ଜଗନ୍ନାଥଙ୍କ ବେଶ: ମନୋହର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।

ଜଗନ୍ନାଥଙ୍କ ବେଶ: ମନୋହର
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସର୍ବଶ୍ରେଷ୍ଠ ବେଶ ରାଜାରାଜେଶ୍ୱର ସୁନାବେଶ (କାର୍ତ୍ତିକ ପୂର୍ଣ୍ଣିମା ୨୦୨୨)

ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବେଶ ହେଲା:

  1. ଗଜାନନ ବେଶ ବା ଗଣପତି ବେଶ ବା ହାତୀ ବେଶ : ଜ୍ୟେଷ୍ଠ ପୂର୍ଣ୍ଣିମା
  2. ନବଯୌବନ ବେଶ
  3. ସେନାପଟାଲାଗି ବେଶ
  4. ଟାହ୍ୟାଲାଗି ବେଶ
  5. ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ (ବାହୁଡ଼ା ଏକାଦଶୀ)
  6. ବଣଭୋଜି ବେଶ: ଭାଦ୍ରବ କୃଷ୍ଣ ଦଶମୀ
  7. କାଳୀୟଦଳନ ବେଶ: ଭାଦ୍ରବ କୃଷ୍ଣ ଏକାଦଶୀ
  8. ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ ଦ୍ୱାଦଶୀ
  9. ଗିରି ଗୋବର୍ଦ୍ଧନ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ (ଏବେ ଏହି ବେଶ ବଦଳରେ କୃଷ୍ଣ ବଳରାମ ବେଶ ହେଉଅଛି ।)
  10. କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ
  11. ବଳିବାମନ ବେଶ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ
  12. ରାଜା ବେଶ (ବିଶେଷ ଶୈଳୀରେ ସୁନାବେଶ): ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା)
  13. ରାଧାଦାମୋଦର ବେଶ: ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ।
  14. ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ
  15. ବାଙ୍କଚୂଡ଼ା ବେଶ ବା ବାମନ ବେଶ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ
  16. ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
  17. ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ
  18. ରାଜରାଜେଶ୍ୱର ବେଶ (ସୁନା ବେଶ): କାର୍ତ୍ତିକ ପୂର୍ଣ୍ଣିମା
  19. ନାଗାର୍ଜୁନ ବେଶ: କାର୍ତ୍ତିକ ମଳ ତିଥି
  20. ଘୋଡ଼ଲାଗି ବେଶ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ କରାଯାଏ ।
  21. ମକରଚୌରାସୀ ବେଶ
  22. ପୁଷ୍ୟାଭିଷେକ ବେଶ (ସୁନା ବେଶ): ପୌଷ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କ ଅଭିଷେକ ହୋଇଥାଏ । ଅଭିଷେକ ପରେ ଦିଅଁମାନଙ୍କୁ ରାଜ ବେଶ (ସୁନା ବେଶ)ରେ ସୁସଜ୍ଜିତ କରାଯାଇଥାଏ ।
  23. ଶ୍ରାଦ୍ଧ ବେଶ
  24. ପଦ୍ମ ବେଶ: ମାଘ ଅମାବାସ୍ୟା ପରେ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ ।
  25. ଗଜ ଉଦ୍ଧାରଣ ବେଶ: ମାଘ ପୂର୍ଣ୍ଣିମା
  26. ଚାଚେରୀ ବେଶ
  27. ଦୋଳପୂର୍ଣ୍ଣିମା ବେଶ (ସୁନାବେଶ): ଫାଲ୍‌ଗୁନ ପୂର୍ଣ୍ଣିମା
  28. ନବାଙ୍କ ବେଶ
  29. ଚନ୍ଦନଲାଗି ବେଶ:
  30. ରଘୁନାଥ ବେଶ: ଚୈତ୍ର ଶୁକ୍ଳ ନବମୀ (ରାମ ନବମୀ) । ୧୮୦୫ ସାଲ ପରଠାରୁ ଏହି ବେଶ ଅନୁଷ୍ଠିତ ହୋଇନାହିଁ ।
  31. ଅବକାଶ ବେଶ ବା ତଡ଼ପ ଉତ୍ତରୀୟ ବେଶ: ପ୍ରତ୍ୟେକ ଦିନ ସକାଳେ ଅବକାଶ ପୂର୍ବରୁ
  32. ନିତ୍ୟ ଧୂପ ବେଶ
  33. ବଡ଼ସିଂହାର ବେଶ
  34. ହରିହର ବେଶ

ବାର ଅନୁଯାୟୀ ବସ୍ତ୍ରର ରଙ୍ଗ

ବାର ଅନୁଯାୟୀ ଶ୍ରୀମନ୍ଦିରରରେ ଠାକୁରମାନଙ୍କୁ ବିଭିନ୍ନ ରଙ୍ଗର ପାଟବସ୍ତ୍ରରେ ଭୂଷିତ କରାଯାଇଥାଏ, ଯଥା:

  • ରବିବାର - ନାଲି ରଙ୍ଗର ପାଟବସ୍ତ୍ର
  • ସୋମବାର - ଧଳାଛିଟ ପାଟବସ୍ତ୍ର
  • ମଙ୍ଗଳବାର - ବାର ପଟିଆ (ପାଞ୍ଚଟି ରଙ୍ଗ ବିଶିଷ୍ଟ) ବସ୍ତ୍ର
  • ବୁଧବାର - ନୀଳ ରଙ୍ଗର ବସ୍ତ୍ର
  • ଗୁରୁବାର - ହଳଦିଆ ପାଟବସ୍ତ୍ର
  • ଶୁକ୍ରବାର - ଧଳା ପାଟବସ୍ତ୍ର
  • ଶନିବାର - କଳା ପାଟବସ୍ତ୍ର

ଆଧାର

Tags:

ଜଗନ୍ନାଥନାଗାର୍ଜୁନ ବେଶପ୍ରଳମ୍ବାସୁରବଧ ବେଶବଳଭଦ୍ରବିଷ୍ଣୁରଘୁନାଥ ବେଶଶ୍ରାଦ୍ଧ ବେଶସୁନାବେଶ

🔥 Trending searches on Wiki ଓଡ଼ିଆ:

ତରଳ ଝାଡ଼ାସୁକୁମାର ସେନବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିବବଡ଼ଦିନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚୈତ୍ରଇସଲାମ ଧର୍ମପକ୍ଷୀନନ୍ଦିଘୋଷଶୈଳବାଳା ଦାସସମ୍ବଲପୁରଜଗଦୀଶ ମହାନ୍ତି୨୭ ଅପ୍ରେଲରମାକାନ୍ତ ରଥହନୁମାନ ଚାଳିଶାକଳିଙ୍ଗ ଯୁଦ୍ଧଅଭିମନ୍ୟୁ ସାମନ୍ତସିଂହାରଲକ୍ଷ୍ମୀକାନ୍ତ ମହାପାତ୍ରଜ୍ୟୈଷ୍ଠସମ୍ବଲପୁର ଜିଲ୍ଲାଫେସବୁକ ମେସେଞ୍ଜର୧୨ ଫେବୃଆରୀକାଳୀଚରଣ ପଟ୍ଟନାୟକଫକୀର ମୋହନ ସେନାପତିନୃସିଂହ ଚରଣ ପଣ୍ଡାଅଚ୍ୟୁତାନନ୍ଦ ଦାସଗଣ୍ଡାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଫିଫା ବିଶ୍ୱକପଓଡ଼ିଶାର କଳାୟୁ ଟ୍ୟୁବକାଳିନ୍ଦୀ ଚରଣ ପାଣିଗ୍ରାହୀବୃହସ୍ପତିକଲେରାଦ୍ରୌପଦୀ ମୁର୍ମୁହିପୋପୋଟାମସସାହି ଯାତ୧୪୧୭ଗୋଲୋକ ବିହାରୀ ଧଳଗନ୍ଧମାର୍ଦନପଦ୍ମ ଲୋଚନ ପଣ୍ଡାକୋଣାର୍କ ସୂର୍ଯ୍ୟ ମନ୍ଦିରବୀର ସୁରେନ୍ଦ୍ର ସାଏସୁଦାମ ମାରାଣ୍ଡିସୁଦଶା ବ୍ରତହନୁମାନ ଜୟନ୍ତୀଜାପାନୀ ଭାଷାଗୁଣନଦୁଃଖୀରାମ ସ୍ୱାଇଁରାମାୟଣପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଛବିଳ ମଧୁ ବର୍ଣ୍ଣବୋଧଓଡ଼ିଶୀରାସନ କାର୍ଡ଼ (ଭାରତ)ସୀତା ବିବାହପଖାଳ ଦିବସଓଡ଼ିଶା ବିଧାନ ସଭାଗୋକୁଳାନନ୍ଦ ମହାପାତ୍ରସୁରେନ୍ଦ୍ର ମହାନ୍ତିଶୁକ୍ରବାରଅମରପୋଇଜଣ୍ଡିସ୍ମଧୁସୂଦନ ରାଓ୧୯୮୯ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାପ୍ରଥମ ବିଶ୍ୱଯୁଦ୍ଧଆଚାର୍ଯ୍ୟ ହରିହର🡆 More