ଜନଜାତି ସଂଗ୍ରହାଳୟ

ଜନଜାତି ସଂଗ୍ରହାଳୟ , ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ, ତାଙ୍କର ସମସ୍ତ କାର୍ଯ୍ୟକଳାପ, ବୃତ୍ତି, ସଂସ୍କୃତି, ପରମ୍ପରା ଓ କଳାକୁ ଲୋକାଲୋଚନକୁ ଆଣିବା ପାଇଁ ସରକାର ଏକ ଅଭିନବ ପ୍ରୟାସ କରାଇଛନ୍ତି । ସରକାରଙ୍କଦ୍ୱାରା ୧୯୫୩ ମସିହାରେ ଭୁବନେଶ୍ୱରର ସି.ଆର୍.ପି.ଏଫ୍.

ନିକଟରେ ଏକ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ଏହା ଭୁବନେଶ୍ୱରର କଳ୍ପନା ଛକସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଥିଲା । ଏହି ଜନଜାତି ସଂଗ୍ରହାଳୟ ସଂସ୍ଥାନଟି ସମଗ୍ର ଦେଶରେ ଏକ ଭିନ୍ନ ସଂସ୍ଥାନ ଅଟେ । ଓଡ଼ିଶାରେ ମୋଟ ୬୨ଟି ଜନଜାତି ସମାଜ ଅଛନ୍ତି, କିନ୍ତି ଏଠାରେ ୪୪ଟି ଜନଜାତି ସମାଜ ଉପରେ ତଥ୍ୟ ସଂଗ୍ରହ କରାଯାଇଛି । ଯେପରିକି ସାନ୍ତାଳ, କୁଟିଆ କନ୍ଧ, ବଣ୍ଡା, ଲାଞ୍ଜିଆ ସଉରା, ଗଣ୍ଡ, ସଉରା, ଗଡବା, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ଭୂୟାଁ, ଖଇରିଆ, ଲୋଧା ଇତ୍ୟାଦି । ଏଠାରେ ପ୍ରାଚୀନ ଜନଜାତି ସଂଗ୍ରହାଳୟ ନାମରେ ଏକ ଘର ଅଛି, ଯେଉଁଠାରେ ସେମାନଙ୍କର ଦୁନିଆ ବିଷୟରେ ଜାଣିବା ପାଇଁ ଜୀବନ୍ତଚିତ୍ର ପ୍ରଦର୍ଶିତ କରାଯାଇଛି । ଏଠାରେ ପ୍ରଦର୍ଶିତ ଆଦିବାସୀଙ୍କ ଆକର୍ଷଣୀୟ ଚିତ୍ରକଳା, ହସ୍ତତନ୍ତ୍ର, ସଂସ୍କୃତି ଓ ପରମ୍ପରା ପାଇଁ ଏହା ଆର୍ନ୍ତଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ଏବଂ ବିଦେଶୀ ପର୍ଯ୍ୟଚକ ଓ ଦର୍ଶକମାନଙ୍କୁ ମଧ୍ୟ ଆକୃଷ୍ଟ କରାିପାରିଛି ।

ଜନଜାତି ସଂଗ୍ରହାଳୟ
ଜନଜାତି ସଂଗ୍ରହାଳୟ
ଜନଜାତି ସଂଗ୍ରହାଳୟ ମୂଖ୍ୟ ଫାଟକ
ଅବସ୍ଥାନସି.ଆର୍.ପି.ଏଫ୍. ଛକ, ଭୁବନେଶ୍ୱର, ଭାରତ
ସ୍ୱତ୍ୱାଧିକାରୀଓଡ଼ିଶା ସରକାର

ଏହି ସଂଗ୍ରହାଳୟରେ ୫ଟି ଗ୍ୟାଲେରି ବା ପ୍ରକୋଷ୍ଠ ରହିଛି । ପ୍ରଥମ ପ୍ରକୋଷ୍ଠରେ ଆଦିବାସୀଙ୍କର ଅଳଙ୍କାରମାନ ରହିଛି । ଯେପରିକି ରୂପା ଅଳଙ୍କାର, ସାନ୍ତାଳଙ୍କ ଶଙ୍ଖଚୁଡି,୨୩ ପ୍ରକାରର ମୁଦ୍ରା ମିର୍ମିତ ହାର, ୨୭ ପ୍ରକାରର ପାଉଁଜି, ପ୍ଲାଷ୍ଟିକରେ ନିର୍ମିତ ଅଳଙ୍କାର ଏବଂ ସେମାନଙ୍କ ପାରମ୍ପରିକ ଅଳଙ୍କାରମାନ ରହିଛି । ୨ୟ ପ୍ରକୋଷ୍ଠରେ ସେମାନଙ୍ର ବିଭିନ୍ନ ପ୍ରକାରର ଚିତ୍ରକଳା ଓ ଫଟୋଗ୍ରାଫି ରହିଛି । ଏଠାରେ ଡଙ୍ଗରିଆ କନ୍ଧ, ଭୂୟାଁ, ସଉରା, କୁଟିଆ କନ୍ଧ, ଗଣ୍ଡ ଜାତିମାନଙ୍କର ମାଦକ ଦ୍ରବ୍ୟ ସେବନ କରୁଥିବା ପାତ୍ରର ଫଟୋରହିଛି । ସାନ୍ତାଳ, କୋଲ୍ହ, ଜୁଆଙ୍ଗ ଓ ଲାଞ୍ଜିଆ ସଉରାମାନେ କାନ୍ଥରେ କରୁଥିବା ଚିତ୍ରକଳା, ସେମାନେ ବ୍ୟବହାର କରୁଥିବା ପାନିଆ ଏବଂ ମାଲକାନାଗିରି ମୁଦୁଲିପଡା ବଣ୍ଡା ପାହାଡରେ ରହୁଥିବା ବଣ୍ଡା ସଂପ୍ରଦାୟ ଓ କେନ୍ଦୁଝରଗଡ ଗୋନାସିକା ପାହାଡରେ ରହୁଥିବା ଜୁଆଙ୍ଗ ସଂପ୍ରଦାୟ ଲୋକମାନଙ୍କର ଫଟୋମାନ ଅଛି । ସେହିପରି ୩ୟ ପ୍ରକୋଷ୍ଠରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ସାମଗ୍ରୀ ରହିଛି । ଯେଉଁଠାରେ ୧୮ ପ୍ରକାରର କୁରାଢୀ, ୧୩ ପ୍ରକାରର ବର୍ଚ୍ଛା, ୩୦ ପ୍ରକାରର ଧନୁ ଓ ଶର, ୧୦ ପ୍ରକାରର ଖଣ୍ଡା, ୩୫ ପ୍ରକାରର ଛୁରୀ, ୬୩ ପ୍ରକାରର ମାଛଧରା ଜାଲ, ପଶୁପକ୍ଷୀ ଧରିବା ଯନ୍ତା ଏବଂ ବନ୍ଧୁକ ରହିଛି । ସେହିପରି ୪ର୍ଥ ପ୍ରକୋଷ୍ଠରେ ସୋମାନଙ୍କ ବ୍ୟବହାର କରୁଥିବା ଘରୋଇ ଉପକରଣମାନ ରହିଛି । ଏ ୫ମ ପ୍ରକୋଷ୍ଠରେ ୭୫ରୁ ଉର୍ଦ୍ଧ୍ୱ ପ୍ରକାରର ନାଚ ଗୀତର ଉପକରଣମାନ ରହିଛି ।

ଆଧାର

Tags:

ଆଦିବାସୀଓଡ଼ିଶାଓଡ଼ିଶା ରାଜ୍ୟ ସଂଗ୍ରହାଳୟଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଶତ୍ରୁଘ୍ନ ପାଣ୍ଡବବଡ଼ସିଂହାର ବେଶ୨୭ ଜୁଲାଇଜାତୀୟ ସଂସଦ (ଜାପାନ)ଇଣ୍ଟରନେଟଭାଷାଉଇକିପିଡ଼ିଆଗୀତଦଶାବତାରସ୍ନେହସାରଉପେନ୍ଦ୍ର ଭଞ୍ଜସାଇକୋସିସନାସାସେହି ଦିନବିନୋଦ ଚନ୍ଦ୍ର ନାୟକଏକାଦଶୀବ୍ରାହ୍ମଣୀ ନଦୀବଡ଼ ଓଡ଼ିଆ ମଠପ୍ରତାପରୁଦ୍ର ଦେବରାମ ନବମୀ୨୮ ଜୁନମନମୋହନ ସାମଲକର୍ଣ୍ଣଶ୍ରୀକ୍ଷେତ୍ର ଦେବାଦେବୀରାସାୟନିକ ମୌଳିକଜଗନ୍ନାଥଙ୍କ ବେଶଶୁକ୍ରବାରଗଣେଶବେଣୁଧର ରାଉତମଧୁସୂଦନ ଦାସଚକ୍ରଧର ବେହେରାସୁକନ୍ୟା ସମୃଦ୍ଧି ଯୋଜନାଓଡ଼ିଆକାଳିନ୍ଦୀ ଚରଣ ପାଣିଗ୍ରାହୀକୋରାପୁଟଲିଙ୍ଗରାଜ ମନ୍ଦିରମଣିଷଓଡ଼ିଶୀ ସଙ୍ଗୀତଟୁକାଟିନିବବିଦ୍ୟାଳୟଚିକୁନ‌ଗୁନିଆସେପ୍ଟେମ୍ବର୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ୭ ଅଗଷ୍ଟଭୁବନେଶ୍ୱରଅଗସ୍ତ୍ୟ ମୁନିପ୍ରହ୍ଲାଦ ନାଟକପୂର୍ବ ଭାଦ୍ରପଦ (ନକ୍ଷତ୍ର)ମାଳିକାରୁକ୍ମିଣୀ ବିବାହକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଅଟଳ ପେନସନ ଯୋଜନାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ନଟବର ସାମନ୍ତରାୟଉତ୍ତରାଷାଢ଼ା (ନକ୍ଷତ୍ର)ଡାଉନ ସିଣ୍ଡ୍ରୋମଖଣ୍ଡଗିରି ମେଳାକଳିଙ୍ଗ ଯୁଦ୍ଧଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଶ୍ରୀମନ୍ଦିରର ଗଣେଶ ମନ୍ଦିରଜ୍ଞାନପୀଠ ପୁରସ୍କାରଉତ୍କଳ ଦୀପିକାଦାସକାଠିଆକୁଞ୍ଜବିହାରୀ ଦାଶକାହ୍ନୁଚରଣ ମହାନ୍ତିଯୁଗଳ କିଶୋର ପଟ୍ଟନାୟକପାଟଦେଇକୋଳି🡆 More