ହେପାଟାଇଟିସ ସି: ସଂକ୍ରାମକ ଭୂତାଣୁ ରୋଗ

ହେପାଟାଇଟିସ ସି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ସି ଭୁତାଣୁ (ଏଚସିଭି) ଯୋଗୁ ହୁଏ ଓ ଏହା ପ୍ରାଥମିକ ଭାବରେ ଯକୃତକୁ ଆକ୍ରମଣ କରେ । ରୋଗ ଆରମ୍ଭରେ ସାମାନ୍ୟ ବା କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ବେଳେବେଳେ ଜ୍ୱର, ଗାଢ଼ ପରିସ୍ରା, ପେଟ ଯନ୍ତ୍ରଣା ଓ ହଳଦିଆ ଚର୍ମ ହୁଏ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ ୭୫%ରୁ ୮୫% ଲୋକଙ୍କର ଯକୃତରେ ଭୁତାଣୁ ବଞ୍ଚିରହେ । ରୋଗ ସ୍ଥାୟୀ ବା କ୍ରନିକ ହୋଇଗଲେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଏ ନାହିଁ । ଅନେକ ବର୍ଷ ପରେ ଏହାଦ୍ୱାର ଯକୃତ ରୋଗ ହୁଏ ଓ ବେଳେବେଳେ ସିରୋସିସ ହୁଏ । କେତେକ କେଶ୍‌ରେ ସିରୋସିସରୁ ଯକୃତ ଫେଲ୍, ଯକୃତ କର୍କଟ ବା ଏସୋଫେଜିଆଲ ଓ ଗ୍ୟାସ୍ଟ୍ରିକ ଭାରିସେସ ହୁଏ ।

ହେପାଟାଇଟିସ ସି
ହେପାଟାଇଟିସ ସି: ସଂକ୍ରାମକ ଭୂତାଣୁ ରୋଗ
ଇଲେକ୍ଟ୍ରନ ମାଇକ୍ରୋଗ୍ରାଫରେ ହେପାଟାଇଟିସ ସି ଭୁତାଣୁ ଯାହା ଜୀବକୋଷ କଲଚରରୁ ପରିଷ୍କୃତ ହୋଇଚି । (scale = 50 nanometers)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B17.1, B18.2
ଆଇସିଡ଼ି-୯-ସିଏମ୍070.70,070.4, 070.5
ଓଏମ୍‌ଆଇଏମ୍609532
ରୋଗ ଡାଟାବେସ5783
ମେଡ଼ିସିନ-ପ୍ଲସ000284
ଇ-ମେଡ଼ିସିନmed/993 ped/979
Patient UKହେପାଟାଇଟିସ ସି
MeSHD006526
ହେପାଟାଇଟିସ ସି ଭିଡିଓ

ହେପାଟାଇଟିସ ସି ମୂଖ୍ୟତଃ ରକ୍ତରୁ ରକ୍ତ ସଂସ୍ପର୍ଶରେ ଆସି ବ୍ୟାପେ ଯେପରିକି ଶିରାଭ୍ୟନ୍ତର ଡ୍ରଗ ବ୍ୟବ‌ହାର, ଅଣଶୋଧିତ ଡାକ୍ତରୀ ଯନ୍ତ୍ରପାତି, ସ୍ୱାସ୍ଥ୍ୟସେବାରେ ଛୁଞ୍ଚି ଆଘାତ ଓ ରକ୍ତ ସଂଚାରଣ ମାଧ୍ୟମରେ ହୁଏ । ରକ୍ତ ସ୍କ୍ରିନିଙ୍ଗ କଲାପରେ ୨ ନିୟୁତରେ ଗୋଟିଏ ସଞ୍ଚାରଣଦ୍ୱାରା ରୋଗ ସଙ୍କଟ ରହେ । ପ୍ରସବ ସମୟରେ ମାତାଠାରୁ ଶିଶୁ ସଂକ୍ରମିତ ହୋଇପାରେ । ଏହା ସ୍ଥୁଳ ସ୍ପର୍ଶରେ ସଞ୍ଚାରିତ ହୁଏ ନାହିଁ । ପାଞ୍ଚ ପ୍ରକାର ହେପାଟାଇଟିସ ଭୁତାଣୁ ଅଛନ୍ତି ଯଥା:- , ବି, ସି, ଡି, ଓ . ରକ୍ତ ପରୀକ୍ଷା କରି ଭୁତାଣୁର ଆଣ୍ଟବଡି ବା ଆରଏନଏ ମିଳିଲେ ରୋଗ ନିଧାର୍ଯ୍ୟ ହୁଏ । ସଙ୍କଟାପନ୍ନ ସମସ୍ତ ଲୋକଙ୍କୁ ପରୀକ୍ଷା କରିବାକୁ ସୁପାରିସ କରାଯାଏ ।

ଏ ପର୍ଯ୍ୟନ୍ତ ହେପାଟାଇଟିସ ସି ନିମନ୍ତେ କୌଣସି ଟିକା ବାହାରିନାହିଁ । ରକ୍ତ ସଞ୍ଚାରଣ ନିମନ୍ତେ ସଂଗ୍ରହ କରାଯାଇଥିବା ରକ୍ତ ପରୀକ୍ଷା କରି ଓ ଡ୍ରଗ ନେଉଥିବା ଲୋକଙ୍କୁ ନିବୃତ୍ତ କରି ଏହି ରୋଗ ପ୍ରତିଷେଧ କରାଯାଏ । ସୋଫୋସବୁଭିର ବା ସିମେପ୍ରେଭିର ଔଷଧ ବ୍ୟବ‌ହାର କରି ୯୦% କ୍ରନିକ ରୋଗୀଙ୍କୁ ଆରୋଗ୍ୟ କରାଯାଇପାରେ । ଏହା ପୂର୍ବରୁ ପେଜିଣ୍ଟରଫେରନ ଓ ରିବାଭିରିନ ଔଷଧ ପ୍ର‌ୟୋଗଦ୍ୱାର ୫୦% ଆରୋଗ୍ୟ ହେଉଥିଲେ କିନ୍ତୁ ସେଥିରେ ବ‌ହୁତ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିଲା । ନୂଆ ଔଷଧ ଅତ୍ୟଧିକ ଦାମିକା ଅଛି । ସିରୋସିସ ବା କର୍କଟ ହୋଇଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରେ । ଟ୍ରାନ୍ସପ୍ଲାଣ୍ଟ ପରେ ଭୁତାଣୁ ପୁନଶ୍ଚ ଦେଖାଗଲେ ମଧ୍ୟ ଏହି ରୋଗରେ ଅଧିକାଂଶ ଟ୍ରାନ୍ସପ୍ଲାଣ୍ଟ ହେଉଛି ।

ଗୋଟିଏ ହିସାବରୁ ଜଣାଯାଏ ଯେ ପୃଥିବୀରେ ହେପାଟାଇଟିସ ସି ରୋଗରେ ପ୍ରାୟ ୧୩୦–୨୦୦ ନିୟୁତ ଲୋକ ଆକ୍ରାନ୍ତ ଅଛନ୍ତି । ସନ ୨୦୧୩ରେ ପ୍ରାୟ ୧୧ନିୟୁତ ନୂଆ ହେପାଟାଇଟିସ ସି ରୋଗ ହୋଇଥିଲା ।ଏହି ରୋଗ ମୂଖ୍ୟତଃ ଆଫ୍ରକା ତ‌ଥା ମଧ୍ୟ ଓ ପୂର୍ବ ଏସିଆରେ ହେଉଛି । ସନ ୨୦୧୩ରେ ହେପାଟାଇଟିସ ସି ରୋଗ ଜନିତ ଯକୃତ କର୍କଟରେ ପ୍ରାୟ ୩୪୩,୦୦୦ ମୃତ୍ୟୁ ଓ ହେପାଟାଇଟିସ ସି ଜନିତ ସିରୋସିସ ଯୋଗୁ ୩୫୮,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୭୦ରେ କେବଳ ଅଣ- ଅଣ-ବି ହେପାଟାଇଟିସ ରୂପେ ଗଣା ହେଉଥିବା ହେପାଟାଇଟିସ ସି ଅବଶେଷରେ ସନ ୧୯୮୯ରେ ଅଲଗା ରୋଗ ରୂପେ ମାନ୍ୟତା ପାଇଥିଲା । ଏହି ଭୁତାଣୁ କେବଳ ମଣିଷ ଓ ସିମ୍ପାଞ୍ଜିକୁ ଆକ୍ରମଣ କରେ ।

ଆଧାର

Tags:

କାମଳଯକୃତ

🔥 Trending searches on Wiki ଓଡ଼ିଆ:

ପୁଷ୍ଟିସାରଫୋସିନୋପ୍ରିଲମନମୋହନ ସାମଲଭୂଗୋଳପର୍ଫେନାଜାଇନମସ୍କୋଛାନ୍ଦଅଂଶୁଘାତକାଟୁଲୁ ରବି କୁମାରଓଡ଼ିଆ କଥାଚିତ୍ର ଜଗତପଖାଳକୋଣାର୍କ ସୂର୍ଯ୍ୟ ମନ୍ଦିରଗିରିଧର ଗମାଙ୍ଗଅସହଯୋଗ ଆନ୍ଦୋଳନକୋଷ୍ଠକାଠିନ୍ୟବିଶ୍ୱନାଥ କରଅଣ୍ଡାଲସିସ୍ୱର ବର୍ଣ୍ଣସରୋଜିନୀ ନାଇଡୁଅକ୍ଷୟ ତୃତୀୟାତୃପ୍ତି ଦାସଆନ୍ତର୍ଜାତିକ ମହିଳା ଦିବସମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାସରୋଜିନୀ ସାହୁବଳଦେବଜୀଉ ମନ୍ଦିରଅନନ୍ତ ପଟ୍ଟନାୟକକଳାହାଣ୍ଡି ଜିଲ୍ଲାରବୀନ୍ଦ୍ରନାଥ ଠାକୁରଆରିଷ୍ଟୋଟଲମଦର ଟେରେସାଜିମି ୱେଲ୍ସଫେବୃଆରୀଭଗବତୀ ଚରଣ ପାଣିଗ୍ରାହୀମାଁ ପୀତାମ୍ବର ମନ୍ଦିରଆନ୍ଧ୍ର ପ୍ରଦେଶପ୍ରଥମ ଭାସ୍କରଜ୍ୟୋତିର୍ଲିଙ୍ଗପୁରୀ ଜିଲ୍ଲାରତ୍ନାକର ଚଇନିଜଗନମୋହ‌ନ ଲାଲନଟବର ସାମନ୍ତରାୟହୃତ୍‌ପିଣ୍ଡମୋନିକା ସେଲ୍ସସବ୍ୟସାଚୀ ମିଶ୍ରଟ୍ରାଲୋକିନୁମାବବ୍ରଜନାଥ ରଥଶ୍ରଦ୍ଧାକର ସୂପକାରରାସେଶ୍ୱରୀ ପାଣିଗ୍ରାହୀନବଯୌବନ ବେଶଜମ୍ମୁ ତୱି ରେଳ ଷ୍ଟେସନକମ୍ପ୍ୟୁଟରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଲକ୍ଷ୍ମୀ ପୁରାଣଲିମାଚିତ୍ତରଞ୍ଜନ ଦାସଦୀପା ସାହୁ (୧୯୮୫ ଜନ୍ମ)ଲିଙ୍ଗରାଜ ମନ୍ଦିରପଣା ସଂକ୍ରାନ୍ତିଫତୁରାନନ୍ଦଜ୍ଞାନକୋଷଜଗନ୍ନାଥ ମନ୍ଦିରଜଗନ୍ନାଥଙ୍କ ବେଶଅଚ୍ୟୁତାନନ୍ଦ ଦାସଭାରତୀୟ ମହାକାଶ ଗବେଷଣା ସଂସ୍ଥାଗଙ୍ଗାଧର ରଥନଅଙ୍କ ଦୁର୍ଭିକ୍ଷସୁଭାଷ ଚନ୍ଦ୍ର ବୋଷଉଇକିଅଭିଧାନଚାଟ୍ ଜିପିଟିଲକ୍ଷ୍ମୀକାନ୍ତ ମହାପାତ୍ରଗର୍ଭାବସ୍ଥା🡆 More