ଭୁବନ ବାମ୍

ଭୁବନ ବାମ୍ (ଉଚ୍ଚାରଣ: Bʱʊʋən baːm; ଜନ୍ମ ନାମ:ଭୁବନ ଅବନୀନ୍ଦ୍ର ଶଙ୍କର ବାମ୍; ୨୨ ଜାନୁୟାରୀ ୧୯୯୪) ଜଣେ ଭାରତୀୟ ହାସ୍ୟ ଅଭିନେତା, ଲେଖକ, ଗାୟକ, ଗୀତିକାର ଏବଂ ୟୁଟ୍ୟୁବ୍‌ର୍ । ସେ ୟୁଟ୍ୟୁବରେ ବିବି କି ଭାଇନ୍ସ ନାମକ କମେଡ଼ି ଚ୍ୟାନେଲ୍ ପାଇଁ ଜଣାଶୁଣା ।

ଭୁବନ ବାମ୍
ଭୁବନ ବାମ୍
୨୦୧୯ରେ ଭୁବନ
Personal information
Bornଭୁବନ ଅବନୀନ୍ଦ୍ର ଶଙ୍କର ବାମ୍
(1994-01-22) ୨୨ ଜାନୁଆରୀ ୧୯୯୪ (ବୟସ ୩୦)
Educationଭଗତ ସିଂହ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଇତିହାସରେ ସ୍ନାତକ)
Occupation
  • ୟୁଟ୍ୟୁବର୍
  • ହାସ୍ୟ ଅଭିନେତା
  • ଗାୟକ
  • ଗୀତିକାର
  • ଉଦ୍ୟୋଗପତି
YouTube information
Channels
Years active୨୦୧୫–ଏବେଯାଏଁ
Genreହାସ୍ୟ ଅଭିନୟ
Subscribers୨.୬୭୮ କୋଟି (ମିଳିତ)
Total views୬୪୫ କୋଟି (ମିଳିତ)
Play buttons
ଭୁବନ ବାମ୍ 100,000 subscribers ୨୦୧୭
ଭୁବନ ବାମ୍ 1,000,000 subscribers ୨୦୧୮
ଭୁବନ ବାମ୍ 10,000,000 subscribers ୨୦୧୮
Subscriber and view counts updated as of ୨୮ ଜାନୁଆରୀ ୨୦୨୩.

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ଭୁବନ ୧୯୯୪ ମସିହାର ଜାନୁୟାରୀ ୨୨ ତାରିଖରେ ଗୁଜରାଟର ବଡ଼ୋଦରାଠାରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅବନୀନ୍ଦ୍ର ବାମ୍ ଏବଂ ମାଆଙ୍କ ନାମ ପଦ୍ମା ବାମ୍ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଦିଲ୍ଲୀରେ ବାସ କରିବା ଆରମ୍ଭ କରିଥିଲେ । ସେ ଦିଲ୍ଲୀସ୍ଥିତ ଗ୍ରୀନ୍ ଫିଲ୍ଡସ୍ ସ୍କୁଲରେ ପାଠ ପଢ଼ିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସହିଦ ଭଗତ ସିଂହ ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକ କରିଥିଲେ ।

ତାଙ୍କ ପିତାମାତା ୨୦୨୧ ମସିହାରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ ।

ପେଷା

କାଶ୍ମୀର ବନ୍ୟାରେ ମୃତ୍ୟୁବରଣ କରିଥିବା ଜଣେ ଯୁବକର ମାଆକୁ ପ୍ରଶ୍ନ ପଚାରୁଥିବା ଏକ ସମ୍ବାଦିକର ଅଭିନୟ କରି ଭୁବନ ତାଙ୍କର ଏକ ଭିଡିଓ ଫେସବୁକରେ ଅପଲୋଡ଼ କରିଥିଲେ । ତାଙ୍କ କିଛି ଭିଡିଓ ପାକିସ୍ତାନରେ ଲୋକପ୍ରିୟ ହେବାପରେ ୨୦୧୫ ମସିହାରେ ସେ ୟୁ-ଟ୍ୟୁବ୍‌ରେ ବିବି କି ଭାଇନ୍ସ ନାମରେ ସେ ତାଙ୍କର ଚ୍ୟାନେଲ ଖୋଲିଥିଲେ ।

ବିବି କି ଭାଇନ୍ସ

ଭୁବନ ତାଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲର ନାମ ବିବି କି ଭାଇନ୍ସ ଏକ ଆମେରକୀୟ ଭିଡିଓ ଆପ୍‌ରୁ ଅନୁପ୍ରେରିତ ହୋଇ ରଖିଥିଲେ, ଯେଉଁଥିରେ ସେ ନିଜେ ଅନେକ ଚରିତ୍ରରେ ଅଭିନୟ କରନ୍ତି । ଏହି ଚରିତ୍ର ମାନଙ୍କ ମଧ୍ୟରେ ସେ ନିଜେ, ତାଙ୍କର ଦୁଇ ଜଣ ସାଙ୍ଗ (ସମୀର ଓ ବଞ୍ଛୋଡ଼ ଦାସ), ତାଙ୍କ ମାଆ, ବାପା, ମାମୁଁ (ଟିଟୁ), ତାଙ୍କ ଶିକ୍ଷକ (ବବ୍‌ଲି ସାର୍), ମିଷ୍ଟର ହୋଲା, ଡ. ସେହଗଲ୍, ଅଦରକ୍ ବାବା, ପାପା ମାକିଚୁ, ଡିଟେକ୍ଟିଭ୍ ମଙ୍ଗଲୁ, ଶ୍ରୀମତି ବର୍ମା ଆଦି କିଛି ଭୂମିକାରେ ଅଭିନୟ କରନ୍ତି । ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କର ୨.୫ରୁ ଅଧିକ ସବ୍‌ସ୍କାଇବର୍ ଅଛନ୍ତି ।

ଏହି ଭିଡିଓଗୁଡ଼ିକ ସେ ନିଜେ ଏକ ଫୋନରେ ସାମ୍ନା କ୍ୟାମେରା ବ୍ୟବହାର କରି ସୁଟିଂ କରନ୍ତି ।

ଅନ୍ୟାନ୍ୟ କାମ

ଅଗଷ୍ଟ ୨୦୧୬ରେ, ଭୁବନ ଏକ ମ୍ୟୁଜିକ୍ ଭିଡିଓ ତେରି ମେରି କାହାନି ରିଲିଜ୍ କରିଥିଲେ । ଏହା ପରେ ସାଙ୍ଗ୍ ହୁଁ ତେରେ, ସଫର, ରାହୁଗୁଜର୍ ଏବଂ ଅଜନବି ଆଦି ଗୀତ ମୁକ୍ତିଲାଭ କରିଥିଲା । ସେ ଦିବ୍ୟା ଦତ୍ତଙ୍କ ସହ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ଲସ୍ ମାଇନସ୍ରେ ଅଭିନୟ କରିଥିଲେ ଯେଉଁଥିରେ ସେ ବାବା ହରଭଜନ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା । ଡିସେମ୍ବର ୨୦୧୮ରେ, ସେ ୟୁଟ୍ୟୁବରେ ଟିଟୁ ଟକ୍ସ୍ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଶାହରୁଖ ଖାନ୍ ପ୍ରଥମ ଅତିଥି ଭାବରେ ଯୋଗ ଦେଇଥିଲେ ।

ମଇ ୨୦୨୦ରେ ସେ ଟିଟୁ ଟକ୍ସର 'ଲାଇଫ୍ ଲାଇନ୍ ଅଫ୍ ସୋସାଇଟି' ନାମକ ଏକ ଏପିସୋଡ୍ ଅପଲୋଡ୍ କରିଥିଲେ ଯେଉଁଥିରେ ସେ ଭାରତରେ କରୋନା ଭୂତାଣୁ ଯୋଗୁଁ ହୋଇଥିବା ଲକ୍‌ଡାଉନ୍ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ବୁଝିବା ପାଇଁ କିଛି ସାଧାରଣ ଲୋକଙ୍କର ସାକ୍ଷାତକାର ନେଇଥିଲେ ।

ଜାନୁୟାରୀ ୨୦୨୧ ସୁଦ୍ଧା ତାଙ୍କ ଚେନାଲ୍‌ର ଥିବା ସମୁଦାୟ ଭିଡିଓଗୁଡ଼ିକୁ ମୋଟ ୩୦୦ କୋଟିରୁ (୩ ବିଲିଅନ୍) ଅଧିକ ଥର ଦେଖାଯାଇଥିଲା । ୨୦୨୧ ମସିହାର ଅକ୍ଟୋବର ମାସରେ ତାଙ୍କ ଚ୍ୟାନେଲ୍‌ରେ ସେ ଅଭିନୟ କରୁଥିବା ଚରିତ୍ରମାନଙ୍କୁ ନେଇ ଆଠ ଏପିସୋଡ୍ ବିଶିଷ୍ଟ ଏକ ୱେବ୍ ସିରିଜ୍ ଢିଣ୍ଡୋରା ମୁକ୍ତିଲାଭ କରିଥିଲା ।

ଜାନୁଆରୀ ୨୦୨୩ରେ, ସେ ଡିଜ୍ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ତାଜା ଖବର ନାମକ ଏକ ୱେବ୍ ସିରିଜ୍ ଜରିଆରେ ଓଟିଟିରେ ଅଭିନୟ କରିବା ଆରମ୍ଭ କରିଥିଲେ ।। ଏହି ମାସରେ ତାଙ୍କର ଅନ୍ୟ ଏକ ୱେବ୍ ସିରିଜ୍ ରଫ୍ତା ରଫ୍ତା ଆମାଜନ୍ ମିନିଟିଭିରେ ମୁକ୍ତିଲାଭ କରିଥିଲା ।

ମିଡ଼ିଆ

ଅପ୍ରେଲ ୨୦୧୯ରେ, ଭୁବନ ହିନ୍ଦୁସ୍ତାନ ଟାଇମ୍ସ ବ୍ରଞ୍ଚ କଭର୍ ଷ୍ଟୋରୀରେ ସ୍ଥାନ ପାଇଥିଲେ । ସେହି ବର୍ଷ ଜୁଲାଇ ମାସରେ, ସେ ରୋଲିଂ ଷ୍ଟୋନର ପ୍ରଚ୍ଛଦରେ ମଧ୍ୟ ସ୍ଥାନ ପାଇଥିଲେ ।

ଜାନୁଆରୀ ୨୦୨୦ରେ, ସେ ପୁମାର ସହଯୋଗରେ ଗ୍ରାଜିଆ ଇଣ୍ଡିଆର କଭରରେ ସ୍ଥାନ ପାଇଥିଲେ । ସେହି ମାସରେ, ସେ ବିଶ୍ୱ ଅର୍ଥନୈତିକ ଫୋରମରେ ଥିଲେ । ଏହାର ପର ମାସରେ ସେ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍‌ସ୍ ବର୍ଗରେ ଫୋର୍ବସ୍ ୩୦ ଅଣ୍ଡର ୩୦ ତାଲିକାରେ ସ୍ଥାନ ପାଇଥିଲେ ।

ଅକ୍ଟୋବର ୨୦୨୧ରେ, ସେ ପୁନର୍ବାର ହିନ୍ଦୁସ୍ତାନ ଟାଇମ୍ସ ବ୍ରଞ୍ଚ କଭର ଷ୍ଟୋରୀରେ ସ୍ଥାନିତ ହୋଇଥିଲେ ।

ଅଭିନୀତ କାର୍ଯ୍ୟ

ଟେଲିଭିଜନ

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୯ ଏମ୍‌ଟିଭି ଅନ୍‌ପ୍ଲଗ୍‌ଡ୍ ନିଜେ/ଗାୟକ ୮ମ ଭାଗ, ୪ର୍ଥ ଅଧ୍ୟାୟ
୨୦୨୧ ବିଙ୍ଗୋ କମେଡି ଆଡ୍ଡା ନିଜେ ୨ୟ ଅଧ୍ୟା
ବିଗ୍ ବସ୍ ୧୫ ଅତିଥି

ୱେବ୍ ସିରିଜ୍

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୧୬–୧୭ ଟିଭିଏଫ୍ ବ୍ୟାଚେଲର୍ସ୍ ଭୁବନେଶ୍ୱର ବାମ୍ ୧ମ ଭାଗ
୨୦୧୯ ୱାନ୍ ମାଇକ୍ ଷ୍ଟାଣ୍ଡ୍ ନିଜେ ୧ମ ଭାଗ, ୧ମ ଅଧ୍ୟାୟ
୨୦୨୧ ଢିଣ୍ଢୋରା ଭିନ୍ନ ଭିନ୍ନ ଚରିତ୍ର ଲେଖକ ଏବଂ ପ୍ରଯୋଜକ
୨୦୨୩ ତାଜା ଖବର ବସନ୍ତ ଗାୱଡ଼େ (ବସ୍ୟା) ନିଜ ପ୍ରଯୋଜନା ସଂସ୍ଥା
ରଫ୍ତା ରଫ୍ତା କରଣ

କ୍ଷୁଦ୍ର ଚଳଚ୍ଚିତ୍ର

ବର୍ଷ ଶୀର୍ଷକ ଭୂମିକା ଆଧାର
୨୦୧୮ ପ୍ଲସ୍ ମାଇନସ୍ ବାବା ହରଭଜନ ସିଂ

ମ୍ୟୁଜିକ୍ ଭିଡିଓ

ବର୍ଷ ଆଖ୍ୟା ଗାୟକ (ଗୁଡିକ) ରେଫ।
୨୦୨୨ ଲକଡାଉନ୍ ରାପ୍ ଏସ୍ଏସ୍‌‌ଡି ମ୍ୟୁଜିକ୍
୨୦୨୧ କିଲ୍ ଚୋରି ଆଶ୍ କିଙ୍ଗ୍, ନିକିତା ଗାନ୍ଧୀ

ଗୀତ

ବର୍ଷ ଶୀର୍ଷକ ଆଲବମ୍ ଗାୟକ (ଗୁଡ଼ିକ) ଆଧାର
୨୦୧୬ ତେରି ମେରି କାହାନି - ନିଜେ
୨୦୧୮ ସଙ୍ଗ୍ ହୁଁ ତେରେ
ସଫର
ରାହଗୁଜର୍
୨୦୧୯ ବସ୍ ମେଁ
ଅଜନବି
ଗୁଞ୍ଚା କୋଇ ଏମ୍‌ଟିଭି ଅନ୍‌ପ୍ଲଗ୍‌ଡ୍
୨୦୨୦ ହମ୍ ସାଥ୍ ହେଁ -
ହୀରା ରାଞ୍ଝା
୨୦୨୨ ଦିଦି ଗୀତ ଢିଣ୍ଢୋରା
ସାଜିସ୍ ନିଜେ ଓ ରେଖା ଭରଦ୍ୱାଜ
ବନ୍ ଗଇ ଜିନ୍ଦେଗି ନିଜେ
ଢିଣ୍ଢୋରା କୈଳାଶ ଖେର୍

ପୁରସ୍କାର ଏବଂ ନାମାଙ୍କନ

ବର୍ଷ ପୁରସ୍କାର ବର୍ଗ କାର୍ଯ୍ୟ ଫଳାଫଳ ଆଧାର
2019 ଫିଲ୍ମେଫେୟାର୍ ସର୍ବୋତ୍ତମ କ୍ଷୁଦ୍ର ଚଳଚ୍ଚିତ୍ର ପ୍ଲସ୍ ମାଇନସ୍ ବିଜେତା
2022 ଫିଲ୍ମଫେୟାର ଓଟିଟି ପୁରସ୍କାର ଶ୍ରେଷ୍ଠ ୱେବ୍ ସିରିଜ୍ ଅଭିନେତା (ପୁରୁଷ) ଢିଣ୍ଢୋରା ନାମାଙ୍କିତ

ଆଧାର

ବାହାର ଲିଙ୍କ୍

Tags:

ଭୁବନ ବାମ୍ ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷାଭୁବନ ବାମ୍ ପେଷାଭୁବନ ବାମ୍ ମିଡ଼ିଆଭୁବନ ବାମ୍ ଅଭିନୀତ କାର୍ଯ୍ୟଭୁବନ ବାମ୍ ଗୀତଭୁବନ ବାମ୍ ପୁରସ୍କାର ଏବଂ ନାମାଙ୍କନଭୁବନ ବାମ୍ ଆଧାରଭୁବନ ବାମ୍ ବାହାର ଲିଙ୍କ୍ଭୁବନ ବାମ୍ୟୁ ଟ୍ୟୁବ

🔥 Trending searches on Wiki ଓଡ଼ିଆ:

ପୁଷ୍ଟିସାରକିଶୋରୀ ଚରଣ ଦାସଛେନା ତାଡ଼ିଆଜଗନମୋହ‌ନ ଲାଲରଥଯାତ୍ରାଶିବଗାୟତ୍ରୀବାଳା ପଣ୍ଡାଆକବରକୃଷ୍ଣଚନ୍ଦ୍ର ବକ୍ସିପାତ୍ରନନ୍ଦିଘୋଷରାଜନୀତି ବିଜ୍ଞାନସ୍ୱାମୀ ନାରାୟଣହରେକୃଷ୍ଣ ମହତାବଭାରତୀୟ ସମ୍ବିଧାନତେଲୁଗୁ ଭାଷାଓଡ଼ିଆ କାବ୍ୟ କବିତାତ୍ରିଭୁଜସ୍ତୁତି ଚିନ୍ତାମଣିଫାଶୀମଧୁସୂଦନ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସୁନ୍ଦରଗଡ଼ଦୁଦୁରାବିଶ୍ୱନାଥ କରତନ୍ତ୍ରହିନ୍ଦୁ ଧର୍ମ୧୭୨୫ଗଣେଶଓ ଅନ୍ଧଗଳିରାଷ୍ଟ୍ରୀୟ ସ୍ୱୟଂସେବକ ସଂଘସୌଭାଗ୍ୟ କୁମାର ମିଶ୍ରଓଡ଼ିଶାର ଦୋଳଯାତ୍ରାସୀତା ବିବାହମନୋଜ ଦାସଙ୍କ କଥା ଓ କାହାଣୀଜଗଦୀଶ ମହାନ୍ତିଜଗନ୍ନାଥସରସ୍ୱତୀ ନଦୀଚନ୍ଦନ ଯାତ୍ରାଗରୁଡ଼ଜଳପ୍ରଧାନ ପୃଷ୍ଠାମହାଦେଶବିଶ୍ୱଜିତ ଦାସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବଡ଼ଦିନ ଗଛଡାଲମାଯଶୋବନ୍ତ ଦାସସତ୍ୟଭାମା୧୧ ନଭେମ୍ବରସୀତାକାନ୍ତ ମହାପାତ୍ରହାଡ଼ଫୁଟିସଜନାପଠାଣି ପଟ୍ଟନାୟକଉମେଶଚନ୍ଦ୍ର ସରକାରପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରତ୍ନାକର ଚଇନିଦୁର୍ଗାଜ୍ୟୋତ୍ସ୍ନା ଦାସପାଞ୍ଜିଉଇକିପିଡ଼ିଆପଞ୍ଚାନନ ମିଶ୍ରଖାରବେଳମହାତ୍ମା ଗାନ୍ଧୀତାଜମହଲଆଚାର୍ଯ୍ୟ ହରିହର🡆 More