ଅକ୍ଷରା ହାସନ (ଜନ୍ମ: ୧୨ ଅକ୍ଟୋବର ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ସହକାରୀ ନିର୍ଦ୍ଦେଶକ । ସେ ଅଭିନେତା କମଳ ହାସନଙ୍କ ଏବଂ ଅଭିନେତ୍ରୀ ସାରିକା ଠାକୁରଙ୍କର ସାନ ଝିଅ । ସେ ଅଭିନେତ୍ରୀ ସୃତି ହାସନଙ୍କର ସାନ ଭଉଣୀ । ଅକ୍ଷରା ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର ଶମିତାଭରେ ଧନୁଷ ଏବଂ ଅମିତାଭ ବଚ୍ଚନଙ୍କ ସହ ଅଭିନୟ ଆରମ୍ଭ କରିଥିଲେ ।
ଅକ୍ଷରା ହାସନ | |
---|---|
ଜନ୍ମ | ଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ |
ବୃତ୍ତି(ସମୂହ) | କଥାଚିତ୍ର ଅଭିନେତ୍ରୀ, କଥାଚିତ୍ର ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୨୦୧୦- ଏବେଯାଏଁ |
ପିତାମାତା(s) | କମଲ ହାସନ ସାରିକା ଠାକୁର |
ପରିବାର | ସୃତି ହାସନ(ଭଉଣୀ) |
ଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ ମସିହାରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ସାରିକା ହାସନଙ୍କର ବଡ଼ ଝିଅ ହେଉଛନ୍ତି ସୃତି ହାସନ ଏବଂ ସାନ ଝିଅ ହେଉଛନ୍ତି ଅକ୍ଷରା ହାସନ । ଅକ୍ଷରାଙ୍କର ପିତା କମଲ ଜଣେ ତାମିଲି ହିନ୍ଦୁ ବ୍ରାହ୍ମଣ ଏବଂ ତାଙ୍କ ମାଆ ସାରିକା ମହାରାଷ୍ଟ୍ର ଅଧିବାସିନୀ । ଅକ୍ଷରା ତାଙ୍କର ବିଦ୍ୟାଳୟ ଶିକ୍ଷା ଚେନ୍ନାଇର ଆବାକସ୍ ମୋଣ୍ଟେସୋରି ବିଦ୍ୟାଳୟରୁ ଶେଷ କରିଥିଲେ । ଏହା ପରେ ସେ ବାଙ୍ଗାଲୋରର ଇନ୍ଦୁସ୍ ଇଣ୍ଟରନେସନ୍ୟାଲ ସ୍କୁଲରେ ପଢ଼ିଥିଲେ ।
ଏବେ ଅକ୍ଷରା ତାଙ୍କ ମାଆ ସକିରାଙ୍କ ସହ ମୁମ୍ବାଇରେ ବାସ କରୁଛନ୍ତି ।
୨୦୧୦ ମସିହାରେ ଅକ୍ଷରା ନିର୍ଦ୍ଦେଶକ ରାହୁଲ ଧୋଲକିଆଙ୍କ ସହ ସହକାରୀ ନିର୍ଦ୍ଦେଶକ ଭାବରେ ସୋସାଇଟ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷରାଙ୍କର ମାଆ ସାରିକା ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ୍ବ୍ୟତୀତ ସେ ମଧ୍ୟ ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଅକ୍ଷରା ଜଣେ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ, ନିର୍ଦ୍ଦେଶକ ମଣି ରତ୍ନମ୍ଙ୍କର ୨୦୧୩ର ଚଳଚ୍ଚିତ୍ର କାଦଲରେ ତାଙ୍କୁ ସୁଯୋଗ ଦେଇଥିଲେ, ମାତ୍ର ଅକ୍ଷରା ଏହି କଥାଚିତ୍ରରେ ଅଭିନୟ ପାଇଁ ରାଜି ହୋଇ ନ ଥିଲେ ।
ଅକ୍ଷରା ୨୦୧୫ରେ ଅଭିନେତା ଧନୁଷ ଏବଂ ଅମିତାଭ ବଚନଙ୍କ ସହ ଶମିତାଭ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ।
ବର୍ଷ | ଶୀର୍ଷକ | ଭାଷା | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୫ | ଶମିତାଭ | ହିନ୍ଦୀ | ଅକ୍ଷରା ପାଣ୍ଡେ | ଅଭିନୟ ଆରମ୍ଭ |
୨୦୧୭ | ବିବେଗମ୍ | ତାମିଲ | ନତାଶା | |
ଲାଲି କି ସାଦି ମେ ଲଡ୍ଡୁ ଦିୱାନା | ହିନ୍ଦୀ | ଲାଲି |
ବର୍ଷ | ଶୀର୍ଷକ | ଭାଷା | ମନ୍ତବ୍ୟ |
---|---|---|---|
୨୦୧୦ | ସୋସାଇଟ୍ | ||
୨୦୧୬ | ସାବାସ୍ ନାଇଡ଼ୁ | ତାମିଲ ତେଲୁଗୁ ହିନ୍ଦୀ | Filming |
This article uses material from the Wikipedia ଓଡ଼ିଆ article ଅକ୍ଷରା ହାସନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.