ବିନାୟକ ଦାମୋଦର ସାବରକର

ବିନାୟକ ଦାମୋଦର ସାବରକର, ମରାଠୀ ଉଚ୍ଚାରଣ: ; ୨୮ ମଇ ୧୮୮୩ - ୨୬ ଫେବୃଆରୀ ୧୯୬୬) ଜଣେ ଭାରତୀୟ ରାଜନୀତିଜ୍ଞ, ସମାଜସେବୀ ଓ ଲେଖକ ଥିଲେ । ସାବରକର ୧୯୨୨ ମସିହାରେ ରତ୍ନଗିରିରେ ଜେଲରେ ଥିବା ବେଳେ ହିନ୍ଦୁତ୍ୱର ହିନ୍ଦୁ ଜାତୀୟତାବାଦୀ ରାଜନୈତିକ ଆଦର୍ଶ ବିକାଶ କରିଥିଲେ । ସେ ହିନ୍ଦୁ ମହାସଭାରେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ । ସେ ତାଙ୍କ ଆତ୍ମଜୀବନୀ ଲେଖିବା ପରଠାରୁ ସମ୍ମାନଜନକ ଉପସର୍ଗ 'ବୀର' (ଅର୍ଥାତ ସାହସୀ) ବ୍ୟବହାର କରିବା ଆରମ୍ଭ କରିଥିଲେ । ସାବରକର ହିନ୍ଦୁ ମହାସଭାରେ ଯୋଗ ଦେଇ ହିନ୍ଦୁତ୍ୱ (ହିନ୍ଦୁତ୍ୱ) ଶବ୍ଦକୁ ଲୋକପ୍ରିୟ କରି ଭାରତର ସାରସ୍ୱରୂପ ଏକ ସାମୂହିକ ହିନ୍ଦୁ ପରିଚୟ ସୃଷ୍ଟି କରିଥିଲେ । ସାବରକର ଜଣେ ନାସ୍ତିକ ଥିଲେ ।

ବିନାୟକ ଦାମୋଦର ସାବରକର
ସାବରକର
ଜନ୍ମ(1883-05-28)୨୮ ମଇ ୧୮୮୩
ଭାଗୁର, ନାସିକ ଜିଲ୍ଲା, ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ଇଣ୍ଡିଆ (ବର୍ତ୍ତମାନ ସମୟର ମହାରାଷ୍ଟ୍ର, ଭାରତ)
ମୃତ୍ୟୁ୨୬ ଫେବୃଆରୀ ୧୯୬୬(1966-02-26) (ବୟସ ୮୨)
ବମ୍ବେ, ମହାରାଷ୍ଟ୍ର, ଭାରତ
ଜାତୀୟତାବ୍ରିଟିଶ ଭାରତୀୟ, (୧୮୮୩-୧୯୪୭)
ଭାରତ (୧୯୪୭-୧୯୬୬)
ଅନ୍ୟ ନାମବୀର ସାବରକର, ସ୍ୱତନ୍ତ୍ରବୀର ସାବରକର
ବୃତ୍ତି(ସମୂହ)ରାଜନୀତିଜ୍ଞ, ଲେଖକ, ସକ୍ରିୟତାବାଦୀ
ପ୍ରସିଦ୍ଧିହିନ୍ଦୁତ୍ୱ
ରାଜନୈତିକ ଦଳଅଖିଳ ଭାରତୀୟ ହିନ୍ଦୁ ମହାସଭା
ବୈବାହିକ-ସାଥୀ
Yamunabai
(m. ୧୯୦୧; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସମ୍ପର୍କୀୟଗଣେଶ ଦାମୋଦର ସାବରକର (ଭାଇ)

ସାବରକର ଜଣେ ହାଇସ୍କୁଲ ଛାତ୍ର ଭାବରେ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ଏବଂ ପୁଣେର ଫର୍ଗୁସନ ମହାବିଦ୍ୟାଳୟରେ ଏହା ଜାରି ରଖିଥିଲେ । ସେ ଓ ତାଙ୍କ ଭାଇ ଅଭିନବ ଭାରତ ସୋସାଇଟି ନାମରେ ଏକ ଗୁପ୍ତ ସୋସାଇଟି ପ୍ରତିଷ୍ଠା କରିଥିଲେ । ଆଇନ ଅଧ୍ୟୟନ ପାଇଁ ଯେତେବେଳେ ସେ ବ୍ରିଟେନ ଯାଇଥିଲେ, ସେତେବେଳେ ସେ ଇଣ୍ଡିଆ ହାଉସ୍ ଏବଂ ଫ୍ରି ଇଣ୍ଡିଆ ସୋସାଇଟି ଭଳି ସଂଗଠନ ସହିତ ନିଜକୁ ଜଡ଼ିତ କରିଥିଲେ । ବିପ୍ଳବୀ ଉପାୟରେ ସମ୍ପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ପାଇଁ ସେ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ । ୧୮୫୭ ମସିହାର ଭାରତୀୟ ବିଦ୍ରୋହ ବିଷୟରେ ସେ ପ୍ରକାଶିତ ପୁସ୍ତକ ମଧ୍ୟରୁ ଗୋଟିଏ ପୁସ୍ତକକୁ ବ୍ରିଟିଶ ଔପନିବେଶିକ କର୍ତ୍ତୃପକ୍ଷ ନିଷିଦ୍ଧ କରିଥିଲେ ।

୧୯୧୦ ମସିହାରେ ବିପ୍ଳବୀ ଗୋଷ୍ଠୀ ଇଣ୍ଡିଆ ହାଉସ୍ ସହ ସମ୍ପର୍କ ପାଇଁ ସାବରକରଙ୍କୁ ଗିରଫ କରାଯାଇ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତ ଫେରିବା ସମୟରେ ସାବରକର ଷ୍ଟିମସିପ୍ ଏସ୍ ଏସ୍ ମୋରିଆରୁ ଡେଇଁ ଫ୍ରାନ୍ସରେ ଆଶ୍ରୟ ନେବାକୁ ଚେଷ୍ଟା କରିଥିବା ବେଳେ ଜାହାଜଟି ମାର୍ସେଲିସ ବନ୍ଦରରେ ଅଟକି ରହିଥିଲା । ତେବେ ଫ୍ରାନ୍ସ ବନ୍ଦର ଅଧିକାରୀମାନେ ତାଙ୍କୁ ବ୍ରିଟିଶ ସରକାରଙ୍କୁ ଫେରାଇ ଦେଇଥିଲେ । ଭାରତ ଫେରିବା ପରେ ସାବରକରଙ୍କୁ ୫୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସେଲୁଲାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ୧୯୨୪ ମସିହାରେ ସେ ଇଂରେଜମାନଙ୍କୁ ଏକାଧିକ କ୍ଷମା ଆବେଦନ ଲେଖିବା ପରେ ବ୍ରିଟିଶ ଅଧିକାରୀମାନେ ତାଙ୍କୁ ମୁକ୍ତ କରିଥିଲେ । ଜେଲରୁ ମୁକୁଳିବା ପରେ ସେ ବ୍ରିଟିଶ ଶାସନର କୌଣସି ସମାଲୋଚନାକୁ ଏକପ୍ରକାର ବନ୍ଦ କରିଦେଇଥିଲେ ।

୧୯୩୭ ମସିହା ପରେ ସେ ହିନ୍ଦୁ ରାଜନୈତିକ ଓ ସାମାଜିକ ଏକତାକୁ ସମର୍ଥନ କରି ଜଣେ ଶକ୍ତିଶାଳୀ ବକ୍ତା ଓ ଲେଖକ ଭାବରେ ବ୍ୟାପକ ଭ୍ରମଣ ଆରମ୍ଭ କରିଥିଲେ । ୧୯୩୮ ମସିହାରେ ସେ ମୁମ୍ବାଇରେ ମରାଠୀ ସାହିତ୍ୟ ସମ୍ମିଳନୀର ସଭାପତି ଥିଲେ । ହିନ୍ଦୁ ମହାସଭାର ସଭାପତି ଭାବରେ କାର୍ଯ୍ୟ କରୁଥିବା ସାବରକର ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ବିଚାରକୁ ସମର୍ଥନ କରିଥିଲେ । ସାବରକର ଶିଖ ମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, "ଯେତେବେଳେ ମୁସଲମାନମାନେ ପାକିସ୍ତାନର ଦିବାସ୍ୱପ୍ନରୁ ଜାଗ୍ରତ ହେବେ, ସେମାନେ ପଞ୍ଜାବରେ ଏକ ଶିଖସ୍ତାନ ପ୍ରତିଷ୍ଠା ଦେଖିବେ" । ସାବରକର କେବଳ ହିନ୍ଦୁବାଦ, ହିନ୍ଦୁ ରାଷ୍ଟ୍ର ଏବଂ ହିନ୍ଦୁ ରାଜ ବିଷୟରେ କହୁନଥିଲେ, ବରଂ ସେ ପଞ୍ଜାବରେ ଶିଖମାନଙ୍କ ଉପରେ ନିର୍ଭର କରି ଶିଖସ୍ତାନ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ।

୧୯୩୯ ବେଳକୁ ଉଭୟ ସାବରକର ଓ ମୁସଲିମ୍ ଲିଗ୍ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ପରାସ୍ତ ହେବା ହେତୁ ସେ ଲିଗ୍ ସହ ମେଣ୍ଟ କରିଥିଲେ । ସେ ଦ୍ୱିରାଷ୍ଟ୍ରୀୟ ସିଦ୍ଧାନ୍ତକୁ ମଧ୍ୟ ସମର୍ଥନ କରିଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନର ଆହ୍ୱାନକୁ ବିରୋଧ କରିବା ସହ ଏହାକୁ ଆନୁଷ୍ଠାନିକ ଭାବେ ବର୍ଜନ କରିଥିଲେ । ଏପରିକି ସେ "ଆପଣଙ୍କ କର୍ମସ୍ଥଳୀରେ ରୁହନ୍ତୁ" ଶୀର୍ଷକ ଏକ ଚିଠି ଲେଖିବା ପର୍ଯ୍ୟନ୍ତ ଯାଇଥିଲେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନଙ୍କ ପାଇଁ ନିଯୁକ୍ତ ହୋଇଥିଲେ । ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାରେ ସାବରକରଙ୍କ ବିରୋଧରେ ସହ-ଷଡ଼ଯନ୍ତ୍ରକାରୀ ଭାବରେ ମୋକଦମା ହୋଇଥିଲା । ତେବେ ପ୍ରମାଣ ଅଭାବରୁ କୋର୍ଟରୁ ସେ ଛାଡ଼ ପାଇଥିଲେ ।

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ବବୃବାହନ (ମହାଭାରତ)ପୁରୀବିଜୟ ମିଶ୍ରପ୍ଲୀହାମଧୁସୂଦନ ଦାସବିଭୁଦତ୍ତ ମିଶ୍ରମନୋଜ ଦାସବିଶ୍ୱ ମ୍ୟାଲେରିଆ ଦିବସଗଙ୍ଗାଧର ମେହେରଭାରତର ପ୍ରଧାନମନ୍ତ୍ରୀଦେବୀପ୍ରସନ୍ନ ପଟ୍ଟନାୟକବୈଶାଖକାଟୁଲୁ ରବି କୁମାରବ୍ୟଞ୍ଜନ ବର୍ଣ୍ଣଅହଲ୍ୟା (ଓଡ଼ିଆ କଥାଚିତ୍ର)ପରଶୁରାମରମାକାନ୍ତ ପଣ୍ଡାମାୟାଧର ମାନସିଂହଭାଷାରାବଣକଟକ ଜିଲ୍ଲାମଥୁରା ମଙ୍ଗଳପ୍ରଣବ ପ୍ରକାଶ ଦାସମହାନଦୀସୁଦର୍ଶନ ପଟ୍ଟନାୟକସମ୍ବାଦଶିବ ସେନାଆମ୍ବଇଲନ ମସ୍କଝୁମରଦ୍ୱିତୀୟ ବିଶ୍ୱଯୁଦ୍ଧ୨୧ ମାର୍ଚ୍ଚଜାପାନଶିମିଳିପାଳ ଜାତୀୟ ଉଦ୍ୟାନ୩ ଅପ୍ରେଲଭଗବତୀ ଚରଣ ପାଣିଗ୍ରାହୀ୧୯ ମାର୍ଚ୍ଚଗୌତମ ବୁଦ୍ଧବୈକୁଣ୍ଠନାଥ ପଟ୍ଟନାୟକସୁନାବେଶଗଣିତଲଳିତ ମାନସିଂହପଖାଳ ଦିବସଗୌରୀଶଙ୍କର ରାୟକୃଷ୍ଣ ଜନ୍ମାଷ୍ଟମୀମାଣବସା ଗୁରୁବାରପରିସଂଖ୍ୟାନ ବର୍ଗୀକରଣବଡ଼ଓଷାଅଖିଳ ମୋହନ ପଟ୍ଟନାୟକସୁଗ୍ରୀବସମାଜ (ଖବରକାଗଜ)ଶବ୍ଦ (ପଦ)ଶାମ୍ବ (କୃଷ୍ଣଙ୍କ ପୁତ୍ର)ସୌର ଜଗତପ୍ରଥମ ବିଶ୍ୱଯୁଦ୍ଧଉତ୍କଳ ବ୍ରାହ୍ମଣ୨୬ ଅପ୍ରେଲତୃପ୍ତି ଦାସରାୟଗଡ଼ା ରେଳ ଷ୍ଟେସନତୁଳସୀ ଗଛପ୍ରଶାନ୍ତ ନନ୍ଦଲକ୍ଷ୍ମୀକାନ୍ତ ମହାପାତ୍ରକରଞ୍ଜଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବଳରାମ ଦାସପୂରଣବାଚକ ସଂଖ୍ୟାବାଳୀଗୁରୁ🡆 More