୋସିସଧାତୁଗୋପାଳ ଛୋଟରାୟଚିକୁନ‌ଗୁନିଆବ୍ୟାଙ୍କଭୂମିକମ୍ପଯୁକ୍ତରାଜ୍ୟତପସ୍ୱିନୀଓଡ଼ିଶାର ଇତିହାସକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ରଦୀପ କୁମାର ପାଣିଗ୍ରାହୀପଲଉମ୍ୟାଲେରିଆମାର୍ଚ୍ଚନଅତୁଣ୍ଡୀତାଳଧ୍ୱଜନନ୍ଦିନୀ ଶତପଥୀଗଣ୍ଡା୧୬୬୫ମସ୍କୋମଧୁସୂଦନ ଦାସସଂକ୍ରାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମଧୁସୂଦନ ରାଓମନୋଜ ଦାସଗର୍ଭାବସ୍ଥାଭାରତ ସରକାରତିଳ ଚତୁର୍ଥୀପୁନମ ମିଶ୍ରପ୍ରଗତିବାଦୀରାଜକିଶୋର ପଟ୍ଟନାୟକସୌରୀନ୍ଦ୍ର ବାରିକଖିଲିପାନଭାରତର ସଂସଦଭକ୍ତ ଚରଣ ଦାସ (ରାଜନେତା)ଭାରତୀୟ ସଂଖ୍ୟା ପ୍ରଣାଳିରାମକୃଷ୍ଣ ପରମହଂସବିଦ୍ୟାଳୟନଅଙ୍କ ଦୁର୍ଭିକ୍ଷଗଣନ ସଂଖ୍ୟାଓଡ଼ିଆ ଭାଗବତଏମିସ ଲୋକପ୍ରାଣୀକାଳିଚରଣ ପଟ୍ଟନାୟକପଠାଣି ସାମନ୍ତମଦର ଟେରେସାବଳଦେବଜୀଉ ମନ୍ଦିରଯଶୋବନ୍ତ ଦାସବିଭୂତି ପଟ୍ଟନାୟକସୂଚନା ପ୍ରଯୁକ୍ତିବିଦ୍ୟାବୁଧସମୟ (କାଳ)ସୁନାବେଶରାଜକିଶୋର ରାୟ୨୬ ଅପ୍ରେଲ୭ (ସଂଖ୍ୟା)୧ (ସଂଖ୍ୟା)🡆 More