ସାହି ଯାତ

ଶ୍ରୀଜଗନ୍ନାଥଙ୍କ ରାମାବତାରଲୀଳାର ଅଂଶବିଶେଷ ସାହି ଯାତ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ । ପୁରୀରେ ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ୯ କିମ୍ବା ୧୦ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଏହା ଆରମ୍ଭ ହୋଇଥିଲା । ଏହି ସାହି ଯାତ ସମୟରେ ପୁରୀ ସହରର ସାତଟି ସାହିରୁ ବାହାରୁ ଥିବା ପଟୁଆର ଓ ଯାତ୍ରା ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କ କଳାକୌଶଳ ଆଦି ପ୍ରଦର୍ଶନ କରିଥାଆନ୍ତି । ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ତଥା ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ ।

ସାହି ଯାତ
ସାହି ଯାତ
ହରଚଣ୍ଡୀ ସାହି ପର୍ଶୁରାମ : ପାରମ୍ପରିକ ରୀତିରେ କପାଳରେ ରାମାନନ୍ଦୀ ତିଳକ ଟଣାଯାଇ ଶିରରେ ଶୋଲଜରି କିରୀଟି ବନ୍ଧାହୋଇଛି ଓ ପିଠିରେ ଧନୁଶର ମେଢ଼ ଭିଡ଼ାହୋଇଛି
ଅନ୍ୟ ନାମସାହି ଯାତ୍ରା
ପାଳନକାରୀପୁରୀ ସହରବାସୀ
ପାଳନ୯ କିମ୍ବା ୧୦ଦିନ
ପର୍ବ ପାଳନସମରକଳା, ଲୋକକଳା
ଆରମ୍ଭଚୈତ୍ର ଶୁକ୍ଳ ଅଷ୍ଟମୀ
ଶେଷବୈଶାଖ କୃଷ୍ଣ ଦ୍ୱିତୀୟା
୨୦୨୪ ତାରିଖdate missing (please add)
ସମ୍ପର୍କିତରାମାୟଣ, ଜାଗାଘର

ପରମ୍ପରା

ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ୟ ରହିଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି।

ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି ହନୁମାନ ଲୀଳା ଓ ରାବଣ ବଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ । ଲୀଳା ସମ୍ପନ୍ନ ହେବାପରେ ପୁନଃ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି ।

  • ରାମ ନବମୀ ଅବସରରେ କାଳିକାଦେବୀ ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ବିଶ୍ୱାମିତ୍ର ବାହାରି ଶ୍ରୀମନ୍ଦିରକୁ ଯିବା ସହ ସହର ପରିକ୍ରମା କରିଥାନ୍ତି ।
  • ଦଶମୀ ତିଥିରେ ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଯଜ୍ଞରକ୍ଷା ପର୍ବ ଓ ଋଷ୍ୟଶୃଙ୍ଗ ଯାତ୍ରା ଲାଗି ନାକ କାନ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ନାକ କାନକୁ ସୁବାହୁ ଓ ମାରିଚ ବୋଲି କୁହାଯାଏ ।
  • ଏକାଦଶୀ ତିଥିରେ ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରଦର୍ଶିତ ହୋଇଥାଏ ।

ଆଧାର

Tags:

ଜଗନ୍ନାଥପୁରୀ

🔥 Trending searches on Wiki ଓଡ଼ିଆ:

ବଲାଙ୍ଗୀରଓଡ଼ିଆମହାବୀର ଜୈନମହାଦେଶଓଡ଼ିଆ କାବ୍ୟ କବିତାଗୋପୀନାଥ ମହାନ୍ତିଆଚାର୍ଯ୍ୟ ହରିହର୨୧ବୌଦ୍ଧ ଜିଲ୍ଲାନରେନ୍ଦ୍ର ମୋଦୀ୧୭ ଅପ୍ରେଲମାଳତୀ ଚୌଧୁରୀ୧୫୭୨ଲଣ୍ଡନWikisourceଚୈତ୍ରଗୌତମ ବୁଦ୍ଧଯମୁନା୨୧ ମାର୍ଚ୍ଚପ୍ରାଣୀ ବିଜ୍ଞାନସୁନନ୍ଦା ଦାସତ୍ରିଭୁଜଓଡ଼ିଆ ନାଟକସୁରେନ୍ଦ୍ର ମହାନ୍ତିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଦାର୍ଥଚଇତି ଘୋଡ଼ା ନାଚବ୍ରାହ୍ମଣଚୈତ୍ର ପୂର୍ଣ୍ଣିମାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପୁରୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୫ ଫେବୃଆରୀମଇଧାତୁରାଉରକେଲାନନ୍ଦ କିଶୋର ବଳବେଲ୧୯୫୩ବିରଜା ମନ୍ଦିରଅଷ୍ଟ୍ରେଲିଆଶିମିଳିପାଳ ଜାତୀୟ ଉଦ୍ୟାନଲାଟିନ ଭାଷାବିଜୁ ଜନତା ଦଳଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନାରୀବାଦଶକ୍ତି ପୀଠଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଓଡ଼ିଶାର ଇତିହାସଅଖିଳ ମୋହନ ପଟ୍ଟନାୟକଓଡ଼ିଆ ଲିପିମହେଶ ସାହୁଫିନଲ୍ୟାଣ୍ଡଓଡ଼ିଶାର ଭୂଗୋଳଆଜରବାଇଜାନଇସଲାମ ଧର୍ମଗଣ୍ଡାୟୁ ଟ୍ୟୁବବର୍ଷାଶବ୍ଦ (ପଦ)ସରସ୍ୱତୀଭକ୍ତ ଚରଣ ଦାସପାର୍ବତୀବିଭୂତି ପଟ୍ଟନାୟକସୁକୁମାର ସେନସତ୍ୟନାରାୟଣ ରାଜଗୁରୁ୬ ଜୁଲାଇଲିଙ୍ଗରାଜ ମନ୍ଦିରଅର୍ଥଶାସ୍ତ୍ରସମ୍ବଲପୁରବୌଦ୍ଧ ଧର୍ମପ୍ରତିଭା ରାୟ🡆 More