ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ ଆରଏସଏସ) ଏକ ଭାରତୀୟ ଦକ୍ଷିଣପନ୍ଥୀ, ହିନ୍ଦୁ ଜାତୀୟତାବାଦୀ, ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ । ଆରଏସଏସ ହେଉଛି ସଂଘ ପରିବାରର ନାମକ ଏକ ବୃହତ ସଂସ୍ଥାସମୂହର ମୂଳ ସଂଗଠନ ଏବଂ ତାହା ଭାରତୀୟ ସମାଜର ସମସ୍ତ ଦିଗରେ ଉପସ୍ଥିତି ରହିଛି । ଆରଏସଏସ ୧୯୨୫ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା । ୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଭୋପାଳରେ ପଥ ସଞ୍ଚାଳନ
ଛୋଟ ନାଆଁRSS
ସ୍ଥାପନା27 ସେପ୍ଟେମ୍ବର 1925 (98 years ago) (1925-୦୯-27)
ପ୍ରକାରଦକ୍ଷିଣପନ୍ଥୀ
ସ୍ୱେଚ୍ଛାସେବୀ
ଅର୍ଦ୍ଧସାମରିକ
ନ୍ୟାୟିକ ଅବସ୍ଥାସକ୍ରିୟ
ଉଦ୍ଦେଶ୍ୟହିନ୍ଦୁ ରାଷ୍ଟ୍ରୀୟବାଦ ଓ ହିନ୍ଦୁତ୍ୱ
ମୁଖ୍ୟାଳୟଡଃ ହେଗଡେୱର ଭବନ, ସଂଘ ବିଲଡିଂ ରୋଡ଼, ନାଗପୁର, ମହାରାଷ୍ଟ୍ର
ସଭ୍ୟପଦ
  • ୫୦–୬୦ ଲକ୍ଷ (୫–୬ ନିୟୁତ)
  • ୫୬,୮୫୯ ଶାଖା (୨୦୧୬)
ମୁଖ୍ୟ ଭାଷାକୌଣସିଟି ନୁହେଁ
ସଂଘଚାଳକ (ମୁଖ୍ୟ)ମୋହନ ଭାଗବତ
ସାଧାରଣ ସମ୍ପାଦକଦତ୍ତ୍ତ୍ରେୟ ହୋସାବଳେ
ଅନୁମୋଦନସଂଘ ପରିବାର
ୱେବ୍‌ସାଇଟwww.rss.org

ପ୍ରାରମ୍ଭିକ ପ୍ରେରଣା ଥିଲା ହିନ୍ଦୁ ଅନୁଶାସନ ମାଧ୍ୟମରେ ଚରିତ୍ର ତାଲିମ ପ୍ରଦାନ କରି ଓ ହିନ୍ଦୁ ସମ୍ପ୍ରଦାୟକୁ ଏକାଠି କରି ଏକ ହିନ୍ଦୁ ରାଷ୍ଟ୍ର ଗଠନ କରିବା । ଏହି ସଂଗଠନ ଭାରତୀୟ ସଂସ୍କୃତି ଏବଂ ନାଗରିକ ସମାଜର ମୂଲ୍ୟବୋଧକୁ ବଜାୟ ରଖିବାର ଆଦର୍ଶକୁ ପ୍ରୋତ୍ସାହିତ କରେ ଏବଂ ହିନ୍ଦୁ ସମ୍ପ୍ରଦାୟକୁ "ଶକ୍ତ" କରିବା ପାଇଁ ହିନ୍ଦୁତ୍ୱର ନୀତିକୁ ପ୍ରସାର କରେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ୟୁରୋପୀୟ ଦକ୍ଷିଣପନ୍ଥୀ ଗୋଷ୍ଠୀଠାରୁ ପ୍ରାରମ୍ଭିକ ପ୍ରେରଣା ଗ୍ରହଣ କରିଥିଲା । କାଳକ୍ରମେ ଆରଏସଏସ ଏକ ବିରାଟ ହିନ୍ଦୁ ଜାତୀୟତାବାଦୀ ସଂଗଠନରେ ପରିଣତ ହୋଇ ନିଜର ଆଦର୍ଶଗତ ବିଶ୍ୱାସ ବିସ୍ତାର କରିବା ପାଇଁ ଅନେକ ଅନୁବନ୍ଧିତ ସଂଗଠନ, ବିଦ୍ୟାଳୟ, ଦାତବ୍ୟ ଅନୁଷ୍ଠାନ ଏବଂ କ୍ଲବ ଆଦି ପ୍ରତିଷ୍ଠା କରିଥିଲା ।

ବ୍ରିଟିଶ ଶାସନ ସମୟରେ ଥରେ, ଓ ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତ ସରକାରଦ୍ୱାରା ତିନିଥର, ପ୍ରଥମେ ଆଦର୍ଶଗତ ମତଭେଦକୁ ନେଇ ୧୯୪୬ରେ ଆରଏସଏସ ଛାଡ଼ିଥିବା ଦାବି କରିଥିବା ନାଥୁରାମ ଗଡ଼ସେ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ, ଜରୁରୀକାଳୀନ ପରିସ୍ଥିତି ସମୟରେ (୧୯୭୫-୧୯୭୭); ଏବଂ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ତୃତୀୟ ଥର ପାଇଁ ଆରଏସଏସକୁ ଅଟକାଯାଇଥିଲା ।

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ପାଟଦେଇବଙ୍ଗଳାଦେଶଶୈଳଭାମା ମହାପାତ୍ରଅଗସ୍ତ୍ୟ ମୁନିଜାତୀୟ ସଙ୍ଗୀତସ୍କନ୍ଦ ପୁରାଣଓଡ଼ିଆ ରାମାୟଣବେଦବିନୋଦ ଚନ୍ଦ୍ର ନାୟକସୌଭାଗ୍ୟ କୁମାର ମିଶ୍ର୨୮ ଜୁଲାଇଉତ୍କଳ ଦିବସପଣା ସଂକ୍ରାନ୍ତିଗୋବିନ୍ଦ ତ୍ରିପାଠୀମୁସଲମାନରକ୍ତସିପାହୀ ବିଦ୍ରୋହରଜନୀ କୋଠାରୀରାମଚନ୍ଦ୍ର ମିଶ୍ରଭୂଇଁନିମମାଲେସିଆଯୁଗଳ କିଶୋର ପଟ୍ଟନାୟକରାଧାଦାମୋଦର ବେଶବିଭୁ କିଶୋରବୃଷ (ରାଶି)ଆର୍ଯ୍ୟଭଟ୍ଟଯଶୋଧାରା ମିଶ୍ରରାମଶଙ୍କର ରାୟତାରିଣୀ ମନ୍ଦିର, ଘଟଗାଁସ୍ୱାଧୀନତା୩୧ ଜୁଲାଇମହା ଶିବରାତ୍ରିମନୋରଞ୍ଜନ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାରତଭଦଭଦଳିଆରାମାୟଣଜାମସେଦଜୀ ଟାଟାବାଞ୍ଛାନିଧି ମହାନ୍ତିଚୋଡ଼ଗଙ୍ଗ ଦେବପଖାଳ ଦିବସକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମହାଦେଶଦୁର୍ଗାସୁନାକା (ଉପନ୍ୟାସ)ଶ୍ରୀମନ୍ଦିରର ଗଣେଶ ମନ୍ଦିରକିଶୋରୀ ଚରଣ ଦାସଉତ୍କଳ ସମ୍ମିଳନୀଆଶୁତୋଷ ପରିଡ଼ାସୀତା ବିବାହସୁଭାଷ ଚନ୍ଦ୍ର ବୋଷ୨ (ସଂଖ୍ୟା)ମାନସିକ ଦୃଢ଼ତାଅନନ୍ତ ପଟ୍ଟନାୟକମାଳିକାରାଜକିଶୋର ରାୟପୂର୍ବ ଭାଦ୍ରପଦ (ନକ୍ଷତ୍ର)ଶୈଳବାଳା ଦାସଭୂମିକମ୍ପଶିବରାମନୃସିଂହମୋଗଲ ସାମ୍ରାଜ୍ୟଜଗନ୍ନାଥ ମନ୍ଦିର, କୋରାପୁଟତରଳ ଝାଡ଼ାକନ୍ୟା (ରାଶି)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା🡆 More