ହିପୋପୋଟାମସ

ସାଧାରଣ ହିପୋପୋଟାମସ (ଇଂରାଜୀ ଭାଷାରେ The common hippopotamus (/ˌhɪpəˈpɒtəməs/ HIP-Ə-POT-Ə-məs;) ବା ହିପୋପୋଟାମସ ଆମ୍ଫିବିଅସ (Hippopotamus amphibius), ବା କେବଳ ହିପୋ (hippo) ଏକ ବିରାଟକାୟ ସାଧାରଣତଃ ଶାକାହାରୀ (herbivorous), ଚତୁସ୍ପଦ ସ୍ତନ୍ୟପାୟୀ ଓ ଅଙ୍ଗୁଲେଟ (ungulate) ପ୍ରାଣୀ ଯିଏ ସବ-ସାହାର ଆଫ୍ରିକାର (sub-Saharan Africa) ବାସକରେ । ବୈଜ୍ଞାନିକ ହିପୋପୋଟାମିଡି ପରିବାରର ଦୁଇଟି ପ୍ରଜାତି ((extant| species)) ମଧ୍ୟରୁ ଏହା ଗୋଟିଏ । (extant species) ଓ ଅନ୍ୟଟି ପିଗମି ହିପୋପୋଟାମସ (en:pygmy hippopotamus (Choeropsis liberiensis or Hexaprotodon liberiensis)। ପୂରାତନ ଗ୍ରୀକ ଭାଷାର ନ‌ଦୀ ଅଶ୍ୱ ବା ରିଭର ହର୍ସ (river horse (ἱπποπόταμος)) ଶବ୍ଦରୁ ଏହି ଶବ୍ଦଟି ଆସିଛି । ହାତୀ ଓ ରାଇନୋ ପରେ ଏହା ତୃତୀୟ ବିରାଟକାୟ ସ୍ଥଳଚର ପ୍ରାଣୀ (third-largest type of land mammal) ଓ ସବୁଠାରୁ ଓଜନ‌ଦାର ପ୍ରାଣୀ (artiodactyl) । ଘୁଷରୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ସ‌ହିତ ସାଦୃଶ୍ୟ ଥିଲେ ମଧ୍ୟ ଏହାଙ୍କର ସବୁଠାର ଅଦିକ ସାଦୃଶ୍ୟ ସେଟାସି (en:cetaceans ) ପ୍ରାଣୀଙ୍କ (ତିମି, ଡଲଫିନ, ପୋରପେଜ ଇତ୍ୟାଦି) (cetaceans (whales, dolphins, porpoises, etc.) ସ‌ହିତ ଥାଏ ଯାହାଙ୍କଠାରୁ ସେ ୫୫ ନିୟୁତ ବର୍ଷ ପୂର୍ବରୁ ପୃଥକ୍ ହୋଇଥିଲେ ।

Common hippopotamus
ହିପୋପୋଟାମସ
A hippopotamus in Chobe National Park, Botswana
Conservation status
ହିପୋପୋଟାମସ
Vulnerable  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Family: Hippopotamidae
Genus: Hippopotamus
ଜାତି: H. amphibius
ବାଇନୋମିଆଲ ନାମ
Hippopotamus amphibius
Linnaeus, 1758
ହିପୋପୋଟାମସ
Range map of the African hippopotamus. Historic range is in red while current range is in green.

ଢୋଲ ଆକାରର ଶରୀର ଗଠନରୁ ଏମାନଙ୍କୁ ଚିହ୍ନି ହୁଏ ଓ ଏମାନଙ୍କ ଅତ୍ୟଧିକ ଖୋଲୁଥିବା ପାଟି ଓ ତା ଭିତରେ ଦୃଶ୍ୟ ହେଉଥିବା କେନାଇନ ଦାନ୍ତ, ପ୍ରାୟ ଲୋମ‌ବିହୀନ ଦେହ, ସ୍ତମ୍ଭ ଭଳି ଗୋଡ଼, ବିରାଟ ଆକାର: ବୟଃପ୍ରାପ୍ତ ହାରାହାରୀ ୧୫୦୦ କେଜି (୩୩୧୦ ପାଉଣ୍ଡ) ଅଣ୍ଡିରା ହିପୋ ଓଜନ ଓ ୧୩୦୦ କେଜି (୨୮୭୦ ପାଉଣ୍ଡ) ମାଈ ହିପୋ ଓଜନ ହୋଇଥାଏ । ଏହିଭଳି ବଡ଼ ଆକାର ଥିଲେ ମଧ୍ୟ ଏହା ସ୍ୱଳ୍ପ ଦୂରତାକୁ ଘଣ୍ଟାକୁ ୩୦ କି:ମି: (୧୯ ମାଇଲ) ବେଗରେ ଦୌଡ଼ିପାରେ ।

ସାଧାରଣତଃ ନ‌ଦୀ, ହ୍ରଦ ଓ ପଙ୍କୁଆ ଦଳ ଭିତରେ ସାଧାରଣ ହିପୋପୋଟାମସ‌ ବାସ କରେ । ସେଠାରେ ନ‌ଦୀର କିଛି ଦୂରତା ପର୍ଯ୍ୟନ୍ତ ସ୍ଥାନୀୟ ଷଣ୍ଢ ରାଜତ୍ୱ କରିବା ସ‌ହିତ ୫-୩୦ ମାଈ ଓ ଛୁଆଙ୍କୁ ନେଇ ରହନ୍ତି । ଦିନ ବେଲେ ସେମାନେ ନ‌ଦୀ ବା କର୍ଦ୍ଦମ ଭିତରେ ପଶି ଥଣ୍ଡା ରହନ୍ତି । ଉଭୟ ପ୍ରଜନନ ଓ ଛୁଆ ଜନ୍ମ ପାଣି ଭିତରେ ହୁଏ । ଗୋଧୁଳି ସମୟରେ ସେମାନେ ପାଣିରୁ ବାହାରି ଘାସ ଚରନ୍ତି । ପାଣି ଭିତରେ ସମସ୍ତେ ଏକାଠି ରହିଲେ ମଧ୍ୟ ଘାସ ଚରିବା ବେଳେ ଅଲଗା ଅଲଗା ରହି ଚରନ୍ତି । ସ୍ଥଳଭାଗରେ ତାଙ୍କର କିଛି ନିଜସ୍ୱ କ୍ଷେତ୍ର (territorial) ନଥାଏ । ହିପୋ ପୃଥିବୀର ଏକ ବିପଦଜନ‌କ, ହିଂସ୍ର ଓ ଆକ୍ରମଣକାରୀ ପ୍ରାଣୀ । ଏହି ପ୍ରାଣୀମାନେ ବାସ‌ହାନୀ ଯୋଗୁ, ମାଂସ ଓ ଦାନ୍ତ ପାଇଁ ପାଇଁ ଶିକାର ହେଉଥିବାରୁ ବିପଦଗ୍ରସ୍ଥ ରହୁଛନ୍ତି ।

ହିପୋ ଓ ମାନବ

ହିପୋପୋଟାମସ 
Hippopotamus ("William"), Egyptian, Middle Kingdom, ca. 1961–1878 B.C.

ହିପୋ ସ‌ହିତ ମାନବର ସମ୍ପର୍କ ୧୬୦,୦୦୦ ବର୍ଷ ପୂର୍ବରୁ ରହିଆସିଛି ଓ ଏହାର ମାଂସ ଖାଇବା ନିମନ୍ତେ ହିପୋକୁ କାଟିବାର ପ୍ରମାଣ ତାହାର ହାଡ଼ର କଟା ଦାଗରୁ ମିଳୁଛି । ପରେ ପଥର ମଧ୍ୟ ସାହାରାର ଜାନେଟ‌ଠାରେ ପଥର ଗାତ୍ରରେ ମିଳୁଥିବା ଚିତ୍ର ଓ ପଥର ଖୋଦିତ କଳାରୁ ଜଣାଯାଏ ଯେ ୪,୦୦୦-୫୦୦୦ ବର୍ଷ ପୂର୍ବେ ହିପୋ ଶିକାର ହେଉଥିଲା । ପୂରାତନ ମିଶରୀୟମାନେ ହିପୋକୁ ନୀଳ ନ‌ଦୀ (Nile) ଉପତ୍ୟକାର ଏକ ହିଂସ୍ର ପ୍ରାଣୀ ଭାବରେ ଜାଣିଥିଲେ ଓ ମହାନ୍ ବ୍ୟକ୍ତିମାନଙ୍କ ସମାଧି ଉପରେ ହିପୋର ଚିତ୍ର ଥିବା ଦେଖାଯାଏ ।

ପୂରାତନ ଗ୍ରୀକ୍ ଓ ରୋମାନମାନଙ୍କ (Greeks and Romans) ଅମଳରୁ ହିପୋ ଜଣାଶୁଣା ଥିଲା । ଗ୍ରୀକ୍ ଐତିହାସିକ ହେରୋଡୋଟସ ତାଙ୍କର ହେରୋଡୋଟସ ଇତିହାସରେ (The Histories) ହିପୋର ବର୍ଣ୍ଣନା କରିଥିଲେ ଓ ରୋମାନ ପ୍ରକୃତିବାଦୀ ପ୍ଲିନି ଦି ଏଲଡର ହିପୋ ବିଷୟରେ ତାମଲ ବିଶ୍ୱକୋଷରେ (Naturalis Historia) (ସିର୍କା ସନ ୭୭) ଲେଖିଥିଲେ । ୟୋରୁବା ଲୋକମାନେ (Yoruba people) ହିପୋକୁ ଏରିନମି କ‌ହୁଥିଲେ ଯାହାର ଅର୍ଥ ଜଳ ହସ୍ତୀ । ସିଂହ ଅପେକ୍ଷା ହିପୋ ଅଧିକ ସାହସୀ ଥିବାରୁ ଜୁଲୁ (Zulu) ଯୋଦ୍ଧାମାନେ ସାହସୀମାନଙ୍କୁ ହିପୋ ଭଳି ସାହସୀ କ‌ହୁଥିଲେ । ଜୁଲୁମାନେ ତାଙ୍କ ନେତାଙ୍କୁ ଲକ୍ଷ କରି କ‌ହୁଥିଲେ, "ସେ ଗୋଟିଏ ସିଂହ, ହଁ, ସେ ସିଂହଠାରୁ ଅଧିକ- ସେ ଗୋଟିଏ ହିପୋପୋଟାମସ .

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅଖିଳ ମୋହନ ପଟ୍ଟନାୟକ୨୯ ଅପ୍ରେଲଦାସକାଠିଆ୧୯୬୩ର ଓଡ଼ିଆ କଥାଚିତ୍ରଗିରିଜା କୁମାର ବଳୀୟାରସିଂହବୀର ସୁରେନ୍ଦ୍ର ସାଏପଖାଳଓଡ଼ିଆ କାବ୍ୟ କବିତାପାରାଦୀପ ବନ୍ଦରକାମଦା ଏକାଦଶୀଦୁର୍ଗାଷ୍ଟମୀଗଜେନ୍ଦ୍ର ପ୍ରସାଦ ସାହୁମନମୋହନ ସାମଲସମ୍ବଲପୁରୀ ଭାଷାପଠାଣି ସାମନ୍ତଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାମାୟାଧର ମାନସିଂହମହାଭାରତଚିତ୍ରା (ନକ୍ଷତ୍ର)୨୦ ଅପ୍ରେଲବସନ୍ତ କୁମାର ଶତପଥୀତୁଳସୀ ଦାସଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବ୍ରଜନାଥ ବଡ଼ଜେନାକୋଣାର୍କ ସୂର୍ଯ୍ୟ ମନ୍ଦିରକୃଷ୍ଣ ଜନ୍ମାଷ୍ଟମୀପଞ୍ଚସଖାଭାରତବୀଜାଣୁଜୟଦ୍ରଥଭଦଭଦଳିଆଗଣିତଜାପାନଗାଈବେଣୁଧର ରାଉତ୨୧ ମାର୍ଚ୍ଚଦେବୀପ୍ରସନ୍ନ ପଟ୍ଟନାୟକଗ୍ରହଜିନା ସାମଲକୁମ୍ଭାର ଚକକଲମରାଜକିଶୋର ପଟ୍ଟନାୟକବିଭୂତି ଭୂଷଣ ପ୍ରଧାନବ୍ରଜ କିଶୋର ପ୍ରଧାନରାସେଶ୍ୱରୀ ପାଣିଗ୍ରାହୀସରଳା ଦେବୀବାଞ୍ଛାନିଧି ମହାନ୍ତିଭାରତୀୟ ସମ୍ବିଧାନପଦ୍ମଶ୍ରୀନଟବର ଶତପଥୀସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦିବାକର ପରିଡ଼ାକିରଣ ବେଦୀରାଧାନାଥ ରାୟଧର୍ମକିଶୋରଚନ୍ଦ୍ରାନନ୍ଦ ଚମ୍ପୂଭଗବତ ଗୀତାରେବତୀ (କ୍ଷୁଦ୍ରଗଳ୍ପ)କାଟୁଲୁ ରବି କୁମାରଦୁର୍ଗାଗୋମୁହାଁ କୁମ୍ଭୀରଅନନ୍ତ ପଟ୍ଟନାୟକ🡆 More