ସଙ୍କୀର୍ତ୍ତନ

କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ ।

ଇତିହାସ ଏବଂ ଧର୍ମୀୟ ଭାବନା

ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟ ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟ ଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଦାନ ଏବଂ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ।

ସଙ୍କୀର୍ତ୍ତନ ପଦ

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ

ହରେରାମ ହରେରାମ ରାମ ରାମ ହରେହରେ ।

କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପହିମାଂ

ରାମ ରାଘବ ରାମ ରାଘବ ରାମ ରାଘବ ତ୍ରାହିମାଂ ।

ବ୍ୟବହୃତ ବାଦ୍ୟ ଉପକରଣ

ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ ।

ପ୍ରକାର

ଆମ ଓଡ଼ିଶାରେ ସାତ ପ୍ରକାର କୀର୍ତ୍ତନ ପରିଲକ୍ଷିତ ହୋଇଥାଏ ଯଥା ଓଡ଼ିଶୀ, ଦକ୍ଷିଣୀ, ପୁରୀ, ବିଷ୍ଣୁ, ଉତ୍କଳୀ, ରାଣୀଘାଟି ଓ ରାଢ଼େନ ।

ଅଧିକ ଦେଖନ୍ତୁ

ଆଧାର

ବାହାର ତଥ୍ୟ

Tags:

ସଙ୍କୀର୍ତ୍ତନ ଇତିହାସ ଏବଂ ଧର୍ମୀୟ ଭାବନାସଙ୍କୀର୍ତ୍ତନ ପଦସଙ୍କୀର୍ତ୍ତନ ବ୍ୟବହୃତ ବାଦ୍ୟ ଉପକରଣସଙ୍କୀର୍ତ୍ତନ ପ୍ରକାରସଙ୍କୀର୍ତ୍ତନ ଅଧିକ ଦେଖନ୍ତୁସଙ୍କୀର୍ତ୍ତନ ଆଧାରସଙ୍କୀର୍ତ୍ତନ ବାହାର ତଥ୍ୟସଙ୍କୀର୍ତ୍ତନକୃଷ୍ଣଚୈତନ୍ୟଭାଗବତ ଟୁଙ୍ଗୀ

🔥 Trending searches on Wiki ଓଡ଼ିଆ:

କ୍ରିକେଟରେବତୀ (କ୍ଷୁଦ୍ରଗଳ୍ପ)ଛାତ୍ରବୃତ୍ତିରବୀନ୍ଦ୍ରନାଥ ଠାକୁରବରଗଛପ୍ରଯୁକ୍ତି ବିଦ୍ୟାଓଡ଼ିଆ ଭାଷା ଆନ୍ଦୋଳନବ୍ୟଞ୍ଜନ ବର୍ଣ୍ଣଯାଯାବର (୧୯୭୫ର କଥାଚିତ୍ର)ଅକ୍ଷୟ ତୃତୀୟାମୟୂରଭଞ୍ଜ ରାଜ୍ୟଉତ୍କଳ ଦିବସଇବୁଟିଲାଇଡଆଶୁତୋଷ ପରିଡ଼ାଭୂଇଁନିମସାରଳା ଦାସଗୋପବନ୍ଧୁ ଦାସପ୍ରତାପରୁଦ୍ର ଦେବବିନୋଦ ଚନ୍ଦ୍ର ନାୟକମହାତ୍ମା ଗାନ୍ଧୀବାଞ୍ଛାନିଧି ମହାନ୍ତିନାସାକୋରାପୁଟ ଜିଲ୍ଲାକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆପଲ ଇନକର୍ପୋରେଟେଡମୁଁ ରାଜା ତୁ ରାଣୀଛବିଳ ମଧୁ ବର୍ଣ୍ଣବୋଧସୁନାବୌଦ୍ଧ ଧର୍ମନୂଆ ଦିଲ୍ଲୀଜ୍ଞାନକୋଷସ୍ୱାମୀ ବିବେକାନନ୍ଦଜଗନ୍ନାଥ ଦାସଔଷଧୀୟ ଗଛଲତାମାନଙ୍କର ତାଲିକାଓଡ଼ିଶାର ସାଂସଦ ମାନଙ୍କର ତାଲିକାଓଡ଼ିଶାର କଳାଉତ୍କଳ ସମ୍ମିଳନୀଶିବଗଣେଶ ପୂଜାଆକବରମହାପାତ୍ର ନୀଳମଣି ସାହୁହରିହର ବେଶଧରିତ୍ରୀକଳିଙ୍ଗ ଯୁଦ୍ଧମସ୍କୋହସ୍ତମୈଥୁନଶୈଳବାଳା ଦାସପଞ୍ଚସଖାଜର୍ଜିଆଅସହଯୋଗ ଆନ୍ଦୋଳନଗୋପାଳ କୃଷ୍ଣ ରଥଓଡ଼ିଆ ରାମାୟଣସୁଗ୍ରୀବମନମୋହନ ସାମଲଓଲେନା ଜେଲେନସ୍କାବୁଦ୍ଧ ପୂର୍ଣ୍ଣିମାବାରବାଟି ଦୁର୍ଗଗୁରୁ୧୭୧୧ହନୁମାନ ଜୟନ୍ତୀମହା ଶିବରାତ୍ରିରବି ଶତପଥୀଯୌନ ସମ୍ଭୋଗସୌଭାଗ୍ୟ କୁମାର ମିଶ୍ରଲକ୍ଷ୍ମଣ ନାୟକନାଗାର୍ଜୁନ ବେଶଓଡ଼ିଶୀନବରାତ୍ରୀ🡆 More