ଆନାଫାଇଲାକ୍‌ସିସ

ଆନାଫାଇଲାକ୍‌ସିସ ଏକ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା ଯାହା ଚଞ୍ଚଳ ଆରମ୍ଭ ହୁଏ ଓ ଏଥି ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ । ସ୍ୱାଭାବିକ ଭାବରେ ଏହା ଏକାଧିକ ଲକ୍ଷଣ ପ୍ରକାଶ କରେ ଯଥା:- ଗଲୁକାରୀ ରାସ୍, ଜିଭ ଓ ଗଳା ଫୁଲିଯିବା, ଛୋଟ ଛୋଟ ଶ୍ୱାସକ୍ରିୟା, ବାନ୍ତି, ମୁଣ୍ଡ ହାଲୁକା ଲାଗିବା ଓ ନିମ୍ନ ରକ୍ତଚାପ । ଏହି ଲକ୍ଷଣ କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ।

ଆନାଫାଇଲାକ୍‌ସିସ
ଆନାଫାଇଲାକ୍‌ସିସ
ମୁହଁରେ ଆଞ୍ଜିଓଇଡିମା ହୋଇଥିବାରୁ ବାଳକ ଆଖି ଖୋଲିପାରୁନି । ଏହା ଆଲର୍ଜେନ ଯୋଗୁ ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିAllergy and immunology
ଆଇସିଡ଼ି-୧୦T78.2
ଆଇସିଡ଼ି-୯-ସିଏମ୍995.0
ରୋଗ ଡାଟାବେସ29153
ମେଡ଼ିସିନ-ପ୍ଲସ000844
ଇ-ମେଡ଼ିସିନmed/128
MeSHD000707

ଏହି ରୋଗ ସାଧାରଣତଃ ପୋକ କାମୁଡ଼ା ଓ ନାହୁଡ଼ ମରା, ଖାଦ୍ୟ ଓ ଔଷଧ ପ୍ରତିକ୍ରିୟା ଯୋଗୁ ହୁଏ । ବ୍ୟାୟାମ ଓ ଲେଟେକ୍ସ ସଂସ୍ପର୍ଷ ଯୋଗୁ ମଧ୍ୟ ଏହା ହୁଏ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ମଧ୍ୟ ଏହା ହୋଇପାରେ । ଇମ୍ମ୍ୟୁନୋଲୋଜିକ ବା ଅଣ‌-ଇମ୍ମ୍ୟୁନୋଲୋଜିକ ପ୍ରଣାଳୀରେ କେତେକ ଶ୍ୱେତ ରକ୍ତ କଣିକାରୁ ନିର୍ଗତ ମେଡିଏଟର ଯୋଗୁ ଏହି ରୋଗ ହୁଏ । ଆଲର୍ଜେନ ସଂସ୍ପର୍ଷରେ ଆସିବା ପରେ ଉପସ୍ଥାପିତ ଲକ୍ଷଣ ଓ ଚିହ୍ନ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।

ଏହି ରୋଗରେ ସର୍ବ ପ୍ରଥମେ ମାଂସପେଶୀରେ ଏପିନେଫ୍ରିନ ଇଞ୍ଜେକସନ ଦିଆଯାଏ, ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ଓ ସଳଖ ଭାବରେ ରୋଗୀକୁ ରଖାଯାଏ । ଅଧିକ ଏପିନେଫ୍ରିନ ଡୋଜ ମଧ୍ୟ ଆବଶ୍ୟକ ହୋଇପାରେ । ଆଣ୍ଟିହିସ୍ଟାମିନ, ଓ ସ୍ଟିରଏଡ ମଧ୍ୟ ଏହା ସ‌ହିତ ଦେବାକୁ ପଡ଼େ । ଆନାଫାଇଲାକ୍‌ସିସ ଇତିହାସ ଥିଲେ ବେମାରୀର କାରଣ ଖୋଜିବାକୁ ହୁଏ ଓ ଏପିନେଫ୍ରିନ ଅଟୋଇଞ୍ଜେକ୍ଟର ଦିଆଯାଏ ।

ପୃଥିବୀର ୦.୦୫–୨% ଲୋକଙ୍କୁ ଜୀବନର ଯେ କୌଣସି ସମୟରେ ଏହି ରୋଗ ହୁଏ । ଏହି ରୋଗ ହାର ବଢ଼ିବା ଦେଖାଯାଉଛି । ଯୁବା ବୟସରେ ଓ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଆଡମିସନ ହେଉଥିବା ରୋଗୀଙ୍କ ମଧ୍ୟରୁ ୦.୩% ମୃତ୍ୟୁ ବରଣ କରନ୍ତି । ଏହି ଆନାଫାଇଲାକ୍‌ସିସ ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ: ἀνά ଆନା ଅର୍ଥ "ବିରୁଦ୍ଧରେ" ଓ ପ୍ରାଚୀନ ଗ୍ରୀକ ଶବ୍ଦ: φύλαξις ଫାଇଲାକ୍‌ସିସ ଅର୍ଥ "ସୁରକ୍ଷା" ଆସିଛି ।

ଆଧାର

Tags:

ଆଲର୍ଜି ପ୍ରତିକ୍ରିୟା

🔥 Trending searches on Wiki ଓଡ଼ିଆ:

ଗୌରହରି ଦାସମଧୁସୂଦନ ରାଓପ୍ରତିଭା ଶତପଥୀମନୋଜ ଦାସଙ୍କ କଥା ଓ କାହାଣୀଆଉରଙ୍ଗଜେବବଳରାମ ଦାସଉତ୍କଳ ବ୍ରାହ୍ମଣବନ୍ଦେ ଉତ୍କଳ ଜନନୀଯଦୁମଣି ମହାପାତ୍ରପାରାଦୀପ ବନ୍ଦରନବଗୁଞ୍ଜରଗଙ୍ଗାଧର ରଥରସଗୋଲାଭାରତୀୟ ଜନତା ପାର୍ଟିବୈଷ୍ଣବ ଚରଣ ସାମଲଥାଲକୁଡ଼ିସୌରୀନ୍ଦ୍ର ବାରିକଖଞ୍ଜଣିପଖିଆପଣା ସଂକ୍ରାନ୍ତିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାନନ୍ଦିନୀ ଶତପଥୀଭଦ୍ରକପୁନମ ମିଶ୍ରଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରରେବତୀ (କ୍ଷୁଦ୍ରଗଳ୍ପ)ଅଣ୍ଡା ରୋଲବୁଧମଙ୍ଗଳା ମନ୍ଦିରରାସାୟନିକ ମୌଳିକଭାରତୀୟ ଡାକ ସେବାଜ୍ଞାନକୋଷକାଳିନ୍ଦୀ ଚରଣ ପାଣିଗ୍ରାହୀଇରା ମହାନ୍ତିଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ପ୍ରିମିଅର ଲିଗଭୂଗୋଳତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରସ୍ୱର ବର୍ଣ୍ଣପ୍ରେମଓଡ଼ିଆ ଭାଗବତବିରାଟ କୋହଲୀ୪ ଇଡିଅଟସ୍ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପ୍ରତୀକ୍ଷାଫେବୃଆରୀ ୨୯ସମୀର ରଞ୍ଜନ ଦାଶକମ୍ପ୍ୟୁଟରଗୋପାଳ ଚନ୍ଦ୍ର ପ୍ରହରାଜଅଂଶୁଘାତବି. ଆର. ଆମ୍ବେଦକରବିଶ୍ୱନାଥ କର୨୪ ଅପ୍ରେଲଛାନ୍ଦବିଭୂତି ପଟ୍ଟନାୟକସିଦ୍ଧାନ୍ତ ମହାପାତ୍ରପୁଥୁପ୍ପାଲ୍ଲୀ, କୋଟ୍ଟାୟାମଲକ୍ଷ୍ମୀକାନ୍ତ ମହାପାତ୍ରନୟାଗଡ଼ ଜିଲ୍ଲାଭକ୍ତ ଚରଣ ଦାସ (ରାଜନେତା)ଲଣ୍ଡନରାମ ନବମୀଜିମି ୱେଲ୍ସଦାସକାଠିଆଯାଜପୁର ଜିଲ୍ଲାଫେବୃଆରୀମହିଳା ଯୌନାଙ୍ଗ ଛେଦନବଡ଼ ଏରାସମ୍ବଲପୁର ଜିଲ୍ଲା🡆 More