ମିହିର ଦାସ: ଓଡ଼ିଆ ଅଭିନେତା

ମିହିର ଦାସ (୧୧ ଫେବୃଆରୀ ୧୯୫୯–୧୧ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ । ସେ ତିନି ଦଶକରୁ ଅଧିକ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ, ବିଶେଷ କରି ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା, ଏବଂ ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ ।

ମିହିର ଦାସ
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ ।
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ ।
ଜନ୍ମ(1959-02-11)୧୧ ଫେବୃଆରୀ ୧୯୫୯
ମୃତ୍ୟୁ୧୧ ଜାନୁଆରୀ ୨୦୨୨(2022-01-11) (ବୟସ ୬୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ବୈବାହିକ-ସାଥୀସଙ୍ଗୀତା ଦାସ
ସନ୍ତାନଅମ୍ଳାନ ଦାସ, ଅକ୍ଲାନ୍ତ ଦାସ
ୱେବସାଇଟଇଣ୍ଟରନେଟ ମୁଭି ଡାଟାବେସରେ ମିହିର ଦାସ
ଦସ୍ତଖତ
ମିହିର ଦାସଙ୍କ ଦସ୍ତଖତ

ଜୀବନୀ

ପ୍ରାରମ୍ଭିକ ଜୀବନ

ମିହିର ଦାସ ୧୯୫୯ ଫେବୃଆରୀ ୧୧ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ପରିବାର

ସେ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ । ଲୋକପ୍ରିୟ ଗାୟକ ଚିତ୍ତ ଜେନା ଥିଲେ ମିହିର ଦାସଙ୍କ ଶ୍ୱଶୁର । ଏହି ଦମ୍ପତ୍ତିଙ୍କ ପୁଅ ଅମ୍ଲାନ ଦାସ ମଧ୍ୟ ଜଣେ ଅଭିନେତା । ତାଙ୍କ ସାନପୁଅ ଅକ୍ଲାନ୍ତଙ୍କର ଲିଭର ଜନିତ ସମସ୍ୟା ଯୋଗୁ ୨୦୨୩ ମସିହା ଜାନୁଆରୀ ମାସରେ ପରଲୋକ ଘଟିଥିଲା ।

ଅଭିନୟ

ସେ ଏକ କଳା ଚଳଚ୍ଚିତ୍ର ସ୍କୁଲ ମାଷ୍ଟର ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯୋଗଦେଇଥିଲେ । ୧୯୭୯ରେ ମୁକ୍ତିଲାଭ କରିଥିବା ମଥୁରା ବିଜୟ ଥିଲା ତାଙ୍କ ଅଭିନୟ ଜୀବନର ପ୍ରଥମ ବ୍ୟବସାୟିକ ଚଳଚ୍ଚିତ୍ର । ପୁଅ ମୋର ଭୋଳାଶଙ୍କରରେ ଅଭିନୟ ପାଇଁ ସେ ବ୍ୟାପକ ସ୍ୱୀକୃତି ପାଇଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ଖ୍ୟାତନାମା ଅଭିନେତା ଥିଲେ ।

ପୁରସ୍କାର ଓ ସମ୍ମାନ

ସେ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଏବଂ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।

ମୃତ୍ୟୁ

୨୦୨୧ ଡିସେମ୍ବରରେ ସେ କଟକରେ ବୃକକ ତ୍ରୁଟି ନିମନ୍ତେ ଡାଏଲିସିସ ପାଇଁ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥାରେ ହୃଦଘାତ ଅନୁଭବ କରିଥିଲେ । ତାଙ୍କୁ ଏହାପରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଫିଲ୍ମୋଗ୍ରାଫି

ବର୍ଷ ଫିଲ୍ମ ଅବଦାନ ଭୂମିକା
୨୦୧୨ ରଜାଝିଅ ସଂଗେ ହେଇଗଲା ଭାବ ଅଭିନେତା
ଇଡିଅଟ୍ ଅଭିନେତା
ଏମିତି ବି ପ୍ରେମ ହୁଏ ଅଭିନେତା
୨୦୧୧
କଟକ ଅଭିନେତା
କ୍ରିମିନାଲ୍ ଅଭିନେତା
୧୪୩ ଆଇ ଲଭ ୟୁ ଅଭିନେତା
ବାଇଶି ପାହାଚେ ଖେଳିବ ମୀନ ଅଭିନେତା
ହିରୋ- ପ୍ରେମ କଥା ଅଭିନେତା
ମତେ ବୋହୂ କରି ନେଇ ଯା ଅଭିନେତା
ଏ ମନ ଖୋଜେ ମନଟିଏ ଅଭିନେତା
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ ଅଭିନେତା
ମନ ମୋର ପ୍ରଜାପତି ଅଭିନେତା
ଲୋଫର୍ ଅଭିନେତା
ମୋଷ୍ଟ ୱାଣ୍ଟେଡ଼ ଅଭିନେତା
୨୦୧୦ ତୁ ଥା ମୁଁ ଯାଉଛି ଋଷି ଅଭିନେତା
ଆସିବୁ କେବେ ସାଜି ମୋ ରାଣୀ ଅଭିନେତା
ଦିବାନା ଅଭିନେତା
ପ୍ରେମ ଅଢ଼େଇ ଅକ୍ଷର ଅଭିନେତା
ତୋତେ ଭଲ ପାଉଛି ବୋଲି ଅଭିନେତା
ତୋର ମୋର ଯୋଡ଼ି ସୁନ୍ଦର ଅଭିନେତା
ଭୁଲ ବୁଝିବନି ମୋତେ ଅଭିନେତା
ପହିଲି ରଜ ଅଭିନେତା
ସଞ୍ଜୁ ଆଉ ସଞ୍ଜନା ଅଭିନେତା ପର୍ଶୁରାମ ପାଇକରାୟ
ଆ ଲୋ ମୋର କଣ୍ଢେଇ ଅଭିନେତା
ମୁଁ କଣ ଏତେ ଖରାପ ଅଭିନେତା କାହ୍ନାର ବାପା
ଶୁଭ ବିବାହ ଅଭିନେତା
ଆଖି ପଲକରେ ତୁ ଅଭିନେତା
୨୦୦୯ ତୁମେ ହିଁ ସାଥି ମୋର ଅଭିନେତା
ଅଭିମନ୍ୟୁ ଅଭିନେତା
ସାତ ସୁରେ ବନ୍ଧା ଏ ଜୀବନ ଅଭିନେତା
ଆରେ ସାଥି ଆ ଅଭିନେତା
କେଉଁ ଦୁନିଆଁରୁ ଆସିଲ ବନ୍ଧୁ ଅଭିନେତା
ଆଇଲାରେ ଓଡ଼ିଆ ପୁଅ ଅଭିନେତା
ଶତ୍ରୁ ସଂହାର ଅଭିନେତା
ସୁନା ଚଢ଼େଇ ମୋ ରୂପା ଚଢ଼େଇ ଅଭିନେତା
ପ୍ରିୟା - ଦି ଡ୍ରିମ ଗାର୍ଲ ଅଭିନେତା
ଆରେ ସାଥି ଆ ଅଭିନେତା
୨୦୦୮ ମୁନ୍ନା-ଏ ଲଭ ଷ୍ଟୋରୀ ଅଭିନେତା
ମୁଁ ସପନର ସଉଦାଗର ଅଭିନେତା
ମତେ ତ ଲଭ ହେଲାରେ ଅଭିନେତା
ହସିବ ପୁଣି ମୋ ସୁନା ସଂସାର ଅଭିନେତା
ମତେ ଆଣି ଦେଲ ଲକ୍ଷେ ଫଗୁନ ଅଭିନେତା
ତୋ ବିନା ଭଲ ଲାଗେନ ଅଭିନେତା
୨୦୦୭ ଅଗ୍ନିଶିଖା ଅଭିନେତା
ଚକା ଚକା ଭଉଁରୀ ଅଭିନେତା
ଧଉଳି ଏକ୍ସପ୍ରେସ୍ ଅଭିନେତା
ଏ ମନ ମାନେନା ଅଭିନେତା
ମୁଁ ତତେ ଲଭ କରୁଚି ଅଭିନେତା
ଫେରିଆ ମୋ ସୁନା ଭଉଣୀ ଅଭିନେତା
ସମୟ ହାତରେ ଡୋରୀ ଅଭିନେତା
୨୦୦୬ ରାଖି ବାନ୍ଧିଲି ମୋ ରଖିବ ମାନ ଅଭିନେତା
ଶାଶୁଘର ଚାଲିଯିବି ଅଭିନେତା
ଥ୍ୟାଙ୍କ ୟୁ ଭଗବାନ ଅଭିନେତା
ତୁ ଏକା ଆମ ସାହା ଭରଷା ଅଭିନେତା
୨୦୦୫ ଜୀବନ ମୃତ୍ୟୁ ଅଭିନେତା
ଟୋପାଏ ସିନ୍ଦୂର ଦି ଟୋପା ଲୁହ ଅଭିନେତା
୨୦୦୩ ମାତୃଶକ୍ତି ଅଭିନେତା
୨୦୦୧ ସମୟ ଖେଳୁଚି ଚକା ଭଉଁରୀ
୨୦୦୧ ବାଜି ଅଭିନେତା
ଧର୍ମ ଦେବତା ଅଭିନେତା
୨୦୦୦ ହରି ଭାଇ ହାରେନା ଅଭିନେତା
ପ୍ରେମ ବନ୍ଧନ ଅଭିନେତା
ରଶ୍ମୀ ରେଖା ଅଭିନେତା
ସମୟ ଚକରେ ସଂସାର ରଥ ଅଭିନେତା
୧୯୯୯ ଗୋପରେ ବଢୁଛି ମୋ କଳା କହ୍ନେଇ ଅଭିନେତା
କଥା କହିବ ମୋ ମଥା ସିନ୍ଦୂର ଅଭିନେତା
ଷୋଳ ଶୁକ୍ରବାର ଅଭିନେତା
ପବିତ୍ର ବନ୍ଧନ ଅଭିନେତା
କୃଷ୍ଣା କାବେରୀ ଅଭିନେତା
ମା’ ଓ ମମତା ଅଭିନେତା
ମା' ପରି କିଏ ହେବ ଅଭିନେତା
ରାଖି ଭିଜିଗଲା ଆଖି ଲୁହରେ ଅଭିନେତା
ଲକ୍ଷ୍ମୀ ପ୍ରତିମା ଅଭିନେତା
୧୯୯୮ ଅହଲ୍ୟା ଅଭିନେତା
ଲକ୍ଷ୍ମୀର ଅଭିସାର ଅଭିନେତା
ସହର ଜଳୁଚି ଅଭିନେତା
ସଉଭାଗ୍ୟବତୀ ଅଭିନେତା
ସ୍ତ୍ରୀ ଅଭିନେତା
୧୯୯୭ ଭୁଲ କାହାର ଅଭିନେତା
ଗଙ୍ଗା ଯମୁନା ଅଭିନେତା
୧୯୯୬ ସୁହାଗ ସିନ୍ଦୂର ଅଭିନେତା
ଜୀବନ ଧାରା ଅଭିନେତା
୧୯୯୪ ଭାଇ ହେଲା ଭଗାରି ଅଭିନେତା
ଗଢ଼ି ଜାଣିଲେ ଘର ସୁନ୍ଦର ଅଭିନେତା
ମହୁଆ ଅଭିନେତା
ମୁକ୍ତି ମଶାଲ ଅଭିନେତା
୧୯୯୩ ଅନୁପମା ଅଭିନେତା
ଭାଗ୍ୟ ହାତେ ଡୋରି ଅଭିନେତା
ଦାଦାଗିରି ଅଭିନେତା
ଶ୍ରଦ୍ଧାଞ୍ଜଳୀ ଅଭିନେତା
୧୯୯୨ ଅଗ୍ନି ସଙ୍କଟ ଅଭିନେତା
ଘର ମୋର ସ୍ୱର୍ଗ ଅଭିନେତା
ପ୍ରିତୀର ଇତି ଅଭିନେତା
୧୯୯୧ କି ହେବ ଶୁଆ ପୋଷିଲେ ଅଭିନେତା
୧୯୯୦ ହସ ଲୁହ ଭରା ଦୁନିଆ ଅଭିନେତା
ହିସାବ କରିବ କାଳିଆ ଅଭିନେତା
କାଳିଆ ଭରସା ଅଭିନେତା
ପରଦେଶୀ ଚଢ଼େଇ ଅଭିନେତା
୧୯୮୯ ଆକାଶର ଆଖି ଅଭିନେତା
ପ୍ରତିଶୋଧ ଅପରାଧ ନୁହେଁ ଅଭିନେତା
ସାଗର ଅଭିନେତା
୧୯୮୮ କନ୍ୟାଦାନ ଅଭିନେତା
୧୯୮୭ ଏଇ ତ ଦୁନିଆଁ ଅଭିନେତା
୧୯୮୬ ଏଇ ଆମ ସଂସାର ଅଭିନେତା
୧୯୮୦ ରାମାୟଣ ଅଭିନେତା
୧୯୭୯ ମଥୁରା ବିଜୟ ଅଭିନେତା

ଆହୁରି ଦେଖନ୍ତୁ

ଆଧାର

ଅଧିକ ପଠନ


Tags:

ମିହିର ଦାସ ଜୀବନୀମିହିର ଦାସ ଫିଲ୍ମୋଗ୍ରାଫିମିହିର ଦାସ ଆହୁରି ଦେଖନ୍ତୁମିହିର ଦାସ ଆଧାରମିହିର ଦାସ ଅଧିକ ପଠନମିହିର ଦାସଓଡ଼ିଆ ସିନେମା ଜଗତପ୍ରେମ ଅଢ଼େଇ ଅକ୍ଷରଫେରିଆ ମୋ ସୁନା ଭଉଣୀରାକ୍ଷୀ ବାନ୍ଧିଲି ମୋ ରଖିବ ମାନଲକ୍ଷ୍ମୀ ପ୍ରତିମା

🔥 Trending searches on Wiki ଓଡ଼ିଆ:

ବିଜୟ ଶଙ୍କର ଦାସଆଲୋକଭ୍ୟାକୁମ୍ କ୍ଲିନର୍ମନମୋହନ ସାମଲୟୁ ଟ୍ୟୁବତମନ୍ନା ବ୍ୟାସଧାତୁସ୍ତୁତି ଚିନ୍ତାମଣିବିଶ୍ୱ ଏଡ୍‌ସ ଦିବସଓମ'ଙ୍କ ନିୟମସୀତାକାନ୍ତ ମହାପାତ୍ରଶେର ଶାହ ସୁରୀଢେଙ୍କାନାଳରକ୍ତ୨୮ ଫେବୃଆରୀରାମଚନ୍ଦ୍ର ମିଶ୍ରଉଇକିଅଭିଧାନଜିନା ସାମଲପ୍ରହ୍ଲାଦ ନାଟକଧନୁ (ରାଶି)ବିଜୁ ଜନତା ଦଳବି. ଆର. ଆମ୍ବେଦକରଅର୍ଚ୍ଚିତା ସାହୁହୀରାକୁଦ ବନ୍ଧଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରତପସ୍ୱିନୀହନୁମାନ ଚାଳିଶାମଙ୍ଗଳୁ ଚରଣ ବିଶ୍ୱାଳପ୍ରତିଭା ରାୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଟୁକୁନି ସାହୁନନ୍ଦିନୀ ଶତପଥୀଜଗନ୍ନାଥ ଦାସଫେବୃଆରୀ ୨୮ଚିନ୍ତାମଣି ବେହେରାଇଣ୍ଡୋନେସିଆଉପେନ୍ଦ୍ର ଭଞ୍ଜରାଜାରାଣୀ ମନ୍ଦିରଆଚାର୍ଯ୍ୟ ହରିହରଶ୍ରବଣ ( ରାମାୟଣ ର ଚରିତ୍ର )ମହାଦେଶସୁଇଜରଲ୍ୟାଣ୍ଡଲସି୨୦ ଅଗଷ୍ଟ୩୦ ଅପ୍ରେଲବିରାଟ କୋହଲୀତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଭାରତୀୟ ଜାତୀୟ କଂଗ୍ରେସବଳରାମ ଦାସIndiaପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଓଡ଼ିଶା ବିଧାନ ସଭାବ୍ରାହ୍ମ ସମାଜବୈଶାଖଧର୍ମେନ୍ଦ୍ର ପ୍ରଧାନଅଚ୍ୟୁତ ଗୋକୁଳ ନାୟକଅଣସରପ୍ରାଣୀଓଡ଼ିଆ ଭ୍ରମଣ ସାହିତ୍ୟଢଗ ଢମାଳିମହାରାଷ୍ଟ୍ରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଙ୍କ ବେଶପାରମିତା ଶତପଥୀwiki.phtmlମେସିନ ଲର୍ଣ୍ଣିଙ୍ଗ୍ହେମୋଫିଲିଆବାମାଚରଣ ମିତ୍ର🡆 More