ଧନୁଯାତ୍ରା ବରଗଡ଼ରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରର ଉତ୍ସବ ମାନ୍ୟତାପ୍ରାପ୍ତ ଏକ ବାର୍ଷିକ ଯାତ୍ରା । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଧନୁଯାତ୍ରା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଗଣିତ । ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ ।
୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ବରଗଡ଼ ସହରର କିଛି ହେମାଲି (କୁଲି କାମ କରୁଥିବା ଲୋକେ) ଭାରତର ସ୍ଵାଧୀନତା ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ । ପୌଷ ଶୁକ୍ଳ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଏଗାର ଦିନ ଧରି ଗୋପ ଓ ମଥୁରାଲୀଳାର ବିଭିନ୍ନ ଦୃଶ୍ୟମାନ ପରିବେଷିତ ହୋଇ ପୁଷ୍ ପୁନେଇ (ପୌଷ ପୂର୍ଣ୍ଣିମା) ଦିନ କଂସବଧ ସହ ଏହା ଉଦ୍ଯାପିତ ହୋଇଥାଏ । ପ୍ରତ୍ୟେକ ଦିନ ଅପରାହ୍ଣ ୨ଟାରୁ ରାତି ୧୦ଟା ଯାଏ ଯାତ୍ରା ଚାଲେ ଓ ତା’ ପରେ ପରେ ସାରାରାତି ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଚାଲୁରହେ ।
ମନୋରଞ୍ଜନ ଦାସ ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ । ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୪୬ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରବର୍ତୀ ସମୟରେ, ସେ ଅଲ୍ ଇଣ୍ଡିଆ ରେଡ଼ିଓର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଅଲ୍ ଇଣ୍ଡିଆ ରେଡ଼ିଓ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।
ବିଜୁ ପଟ୍ଟନାୟକ, ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ । ସେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକ ଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ଛାତ୍ର ଜୀବନରେ ଜଣେ ଦକ୍ଷ ଖେଳାଳି ଭାବେ ବିଶ୍ଵବିଦ୍ୟାଳୟ ଫୁଟବଲ, କ୍ରିକେଟ ଓ ହକି ଦଳର ନେତୃତ୍ଵ ନେଇଥିଲେ ।
ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ ।
ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋ ଦ୍ଵାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ ।
ବାଦ୍ୟ ଯନ୍ତ୍ର (ବାଇଦ ଓ ବାଜା ଭାବରେ ମଧ୍ୟ ଜଣା)ର ପ୍ରୟୋଗ , ସଙ୍ଗୀତର ଧ୍ଵନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଏ । ବାଦ୍ୟ ଯନ୍ତ୍ର ପୃଥିବୀର ଅନେକ ସଭ୍ୟତାରେ ସ୍ୱତନ୍ତ୍ର ରୂପରେ ବିକଶିତ ହୋଇଅଛି । ହୁଏତ, ସଭ୍ୟତାର ମଧ୍ୟସ୍ଥି ସମ୍ପର୍କ କାରଣରୁ ଅଧିକାଂଶ ଯନ୍ତ୍ରର ପ୍ରସାର ଏବଂ ରୂପାନ୍ତରଣ ସେମାନଙ୍କ ଉତ୍ପତ୍ତି ସ୍ଥାନର ବହୁ ଦୂର-ଦୂରାନ୍ତର ପର୍ଯ୍ୟନ୍ତ ହୋଇଥିଲା ।
ପ୍ରଥମ ବାଦ୍ୟ ଯନ୍ତ୍ରର ବିକାଶ କିଏ ଏବଂ କେବେ କରିଥିଲେ, ଏହି କଥାର ସତ୍ୟା-ସତ୍ୟ ଜାଣିବା ପାଇଁ ଗବେଷକ ମାନେ ଦୁନିଆର ବହୁ କୋଣାନୁକୋଣରେ ସଙ୍ଗୀତ ବାଦ୍ୟ ଯନ୍ତ୍ରର ବିଭିନ୍ନ ପୁରାତାତ୍ତ୍ୱିକ ପ୍ରମାଣ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଭାରତରେ ପ୍ରାରମ୍ଭିକ ସଭ୍ୟତା ଦ୍ୱାରା ବ୍ୟବହୃତ "ବାଦ୍ୟଯନ୍ତ୍ର"ର ପ୍ରମାଣ ବହୁ ମାତ୍ରାରେ ଖାଲି ରହିଛି , ଯାହାଦ୍ୱାରା ଏହି କ୍ଷେତ୍ରରେ ସର୍ବପ୍ରଥମ ରହିଥିବା ମୁଣ୍ଡା ଏବଂ ଦ୍ରାବିଡ଼ ଭାଷା କହୁଥିବା ସଂସ୍କୃତିଙ୍କୁ ବାଦ୍ୟ ଯନ୍ତ୍ରର ଶ୍ରେୟ ଦେବା ଅସମ୍ଭବ ହୋଇଯାଇଥିଲା । ଏହି କ୍ଷେତ୍ରରେ ବାଦ୍ୟ-ଯନ୍ତ୍ରର ଇତିହାସ ସିନ୍ଧୁ ସଭ୍ୟତା ସହିତ ଆରମ୍ଭ ହୋଇଥିଲା ଯାହା ପାଖପାଖି ୩୦୦୦ ଖ୍ରୀ.ପୂର୍ବ ରେ ଉଦ୍ଦିଷ୍ଟ । ଖୋଦେଇରୁ ପ୍ରାପ୍ତ କଳାକୃତି ସହିତ ମିଳିଥିବା ବିଭିନ୍ନ ଝୁଣୁଝୁଣେ ଏବଂ ସୀଟି (ହୁଇସିଲ) ଆଦି ବାଦ୍ୟ-ଯନ୍ତ୍ରର ଏକ ଭୌତିକ ପ୍ରମାଣ ଅଟେ ।
ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଏକାଧାରରେ ଜଣେ ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ, ସ୍ତମ୍ଭକାର ଓ ସମ୍ପାଦକ ଥିଲେ । ସେ ୧୯୨୨ ମସିହା ମଇ ମାସ ୨୧ ତାରିଖ ଦିନ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମ ଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳେ ପ୍ରଥମ ଗପ 'ବନ୍ଦୀ' ପ୍ରକାଶ ପାଇଥିଲା 'ଉତ୍କଳ ସାହିତ୍ୟ' ପତ୍ରିକାରେ । ତାଙ୍କ ରଚିତ ଐତିହାସିକ ଉପନ୍ୟାସ 'ନୀଳଶୈଳ' ନିମନ୍ତେ ସେ ୧୯୬୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେଇଥିଲେ । ଏହାବ୍ୟତିତ ସେ ପ୍ରଥମ ଶାରଳା ପୁରସ୍କାର (୧୯୮୦) ଓ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । 'ନିୟୁ ଓଡ଼ିଶା'ର ପ୍ରୁଫ ରିଡ଼ର ଭାବରେ ଆରମ୍ଭ କରି, ପରବର୍ତ୍ତୀ ସମୟରେ ସମ୍ବାଦର ମୁଖ୍ୟ ସମ୍ପାଦକ ଦାୟିତ୍ଵ ନିର୍ବାହ କରି ଥିଲେ । ସେ ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ଵ ତୁଲାଇଥିଲେ । ସକ୍ରିୟ ରାଜନୀତିଜ୍ଞ ଭାବେ ସେ ଦୁଇଥର ଲୋକସଭା ଓ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ ।
୧୯୯୦ ମସିହା ଡିସେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପଠାଣି ସାମନ୍ତ (୧୩ ଡିସେମ୍ବର ୧୮୩୫ - ୧୧ ଜୁନ ୧୯୦୪) ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଗଣିତ ଜ୍ୟୋତିଷରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଚନ୍ଦ୍ରଶେଖର ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାହାର ଅନେକ ଅସମାନତା ଥିଲା । ତାହାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କରିଥିଲେ ।
ଫଳିତ ଜ୍ୟୋତିଷର ନିର୍ଭୁଲ ଗଣନା ଯୋଗୁଁ ତାଙ୍କୁ ୧୮୯୩ ମସିହାରେ ମହାମହୋପାଧ୍ୟାୟ ଉପାଧିରେ ବିଭୂଷିତ କରାଯାଇଥିଲା । ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ । ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ୧୧ ଜୁନ ୧୯୦୪ରେ ମୃତ୍ୟୁଲାଭ କରିଥିଲେ ।
ଗଜପତି ମହାରାଜା ଶ୍ରୀଜଗନ୍ନାଥଙ୍କ ପ୍ରଧାନ ଓ ଆଦ୍ୟସେବକ । ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକ ଏକକ ସେବା, ଗୋଷ୍ଠୀ ସେବା ନୁହେଁ ।
ଶ୍ରୀମନ୍ଦିର ସ୍ଵତ୍ଵଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ଵରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠିଥାଏ ।
ଗଜପତି ମହାରାଜା ସେବାରେ ଉଲ୍ଲେଖ ଥିବା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ସେବା ହେଉଛି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଜନତାଙ୍କ ସମ୍ମୁଖରେ ତିନିରଥ ଉପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ସ୍ଵତ୍ଵଲିପି ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ାଯାତ୍ରାରେ ଶ୍ରୀଜୀଉମାନେ ରଥଉପରେ ବିଜେ ହେବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା କରନ୍ତି ।
ଗଜପତି ମହାରାଜା ସେବା କିମ୍ବା ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଗଲେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଇଥାଏ...
ରଘୁନାଥ ପାଣିଗ୍ରାହୀ ଆଧୁନିକ ଯୁଗର ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ, ତାଙ୍କର ସୁମଧୁର ଗାୟନ ତାଙ୍କୁ ସୁରମଣି ବୋଲି ପରିଚିତ କରିଥିଲା । ରଘୁନାଥ ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ୫ବର୍ଷ ବୟସରେ ନିଜ ବାପା ପଣ୍ଡିତ ନୀଳମଣୀ ପାଣିଗ୍ରାହୀଙ୍କ ଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିବା ରଘୁନାଥ ୧୯୪୧ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଆ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ ।
୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ୧୯୬୦ ମସିହାରେ ସେ ୨୬ବର୍ଷ ବୟସରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ ।
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ ଓ ଓଡ଼ିଶୀର ପ୍ରଚାର ଓ ପ୍ରସାର ନିମନ୍ତେ 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' ନାମରେ ଏକ ଟ୍ରଷ୍ଟ ଗଢ଼ିଥିଲେ...
This article uses material from the Wikipedia ଓଡ଼ିଆ article ୨୦୧୬, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.