ସପେଟା ସେହି ନାମରେ ଥିବା ଏକ ଚିରହରିତ ଦୀର୍ଘସ୍ଥାୟୀ ଗଛର ଫଳ ଅଟେ । ଏହି ବୃକ୍ଷର ଉଦ୍ଭିଦ ବିଜ୍ଞାନ ନାମ ହେଉଛି Manilkara zapota । ଏହା ମୂଳତଃ ମଧ୍ୟ ଅମେରିକୀୟ ଦେଶ ଗୁଆଟେମାଲା, ବେଲିଜ, ମେକ୍ସିକୋ ଓ କାରିବୀୟ ଦେଶ ମାନଂକରେ ଦେଖାଯାଉଥିଲା । ସ୍ପେନୀୟମାନଂକଦ୍ୱାରା ଏହା ଫିଲିପାଇନ୍ସ ଦ୍ୱୀପପୁଞ୍ଜକୁ ଆସିଥିଲା ଓ ସେଠାରୁ ଏସିଆର ଅନ୍ୟ ଭାଗକୁ ବିସ୍ତାର ହୋଇଥିଲା ।
ସପେଟା Sapodilla | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ୟୁଡିକୋଟ |
Clade: | Asterids |
Order: | Ericales |
Family: | Sapotaceae |
Genus: | Manilkara |
ଜାତି: | M. zapota |
ବାଇନୋମିଆଲ ନାମ | |
Manilkara zapota (L.) P.Royen |
ଭାରତୀୟ ମହାଦେଶକୁ ଏହା ଊନବିଂଶ ଶତାବ୍ଦୀରେ ଆସିଥିଲା ଓ ଭାରତ, ପାକିସ୍ଥାନ, ବାଂଲାଦେଶ, କାମ୍ବୋଡ଼ିଆ, ମାଲେସିୟା, ଥାଇଲାଣ୍ଡ ଆଦି ଦେଶ ମାନଂକରେ ଏକ ଫଳଗଛ ଭାବରେ ଏହାର ବହୁଳ ଚାଷ ହୁଏ ।
ଏହି ଗଛ ଉଚ୍ଚତାରେ ତିରିଶ ମିଟର ତଥା କାଣ୍ଡର ବ୍ୟାସରେ ଦେଢ଼ ମିଟର ଯାଏଁ ବଢ଼ିପାରେ ।
This article uses material from the Wikipedia ଓଡ଼ିଆ article ସପେଟା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.