ଜଗନ୍ନାଥ ମନ୍ଦିର, ନୀଳଗିରି

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରି ସହରରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଏହା ତୃତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ବିଦିତ ।

ଜଗନ୍ନାଥ ମନ୍ଦିର, ନୀଳଗିରି
ଜଗନ୍ନାଥ ମନ୍ଦିର, ନୀଳଗିରି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନନୀଳଗିରି,ବାଲେଶ୍ୱର
Stateଓଡ଼ିଶା
Countryଭାରତ

ଅବସ୍ଥିତି

ଏହା ବାଲେଶ୍ୱର ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ । ନିକଟତମ ରେଳଷ୍ଟେସନ ବରୁଣସିଂ (ନୀଳଗିରି ରୋଡ଼) ଯାହା ଏଠାରୁ ୯ କି.ମି. ଦୂରରେ ଅବସ୍ଥିତ ।

ପ୍ରମୁଖ ଦେବତା

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ଗଠନ

ମୂଳ ମନ୍ଦିର ଓ ଜଗମୋହନଟି ଉତ୍କଳୀୟ ପିଢ଼ା ଶୈଳୀରେ ତିଆରି ଓ ଭଲଭାବରେ ସମତଳ କରି ଗଠିତ ହୋଇଛି । ଗର୍ଭଗୃହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନଙ୍କ ସଙ୍ଗେ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ରତ୍ନବେଦି ଉପରେ ପୂଜିତ । ଜଗମୋହନ ମଧ୍ୟରେଗରୁଡ଼ ସ୍ତମ୍ଭଟି ରହିଛି ଯାହା ଆଗରେ ମୁକ୍ତିମଣ୍ଡପ ରହିଛି ।ASI reports No 016. Indira Gandhi National Centre For The Arts ମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରସ୍ତର ନିର୍ମିତ । ମନ୍ଦିରର ଉଚ୍ଚତା ୫୨ ଫୁଟ । ଏଠାରେ ମୋଟ ପାଞ୍ଚଟି ମନ୍ଦିର ଅଛି ।

କିମ୍ବଦନ୍ତି

ନୀଳଗିରିର ସ୍ୱର୍ଣ୍ଣଚୁଡ଼ ପାହାଡ଼ ଶିଖରରେ ବସା ବାନ୍ଧିଥିଲେ ଶୁକ-ଶାରୀ ଦମ୍ପତି । ରାଜାଙ୍କୁ ସେମାନେ ସ୍ୱପ୍ନରେ ଭବିଷ୍ୟବାଣୀ ଶୁଣାଉଥିଲେ ।ସଙ୍କଟ କାଳରେ ପରାମର୍ଶ ଦେଉଥିଲେ । ମନ୍ତ୍ରୀ, ପୁରୋହିତ, ପାରିଷଦ ତୁଳନାରେ ଶୁକ-ଶାରୀ ପକ୍ଷୀ ଦୁହେଁ ଥିଲେ ରାଜାଙ୍କର ଅତି ବିଶ୍ୱାସଯୋଗ୍ୟ । ଏକଦା ଶୁକ-ଶାରୀ ଦୁହେଁ ସୂଚନା ଦେଲେ ସ୍ୱର୍ଣ୍ଣଚୁଡ଼ ପାହାଡ଼ ଦେଶରେ ନିଳାଦ୍ରୀନାଥଙ୍କୁ ପ୍ରତିଷ୍ଠା କରାଇଲେ ରାଜ୍ୟର ମଙ୍ଗଳ ହେବ । ପ୍ରଜାବର୍ଗ ସୁଖଶାନ୍ତିରେ ଦିନ କାଟିବେ । ଏହି ନିର୍ଦ୍ଦେଶକୁ ପାଳନ ପୂର୍ବକ ତତ୍କାଳିନ ରାଜା ରାମଚନ୍ଦ୍ରଦେବ ମର୍ଦ୍ଦରାଜ ହରିଚନ୍ଦନ ୧୭୫୦ ମସିହାରେ ଏହି ମନ୍ଦିର ତୋଳାଇଥିଲେ ।

ପାର୍ବଣ

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପୂଜା ବିଧି ସହ ସାମଞ୍ଜସ୍ୟ ଅଛି । ରଥଯାତ୍ରାବାହୁଡ଼ା ଯାତ୍ରା ତିନିଦିନ ଧରି ପାଳିତ ହୋଇଥାଏ । ପ୍ରଥମଥର ପାଇଁ ୧୯୯୬ରେ ଏଠାରେ ନବକଳେବର ପାଳିତ ହୋଇଥିଲା ।

  • ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
  • ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୧୮୦୦ ମସିହାଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଜଗନ୍ନାଥ ମନ୍ଦିର, ନୀଳଗିରି ଅବସ୍ଥିତିଜଗନ୍ନାଥ ମନ୍ଦିର, ନୀଳଗିରି ପ୍ରମୁଖ ଦେବତାଜଗନ୍ନାଥ ମନ୍ଦିର, ନୀଳଗିରି ଗଠନଜଗନ୍ନାଥ ମନ୍ଦିର, ନୀଳଗିରି କିମ୍ବଦନ୍ତିଜଗନ୍ନାଥ ମନ୍ଦିର, ନୀଳଗିରି ପାର୍ବଣଜଗନ୍ନାଥ ମନ୍ଦିର, ନୀଳଗିରି ଆହୁରି ଦେଖନ୍ତୁଜଗନ୍ନାଥ ମନ୍ଦିର, ନୀଳଗିରି ଆଧାରଜଗନ୍ନାଥ ମନ୍ଦିର, ନୀଳଗିରି ବାହାର ଲିଙ୍କଜଗନ୍ନାଥ ମନ୍ଦିର, ନୀଳଗିରି

🔥 Trending searches on Wiki ଓଡ଼ିଆ:

ପରିବେଶଭାରତ ସରକାରରାଧାନାଥ ରାୟରାଜ୍ୟ ସଭାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୌତମ ବୁଦ୍ଧବୈକୁଣ୍ଠନାଥ ପଟ୍ଟନାୟକଆସିକାଅମରକଣ୍ଟକ ଏକ୍ସପ୍ରେସବୌଦ୍ଧ ଧର୍ମଅପରାଜିତା ଷଡ଼ଙ୍ଗୀଦ୍ରାଘିମାକୁକୁରବ୍ରାଉଜରପ୍ରତିଭା ରାୟଉତ୍କଳଉଇକିଅଭିଧାନଉଇକିପିଡ଼ିଆ ସମୂହର ତାଲିକାଭାରତର ଜାତୀୟ ପତାକାଉଇକିପିଡ଼ିଆଆଜାଦ ହିନ୍ଦ୍ ଫୌଜମହିମା ଧର୍ମପରଶୁରାମସମ୍ବଲପୁର ଜିଲ୍ଲାଛାନ୍ଦ୧୯୨୦ଚୈତ୍ର ମଙ୍ଗଳବାର ଓଷାକାଳିନ୍ଦୀ ଚରଣ ପାଣିଗ୍ରାହୀକୁନ୍ତଳା କୁମାରୀ ସାବତ୧୨ ସେପ୍ଟେମ୍ବରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟକବିସୂର୍ଯ୍ୟ ବଳଦେବ ରଥଭାରତର ରାଷ୍ଟ୍ରପତିକୁଜିବର ପ‌ତ୍ରବ୍ୟାସଦେବଚାଣକ୍ୟରାଜା ରାମମୋହନ ରାୟସ୍ତନକରଣ (ଜାତି)ଫିଲିପାଇନ୍ସବୃହସ୍ପତିରାକ୍ଷୀ ବାନ୍ଧିଲି ମୋ ରଖିବ ମାନସମାଜ (ଖବରକାଗଜ)ମନୋଜ ଦାସଭୂମିକା ଦାଶପ୍ରାଣୀଗୋଲୋକ ବିହାରୀ ଧଳବୈଶାଖଯାଜପୁରପୃଥିବୀଚନ୍ଦ୍ରଶେଖର ରଥମଙ୍ଗଳା ମନ୍ଦିରବିଜୟ ମିଶ୍ରଚେରୋ ଜାତିସୋରିଷଶ୍ରୀନିବାସ ରାମାନୁଜନଚନ୍ଦନ ବୋଡ଼ାଶାରଳା ପୁରସ୍କାରମହାଭାରତ୧ ଅପ୍ରେଲରାସନ କାର୍ଡ଼ (ଭାରତ)ଭୂମିଜ ଜାତିଭାରତୀୟ ସମ୍ବିଧାନଚଇତି ଘୋଡ଼ା ନାଚ🡆 More