ଭାରତ ସ୍ୱାଧୀନତା ଦିବସ‌: ଭାରତର ସ୍ବାଧୀନତା ଦିବସ

ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

ସ୍ୱାଧୀନତା ଦିବସ‌
ଭାରତ ସ୍ୱାଧୀନତା ଦିବସ‌: ଇତିହାସ, ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ, ଆଧାର
ଲାଲ କିଲ୍ଲାରେ ଉତ୍ତୋଳିତ ଭାରତୀୟ ଜାତୀୟ ପତାକା; ୧୫ ଅଗଷ୍ଟ ଭଳି ଜାତୀୟ ଦିବସମାନଙ୍କରେ ସର୍ବସାଧାରଣ କୋଠାମାନଙ୍କରେ ଏହା ଉତ୍ତୋଳନ କରାଯାଇଥାଏ ।
ଅନ୍ୟ ନାମପନ୍ଦର ଅଗଷ୍ଟ
ପାଳନକାରୀଭାରତ ସ୍ୱାଧୀନତା ଦିବସ‌: ଇତିହାସ, ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ, ଆଧାର ଭାରତ
ପ୍ରକାରଜାତୀୟ
ବିଶେଷତାଭାରତ ସ୍ୱାଧୀନତାର ଉତ୍ସବ ପାଳିବା
ପାଳନଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ଼ ପ୍ରଦର୍ଶନ, ଆତସବାଜି, ଦେଶଭକ୍ତିପୂର୍ଣ୍ଣ ସଂଗୀତ ଏବଂ ଜାତୀୟ ସଂଗୀତ ଗାନ, ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ
ତାରିଖଅଗଷ୍ଟ ୧୫
ପୁନଃପୌନିକତାବାର୍ଷିକ
ପ୍ରଥମ ପାଳନଅଗଷ୍ଟ ୧୫ ୧୯୪୭

୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାନ୍ତ ପୋଷଣ କଲା । ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ। ସେହି ଦେଶ ନାଗରିକମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେଇ ଥାଏ।

ଇତିହାସ

ସପ୍ତଦଶ ଶତାବ୍ଦୀ ସୁଦ୍ଧା ବ୍ରିଟିଶ ବଣିକମାନେ ଭାରତର ବିଭିନ୍ନ ସ୍ଥାନରେ ବାଣିଜ୍ୟକେନ୍ଦ୍ରମାନ ପ୍ରତିଷ୍ଠା କରିସାରିଥିଲେ । ଇଂରେଜ ସରକାର ଅଷ୍ଟାଦଶ ଶତାବ୍ଦୀରେ ନିଜ ବିପୁଳ ସୈନ୍ୟବଳଙ୍କଦ୍ୱାରା ଅନ୍ୟ ସ୍ୱାଧୀନ ଦେଶମାନଙ୍କୁ ଅଧିକୃତ କରିବାକୁ ଚେଷ୍ଟା କଲେ । ୧୮୫୭ ମସିହାରେ ଘଟିଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ଭାରତୀୟ ସରକାର ଅଧିନିୟମ ୧୮୫୮ ଅନୁସାରେ ବ୍ରିଟିଶ ସରକାର ଭାରତରେ ସାର୍ବଭୌମ ଶାସନ କ୍ଷମତା ଲାଭ କଲେ । ଏହି ସମୟରେ ଭାରତୀୟ ଜାତୀୟ କଂଗ୍ରେସ ପରି ଜାତୀୟତାବାଦୀ ସଂସ୍ଥା ଗଠିତ ହୋଇଥିଲା ଦେଶ ଇତିମଧ୍ୟରେ ମୋନଟାଗୁ-ଚେମସଫୋର୍ଡ଼ ସୁଧାରସବୁ ଦେଖିବା ସହ ରାୱଲଟ ଆଇନର ବର୍ବରତା ମଧ୍ୟ ଅନୁଭବ କରିଥିଲା । ମହାତ୍ମାଗାନ୍ଧୀଙ୍କଦ୍ୱାରା ପ୍ରସ୍ତାବିତ ସତ୍ୟାଗ୍ରହ ଏବଂ ଅସହଯୋଗ ଆନ୍ଦୋଳନ ହେତୁ ଏହି ଅବସ୍ଥାର ଗୁରୁତରତା ନିୟନ୍ତ୍ରିତ ହୋଇଥିଲା ।

ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ

ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନର ଘୋଷଣା ହେବା ସହିତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରାଗଲା ଦେଶବାସୀଙ୍କୁ ବ୍ରିଟିଶଶାସନରେ ଅସହଯୋଗ ପ୍ରଦର୍ଶନ କରିବା ପାଇଁ ନିବେଦନ କରିବା ସହ ପୂର୍ଣ୍ଣ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ କଂଗ୍ରେସର ପ୍ରତ୍ୟେକ ନିର୍ଦ୍ଦେଶକୁ ମାନିବାକୁ ମଧ୍ୟ କୁହାଯାଇଥିଲା ।୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ କଂଗ୍ରେସ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଥିଲା । ସାଧାରଣସଭା ଆୟୋଜନଦ୍ୱାରା ସେତେବେଳେ ସ୍ୱାଧୀନତା ଦିବସ ପାଳିତ ହେଉଥିଲା, ଯେଉଁଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସ୍ୱାଧୀନତାର ପ୍ରତିଜ୍ଞା ନେଉଥିଲେ ।

ଆଧାର

ବାହାର ଲିଙ୍କ

Tags:

ଭାରତ ସ୍ୱାଧୀନତା ଦିବସ‌ ଇତିହାସଭାରତ ସ୍ୱାଧୀନତା ଦିବସ‌ ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସଭାରତ ସ୍ୱାଧୀନତା ଦିବସ‌ ଆଧାରଭାରତ ସ୍ୱାଧୀନତା ଦିବସ‌ ବାହାର ଲିଙ୍କଭାରତ ସ୍ୱାଧୀନତା ଦିବସ‌ଦିଲ୍ଲୀଭାରତର ପ୍ରଧାନମନ୍ତ୍ରୀଭାରତୀୟ ଜାତୀୟ ପତାକାଭାରତୀୟ ସ୍ୱାଧୀନତା ସଂଗ୍ରାମ

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥପିତ୍ତକୋଷରାମକୃଷ୍ଣ ନନ୍ଦରତ୍ନାକର ଚଇନିଶିବଗୋଦାବରୀଶ ମିଶ୍ରତୁଳସୀ ଦାସଗଙ୍ଗାଧର ମେହେରସଂସ୍କୃତ ଭାଗବତଭାରତୀୟ ସ୍ୱାଧୀନତା ଆନ୍ଦୋଳନପ୍ରଦୂଷଣପଦାର୍ଥଶିଶୁ ଅନନ୍ତ ଦାସପୃଥିବୀବିଜ୍ଞାନଧର୍ମେନ୍ଦ୍ର ପ୍ରଧାନସୁନାବେଶଦୁଃଶାସନଅଂଶୁଘାତଟାଟା ମୋଟରସ୩ ଅପ୍ରେଲସୁନାଶିଖରଚଣ୍ଡୀଦଗ୍ଧଚୈତ୍ରବନମାଳୀ ଦାସଭରତ (ରାମାୟଣ)କ୍ୟୁ. ଆର. କୋଡ଼ଛବିଳ ମଧୁ ବର୍ଣ୍ଣବୋଧ୨୦ ଅପ୍ରେଲ୨୧ ମାର୍ଚ୍ଚମାଣବସା ଗୁରୁବାରଭୂମିକା ଦାଶମହାପାତ୍ର ନୀଳମଣି ସାହୁବୀଣାପାଣି ମହାନ୍ତିଗୁଣ୍ଡିଚା ମନ୍ଦିରପର୍ଫେନାଜାଇନମନମୋହନ ସାମଲନୀଳକଣ୍ଠ ଦାସକୃଷ୍ଣପ୍ରସାଦ ମିଶ୍ରଧାମରା ବନ୍ଦରଚାଣକ୍ୟଧଉଳିମଧୁସୂଦନ କାନୁନଗୋଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବି. ଆର. ଆମ୍ବେଦକରବେଣୁଧର ରାଉତନମିତା ଅଗ୍ରୱାଲଯାଜପୁରପ୍ରାଣକୃଷ୍ଣ ପରିଜାwiki.phtmlପର୍ଯ୍ୟାୟ ସାରଣୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅନ୍ନପୂର୍ଣ୍ଣା ମହାରଣାବାଲେଶ୍ୱର ଜିଲ୍ଲାତାରାପ୍ରସାଦ ଦାସଭଦଭଦଳିଆଗିରିଜା କୁମାର ବଳୀୟାରସିଂହକୃଷ୍ଣଯକୃତନଦୀବିବାହଅଖିଳ ମୋହନ ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନବକୃଷ୍ଣ ଚୌଧୁରୀଗୌତମ ବୁଦ୍ଧକାଟୁଲୁ ରବି କୁମାରଜଗନ୍ନାଥ ଦାସଦଶରଥତୃପ୍ତି ଦାସରାସେଶ୍ୱରୀ ପାଣିଗ୍ରାହୀରାବଣ🡆 More