ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର

ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଇଂରାଜୀ ଭାଷାରେ ଏଡିଏଚଡି ବା ADHD) ମାନସିକ ବେମାରୀ ଯେଉଁଥିରେ ସ୍ନାୟୁ ବିକାଶରେ (neurodevelopmental) ତୃଟି ଥାଏ । ଏହି ରୋଗରେ ଧ୍ୟାନ ସମସ୍ୟା ହୁଏ, ଅତି ସକ୍ରିୟତା ଦେଖାଯାଏ ଓ ଯେପରି ବୟସାନୁଯାୟୀ ବ୍ୟବ‌ହାର ନିୟନ୍ତ୍ରଣ ହେବା କଥା ତାହା ହୋଇପାରେ ନାହିଁ । ଏହି ଲକ୍ଷଣ ଗୁଡ଼ିକ ୬ରୁ ୧୨ ବର୍ଷ ବୟସରେ ବାହାରେ, ୬ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ଥାଏ ସ୍କୁଲ, ଘର ବା ଆମୋଦ ପ୍ରମୋଦ ମଧ୍ୟରୁ ଯେ କୌଣସି ଦୁଇଟରେ ସମସ୍ୟା ଦେଖାଯାଏ । ଧ୍ୟାନ ଅଭାବରୁ ସ୍କୁଲରେ ଭଲ ପ୍ରଦର୍ଶନ ହୋଇପାରେ ନାହିଁ । ଆଧୁନିକ ସୋସାଇଟିରେ ଅସୁବିଧା ହେଲେ ମଧ୍ୟ ରୋଚକ ବିଷୟରେ ଭଲ ଧ୍ୟାନ ରହେ ।

ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର
attention deficit disorder, hyperkinetic disorder (ICD-10)
An image of children
ରୋଗ‌ଗ୍ରସ୍ତ ପିଲା ଧ୍ୟାନ ଲଗେଇ ସ୍କୁଲ ପାଠ ସାରିବାକୁ କଷ୍ଟ ହୁଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F90.
ଆଇସିଡ଼ି-୯-ସିଏମ୍314.00, 314.01
ଓଏମ୍‌ଆଇଏମ୍143465
ରୋଗ ଡାଟାବେସ6158
ମେଡ଼ିସିନ-ପ୍ଲସ001551
ଇ-ମେଡ଼ିସିନmed/3103 ped/177
Patient UKଧ୍ୟାନାଭାବ ଓ ଅତିସକ୍ରିୟତା ବିକାର
MeSHD001289

ପିଲା ଓ କିଶୋରମାନଙ୍କର ଏହି ରୋଗ ଉପରେ ଅନେକ ଅନୁଧ୍ୟନ ହେଲେ ମଧ୍ୟ ଅଧିକାଂଶ କେଶ୍‌ରେ ଏହାର କାରଣ ଅଜଣା ହୋଇ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ଏହା ସନ ୨୦୧୩ରେ ୩୯ ନିୟୁତ ଲୋକଙ୍କୁ ଆକ୍ରମଣ କରିଥିଲା । ଡିଏସ୍ଏମ୍- ଆଇଭି (DSM-IV) ମାନ‌ଦଣ୍ଡ ଅନୁସାରେ ଏହା ପ୍ରାୟ ୫–୭% ପିଲାଙ୍କୁ ଆକ୍ରମଣ କରେ । ଓ ଆଇସିଡି-୧୦ (ICD-10) ମାନ‌ଦଣ୍ଡ ଅନୁସାରେ ପ୍ରାୟ ୧ରୁ ୨% ପିଲାଙ୍କୁ ଆକ୍ରମଣ କରେ । ଏହି ରୋଗ ହାର ସବୁ ଦେଶରେ ପ୍ରାୟ ସମାନ ଥାଏ, ନିର୍ଭର କରେ କେବଳ ନିର୍ଣ୍ଣୟ ପଦ୍ଧତି ଉପରେ । ଏହି ରୋଗ ଝିଅଙ୍କ ଅପେକ୍ଷା ପୁଅମାନଙ୍କଠାରେ ୩ଗୁଣ ଅଧିକ ହୁଏ । ପିଲାବେଳେ ଏହି ରୋଗ ନିର୍ଣ୍ଣୟ ହୋଇଥିବା ୩୦ରୁ ୫୦% ପିଲାଙ୍କର ଏହା ବୟଃପ୍ରାପ୍ତ ହେବା ପର୍ଯ୍ୟନ୍ତ ରହେ ଓ ପ୍ରାୟ ବଡ଼ ହେବା ପରେ ୨ରୁ ୫% ଏଭଳି ଲୋକଙ୍କର ରୋଗ ଥାଏ । ଏହି ସଦୃଶ ଅନ୍ୟାନ୍ୟ ରୋଗ ବା ସାଧାରଣ ସକ୍ରିୟତାର ଉପର ସ୍ତରରେ ଥିବା ପିଲାଙ୍କଠାରୁ ଏହାକୁ ଅଲଗା ଭାବେ ନିର୍ଣ୍ଣୟ କରିବା ଅତି କଷ୍ଟସାଧ୍ୟ ।

ଦେଶ ଅନୁସାରେ ଏଡିଏଚଡି ଚିକିତ୍ସାରେ ପରିବର୍ତ୍ତନ ହୁଏ ଓ ସାଧାରଣତଃ ସାଇକୋଥେରାପି, ଜୀବନ ଚର୍ଯ୍ୟାର ପରିବର୍ତ୍ତନ ଓ ଔଷଧମାନଙ୍କ ସାହାଯ୍ୟରେ ଚିକିତ୍ସା କରାଯାଏ । ବ୍ରିଟିଶ୍ ମାର୍ଗଦର୍ଶନ ଅନୁସାରେ ସାଂଘାତିକ ରୋଗ ଥିଲେ ବା ମଧ୍ୟମ ଧରଣର ରୋଗ ଥିଲେ ମଧ୍ୟ ଉପଦେଶ ଅନୁସାରେ କିଛି ଉନ୍ନତି ପରିଲକ୍ଷିତ ନ ହେଉଥିଲେ ପ୍ରଥମ ଧାଡ଼ି ଚିକିତ୍ସା ଅନୁସାରେ ପ୍ରଥମେ ଔଷଧ ଦିଆଯାଏ । କାନାଡ଼ା ଓ ଆମେରିକା ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ବୟସର ପିଲାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଔଷଧ ଓ ବ୍ୟବ‌ହାରିକ ଥେରାପି ଦିଆଯାଏ । ଏହି ଦୁଇ ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ପିଲାଙ୍କୁ ଉତ୍ତେଜକ ଥେରାପି ଦେବାକୁ ସୁପାରିସ କରାଯାଏ ନାହିଁ । ୧୪ ମାସ ପର୍ଯ୍ୟନ୍ତ ଉତ୍ତେଜକ ଚିକିତ୍ସା ପ୍ରଭାବଶାଳୀ ହୁଏ କିନ୍ତୁ ଦୀର୍ଘକାଳୀନ ଚିକିତ୍ସାର ଫଳ ଜଣାଯାଇ ନାହିଁ । କିଶୋର ଓ ଯୁବାବସ୍ଥା ଲୋକ ଅବସ୍ଥାର ମୁକାବିଲା ଶକ୍ତି ଆସିଯାଇଥିବାରୁ କେତେକ ଅଭାବ ପୂରଣ ହୋଇଯାଏ ।

ଊନବିଂଶ ଶତାବ୍ଦୀଠାରୁ ଏହି ରୋଗର ଲକ୍ଷଣ ସବୁ ଡାକ୍ତରୀ ଶାସ୍ତ୍ରରେ ଲିପିବଦ୍ଧ ହୋଇଆସିଛି । ଏହି ରୋଗର ଚିକିତ୍ସା ଓ ନିର୍ଣ୍ଣୟ ସନ ୧୯୭୦ରୁ ବିବାଦ ଘେରରେ ଅଛି । ଏହି ଘରରେ ଚିକିତ୍ସକ, ଶିକ୍ଷକ, ନୀତି ନିର୍ଦ୍ଧାରକ, ପିତାମାତା ଓ ମିଡିଆ ଅଛନ୍ତି । ଏହାର ବିବାଦ ଘେରରେ ଉତ୍ତେଜକ ଔଷଧ ଓ କାରଣ ଅଛି । ଅଧିକାଂଶ ଚିକିତ୍ସକ ଏହି ରୋଗକୁ ଏକ ବାସ୍ତବିକ ବେମାରୀ ଭାବରେ ବିବେଚନା କରନ୍ତି କିନ୍ତୁ ବୈଜ୍ଞାନିକମାନେ ଏହାର ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତି ଉପରେ ବିବାଦ ସୃଷ୍ଟି କରନ୍ତି । ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଏହି ରୋଗକୁ ଅତିସକ୍ରିୟତା ବିକାର ନାମ ଦିଆଯାଇଥିଲା କିନ୍ତୁ ଏହା ପୂର୍ବରୁ ଏହାର ନାମ ହାଇପର କାଇନେଟିକ ରିଆକସନ ଅଫ ଚାଇଲ୍‌ଡ‌ହୁଡ୍ ଥିଲା ।

ଆଧାର

Tags:

ଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଫସ୍‌ଫରସରାଜକିଶୋର ରାୟଗର୍ଭାବସ୍ଥାଗୋପବନ୍ଧୁ ଦାସଜ୍ଞାନପୀଠ ପୁରସ୍କାରସାଲଭାଡୋର ଡାଲିଭୀମ ଭୋଇକବାଟବାଙ୍କୀଅର୍ଥଶାସ୍ତ୍ରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାନନ୍ଦିନୀ ଶତପଥୀ୧୦୫୪ସତ୍ୟେନ୍ଦ୍ର ନାଥ ବୋଷରାଜକିଶୋର ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବୁଧମଇ ଦିବସଲାଟିନ ଭାଷାଶବ୍ଦ (ପଦ)କୋଣାର୍କକାଗଜବିରଳା ମନ୍ଦିର, ହାଇଦ୍ରାବାଦଆଉରଙ୍ଗଜେବସୂଚନା ପ୍ରଯୁକ୍ତିବିଦ୍ୟାନୋବେଲ ପୁରସ୍କାରରତ୍ନାକର ଚଇନିମଟର ସାଇକେଲଗୋବିନ୍ଦ ତ୍ରିପାଠୀଓଡ଼ିଆ ରାନ୍ଧଣାଆମ୍ବଭାରତୀୟ ସଂଖ୍ୟା ପ୍ରଣାଳିଶ୍ରାଦ୍ଧରାଣୀ ଲକ୍ଷ୍ମୀବାଈମାଁ ପୀତାମ୍ବର ମନ୍ଦିରଜ୍ୟୋତିର୍ଲିଙ୍ଗବଣ୍ଡ (ଅର୍ଥ)ଭକ୍ତ ଚରଣ ଦାସଚିତ୍ତରଞ୍ଜନ ଦାସଢଗ ଢମାଳିଶୈଳବାଳା ଦାସଦଶାବତାରଅଣ୍ଡା ରୋଲଭାରତର ସଂସ୍କୃତିସୁଇଜରଲ୍ୟାଣ୍ଡc3bn4ଧନୁ (ରାଶି)ଜିମି ୱେଲ୍ସଉଦ୍ଭିଦ ବିଜ୍ଞାନଉତ୍କଳ ସମ୍ମିଳନୀହରେକୃଷ୍ଣ ମହତାବଚନ୍ଦ୍ରଶେଖର ରଥଭାରତ ସରକାରଗୋଲୋକ ବିହାରୀ ଧଳପ୍ଲୁଟୋଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ଭାଷାକୁଞ୍ଜବିହାରୀ ଦାଶଯୌନ ଉତ୍ପୀଡ଼ନ୦ (ସଂଖ୍ୟା)wiki.phtmlଭାରତୀୟ ଜନତା ପାର୍ଟିହେମଲତା ମାନସିଂହପ୍ରହ୍ଲାଦ ନାଟକଧରିତ୍ରୀବେଦIndiaଓଡ଼ିଆ ଉଇକିପିଡ଼ିଆ🡆 More