ସାରିକା ଠାକୁର

ସାରିକା ଠାକୁର(ଜନ୍ମ: ୫ ଡିସେମ୍ବର ୧୯୬୦) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା କମଲ ହାସନଙ୍କୁ ବିବାହ କରିଥିଲେ । ୨୦୦୪ରେ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ମୁମ୍ବାଇରେ ର‌ହୁଛନ୍ତି । ତାଙ୍କ ସ‌ହ ତାଙ୍କର ସାନ ଝିଅ ସାରିକା ମଧ୍ୟ ମୁମ୍ବାଇରେ ରହୁଛନ୍ତି ।

ସାରିକା ଠାକୁର
ସାରିକା ଠାକୁର
ସାରିକା ୨୦୧୦ରେ Get Rid of My Wifeର ପ୍ରିମିୟରରେ
Born
ସାରିକା ଠାକୁର

(1960-12-05) ୫ ଡିସେମ୍ବର ୧୯୬୦ (ବୟସ ୬୩)
Occupationଅଭିନେତ୍ରୀ
Years active୧୯୬୭ - ଏବେଯାଏଁ
Spouse
କମଲ ହାସନ
(m. ୧୯୮୮⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Childrenସୃତି ହାସନ (ଜନ୍ମ ୧୯୮୬)
ଅକ୍ଷରା ହାସନ (ଜନ୍ମ ୧୯୯୧)

ପ୍ରାରମ୍ଭିକ ଜୀବନ

ସାରିକା ଠାକରୁ ୫ ଡିସେମ୍ବର ୧୯୬୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଅଧା ମରାଠୀ ଏବଂ ଅଧା ରାଜପୁତ ଥିଲେ । ସାରିକା ଯେବେ ବ‌ହୁତ ଛୋଟ ଥିଲେ, ସେତେବେଳେ ତାଙ୍କ ବାପା ତାଙ୍କ ପରିବାର ଛାଡ଼ିକି ଚାଲିଯାଇଥିଲେ । ସମସ୍ତ ପରିବାରର ବୋଝ ଆସିଯାଇଥିଲା ସାରିକାଙ୍କ ଉପରକୁ । ସେଥିପାଇଁ ସେ ବାଧ୍ୟ ହୋଇ କାମ କରିବାକୁ ବାଛି ନେଇଥିଲେ । ସେଥିପାଇଁ ସେ କେବେ ସ୍କୁଲକୁ ଯାଇନାହାନ୍ତି ।

ଅଭିନୟ ଜୀବନ

୬୦ ଦଶକର ହିନ୍ଦୀ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ସାରିକା । ସେ ମାତ୍ର ୪ ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସେତେବେଳେ ସାରିକା ଗୋଟିଏ ମାଷ୍ଟର ସରୋଜ ନାମକ ପୁଅ ଭୂମିକାରେ ଅଭିନୟ କରିଥିଲେ । ଶିଶୁକଳାକାର ଭାବରେ ସାରିକାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ହେଉଛି ୧୯୬୭ ମସିହାର ଚର୍ଚ୍ଚିତ ଚଳଚ୍ଚିତ୍ର ହମ୍‌ରାଜ୍ ଯେଉଁଥିରେ ସାରିକା ସାରିକା ବିମିଙ୍କର ଝିଅ ଭାବରେ ଅଭିନୟ କରିଥିଲେ । ସେ ଅନେକ ଶିଶୁ କଳାକାର ଅଭିନୀତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପରେ ପରେ ସାରିକା ରାଜଶ୍ରୀ ପ୍ରଡକ୍ସନ୍‌ରେ ଅଭିନେତା ସଚିନଙ୍କ ସ‌ହ ଗୀତ ଗାତା ଚାଲ କଥାଚିତ୍ରରେ ନାୟକା ଭାବରେ ଅଭିନୟ କରିଥିଲେ । ସଚିନଙ୍କ ସ‌ହ ସାରିକା ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଚିନଙ୍କ ସ‌ହ ସାରିକାଙ୍କର ସମ୍ପର୍କ ଗଢ଼ି ଉଠିଥିଲା, ଏହା ପରେ ଅଭିନେତା ତ‌ଥା ମଡେଲ ଦୀପକ ପରାସରଙ୍କ ସ‌ହ ମଧ୍ୟ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସାରିକାଙ୍କର କମଲ ହାସନଙ୍କ ସ‌ହ ଭେଟ ହୋଇଥିଲା ଏବଂ ସେମାନଙ୍କର ବିବାହ ହୋଇଥିଲା ୧୯୮୮ ମସିହାରେ ।

ସାରିକା ୮୦ ଦଶକର ଅଭିନୟ ଜୀବନରେ ଜଣେ ପାଶ୍ଚାତ୍ୟ ମହିଳା ଭାବରେ ପ୍ରାୟତଃ ଅଭିନୟ କରିଛନ୍ତି । ୧୯୮୬ରେ ତାଙ୍କର ପ୍ରଥମ ସନ୍ତାନ ସୃତି ହାସନ ଜନ୍ମ ହୋଇଥିଲେ । ଏହା ପରେ ସେ ୧୯୮୮ରେ କମଲ ହାସନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇ ଚେନ୍ନାଇ ଚାଲିଯାଇଥିଲେ । ମାତ୍ର ପରେ ପରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ଅଭିନୟକୁ ପ୍ରତ୍ୟବର୍ତ୍ତନ ପରେ ସାରିକା ଇସ୍ପିତା ରାୟ ଚକ୍ରବର୍ତ୍ତୀଙ୍କ ଲିଖିତ ସ୍କେୟାରଡ୍ ଇଭିଲ୍- ଏ ଟ୍ରୁ ଷ୍ଟୋରୀରେ ଇସ୍ପିତାଙ୍କ ଭୂମିକାରେ ନାୟିକା ଅଭିନୟ କରିଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସଫଳତା ପାଇ ନ ଥିଲା ।

୨୦୦୦ ମସିହାରେ ସାରିକା ହେ ରାମ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପୋଷାକ ସଜ୍ଜା ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ସାରିକାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ଥିଲା ପାର୍ଜାନିଆ, ଯେଉଁଥିରେ ସେ ଜୋରୋସ୍ତ୍ରିଆନ ମହିଳା ଭୂମିକାରେ ଅଭିନୟ କରିଥିଲେ, ଯିଏକି ତା'ର ଛୋଟ ପିଲାଟିକୁ ଭାରତରେ ହଜେଇ ଦେଇଥିଲା । ଏହି ଚଳଚ୍ଚିତ୍ରରେ ସାରିକାଙ୍କର ଅଭିନୟ ପାଇଁ ସେ ଜାତୀୟ ସ୍ତରର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ଜୁଲାଇ ୧୪ରେ ସୋନି ଟିଭିରେ ଆରମ୍ଭ ହୋଇଥିବା ଦୂରଦର୍ଶନ ଧାରାବାହିକ ଯୁଦ୍ଧରେ ସାରିକା ଅଭିନେତା ଅମିତାଭ ବଚ୍ଚନଙ୍କ ସ‌ହ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର

  • ବାର ବାର ଦେଖୋ (୨୦୧୬)
  • ପୁରାନି ଜିନ୍ସ (୨୦୧୪)
  • ଡେଭିଡ୍ (୨୦୧୩)
  • କ୍ଲବ ୬୦ (୨୦୧୩)
  • ଯବ୍ ତକ୍ ହେ ଜାନ୍ (୨୦୧୨)
  • ସୋଏବିତେ (୨୦୧୨)
  • ସୋସାଇଟ୍ (୨୦୧୦)
  • କଞ୍ଚା ଲେମ୍ବୁ (୨୦୦୯)
  • ହରି ପୁତ୍ତର୍: ଏ କମେଡ଼ି ଅଫ୍ ଟେରର୍‌ସ୍ (୨୦୦୮)
  • ୟାଇ.ଏମ୍.ଆଇ. ୟେହେ ମେରା ଇଣ୍ଡିଆ (୨୦୦୮)
  • ତାହାନ୍ (୨୦୦୮)
  • ମନୋରମା ସିକ୍ସ ଫିଟ୍ ଅଣ୍ଡର (୨୦୦୭)
  • ଭେଜା ଫ୍ରାଏ (୨୦୦୭)
  • ବାବୁଲ୍ (୨୦୦୬)
  • ସ୍କେୟାରଡ୍ ଇଭିଲ୍- ଏ ଟ୍ରୁ ଷ୍ଟୋରୀ' (୨୦୦୬)
  • କଲ୍: ୟେଷ୍ଟର ଡେ ଏଣ୍ଡ ଟୁମୋରୋ (୨୦୦୫)
  • ପାର୍ଜାନିଆ (୨୦୦୫)
  • ଆମେରିକାନ୍ ଡେ ଲାଇଟ୍ (୨୦୦୪)
  • ରଙ୍ଗୁ ରୋମିଓ (୨୦୦୩)
  • ପୁନ୍ନାଗାଇ ପୁଭେ (୨୦୦୩)
  • ଆଖ୍‌ରି ସଙ୍ଘର୍ଷ (୧୯୯୭)
  • ସନ୍ତୋଷ (୧୯୮୯)
  • ଅଜୀବ ଇତେଫାକ୍ (୧୯୮୯)
  • ଖରିଦାର (୧୯୮୮)
  • ସ୍ୱାତି (୧୯୮୬)
  • ସର୍ତ୍ତ (୧୯୮୬‌)
  • ଦିଲ୍‌ବାଲା (୧୯୮୬)
  • ମଙ୍ଗଲ୍ ଦାଦା (୧୯୮୬)
  • ଜିନ୍ଦା ଲାସ୍ (୧୯୮୬)
  • ଏକ ଡାକୁ ସ‌ହର ମେ (୧୯୮୫)
  • ରାମ ତେରେ କିତ୍‌ନେ ନାମ (୧୯୮୫)
  • ଏକ ଭୁଲ୍ (୧୯୮୫) (TV)
  • କ୍ରିଷ୍ଣାମା (୧୯୮୪)
  • ଗଙ୍ଗବା (୧୯୮୪)
  • ରାମ୍ ତେରା ଦେଶ୍ (୧୯୮୪)
  • ଆସ୍‌ମାନ୍ (୧୯୮୪)
  • ଅକଲମନ୍ଦ (୧୯୮୪)
  • ରାଜ୍ ତିଲକ୍ (୧୯୮୪)
  • ବଡ଼େ ଦିଲ‌ବାଲେ (୧୯୮୩)
  • ନାସ୍ତିକ (୧୯୮୩)
  • ବଗ୍ଗା ଡାକୁ (୧୯୮୩)
  • ରଜିଆ ସୁଲତାନ (୧୯୮୩)
  • ବିଧାତା (୧୯୮୨)
  • ବଦ୍‌ଲେ କି ଆଗ୍ (୧୯୮୨)
  • ମେହର୍‌ବାନୀ (୧୯୮୨)
  • ତିସ୍‌ରୀ ଆଙ୍ଖ୍ (୧୯୮୨)
  • ୟେ ୱାଦା ରହା (୧୯୮୨)
  • ଶ୍ରୀମାନ ଶ୍ରୀମତି (୧୯୮୨)
  • ସଟ୍ଟେ ପେ ସଟ୍ଟା (୧୯୮୨)
  • ଦଉଲତ (୧୯୮୨)
  • ଦିଲ୍ ହେ ଦିଲ୍ ମେ (୧୯୮୨)
  • ସନ୍ନାଟା (୧୯୮୧)
  • ଦ‌ହଶାତ୍ (୧୯୮୧)
  • କ୍ରାନ୍ତି (୧୯୮୧)
  • ନାଇ ଇମାରତ୍ (୧୯୮୧)
  • ପ୍ଲଟ୍ ନଂ ୫ (୧୯୮୧)
  • ଶାରଦା (୧୯୮୧)
  • ଜ୍ୟୋତି ବନେ ଜ୍ୱାଲା (୧୯୮୦)
  • ନ‌ଜ୍‌ରାନା ପ୍ୟାର କା (୧୯୮୦)
  • ପ୍ୟାରା ଦୁସ୍ମନ୍ (୧୯୮୦)
  • ୟେ କୈସା ଇନ୍‌ସାଫ୍ (୧୯୮୦)
  • ବିନ୍ ଫେରେ ହମ୍ ତେରେ (୧୯୭୯)
  • ଗୃହ ପ୍ରବେଶ (୧୯୭୯)
  • ଜାନ୍-ଏ-ବାହାର (୧୯୭୯)
  • ଜାନୀ ଦୁସ୍ମ‌ନ୍ (୧୯୭୯)
  • ରାଖିକି ସୌଗନ୍ଧ (୧୯୭୯)
  • ତିଲ୍ ତିଲ୍ ଡାଲେଖା (୧୯୭୯)
  • ଦିଲ୍ ଔର ଦିୱାର୍ (୧୯୭୮)
  • ଟିକ୍ ଟିକ୍ ଟିକ୍ (୧୯୭୮)
  • ଅନ୍‌ପଢ଼୍ (୧୯୭୮)
  • ଦେବତା (୧୯୭୮)
  • ମଧୁ ମାଳତୀ (୧୯୭୮)
  • ପରଧ୍ (୧୯୭୭)
  • ବନ୍ଦଲ ବାଜ୍ (୧୯୭୬)
  • ରକ୍ଷା ବନ୍ଧନ (୧୯୭୬)
  • ଖୁସ୍‌ବୁ (୧୯୭୫)
  • ଗୀତ୍ ଗା ଚାଲ୍ (୧୯୭୫)
  • କାଗଜ କି ନାଓ (୧୯୭୫)
  • ବନ୍ଦନା (୧୯୭୫)
  • ହାର୍ ଜିତ୍ (୧୯୭୨)
  • ଛୋଟି ବୋହୂ (୧୯୭୧)
  • ଜବାନ ମହବତ୍ (୧୯୭୧)
  • ଦେବୀ (୧୯୭୦)
  • ବେଟି (୧୯୬୯)
  • ବାଳକ (୧୯୬୯)
  • ଜ୍ୟୋତି (୧୯୬୯)
  • ସତ୍ୟକାମ (୧୯୬୯)
  • ଆଶୀର୍ବାଦ (୧୯୬୮)
  • ହମ୍‌ରାଜ୍ (୧୯୬୭)
  • ମଝ୍‌ଲି ଦିଦି (୧୯୬୭)

ଦୂରଦର୍ଶନ

ବର୍ଷ ଧାରାବାହିକ ଚେନାଲ ଭୂମିକା
୨୦୧୪ ଯୁଦ୍ଧ ସୋନୀ ଗୌରୀ ସେଖର
୨୦୧୫ ଡର୍ ସବ୍‌କୋ ଲଗ୍‌ତା ହେ & ଟିଭି ମିସ୍ କୋନ୍‌ସିକା

ଆଧାର

ଅଧିକ ତ‌ଥ୍ୟ

Tags:

ସାରିକା ଠାକୁର ପ୍ରାରମ୍ଭିକ ଜୀବନସାରିକା ଠାକୁର ଅଭିନୟ ଜୀବନସାରିକା ଠାକୁର ଅଭିନୀତ କଥାଚିତ୍ରସାରିକା ଠାକୁର ଦୂରଦର୍ଶନସାରିକା ଠାକୁର ଆଧାରସାରିକା ଠାକୁର ଅଧିକ ତ‌ଥ୍ୟସାରିକା ଠାକୁରବିବାହ ବିଚ୍ଛେଦ

🔥 Trending searches on Wiki ଓଡ଼ିଆ:

ତ୍ରିଲୋଚନେଶ୍ଵର ମନ୍ଦିରଗୋରଖନାଥ୮ ମାର୍ଚ୍ଚଫାଇଲିନଲୋକ ସଭାକାଳୀଚରଣ ପଟ୍ଟନାୟକଅମ୍ଳାନ ଦାସବିବାହ୨୬ ମାର୍ଚ୍ଚବି. ଆର. ଆମ୍ବେଦକର୨୨ ନଭେମ୍ବରସତ୍ୟ ସାଇ ବାବାଯୌନ ସମ୍ଭୋଗଘରAsthmaଯୌନ ଉତ୍ପୀଡ଼ନତାମିଲ ଭାଷାପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଚିତ୍ତରଞ୍ଜନ ଦାସଭୂଖାନାରୀ ନୁହେଁ ତୁ ନାରାୟଣୀଫ୍ରାଙ୍କଲିନ ଡି ରୁଜଭେଲଟଚନ୍ଦନ ବୋଡ଼ାଆଡ଼ୋବିକାର୍ତ୍ତିକ ପୂର୍ଣ୍ଣିମା୨୫ ମାର୍ଚ୍ଚଛାନ୍ଦଦିନଓଡ଼ିଶାର ଦୋଳଯାତ୍ରାଅରବିନ୍ଦ ମୁଦୁଲିବିକ୍ରମ କେଶରୀ ଦେଓସାଉଦି ଆରବWiki Foundationହାଡ଼ଫୁଟିଦୋହାକୋଷ ଓ ବୌଦ୍ଧ ଗାନ୭ (ସଂଖ୍ୟା)ଜ୍ଞାନକୋଷବୀଜାଣୁସଂସଦୀୟ ଗଣତନ୍ତ୍ରପଣା ସଂକ୍ରାନ୍ତିପ୍ରଧାନମନ୍ତ୍ରୀ ଜନଧନ ଯୋଜନାତେଜସ୍କ୍ରିୟ କ୍ଷୟଚିନ୍ତାମଣି ବେହେରାଗଙ୍ଗାଧର ମେହେରଲକ୍ଷ୍ମଣ ନାୟକନବକଳେବର୧୯୪୨ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମଙ୍ଗଳା ମନ୍ଦିରଭାରତୀୟ ଜାତୀୟ କଂଗ୍ରେସଜାଫିର୍ଲୁକାଷ୍ଟସୁନାବେଶହସ୍ତମୈଥୁନଏନଫୋର୍ଟୁମାବ ଭେଡୋଟିନଓଡ଼ିଶାର ଦଶହରାଜ୍ଞାନପୀଠ ପୁରସ୍କାରମହୁଲମାଣବସା ଗୁରୁବାରରାଧାନାଥ ରାୟ🡆 More