ଟନସିଲାଇଟିସ

ଟନସିଲାଇଟିସ ବା ଟନସିଲ ପ୍ରଦାହ (ଇଂରାଜୀ ଭାଷାରେ tonsillitis) ରୋଗ ଟନସିଲରେ (tonsil) ଆରମ୍ଭ ହେଉଥିବା ଏକ ପ୍ରକାର ଦୃତ ଗତିର ପ୍ରଦାହକୁ ବୁଝାଏ । ଏହା ଏକ ପ୍ରକାର ଫାରିଞ୍ଜାଇଟିସ ରୋଗ । ଲକ୍ଷଣ: ଏଥିରେ ତଣ୍ଟି ଦରଜ, ଜ୍ୱର, ଟନସିଲର ବଡ଼ ଆକାର ହୁଏ, ଗିଳିବାରେ ସମସ୍ୟା ହୁଏ ଓ ଲସିକା ଗ୍ରନ୍ଥି ବଢ଼ିଯାଏ । ରୋଗ ଜଟିଳ ହେଲେ ପେରିଟନସିଲାର ଆବସେସ (peritonsillar abscess) ରୋଗ ହୁଏ ।

ଟନସିଲାଇଟିସ
A set of large tonsils in the back of the throat covered in white exudate
ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗରେ ଟନସିଲରୁ ନିଃସ୍ୟନ୍ଦ ବାହାରିଥିବାର ଦୃଶ୍ୟ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିfamily medicine[*], ସଂକ୍ରାମକ ରୋଗ[*], otolaryngology[*]
ଆଇସିଡ଼ି-୧୦J03., J35.0
ଆଇସିଡ଼ି-୯-ସିଏମ୍463
ରୋଗ ଡାଟାବେସ13165
ମେଡ଼ିସିନ-ପ୍ଲସ001043
ଇ-ମେଡ଼ିସିନarticle/871977
Patient UKଟନସିଲାଇଟିସ
MeSHD014069

ଟନସିଲାଇଟିସ ରୋଗ ସାଧାରଣତଃ ଏକ ଭୁତାଣୁ ଜନିତ ସଂକ୍ରମଣ (viral infection), ମାତ୍ର ୫ର-୪୦% କେଶ୍‌ରେ ଜୀବାଣୁ ସଂକ୍ରମଣ (bacterial infection) ଯୋଗୁ ହୁଏ । ଗ୍ରୁପ ଏ ଷ୍ଟ୍ରେପ୍ଟୋକୋକସ (group A streptococcus) ଜୀବାଣୁ ଯୋଗୁ ଏହି ରୋଗ ହେଲେ ତାହାକୁ ସ୍ଟ୍ରେପଥ୍ରୋଟ କୁହାଯାଏ । କ୍ୱଚିତ କେତେକ କେଶ୍‌ରେ ଅନ୍ୟ ଜୀବାଣୁ ଯେପରିକି ନାଇସେରିଆ ଗନୋରିଆ (Neisseria gonorrhoeae), କୋରିନୋବ୍ୟାକ୍ଟେରିଅମ ଡିଫଥେରି (Corynebacterium diphtheriae) ବା ହେମୋଫାଇଲସ ଇନଫ୍ଲୁଏଞ୍ଜି (Haemophilus influenzae) ଯୋଗୁ ହୁଏ । ବାୟୁ ମାଧ୍ୟମରେ ଏହି ସଂକ୍ରମଣ ମଣିଷରୁ ମଣିଷକୁ ବ୍ୟାପିଯାଏ । ସେଣ୍ଟର ସ୍କୋର (Centor score) ନାମକ ସ୍କୋରିଙ୍ଗ ସିସ୍ଟମ ସାହାଯ୍ୟରେ କାରଣମାନଙ୍କୁ ପୃଥକ କରାଯାଏ । ଥ୍ରୋଟ ସ୍ୱାବ (throat swab) ବା ରାପିଡ ସ୍ଟ୍ରେପ ଟେଷ୍ଟ (rapid strep test) ସାହାଯ୍ୟରେ ଏହି ରୋଗ ନିଧାର୍ଯ୍ୟ କରାଯାଏ ।

ଲକ୍ଷଣରେ ଉନ୍ନତି ଆଣିବା ଓ ଜଟିଳ ନ ହେବାକୁ ଦେବା ଏହି ରୋଗ ଚିକିତ୍ସାର ଲକ୍ଷ ରଖାଯାଏ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲ (acetaminophen) ଓ ଆଇବୁପ୍ରୋଫେନ୍ ଦିଆଯାଏ । ସ୍ଟ୍ରେପଥ୍ରୋଟ ଥିଲେ ପେନିସିଲିନ (penicillin)(ଏକ ପ୍ରକାର ଆଣ୍ଟିବାୟୋଟିକ) ପାଟିରେ ଦିଆଯାଏ । ପେନିସିଲିନ ପ୍ରତି ଆଲର୍ଜି ଥିଲେ ସେଫାଲୋସ୍ପୋରିନ (cephalosporins) ବା ମାକ୍ରୋଲାଇଡ (macrolides) ଦିଆଯାଇପାରେ । ବାରମ୍ବାର ଟନସିଲାଇଟିସ ଭୋଗ କରୁଥିବା ପିଲାଙ୍କର ଟିନସିଲେକ୍ଟୋମି (tonsillectomy) କଲେ ପରବର୍ତ୍ତୀ ରୋଗ ଆକ୍ରମଣ କମିଯାଏ ।

ଜନସଂଖ୍ୟାର ପ୍ରାୟ ୭.୫% ଲୋକଙ୍କର ୩ ମାସ ମଧ୍ୟରେ ଏହି ରୋଗ ହୁଏ ଓ ପ୍ରତିବର୍ଷ ପ୍ରାୟ ୨% ଲୋକ ଏହି ରୋଗ ନିମନ୍ତେ ଡାକ୍ତର ପରାମର୍ଶ କରନ୍ତି । ସ୍କୁଲ ପିଲାଙ୍କର ଶୀତଦିନେ ଏହି ରୋଗ ପ୍ରାୟ ହୁଏ । ଅଧିକାଂଶ ଲୋକ ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି । ତିନି ଦନରେ ପ୍ରାୟ ୪୦% ଲୋକଙ୍କର, ଏକ ସପ୍ତାହ ମଧ୍ୟରେ ୮୦% ଲୋକଙ୍କର ରୋଗ ଉପଶମ ହୋଇଯାଏ, ଯାହାବି କାରଣ ହୋଇଥାଉ । ଆଣ୍ଟିବାୟୋଟିକ ଦେଲେ ପ୍ରାୟ ୧୬ ଘଣ୍ଟା ମଧ୍ୟରେ ଲକ୍ଷଣ ଉପଶମ ହୋଇଯାଏ ।

ଚିହ୍ନ ଓ ଲକ୍ଷଣ

ଟନସିଲାଇଟିସ 
ସାଧାରଣ ଟନସିଲ ଓ ଟନସିଲାଇଟିସ ହୋଇଥିବା ଟନସିଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ।

ସାଧାରଣ ଚିହ୍ନ ଓ ଲକ୍ଷଣ

  • ଗଳାଦାହ (Sore throat)
  • ଟନସିଲ ଲାଲ ଦେଖାଯାଏ ଓ ଫୁଲିଥିବା ଦେଖାଯାଏ ।
  • ଖାଇଲା ବେଳେ କଷ୍ଟ ହୁଏ ।
  • ଉଚ୍ଚ ତାପମାତ୍ରା ଜ୍ୱର ହୁଏ ।
  • କାଶ
  • ମୁଣ୍ଡ ବଥା
  • ଥକ୍କା ଲାଗିବା
  • ଶୀତ ଲାଗିବା
  • ଅସୁସ୍ଥ
  • ଟନସିଲରେ ପୂଜ ଦେଖାଯାଏ
  • ବେକର ଲସିକା ଗ୍ରନ୍ଥି ଫୁଲିଯାଏ ।
  • କାନ ଓ ବେକରେ ଯନ୍ତ୍ରଣା ହୁଏ ।
  • ଅଳ୍ପ ଲକ୍ଷଣ
  • ବାନ୍ତି ଲାଗିବା
  • ପାକସ୍ଥଳୀରେ କଷ୍ଟ
  • ଜିଭ ଉପରେ କୋଟିଙ୍ଗ ହେବା
  • ନିଶ୍ୱାସ ଦୁର୍ଗନ୍ଧ ହେବା (halitosis)
  • ସ୍ୱର ପରିବର୍ତ୍ତନ
  • ମୁହଁ ଖୋଲିବାକୁ କଷ୍ଟ ହୁଏ ।

ଉଗ୍ର ଟନସିଲାଇଟିସ ହେଲେ ଟନସିଲ ଉଜ୍ଜ୍ୱଳ ଲାଲ ଦେଖା ଯାଇ ଓ ଠାଏ ଠାଏ ପୂଜ ଦେଖାଯାଏ । ବାରମ୍ବାର ଟନସିଲାଇଟିସ ହେଲେ ଟନସିଲୋଲିଥ (Tonsillolith) ହୁଏ ।

କାରଣ

ଟନସିଲାଇଟିସ ହେବାର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଭୁତାଣୁ ମୂଖ୍ୟ ସ୍ଥାନ ଅଧିକାର କରେ । ମୂଖ୍ୟ ଭୁତାଣୁମାନଙ୍କର ନାମ: ଆଡେନୋଭାଇରସ, ରାଇନୋଭାଇରସ, ଇନଫ୍ଲୁଏଞ୍ଜା ଭାଇରସ, କରୋନାଭାଇରସ ଓ ରେସ୍ପିରେଟରି ସିନ୍ସିଟିଆଲ ଭାଇରସ । ଏହି ରୋଗ ଅନ୍ୟ କେତେକ ଭୁତାଣୁଦ୍ୱାରା ମଧ୍ୟ ହୁଏ ଯଥା ଏପସ୍ଟେନ-ବାର ଭୁତାଣୁ, ହର୍ପେସ ସିମ୍ପ୍ଲେକ୍ସ ଭୁତାଣୁ, ସାଇଟୋମେଗାଲୋ ଭୁତାଣୁ ଓ ଏଚ.ଆଇ.ଭି. ଭୁତାଣୁ ।
ଦ୍ୱିତୀୟରେ ଏହି ରୋଗ ସଂକ୍ରମଣ କରାଉଥିବା ଜୀବାଣୁ ନାମ: ଗ୍ରୁପ୍ ଏ ବିଟା-ହେମୋଲିଟିକସ ସ୍ଟ୍ରେପ୍ଟୋକୋକସ (Group A β-hemolytic streptococcus ବା GABHS) ଯାହା ସ୍ଟ୍ରେପ୍ ଥ୍ରୋଟ ରୋଗ କରାଏ ।
ସ୍ୱଳ୍ପ ସାଧାରଣ ଜୀବାଣୁ ନାମ: ସ୍ଟାଫିଲୋକୋକସ ଅରିଅସ (ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ), ସ୍ଟ୍ରେପ୍ଟୋକୋକସ ନିମୋନି, ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡିଆ ନିମୋନି, ପର୍ଟୁସିସ୍, ଫୁସୋବ୍ୟାକ୍ଟେରିଅମ, ଡିପଥେରିଆ, ସିଫିଲିସ୍ ଓ ଗନେରିଆ ।
କିଛି ଅଣବାୟୁଜୀବି ଜୀବାଣୁ ଏହି ରୋଗ କରିବା ସମ୍ଭାବନା ଥିବା କଥା କେତେକ ପରୀକ୍ଷାଦ୍ୱାରା ଜଣାପଡ଼ୁଛି ।
ସାଧାରଣ ପରିସ୍ଥିତିରେ ଭୁତାଣୁ ଓ ଜୀବାଣୁ ବାୟୁ ମାଧ୍ୟମରେ ନାକ ଓ ପାଟି ବାଟ ଦେଇ ଗଳାରେ ପ୍ରବେଶ କରନ୍ତି ଯେଉଁଠାରେ ଟନସିଲଦ୍ୱାରା ଛାଣି ହୋଇଯାଆନ୍ତି । ଏହି ଟନସିଲରେ ଶ୍ୱେତ ରକ୍ତ କଣିକା ଓ ପ୍ରତିରୋଧ ପ୍ରଣାଳୀଦ୍ୱାରା ପ୍ରଦାହକାରୀ ସାଇଟିକାଇନେଜ ଯଥା ଫସ୍ଫୋଲାଇପେଜ ଏ୨ଦ୍ୱାରା ଭୁତାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି ଓ ଏହା ଯୋଗୁ ଜ୍ୱର ମଧ୍ୟ ହୁଏ । ଏହି ସଂକ୍ରମଣ ପାର୍ଶ୍ୱବତ୍ତୀ ସ୍ଥାନ ଫାରିଙ୍କ୍ସରେ ମଧ୍ୟ ପ୍ରଦାହ ସୃଷ୍ଟ କରେ ।
ବେଳେ ବେଳେ ସ୍ପାଇରୋକେଟା ଓ ଟ୍ରେପାନୋମାଦ୍ୱାରା ଟନସିଲାଇଟିସ ହେଲେ ତାହାକୁ ଭିନସେଣ୍ଟ ଆଞ୍ଜିନା ବା ପ୍ଲଟ- ଭିନସେଣ୍ଟ ଆଞ୍ଜିନା କୁହାଯାଏ ।

ରୋଗ ନିର୍ଣ୍ଣୟ

ନିମ୍ନରେ ପ୍ରଦତ୍ତ ପରୀକ୍ଷାଦ୍ୱାରା ଟନସିଲାଇଟିସ ନିର୍ଣ୍ଣୟ କରାଯାଏ ।

  • ରକ୍ତ କଲ୍‌ଚର - ରୋଗୀର ଟନସିଲରୁ ସ୍ୱାବ ନେଇ ବ୍ଲଡ ଅଗର ପ୍ଲେଟରେ କଲ୍‌ଚର କଲେ ୨ ଦିନ ପରେ ରୋଗ ଜୀବାଣୁ ଚିହ୍ନା ପଡ଼େ । ଗୋଟିଏ କଲ୍‌ଚରଦ୍ୱାରା ୯୦%ରୁ ୯୫% ସ୍ଟ୍ରେପ୍ଟୋକୋକସ ଜୀବାଣୁ ସଠିକ ଭାବେ ନିର୍ଣ୍ଣୟ କରାଯାଏ ।
  • ପି.ସି.ଆର. - ପଲିମରେଜ ଚେନ ରିଆକ୍‌ସନ୍
  • ଆଣ୍ଟିସ୍ଟ୍ରେପ୍ଟୋଲାଇସିନ ଓ ଟାଇଟର ‌-

ଚିକିତ୍ସା

ଟନସିଲାଇଟିସ ରୋଗର ଲକ୍ଷଣ ଜନିତ ଅସ୍ୱସ୍ତି କମେଇବା ନିମନ୍ତେ ଚିକିତ୍ସା:

  • ଯନ୍ତ୍ରଣା, ପ୍ରଦାହ ଓ ଜ୍ୱର କମେଇବା ନିମନ୍ତେ ପାରାସେଟାମଲ, ଆଇବୁପ୍ରୋଫେନ ଇତ୍ୟାଦି ଦିଆଯାଏ ।
  • ଗଳା ଅସୁବିଧା କମେଇ ନିମନ୍ତେ ଉଷୁମ ଲୁଣ ପାଣି କୁଳି, ବିଭିନ୍ନ ଲଜେଞ୍ଜ ।

ଜୀବାଣୁ ମାରିବା ନିମନ୍ତେ - ଗ୍ରୁପ ଏ ସ୍ତ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ହେଉଥିବା ଜଣା ପଡ଼ିଲେ ଆଣ୍ଟିବାୟୋଟିକ ପେନିସିଲିନ, ଆମୋକ୍ସିସିଲିନ ପ୍ରଥମ ପସନ୍ଦ ହିସାବରେ ଦିଆଯାଏ । ସେଫାଲୋସ୍ପୋରିନ୍ ଓ ମାକ୍ରୋଲାଇଡ ଔଷଧ ପେନିସିଲିନ ବଦଳରେ ଦିଆଯାଇ ପାରେ । ପେନିସିଲିନ୍ ଆଲର୍ଜି ଥିଲେ ତା ବଦଳରେ ଏରିଥ୍ରୋମାଇସିନ ଦିଆଯାଏ । ପେନିସିଲିନରେ ଭଲ ନ ହେଲେ କ୍ଲିଣ୍ଡାମାଇସିନ୍ କିମ୍ବା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । ଭାଇରସଦ୍ୱାରା ରୋଗ ହୋଇଥିଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।
ସ୍ଥାୟୀ ଟନସିଲାଇଟିସ ରୋଗ ହୋଇଥିଲେ ଅପରେସନ (Tonsillectomy)ଦ୍ୱାରା କାଢ଼ି ଦିଆଯାଏ ।

ଆଧାର

Tags:

ଟନସିଲାଇଟିସ ଚିହ୍ନ ଓ ଲକ୍ଷଣଟନସିଲାଇଟିସ କାରଣଟନସିଲାଇଟିସ ରୋଗ ନିର୍ଣ୍ଣୟଟନସିଲାଇଟିସ ଚିକିତ୍ସାଟନସିଲାଇଟିସ ଆଧାରଟନସିଲାଇଟିସen:peritonsillar abscessଜ୍ୱରପେରିଟନସିଲାର ଆବସେସଫାରିଞ୍ଜାଇଟିସ

🔥 Trending searches on Wiki ଓଡ଼ିଆ:

ତୁର୍କୀତାରକାସୁରଓଡ଼ିଆ ଭାଗବତ୧୯୮୮ନୂଆପଡ଼ା ଜିଲ୍ଲାମୟୂରଭଞ୍ଜ ଜିଲ୍ଲାଚୈତନ୍ୟସରଳା ଦେବୀଅଚ୍ୟୁତାନନ୍ଦ ପ‌ତିଓଡ଼ିଶାର କଳାଢଗ ଢମାଳିବସନ୍ତ କୁମାରୀ ଦେବୀଓଡ଼ିଆ ନାଟକସୀତାକାନ୍ତ ମହାପାତ୍ର୮ ଜୁନମେଟାବୋଲିଜିମପଶ୍ଚିମ ଓଡ଼ିଶାଅଚିହ୍ନା ବାସଭୂମିସୀସାଅବୁଜାଆଣ୍ଟର୍କଟିକାବାମାଚରଣ ମିତ୍ରକେଟୋପ୍ରୋଫେନଶବ୍ଦ (ଧ୍ୱନି)ରମେଶ ପ୍ରସାଦ ପାଣିଗ୍ରାହୀହଳଦୀଫୋଟନ୍‌ସୂଚନା ଅଧିକାର ଆଇନ ୨୦୦୫ଗୋପାଳ ଚନ୍ଦ୍ର ପ୍ରହରାଜସନ୍ଧିପଦସାଧାରଣତନ୍ତ୍ର ଦିବସ (ଭାରତ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକର୍କଟ ରୋଗରଣା ସାପଭୁବନେଶ୍ୱର୧୯୯୧ସୁନାମିରାମଚନ୍ଦ୍ର ବେହେରାବସନ୍ତ ରୋଗଦ୍ଵାରକାଧୀଶ ମନ୍ଦିରମ୍ୟାଲେରିଆଭାଷାସର୍ବପଲ୍ଲୀ ରାଧାକୃଷ୍ଣନଓମ'ଙ୍କ ନିୟମବି. ଆର. ଆମ୍ବେଦକରହରପ୍ପା ସଭ୍ୟତାଭାରତୀୟ ସମ୍ବିଧାନତାଜମହଲ୨୬ ଜୁନଓଡ଼ିଶାର ଇତିହାସକନକ ମଞ୍ଜରୀ ମହାପାତ୍ରତୃପ୍ତି ଦାସସଚ୍ଚିଦାନନ୍ଦ ରାଉତରାୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଲକ୍ଷ୍ମୀକାନ୍ତ ମହାପାତ୍ରଅଚ୍ୟୁତାନନ୍ଦ ଦାସବିଜୁ ପଟ୍ଟନାୟକହୃଷୀକେଶ ମଲ୍ଲିକ୩୦ ଜୁନସମ୍ବଲପୁରଜାପାନହିମାଳୟାନ ଏକ୍ସପ୍ରେସୱେରାଶି ଓ ନକ୍ଷତ୍ର୧୯୧୪ସରୋଜିନୀ ସାହୁଧ୍ୱନି ପ୍ରତିଧ୍ୱନିରାଜତନ୍ତ୍ରଦଶହରା୨୦୨୩ର ଓଡ଼ିଆ କଥାଚିତ୍ରବିର୍ସା ମୁଣ୍ଡା🡆 More