ସିଫିଲିସ୍

ସିଫିଲିସ୍ ଏକ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁଦ୍ୱାରା ହୁଏ । ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ । ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ ସମୂହ ରୋଗର ଚାରୋଟି ପାବଚ୍ଛ ବା ସ୍ଟେଜ୍ (ପ୍ରାଇମେରି, ସେକଣ୍ଡାରି, ଲେଟେଣ୍ଟ ଓ ଟର୍ସିଆରି) ଉପରେ ଥିବା ଅବସ୍ଥା ଉପରେ ନିର୍ଭର କରେ । ପ୍ରଥମ ସ୍ଟେଜରେ ଗୋଟିଏ ସାଙ୍କର ଦେଖାଯାଏ ଯେଉଁଥିରେ ଗୋଟିଏ ଟାଣ, ଯନ୍ତ୍ରଣାବିହୀନ ଓ ଗଲୁ ନ ହେଉଥିବା ଚର୍ମ ଘାଆ ଦେଖାଯାଏ, କିନ୍ତୁ ଅନେକ ଗୁଡ଼ିଏ ଘାଆ ମଧ୍ୟ ଦେଖାଯାଏ । ଏହା ପୁରୁଷ ଯୌନାଙ୍ଗରେ, ମହିଳାଙ୍କ ପ୍ରଜନନ ପଥରେ,ପାଟିରେ ଓ ମଳଦ୍ୱାରରେ ହୁଏ । ପ୍ରଥମ ଜୀବାଣୁ ସଂସ୍ପର୍ଶରେ ଆସିବାର ୨୧ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଚିକିତ୍ସା ବିହୁନେ ୪ରୁ ୮ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ । ଦ୍ୱିତୀୟକ ବା ସେକେଣ୍ଡାରି ସିଫିଲିସ୍‌ରେ (secondary syphillis) ରାସ୍ ହୁଏ ଓ ଏହା ପାପୁଲି ଓ ପାଦରେ ହୁଏ । ପାଟି ଓ ଯୋନୀ ମଧ୍ୟରେ ଦେଖାଯାଏ । ଲୁକ୍କାୟିତ ସିଫିଲିସ୍‌ରେ (latent syphillis) କୌଣସି ଲକ୍ଷଣ ଦେଖାଯାଏ ନାହିଁ ଓ ଏହା ବର୍ଷ ବର୍ଷ ଧରି ରହିଥାଏ । ତୃତୀୟକ ବା ଟର୍ସିଆରି ସିଫିଲିସ୍‌ରେ (tertiary syphillis) ଗମାସମୂହ (ନରମ ଅଣ-କର୍କଟ ବୃଦ୍ଧି),ସ୍ନାୟୁ ରୋଗ କିମ୍ବା ହୃଦ୍ ରୋଗ ହୁଏ । ଏହି ରୋଗ ବିରାଟ ଅନୁକରଣୀୟ ରୋଗ (the great imitator) ନାମରେ ମଧ୍ୟ ପରିଚିତ କାରଣ ଏହା ଅନିୟମିତ ଓ ଅନ୍ୟ ରୋଗମାନଙ୍କର ବିବିଧ ଲକ୍ଷଣ ଦେଖାଏ ।

ସିଫିଲିସ୍
ସିଫିଲିସ୍
ଇଲେକ୍‌ଟ୍ରନ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯା‌ଥିବା ଟ୍ରେପୋନେମା ପାଲିଡମ୍
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], dermatology[*]
ଆଇସିଡ଼ି-୧୦A50.-A53.
ଆଇସିଡ଼ି-୯-ସିଏମ୍090-097
ରୋଗ ଡାଟାବେସ29054
ମେଡ଼ିସିନ-ପ୍ଲସ000861
ଇ-ମେଡ଼ିସିନmed/2224 emerg/563 derm/413
Patient UKସିଫିଲିସ୍
MeSHD013587

ସିଫିଲିସ୍ ରୋଗ ଯୌନ କ୍ରିୟା ସମୟରେ ସଞ୍ଚାରିତ ହୁଏ । ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାତାଠାରୁ ଶିଶୁକୁ ରୋଗ ସଞ୍ଚାରିତ ହୋଇ ଜନ୍ମଜ ସିଫିଲିସ୍ ରୋଗ ହୁଏ । ଟ୍ରେପାନୋମା ପାଲିଡମ ସମ୍ପର୍କୀୟ ଅନ୍ୟ ମାନବ ରୋଗ ମଧ୍ୟ ହୁଏ, ଯଥା:- ୟଜ୍ (ସବ୍‌ସ୍ପେସି ପର୍ଟେନ୍ୟୁ)ଦ୍ୱାରା (subspecies pertenue) , ପିଣ୍ଟା ରୋଗ (ସବ୍‌ସ୍ପେସି କରାଟେଅମ)ଦ୍ୱାରା (subspecies carateum) ଓ ବେଜେଲ (ସବ୍‌ସ୍ପେସି ଏଣ୍ଡେମିକମ)ଦ୍ୱାରା (subspecies endemicum) ହୁଏ । ଏହି ରୋଗ ସାଧାରଣତଃ ରକ୍ତ ପରୀକ୍ଷା ଓ ଡାର୍କ ଫିଲ୍ଡ ମାଇକ୍ରୋସ୍କୋପିଦ୍ୱାରା ଜୀବାଣୁ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ । ସମସ୍ତ ଗର୍ଭବତୀ ମହିଳାଙ୍କର ଏହି ପରୀକ୍ଷା କରିବାକୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ସୁପାରିସ କରୁଛି ।

ଯୌନ ସମ୍ପର୍କ ନ ରଖିବା ବା ଯଦି ରଖାଯାଏ ତା'ହେଲେ ଲେଟେକ୍ସ କଣ୍ଡୋମ ବ୍ୟବ‌ହାର କରିବାଦ୍ୱାରା ଏହି ସଂକ୍ରମଣ କମ କରିହୁଏ । ସିଫିଲିସ୍ ରୋଗ ଆଣ୍ଟିବାୟୋଟିକ ଚିକିତ୍ସାରେ ଭଲ ହୋଇଯାଏ । ସର୍ବାଧିକ ପସନ୍ଦ ଯୋଗ୍ୟ ବେଞ୍ଜାଥିନ ପେନିସିଲିନ ଜି ଇଞ୍ଜେକସନ ମାଂସପେଶୀରେ ଅଧିକାଂଶ କେଶ୍‌ରେ ଦିଆଯାଏ । ପେନିସିଲିନ ଆଲର୍ଜି ଥିବା ରୋଗୀଙ୍କୁ ଡକ୍ସିସାଇକ୍ଲିନ ବା ଟେଟ୍ରାସାଇକ୍ଲିନ ଦିଆଯାଇପାରେ । ନିଉରୋସିଫିଲିସ ରୋଗ ଥିଲେ ପେନିସିଲିନ ଜି ପୋଟାସିଅମ ବା ସେଫଟ୍ରିଆକ୍ସୋନ ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଚିକିତ୍ସା ସମୟରେ ଜ୍ୱର, ମୁଣ୍ଡବଥା ଓ ମାଂସପେଶୀ ଯନ୍ତ୍ରଣା ହୋଇପାରେ ଯାହାକୁ ଜାରିସ୍କ-ହର୍କସ୍‌ହେମର ରିଆକ‌ସନ୍ ନାମ ଦିଆଯାଇ ଥାଏ ।

ସନ ୨୦୧୩ରେ ୩୧୫,୦୦୦ ଲୋକଙ୍କୁ ସିଫିଲିସ ସଂକ୍ରମଣ ହୋଇଥିଲା । ସନ ୧୯୯୦ରେ ଏହି ରୋଗ ଯୋଗୁ ୨୦୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୦ରେ ଏହା କମିଯାଇ ୧୧୩,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୪୦ରେ ପେନିସିଲିନ ଉପଲବ୍‌ଦ ହେବା ପରଠାରୁ ଏହି ରୋଗୀ ସଂଖ୍ୟା କମିଥିବା ବେଳେ ସନ ୨୦୦୦ ପରେ ଏଚ.ଆଇ.ଭି ଯୋଗୁ ଏହାର ସଂଖ୍ୟା ପୁନଶ୍ଚ ବୃଦ୍ଧି ହେଉଛି । କିଛି ଅଂଶରେ ଏହାର କାରଣ ରୂପେ ଏକାଧିକ ଯୌନସାଥୀ, ବେଶ୍ୟାବୃତ୍ତି, କମ କଣ୍ଡୋମ ବ୍ୟବ‌ହାର ଓ ସମଲିଙ୍ଗି ପୁରୁଷ ସଙ୍ଗମକୁ ଦାୟୀ କରାଯାଉଛି । ସନ ୨୦୧୫ରେ ପ୍ରଥମ ରାଷ୍ଟ୍ରରୁପେ କ୍ୟୁବାରେ ମାତା-ଶିଶୁ ସିଫିଲିସ ସଂକ୍ରମଣ ମୂଳୋତ୍ପାଟନ ହୋଇଥିଲା ।

ଆଧାର

Tags:

ଜୀବାଣୁ

🔥 Trending searches on Wiki ଓଡ଼ିଆ:

ବୈକୁଣ୍ଠନାଥ ପଟ୍ଟନାୟକସ୍ତନ୍ୟପାନକଲେରାକୋଣାର୍କ ସୂର୍ଯ୍ୟ ମନ୍ଦିରବିଧାନ ସଭା ସଭ୍ୟପ୍ରସନ୍ନ ଦାସହରେକୃଷ୍ଣ ମହତାବସଚ୍ଚିଦାନନ୍ଦ ରାଉତରାୟଓଡ଼ଗାଁଦଶହରାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସର୍ବପଲ୍ଲୀ ରାଧାକୃଷ୍ଣନଚବିଶ ଗୁରୁଭାରତୀୟ ଜାତୀୟ କଂଗ୍ରେସଚାନ୍ଦିପୁରଜବାହରଲାଲ ନେହେରୁବିର୍ସା ମୁଣ୍ଡାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାସନ କାର୍ଡ଼ (ଭାରତ)ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ରାୟଚଳନ୍ତି ଠାକୁରଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାପରିବାରଶିବାଜୀଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଇନ୍‌ଫ୍ଲୁଏଞ୍ଜାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଗୁଣନବିଦ୍ୟାଳୟଓ ଅନ୍ଧଗଳିଓଧଓଡ଼ିଆ ସାହିତ୍ୟଜୟୀ ରାଜଗୁରୁଜ୍ଞାନପୀଠ ପୁରସ୍କାରବିବାହହିନ୍ଦୁସ୍ତାନ ପେଟ୍ରୋଲିୟମପଣା ସଂକ୍ରାନ୍ତିଚିକିତ୍ସା ବିଜ୍ଞାନଉଇକିପିଡ଼ିଆରାଜେନ୍ଦ୍ର କିଶୋର ପଣ୍ଡାଗୁରୁପ୍ରସାଦ ମହାନ୍ତିମୁମ୍ବାଇକଳାକଳେବର ଚଉତିଶାଓଡ଼ିଶାର ଦଶହରାକାରୁବାକୀହିନ୍ଦୁ ଧର୍ମଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜରବି ପଟ୍ଟନାୟକପଦାର୍ଥସିଦ୍ଧାର୍ଥ ଭରତନମାଦଳା ପାଞ୍ଜିଜଗନ୍ନାଥ ପ୍ରସାଦ ଦାସଲକ୍ଷ୍ମୀବେଦଲିନକ୍ସ ବଣ୍ଟନମାୟାଧର ମାନସିଂହରାମଚନ୍ଦ୍ର ବେହେରାଜଗଦୀଶ ମହାନ୍ତିକରଞ୍ଜଫକୀର ମୋହନ ସେନାପତି୨୧ଗୁଗଲଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୌରହରି ଦାସ🡆 More