ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ (ପର୍ଶୁରାମ ବେଶ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏକ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ, ଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।

ନାଗାର୍ଜୁନ ବେଶ
ନାଗାର୍ଜୁନ ବେଶରେ ଜଗନ୍ନାଥଙ୍କୁ ସଜାଯାଇଛି

ପୁରୀରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ଯ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜାଇ ଦିଆଯାଏ । ପୁରୀର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି । ଏହି ବେଶରେ ଜଗନ୍ନାଥଙ୍କ ମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢ଼ି ରହିବା ବିଶେଷ ଉଲ୍ଲେଖଯୋଗ୍ୟ ।

ବେଶ ବିଧି

ଏହି ବେଶରେ ଠାକୁରମାନେ ମୁଖ୍ଯତଃ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢ଼ି, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି ।

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କର ବିଶେଷ ନୀତି ପାଳନ ହେବା ସହ ସେମାନଙ୍କୁ ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧାଦାମୋଦର ବେଶରେ ସଜାଯାଇଥାଏ । ତେବେ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ଯାଏଁ ବିଭିନ୍ନ ବେଶରେ ସେମାନଙ୍କୁ ଭକ୍ତମାନେ ଯଥାକ୍ରମେ ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ା ବେଶ, ତ୍ରିବିକ୍ରମ ବେଶ, ଡାଳିକିଆ ବେଶସୁନାବେଶରେ ଦର୍ଶନ କରିଥାନ୍ତି ।

ଇତିହାସ

ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ ମଧ୍ଯ ପୁରୀର ସାହି ଯାତରେ ବାହାରୁ ଥିବା ନାଗା ସଂସ୍କୃତିର ଅନୁକରଣରେ କୈଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।

ପୁରାଣ

ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।

ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ ।

ଆଧାର

Tags:

ନାଗାର୍ଜୁନ ବେଶ ବେଶ ବିଧିନାଗାର୍ଜୁନ ବେଶ ଇତିହାସନାଗାର୍ଜୁନ ବେଶ ପୁରାଣନାଗାର୍ଜୁନ ବେଶ ଆଧାରନାଗାର୍ଜୁନ ବେଶକାର୍ତ୍ତିକଜଗନ୍ନାଥଜଗନ୍ନାଥ ମନ୍ଦିରତିଥିପଞ୍ଚକବଳରାମମାସସୁଦର୍ଶନସୁଭଦ୍ରା

🔥 Trending searches on Wiki ଓଡ଼ିଆ:

ଆନ୍ତ୍ରିକ ଅବରୋଧ୭୧୫ଜୈନ ଧର୍ମ୧୬ ମାର୍ଚ୍ଚହିନ୍ଦୀସିଲିକନଗୋବିନ୍ଦ ତ୍ରିପାଠୀମିରା ଅଲଫାସାଓଡ଼ିଶା ଭାସ୍କରପରିସଂଖ୍ୟାନଜନ୍ ଏଫ୍. କେନେଡ଼ିକଲିକତାକବିସୂର୍ଯ୍ୟ ବଳଦେବ ରଥନୀଳମାଧବ ମନ୍ଦିର୧୯ ମାର୍ଚ୍ଚପାଦ ଭାତୁଡ଼ିଜେରୋଷ୍ଟୋମିଆଅବକାଶ ବେଶବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଜରବୈଜାନସ୍ୱିଡେନଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟପଶ୍ଚିମ ଓଡ଼ିଶାବାରାକ ଓବାମାଉଇକିଡାଟାହରେକୃଷ୍ଣ ମହତାବପଖାଳପଦାର୍ଥ ବିଜ୍ଞାନ୧୫୬୨୧୪୪୯ଶ୍ରୀରାଧାଜ୍ୟାମିତିପ୍ରଦୀପ କୁମାର ଅମାତ୧୪୩୪ମାଛଜିନା ସାମଲଗଞ୍ଜାମ ଜିଲ୍ଲାକିଲୋଗ୍ରାମଦୀପାବଳୀଭାରତୀୟ ମହିଳାବିଶ୍ୱନାଥ କରସୋମନାଥୟୁକ୍ରେନଆବୁଲ କଲାମ ଆଜାଦରତ୍ନାକର ଚଇନିମନମୋହନ ସାମଲସିଦ୍ଧାନ୍ତ ମହାପାତ୍ରଭଗବତ ଗୀତାପରିମେୟ ସଂଖ୍ୟାହାଇଦ୍ରାବାଦଜାପାନଫାରୋ ଦ୍ୱୀପପୁଞ୍ଜଗୀତଗୋବିନ୍ଦସମୟ (କାଳ)ଆଲବାନିଆପିତ୍ତକୋଷକର୍କଟ ରୋଗଦକ୍ଷିଣ ଆଫ୍ରିକାଭିଏତନାମ୧୭ ମାର୍ଚ୍ଚହଂକଂଜଗନମୋହ‌ନ ଲାଲ୫୬୪ଉମେଶଚନ୍ଦ୍ର ସରକାରଫାରୋ ଦ୍ଵୀପପୁଞ୍ଜଚୁଡ଼ାରେବତୀ (କ୍ଷୁଦ୍ରଗଳ୍ପ)🡆 More