ଅହିଂସା: ଜୈନ ଧର୍ମ ର ଏକ ସିଦ୍ଧାନ୍ତ

ହିନ୍ଦୁଧର୍ମର ମହାନ ମହାକାବ୍ୟ ମହାଭାରତର ବିଭିନ୍ନ ସ୍ଥାନରେ 'ଅହିଂସା ପରମୋ ଧର୍ମ'(अहिंसा परमॊ धर्मः) ଉକ୍ତିଟି ଉଲ୍ଲେଖ କରାଯାଇଛି, ଯାହାର ଆକ୍ଷରିକ ଅର୍ଥ ହେଉଛି ଅହିଂସା ହିଁ ସର୍ବୋଚ୍ଚ ନୈତିକ ଗୁଣ l ଉଦାହରଣସ୍ୱରୂପ ମହାପ୍ରସ୍ଥାନିକା ପ୍ରଭାର ନିମ୍ନଲିଖିତ ପଦଟିକୁ ଉଦ୍ଧୃତ କରାଯାଇପାରେ:

ମହାକାବ୍ୟମାନଙ୍କରେ

अहिंसा परमॊ धर्मस तथाहिंसा परॊ दमः।
अहिंसा परमं दानम अहिंसा परमस तपः।
अहिंसा परमॊ यज्ञस तथाहिस्मा परं बलम।
अहिंसा परमं मित्रम अहिंसा परमं सुखम।
अहिंसा परमं सत्यम अहिंसा परमं शरुतम॥


ମହାଭାରତରୁ ଉଦ୍ଧୃତ ଉପରୋକ୍ତ ପଦଟି ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମରେ ଅହିଂସାର ଗୁରୁତ୍ୱକୁ ପ୍ରତିପାଦିତ କରେ:

Ahimsa is the highest virtue, Ahimsa is the highest self-control,
Ahimsa is the greatest gift, Ahimsa is the best suffering,
Ahimsa is the highest sacrifice, Ahimsa is the finest strength,
Ahimsa is the greatest friend, Ahimsa is the greatest happiness,
Ahimsa is the highest truth, and Ahimsa is the greatest teaching.[1][2]

  1. ^ ସୁବ୍ରମଣ୍ୟମ ସ୍ୱାମୀଙ୍କର What is Hinduism ପୁସ୍ତକର ପଞ୍ଚଚାଳିଶତମ ଅଧ୍ୟାୟର Ahimsa: To do no harm ଶୀର୍ଷକ (ପୃଷ୍ଠା ୩୫୯-୩୬୧)

ଏହାବ୍ୟତୀତ ଆଦିପ୍ରଭା, ବନପ୍ରଭା ଏବଂ ଅନୁଶାସନ ପ୍ରଭାରେ ଏହି ବିଷୟରେ ଆଲୋଚନା କରାଯାଇଛି l ଶ୍ରୀମଦଭାଗବତ ଗୀତାରେ ମଧ୍ୟ ଅନ୍ୟର ହିଂସା କିମ୍ବା ଅସୂୟାର ଶିକାର ହେଲେ କିପରି ନୀତିବଦ୍ଧ ଭାବେ କିପରି ଆତ୍ମସୁରକ୍ଷା କରିବା ସମ୍ଭବ, ସେ ବିଷୟରେ ବର୍ଣ୍ଣନା କରାଯାଇଛି l

ଜୈନଧର୍ମରେ ଅହିଂସା

ଅହିଂସା: ମହାକାବ୍ୟମାନଙ୍କରେ, ଜୈନଧର୍ମରେ ଅହିଂସା, ବୌଦ୍ଧଧର୍ମରେ ଅହିଂସା 
ପାପୁଲି ଉପରେ ଚକ୍ର ଅହିଂସାଧର୍ମୀ ଜୈନପ୍ରତିଜ୍ଞାକୁ ଚିତ୍ରିତ କରିଥାଏ l ଚକ୍ରଟି ହେଉଛି ଧର୍ମଚକ୍ର ଏବଂ ତା ଭିତରେ ଲିଖିତ ଶବ୍ଦଟି ହେଉଛି ଅହିଂସା l ସତତ ସତ୍ୟାନୁଗମନ ଏବଂ ଅହିଂସାଦ୍ୱାରା ଜନ୍ମମୃତ୍ୟୁ ଚକ୍ର ଉପରେ ବିଜୟକୁ ଧର୍ମଚକ୍ର ବର୍ଣ୍ଣନା କରିଥାଏ l

ଜୈନଧର୍ମରେ ପ୍ରଚଳିତ ପାଞ୍ଚୋଟି ପ୍ରତିଜ୍ଞା ମଧ୍ୟରୁ ଅହିଂସାନୀତି ପାଳନ ଅନ୍ୟତମ l ଭାବନା ବଶବର୍ତ୍ତୀ ହୋଇ କୌଣସି ପ୍ରାଣୀକୁ ହତ୍ୟା କରିବା ହେଉଛି ହିଂସା ଏବଂ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ହେଉଛି ଅହିଂସା l ଅହିଂସା ପାଳନରେ ନବସାଧକମାନଙ୍କର ନିୟମାବଳୀଠାରୁ ଜୈନ ଧର୍ମଗୁରୁମାନଙ୍କର ନିୟମାବଳୀ ଅଧିକ କଠୋର l 'ଅହିଂସା ପରମୋ ଧର୍ମ' ଉକ୍ତିଟି ଅନେକ ଜୈନ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବାର ଦେଖିବାକୁ ମିଳେ l  ପଞ୍ଚମ କିମ୍ବା ଷଷ୍ଠ ଶତାବ୍ଦୀରେ ମହାବୀର ଜୈନଧର୍ମ ପ୍ରବର୍ତ୍ତନ କରିବା ପୂର୍ବରୁ ଅହିଂସା ନୀତି ପ୍ରଣୟନ ହୋଇସାରିଥିଲା l ଜୈନ ପରମ୍ପରା ଅନୁସାରେ ଏହି ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ନିରାମିଷାଶୀ ହେବ ଆବଶ୍ୟକ l

ବୌଦ୍ଧଧର୍ମରେ ଅହିଂସା

ବୌଦ୍ଧଧର୍ମରେ ଥିବା ପାଞ୍ଚୋଟି ସିଦ୍ଧାନ୍ତ ମଧ୍ୟରୁ ଅହିଂସା ଅନ୍ୟତମ l ବୌଦ୍ଧଶାସ୍ତ୍ରାନୁସାରେ ଅହିଂସା ପାଳନର ପ୍ରଥମ ନୀତିଟି ହେଉଛି ହତ୍ୟା ଆଦି ପାପକର୍ମରୁ ନିବୃତ୍ତି l ଅହିଂସା ପାଳନ ଉଭୟ ବୌଦ୍ଧଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ଏବଂ ବୌଦ୍ଧଧର୍ମଗୁରୁଙ୍କ ପାଇଁ ବାଧ୍ୟତାମୂଳକ l

=

ବାହ୍ୟ ଆଧାର

Tags:

ଅହିଂସା ମହାକାବ୍ୟମାନଙ୍କରେଅହିଂସା ଜୈନଧର୍ମରେ ଅହିଂସା ବୌଦ୍ଧଧର୍ମରେ ଅହିଂସା ବାହ୍ୟ ଆଧାରଅହିଂସା

🔥 Trending searches on Wiki ଓଡ଼ିଆ:

ତ୍ରିପୁରା ମିଶ୍ରଓଡ଼ିଶାର ଲୋକନୃତ୍ୟଉତ୍କଳ ବିଶ୍ୱବିଦ୍ୟାଳୟ୧୬୬୫ନଅତୁଣ୍ଡୀତୁଳସୀ ଗଛଅଂଶୁଘାତରାଜାରାଣୀ ମନ୍ଦିରଧର୍ମରମାକାନ୍ତ ରଥଫୋସିନୋପ୍ରିଲହନୁମାନନମିତା ଅଗ୍ରୱାଲମଧୁସୂଦନ ଦାସIndiaବିଜ୍ଞାନଉଇକିପିଡ଼ିଆ ସମୂହର ତାଲିକାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପର୍ଫେନାଜାଇନଖାରବେଳହୃଷୀକେଶ ମଲ୍ଲିକରାୟଗଡ଼ା ଜିଲ୍ଲାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବରଗଛମାୟାଧର ମାନସିଂହଚନ୍ଦନ ଯାତ୍ରାଶାନ୍ତନୁ କୁମାର ଆଚାର୍ଯ୍ୟଗୋଦାବରୀଶ ମହାପାତ୍ରଜୀବସାର ଗଟିଣକିଶୋରୀ ଚରଣ ଦାସପିଙ୍କି ପ୍ରଧାନଚୁଡ଼ାଭାରତଚିତ୍ତରଞ୍ଜନ ଦାସଭାରତୀୟ ଜନତା ପାର୍ଟିଇଣ୍ଡୋନେସିଆବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆରାଣୀ ଲକ୍ଷ୍ମୀବାଈବ୍ୟଞ୍ଜନ ବର୍ଣ୍ଣରାମଶାସ୍ତିଶ୍ରୀତମ ଦାସସମୟ (କାଳ)ମନୋରଞ୍ଜନ ଦାସଦେବୁ ବୋଷc3bn4ବାରବାଟି ଦୁର୍ଗଫତୁରାନନ୍ଦଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନତପସ୍ୱିନୀମଙ୍ଗଳୁ ଚରଣ ବିଶ୍ୱାଳଅପରେଟିଙ୍ଗ ସିଷ୍ଟମବଡ଼ ଏରାଓଡ଼ିଶାର କଳାହୃତ୍‌ପିଣ୍ଡଉପନିଷଦହେପାଟାଇଟିସ ବିମ୍ୟାଲେରିଆ୪ (ସଂଖ୍ୟା)ଜଣ୍ଡିସ୍ଚିଲିକା (ବହୁବିକଳ୍ପ)ଚିକୁନ‌ଗୁନିଆମୌଳିକ ସଂଖ୍ୟାସ୍ତନ୍ୟପାୟୀଅଶ୍ରୁମୋଚନ ମହାନ୍ତିଅଖିଳ ମୋହନ ପଟ୍ଟନାୟକଦଣ୍ଡ ନାଟ🡆 More