ଧନେଶ୍ୱର ମହାପାତ୍ର: ଓଡ଼ିଆ ସାହିତ୍ୟିକ

ଧନେଶ୍ୱର ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ଭାଷାବିତ୍ତ ଓ ସାହିତ୍ୟିକ । ୨୦୧୩ ମସିହା ପାଇଁ, ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଧନେଶ୍ୱର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1931-08-05)୫ ଅଗଷ୍ଟ ୧୯୩୧
ଆୟତନ, କନିକା, କେନ୍ଦ୍ରାପଡ଼ା
ମୃତ୍ୟୁ୨ ଜୁଲାଇ ୨୦୧୮(2018-07-02) (ବୟସ ୮୬)
କଟକ
ବୃତ୍ତିଭାଷାବିତ୍ତ
ଭାଷାଓଡ଼ିଆ
ଶିକ୍ଷାପିଏଚଡି (ଓଡ଼ିଆ ଭାଷାତତ୍ତ୍ୱ)
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର
ଜୀବନସାଥୀଜୀବନ କୁମାରୀ ମହାପାତ୍ର
ସନ୍ତାନଧର୍ମବତ, କବିତା, ବିନୀତା, ଅନୀତା, ମମତା
ପିତାମାତାରତ୍ନାକର ମହାପାତ୍ର, କମଳା ଦେବୀ

ବାଲ୍ୟଜୀବନ ଓ ଶିକ୍ଷା

ଧନେଶ୍ୱର ମହାପାତ୍ର ୫ ଅଗଷ୍ଟ ୧୯୩୧ରେ କେନ୍ଦ୍ରାପଡ଼ା ଜିଲ୍ଲା କନିକା ଅନ୍ତର୍ଗତ ଆୟତନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ୩ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ନିଜ ଗାଁ ସ୍କୁଲରେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଘରୋଇ ଭାବେ ପରୀକ୍ଷାଦେଇ, ସେ ଓଡ଼ିଆରେ ସ୍ନାତକୋତ୍ତର ଓ ସଂସ୍କୃତରେ ସ୍ନାତକୋତ୍ତର, ସାହିତ୍ୟାଚାର୍ଯ୍ୟ ଓ ବି.ଇ.ଡି ପାଠ ପଢ଼ିଥିଲେ । ସେ ଓଡ଼ିଆ ଭାଷାତତ୍ତ୍ୱରେ ପିଏଚଡି କରି, ଡକ୍ଟରେଟ ହାସଲ କରିଥିଲେ ।

କର୍ମଜୀବନ

ଧନେଶ୍ୱର ମହାପାତ୍ର, ୧୯୫୨ ମସିହାରେ ନିଜ ଗ୍ରାମ ଆୟତନ ଏମ. ଇ ସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ରେଭେନ୍ସା କଲିଜିଏଅଟ ସ୍କୁଲ ଓ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ମଧ୍ୟ ଶିକ୍ଷକତା କରିଥିଲେ । ଇତିମଧ୍ୟରେ, ସେ ନିଜ ସ୍ନାତକୋତ୍ତର ପାଠ ଶେଷ କରିସାରିଥିଲେ । ଏହାପରେ, ସେ ସୁନ୍ଦରଗଡ଼ କଲେଜ, ରେଭେନ୍ସା କଲେଜ ଓ ଭଦ୍ରକ କଲେଜରେ ଅଧ୍ୟାପନା କରିଥିଲେ । ଏହାପରେ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରେ କାମକରି ୧୯୮୪ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟ ବେଳକୁ କଟକ ରାଜାବଗିଚାରେ ସିଟି କଲେଜ ଆରମ୍ଭ ହେଲା ଓ ସେ ସେଠାରେ ୧୦ବର୍ଷ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ପ୍ରକାଶିତ ପୁସ୍ତକ

ଧନେଶ୍ୱର ମହାପାତ୍ରଙ୍କର କେତୋଟି ପ୍ରକାଶିତ ପୁସ୍ତକର ତାଲିକା :

  • ସାରଳା ମହାଭାରତର ଭାଷା ତାତ୍ତ୍ୱିକ ଅନୁଶୀଳନ
  • ଓଡ଼ିଆ ଧ୍ୱନିତତ୍ତ୍ୱ ଓ ଶବ୍ଦସମ୍ଭାର
  • ଓଡ଼ିଆ ଭାଷାତତ୍ତ୍ୱ - 'ବିଚାର ଓ ବିଶ୍ଳେଷଣ'
  • ଆଧୁନିକ ଓଡ଼ିଆ ବ୍ୟାକରଣ
  • ସରଳ ଓଡ଼ିଆ ଅଭିଧାନ
  • ଆମ ଓଡ଼ିଆ ବ୍ୟାକରଣ(ଭାଗ ୧ ଓ ୨)
  • ସାହିତ୍ୟ ତତ୍ତ୍ୱ
  • ରମ୍ୟ ଅରମ୍ୟ
  • ସେ ଦିନ ସକାଳ
  • ହାସ୍ୟ- ହାସିକା
  • ବୁଲ ମୁକ୍ତ ବିହଙ୍ଗ ପରି
  • ବନ୍ଦୀ ଆଳାପ
  • ସଂସାର ଚିତ୍ର
  • ସନ୍ଥ ତୁଳସୀ ଦାସ(ନାଟକ)
  • ବେଣୀ ବନ୍ଧନ(ନାଟକ)
  • ବାଡ୍ଂମୟ
  • ଠିକପଢ଼ ଠିକଲେଖ
  • ବୁଦ୍ଧ ଚରିତଂ
  • ସେଦିନ ସକାଳ(କବିତା)
  • କାଳୀଦାସ ଗ୍ରନ୍ଥାବଳୀ
  • ଅଶ୍ୱଘୋଷ ରଚନାବଳୀ
  • ମୋ ଜୀବନ କାହାଣୀ(ଆତ୍ମଜୀବନୀ)

ପୁରସ୍କାର ଓ ସମ୍ମାନ

ଧନେଶ୍ୱର ମହାପାତ୍ର ଲାଭକରିଥିବା ଏକ ଶତରୁ ଉର୍ଦ୍ଧ ସମ୍ମାନ ଓ ପୁରସ୍କାର ମଧ୍ୟରୁ କେତୋଟି :

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୩
  • ସୋଭିଏତ ଦେଶ ନେହେରୁ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୯୨ (ବୁଦ୍ଧ ଚରିତଂ)
  • ପ୍ରାଣନାଥ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ନିଳଚକ୍ର ପୁରସ୍କାର ସହ ଉତ୍କଳ ପାଣିନି ଉପାଧୀ
  • ଉତ୍କଳ ପାଠକ ସମ୍ମାନ
  • ଜଷ୍ଟିସ ରାଜଗୋପାଳ ଦାସ ସ୍ମୃତି ସମ୍ମାନ
  • ପଣ୍ଡିତ ବିରୂପାକ୍ଷ କର ସ୍ମୃତି ସମ୍ମାନ
  • ସାରଳା ସାହିତ୍ୟ ସମାଜ ପକ୍ଷରୁ ଗୋଦାବରୀଶ ମିଶ୍ର ସମ୍ମାନ
  • ହେତୁବାଦି ଲେଖକ ସମାଜର ଚର୍ଚ୍ଚା ସମ୍ମାନ
  • ଗୋକର୍ଣ୍ଣିକା ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ପାଠକ ସଂସଦ ସମ୍ମାନ
  • ଖରସ୍ରୋତା ସମ୍ମାନ

ଆଧାର

Tags:

ଧନେଶ୍ୱର ମହାପାତ୍ର ବାଲ୍ୟଜୀବନ ଓ ଶିକ୍ଷାଧନେଶ୍ୱର ମହାପାତ୍ର କର୍ମଜୀବନଧନେଶ୍ୱର ମହାପାତ୍ର ପ୍ରକାଶିତ ପୁସ୍ତକଧନେଶ୍ୱର ମହାପାତ୍ର ପୁରସ୍କାର ଓ ସମ୍ମାନଧନେଶ୍ୱର ମହାପାତ୍ର ଆଧାରଧନେଶ୍ୱର ମହାପାତ୍ର

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଜ୍ୟବିରିୟାନୀଚାନ୍ଦ୍ରମାସଦାସକାଠିଆସୀତାକାନ୍ତ ମହାପାତ୍ରତରୁଣକାନ୍ତି ମିଶ୍ରନଇ ଆରପାରିରମାକାନ୍ତ ରଥବିଜୟ ମିଶ୍ରଉପନିଷଦଜଗନ୍ନାଥଙ୍କ ବେଶ୭୦୧ବିନୋଦ ଚନ୍ଦ୍ର ନାୟକପଣା ସଂକ୍ରାନ୍ତି୨୪ ଅପ୍ରେଲପୁରୀକମ୍ପ୍ୟୁଟରତ୍ରିଭୁଜଲକ୍ଷ୍ମୀନାରାୟଣ ସାହୁଏଣ୍ଡୋମେଟ୍ରିଓସିସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାହେମନ୍ତ କୁମାର ଦାସଜାପାନ ସାଗରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଜ୍ଞାନପୀଠ ପୁରସ୍କାରଖାସି ମାଂସ ତରକାରୀଶ୍ୱେତସାରସାଲଭାଡୋର ଡାଲି୨୦୦୬ବିଦ୍ୟାଳୟଚାଟ୍ ଜିପିଟିବଳଦେବଜୀଉ ମନ୍ଦିରନାରାୟଣ ସାହୁଗର୍ଭାଶୟ ଅନ୍ତଃସ୍ତର କର୍କଟପଠାଣି ସାମନ୍ତବିଷମ କଟକକୋଣାର୍କବାଙ୍କୀସୁରେନ୍ଦ୍ର ମହାନ୍ତିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାମଶଙ୍କର ରାୟଚିତ୍ତରଞ୍ଜନ ତ୍ରିପାଠୀଶ୍ରୀଶ୍ରୀ ଅରବିନ୍ଦମେସିନ ଲର୍ଣ୍ଣିଙ୍ଗ୍ବିସ୍ଥାପିତ କାନ୍ଧ ଗଣ୍ଠିପଞ୍ଚସଖାଓଡ଼ିଆ ଭାଷାଭଦଭଦଳିଆଜିମି ୱେଲ୍ସସୌରୀନ୍ଦ୍ର ବାରିକଓଡ଼ିଆ ଖବରକାଗଜ ତାଲିକାଆମ୍ବପ୍ରାଣକୃଷ୍ଣ ପରିଜା୨୬ ଅପ୍ରେଲମନୋରଞ୍ଜନ ଦାସରାଣୀ ଲକ୍ଷ୍ମୀବାଈମାର୍ଚ୍ଚ ୨୧ଗୁରୁ ପ୍ରସାଦ ମହାନ୍ତିପାପୁଆ ନିଉ ଗିନିଭାରତର ନଦୀ ସମୂହର ତାଲିକାରାସନ କାର୍ଡ଼ (ଭାରତ)ଓଡ଼ିଆ କଥାଚିତ୍ର ଜଗତ୪ (ସଂଖ୍ୟା)ବୈଜୟନ୍ତ ପଣ୍ଡାଆଖିଭାରତୀୟ ଜନତା ପାର୍ଟିଓଡ଼ିଶା ବିଧାନ ସଭା🡆 More