ସଂଯୁକ୍ତା ପାଣିଗ୍ରାହୀ: ଭାରତୀୟ ଓଡ଼ିଶୀ ନର୍ତ୍ତକୀ

ସଂଯୁକ୍ତା ପାଣିଗ୍ରାହୀ (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) ଜଣେ ଭାରତୀୟ ନୃତ୍ୟଶିଳ୍ପୀ, ଯିଏ ଭାରତୀୟ ଶାସ୍ତ୍ରୀୟ ନାଟ ଓଡ଼ିଶୀର ଜଣେ ପ୍ରଧାନ ପ୍ରଚାରିକା ଥିଲେ । ସଂଯୁକ୍ତା ପ୍ରଥମ ଓଡ଼ିଆ ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ଆଦୃତ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ।

ସଂଯୁକ୍ତା ପାଣିଗ୍ରାହୀ
ସଂଯୁକ୍ତା ପାଣିଗ୍ରାହୀ: ପ୍ରାରମ୍ଭିକ ଜୀବନ, ପ୍ରଶିକ୍ଷଣ, ବୃତ୍ତି ଜୀବନୀ
ଜନ୍ମ(1944-08-24)୨୪ ଅଗଷ୍ଟ ୧୯୪୪
ମୃତ୍ୟୁ୨୪ ଜୁନ ୧୯୯୭(1997-06-24) (ବୟସ ୫୨)
ବୃତ୍ତି(ସମୂହ)ଓଡ଼ିଶୀନାଟଶିଳ୍ପୀ, ନାଟ ନିର୍ଦ୍ଦେଶିକା
ସକ୍ରିୟ ବର୍ଷ୧୯୫୦-୧୯୯୭
ବୈବାହିକ-ସାଥୀରଘୁନାଥ ପାଣିଗ୍ରାହୀ
ପୁରସ୍କାରପଦ୍ମଶ୍ରୀ, ୧୯୭୫
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬

ଓଡ଼ିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ଭ୍ରମଣ କରି ସେଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର କରିଥିଲେ | ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ୱରୁପ ତାଙ୍କୁ ୧୯୭୫ ମସିହାରେ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

ତାଙ୍କର ଜନ୍ମ ବ୍ରହ୍ମପୁରର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ଅଭିରାମ ମିଶ୍ର ଓ ମାତାଙ୍କ ନାମ ଶକୁନ୍ତଳା ମିଶ୍ର ଥିଲା । ବାଲ୍ୟ ସମୟରୁ ତାଙ୍କ ଭିତରେ ନୃତ୍ୟ ପ୍ରତିଭା ବିକଶିତ ହୋଇଥିଲା । ମାତ୍ର ତାଙ୍କ ପିତାଙ୍କ ବିରୋଧ ସତ୍ତ୍ୱେ ତାଙ୍କ ମା ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ତାଙ୍କ ପିତାଙ୍କ ବିରୋଧର କାରଣ ଥିଲା, ସେ ସମୟରେ ସାଧାରଣ ନାରୀମାନେ ନାଚୁ ନଥିଲେ । କେବଳ ମନ୍ଦିରମାନଙ୍କରେ ମାହାରୀ ମାନଙ୍କ ନାଚିବା ପ୍ରଥା ଥିଲା । ହେଲେ ପିତାଙ୍କ ପ୍ରତିରୋଧକୁ ଖାତିର ନ କରି ମା'ଙ୍କ ପ୍ରୋତ୍ସାହନ ବଳରେ ସଂଯୁକ୍ତା ନୃତ୍ୟ କରିବା ଆରମ୍ଭ କରିଥିଲେ | ପିଲାବେଳେ ସେ ନିଜ ପରିବେଶରୁ ବିଭିନ୍ନ ଧ୍ୱନୀ ଶୁଣି ନୃତ୍ୟ କରୁଥିଲେ |

ପ୍ରଶିକ୍ଷଣ

ମା'ଙ୍କ ପ୍ରେରଣା ବଳରେ ସଂଯୁକ୍ତା ୪ ବର୍ଷ ବୟସରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ | ୧୯୫୦-୧୯୫୩ ମସିହା ମଧ୍ୟରେ ତାଙ୍କୁ ତିନି ତିନି ଥର ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ଅଭିହୀତ କରାଯାଇଥିଲା | ୬ ବର୍ଷ ବୟସରେ ସେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ସେଠାରେ ନୃତ୍ୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ପାଇଥିଲେ | ୯ ବର୍ଷରେ ସେ କଲିକତାଠାରେ ଏକ ଲିଟିଲ୍ ଥିଏଟରରେ ନୃତ୍ୟ ପରିବେଷଣ କରିଥିଲେ | ୧୯୫୨ ମସିହାରେ ସେ ଅନ୍ତରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ସମାରୋହରେ ପ୍ରଥମ ପୁରସ୍କାର ଜିତିଥିଲେ | ନୃତ୍ୟରେ ଭଲ ପ୍ରଶିଁକ୍ଷଣ ପାଇଁ ତାଙ୍କ ପିତା-ମାତା ତାଙ୍କୁ ଚେନ୍ନାଇରେ କଳାକ୍ଷତ୍ରକୁ ପଠାଇଥିଲେ | ସେଠାରେ ରୁକ୍ମଣୀ ଦେବୀ ଆଡ୍ୟାରଙ୍କ ଅଧିନରେ ସେ ୬ ବର୍ଷ ପର୍ଯ୍ୟନ୍ତ ଭାରତ ନାଟ୍ୟମ୍ ଓ କଥକରେ ଶିକ୍ଷା ଲାଭ କରିଥିଲେ | ଏହାପରେ ନୃତ୍ୟ ପ୍ରବିଣ ଡିପ୍ଲୋମା ସହ ସେ ଉର୍ତ୍ତୀଣ୍ଣ ହୋଇ ସେଠାରେ କଳାକ୍ଷେତ୍ର ବ୍ୟାଲେଟ୍ ଟ୍ରୁପ୍ର ସଦସ୍ୟ ଭାବେ ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟକୁ ଆଦୃତ କରିଥିଲେ | ୧୪ ବର୍ଷ ବୟସରେ ସେ ଓଡ଼ିଶା ଫେରିଆସି ଓଡ଼ିଶୀ ନୃତ୍ୟର ବିକାଶ ଦିଗରେ ଧ୍ୟାନ ଦେଇଥିଲେ |

ବୃତ୍ତି ଜୀବନୀ

ସଂଯୁକ୍ତା ଓ ତାଙ୍କ ସ୍ୱାମୀ ରଘୁନାଥ ପାଣିଗ୍ରାହୀ ଏକାଠି ଓଡ଼ିଶୀ ନୃତ୍ୟର ଉନ୍ନତି ଦିଗରେ କାର୍ଯ କରିଥିଲେ | କ୍ୟାରିଅର୍ର ପ୍ରାରମ୍ଭିକ ସମୟରେ ସେ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା | ୧୯୬୬ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସଂଗୀତ ଏକାଡେମୀ ପୁରସ୍କାର ମିଳିବା ପରେ ସେମାନଙ୍କ ସ୍ଥିତିରେ ସ୍ୱାଭାବିକ ହେବାରେ ଲାଗିଥିଲା | ସେ ସମୟରେ ସେ ଦିଲ୍ଲୀରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମଧ୍ୟରେ ପ୍ରଂଶସିତ ହୋଇଥିଲେ | ଏହି ସମୟ ମଧ୍ୟରେ ତାଙ୍କ ସ୍ୱାମୀ ରଘୁନାଥ ଜଣେ ଶାସ୍ତ୍ରୀୟ ଗାୟକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ | ସଂଯୁକ୍ତାଙ୍କ ନୃତ୍ୟ ପରିବେଷଣ ପାଇଁ ମଧ୍ୟ ରଘୁନାଥ ସଙ୍ଗୀତ ପ୍ରସ୍ତୁତ କରୁଥିଲେ | ପରେ ସଂଯୁକ୍ତା ଓ ରଘୁନାଥଙ୍କ ଯୋଡି ପ୍ରସିଦ୍ଧ ହେବାରେ ଲାଗିଲା | ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଂଯୁକ୍ତାଙ୍କ ଅବଦାନ ସ୍ୱରୂପ ୧୯୭୫ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା | ଏହାପରେ ୧୯୭୬ ମସିହାରେ ତାଙ୍କୁ ଓ ରଘୁନାଥଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା |

ବ୍ୟକ୍ତିଗତ ଜୀବନୀ

୧୯୬୦ ମସିହାରେ ୧୬ ବର୍ଷ ବୟସରେ ସେ ସମୟର ସଙ୍ଗାତଜ୍ଞ ରଘୁନାଥ ପାଣିଗ୍ରାହୀଙ୍କ ସହ ସଂୟୁକ୍ତାଙ୍କ ବିବାହ ହୋଇଥିଲା | ୧୯ ବର୍ଷ ବୟସରେ ସେ ଦୁଇଟି ସନ୍ତାନର ଜନନୀ ହୋଇଥିଲେ |

ପରବର୍ତ୍ତୀ ଜୀବନ

ପରବର୍ତ୍ତୀ ସମୟରେ ସେ ଓଡ଼ିଶୀ ନୃତ୍ୟ ଜାରି ରଖିବା ସହ ଏହାକୁ ଦେଶ ବିଦେଶରେ ପ୍ରସିଦ୍ଧ କରାଥିଲେ | ନିଜର ଶେଷ ସମୟ ପର୍ଯ୍ୟନ୍ତ ଏହି ନୃତ୍ୟଧାରାକୁ ଜାରି ରଖିବା ପାଇଁ ସେ ପ୍ରତିଶ୍ରୁତି ନେଇଥିଲେ | ନିଜର ଚେଷ୍ଟା ବଳରେ ସେ ଓଡ଼ିଶୀ ନୃତ୍ୟକୁ ବିଶ୍ୱସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେବାରେ ସଫଳ ହୋଇଥିଲେ | ୧୯୯୭ ମସିହା ଜୁନ୍ ୨୪ ତାରିଖରେ ୫୨ ବର୍ଷ ବୟସରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା |

ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ

ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ୱାମୀ ରଘୁନାଥ ପାଣିଗ୍ରାହୀ ୧୯୯୯ ମସିହାରେ ତାଙ୍କ ନାଁରେ ଏକ ଟ୍ରଷ୍ଟ୍ ପ୍ରତିଷ୍ଠା କରିଥିଲେ | ଯାହାର ନାଁ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ୍ ଟ୍ରଷ୍ଟ୍' | ୨୦୦୧ଠାରୁ ଏହିି ସଂସ୍ଥା ପ୍ରତିବର୍ଷ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମେଧା ନୃତ୍ୟାଙ୍ଗନାମାନଙ୍କୁ ବୃତ୍ତି ଦେବା ସହ ସଫଳ ନୃତ୍ୟାଙ୍ଗନାମାନଙ୍କୁ ସମ୍ମାନିତ ମଧ୍ୟ କରିଆସୁଛି |

ସଂଯୁକ୍ତା ପାଣିଗ୍ରାହୀଙ୍କ ଉପରେ ସିନେମା

  • Encounter With the Gods: Orissi Dance With Sanjukta Panigrahi. 1999

ଆଧାର

  • Indra Gupta, India’s 50 Most Illustrious Women New Delhi: Icon Publications, 2003. ISBN 81-88086-19-3

ଅଧିକ ତଥ୍ୟ

    ଭିଡିଓ

Tags:

ସଂଯୁକ୍ତା ପାଣିଗ୍ରାହୀ ପ୍ରାରମ୍ଭିକ ଜୀବନସଂଯୁକ୍ତା ପାଣିଗ୍ରାହୀ ପ୍ରଶିକ୍ଷଣସଂଯୁକ୍ତା ପାଣିଗ୍ରାହୀ ବୃତ୍ତି ଜୀବନୀସଂଯୁକ୍ତା ପାଣିଗ୍ରାହୀ ବ୍ୟକ୍ତିଗତ ଜୀବନୀସଂଯୁକ୍ତା ପାଣିଗ୍ରାହୀ ପରବର୍ତ୍ତୀ ଜୀବନସଂଯୁକ୍ତା ପାଣିଗ୍ରାହୀ ସମ୍ମାନସଂଯୁକ୍ତା ପାଣିଗ୍ରାହୀ ଙ୍କ ଉପରେ ସିନେମାସଂଯୁକ୍ତା ପାଣିଗ୍ରାହୀ ଆଧାରସଂଯୁକ୍ତା ପାଣିଗ୍ରାହୀ ଅଧିକ ତଥ୍ୟସଂଯୁକ୍ତା ପାଣିଗ୍ରାହୀଓଡ଼ିଆ ଲୋକଓଡ଼ିଶୀ

🔥 Trending searches on Wiki ଓଡ଼ିଆ:

୧୯୮୮୨୦୦୬୧୩ ଅପ୍ରେଲବଲ୍ଲଭଭାଇ ପଟେଲସରଳା ଦେବୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକ ଜିଲ୍ଲାଶୁକ୍ରଓଡ଼ିଶା ବିଧାନ ସଭାପ୍ରାଣକୃଷ୍ଣ ପରିଜାଜାପାନଅମରପୋଇସୀତାକାନ୍ତ ମହାପାତ୍ରମାଲଟାଶାନ୍ତନୁ କୁମାର ଆଚାର୍ଯ୍ୟଜୀବ ବିଜ୍ଞାନପଖାଳଶେଷ ଶ୍ରାବଣଆମ୍ବଧାତୁନନ୍ଦ କିଶୋର ବଳଖାରବେଳ ସ୍ୱାଇଁଆଙ୍ଗୋଲାଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁସମ୍ବଲପୁର ଜିଲ୍ଲାଉଇକିପିଡ଼ିଆକାଶୀ ବିଶ୍ୱନାଥ ମନ୍ଦିର୨ ଅପ୍ରେଲଭାନୁଜୀ ରାଓକପିଳେନ୍ଦ୍ର ଦେବହିପୋପୋଟାମସ୧୯୮୯ଫାଲଗୁନ୨୦୦୩ଜାନକୀ ବଲ୍ଲଭ ପଟ୍ଟନାୟକ୨୯ ଅପ୍ରେଲଗ୍ରେଗୋରି ପାଞ୍ଜିରାଉରକେଲାସୋମବାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମାଳତୀ ଚୌଧୁରୀବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଅଣାହୀରାକୁଦ ବନ୍ଧବିଜୁ ଜନତା ଦଳଭୃସଙ୍ଗ ଗଛତପସ୍ୱିନୀଅଚ୍ୟୁତାନନ୍ଦ ଦାସତିନୋଟି ରତନବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟବିରଜା ମନ୍ଦିରମହେଶ ସାହୁବନ୍ଦେ ଉତ୍କଳ ଜନନୀହିନ୍ଦୁ ବିବାହ ଅଧିନିୟମ, ୧୯୫୫ପଖାଳ ଦିବସତମନ୍ନା ବ୍ୟାସକଣ୍ଡୋମଲାଟିନ ଭାଷାମଣିଷଭଗବତୀ ଚରଣ ପାଣିଗ୍ରାହୀ🡆 More