ସଂସର୍ଗ ଚିହ୍ନଟ

]

ସଂସର୍ଗ ଚିହ୍ନଟ
ହସ୍ତକ୍ଷେପ
ସଂସର୍ଗ ଚିହ୍ନଟ
ସଂକ୍ରମଣ ପାଇଁ ପରୀକ୍ଷା କିମ୍ବା ତଦାରଖ କରିବା ପାଇଁ ଏକ ନିଶ୍ଚିତ କେସର ସମସ୍ତ ସଂସର୍ଗ ଖୋଜିବା ସଂସର୍ଗ ଚିହ୍ନଟ‌ର ଉଦ୍ଦେଶ୍ୟ । କେସଗୁଡ଼ିକୁ ଖୋଜିବା ଏବଂ ଅଲଗା କରି ଏକ ରୋଗ ବ୍ୟାପିବାକୁ ରୋକିବା ହେଲା ଲକ୍ଷ୍ୟ ।

ଜନସ୍ୱାସ୍ଥ୍ୟରେ ସଂସର୍ଗ ଚିହ୍ନଟ ସଂକ୍ରମିତ ବ୍ୟକ୍ତିଙ୍କ ("ସଂସର୍ଗ") ସମ୍ଭାବିତ ଭାବେ ସଂସର୍ଗରେ ଆସିଥିବା ବ୍ୟକ୍ତିମାନଙ୍କର ଚିହ୍ନଟ ଓ ପରବର୍ତ୍ତୀ ସମୟରେ ଏହି ସଂସର୍ଗଗୁଡ଼ିକ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପ୍ରକ୍ରିୟାକୁ ବୁଝାଏ । ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ସଂସର୍ଗ ବାବଦରେ ଅନୁସନ୍ଧାନ କରି, ସଂକ୍ରମଣ ପାଇଁ ପରୀକ୍ଷା କରି, ସଂକ୍ରମିତ ଲୋକଙ୍କୁ ଚିକିତ୍ସା କରି ଏବଂ ସେମାନଙ୍କ ସଂସର୍ଗ ଉପରେ ଅନୁସନ୍ଧାନ କରି ଜନସ୍ୱାସ୍ଥ୍ୟ ଜନସଂଖ୍ୟାରେ ସଂକ୍ରମଣ ହ୍ରାସ କରିବାକୁ ଲକ୍ଷ୍ୟ ରଖିଥାଏ । ସାଧାରଣତଃ ଯକ୍ଷ୍ମା, ଟିକା-ପ୍ରତିରୋଧଯୋଗ୍ୟ ସଂକ୍ରମଣ ଯଥା ମିଳିମିଳା, ଯୌନ ସଂକ୍ରମଣ (ଏଚ୍.ଆଇ.ଭି.କୁ ମିଶାଇ), ରକ୍ତଦ୍ୱାରା ସଂକ୍ରମଣ, କେତେକ ଗୁରୁତର ଜୀବାଣୁ ସଂକ୍ରମଣ ଏବଂ ନୂତନ ସଂକ୍ରମଣ (ଯଥା SARS-CoV ଏବଂ SARS-CoV-2) ଆଦି ରୋଗ ପାଇଁ ସଂସର୍ଗ ଚିହ୍ନଟ ବ୍ୟବହାର କରାଯାଏ ।

ସଂସର୍ଗ ଚିହ୍ନଟ‌ର ଲକ୍ଷ୍ୟଗୁଡ଼ିକ ହେଉଛି:

  • ଚାଲିଥିବା ସଂକ୍ରମଣକୁ ବାଧା ଦେବା ଏବଂ ସଂକ୍ରମଣ ବ୍ୟାପିବାକୁ କମାଇବା ।
  • ସଂକ୍ରମଣର ସମ୍ଭାବନା ବିଷୟରେ ସମ୍ପର୍କୀୟମାନଙ୍କୁ ସଚେତନ କରିବା ଏବଂ ପ୍ରତିଷେଧକ ପରାମର୍ଶ କିମ୍ବା ପ୍ରତିଷେଧକ ସେବା ଯୋଗାଇବା ।
  • ଆଗରୁ ସଂକ୍ରମିତ ବ୍ୟକ୍ତିଙ୍କୁ ନିରାକରଣ, ପରାମର୍ଶ ଏବଂ ଚିକିତ୍ସା ଯୋଗାଇବା ।
  • ସଂକ୍ରମଣ ଚିକିତ୍ସାଯୋଗ୍ୟ ହୋଇଥିଲେ ମୂଳ ସଂକ୍ରମିତ ରୋଗୀର ପୁନଃସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ।
  • ଏକ ନିର୍ଦ୍ଦିଷ୍ଟ ଜନସଂଖ୍ୟା ଭିତରେ ଏକ ମହାମାରୀ ବିଷୟରେ ଜାଣିବା ।

କେଇ ଦଶନ୍ଧି ଧରି ଜନସ୍ୱାସ୍ଥ୍ୟରେ ସଂସର୍ଗ ଚିହ୍ନଟ‌ ରୋଗ ନିୟନ୍ତ୍ରଣର ଏକ ସ୍ତମ୍ଭ ହୋଇଆସୁଛି । ବସନ୍ତ ଦୂରୀକରଣ ସାର୍ବଜନୀନ ଟିକାକରଣଦ୍ୱାରା ନୁହେଁ ବରଂ ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସମ୍ପୁର୍ଣ୍ଣ ସଂସର୍ଗ ଚିହ୍ନଟ‌ଦ୍ୱାରା ହାସଲ କରାଯାଇଥିଲା । ଏହା ପରେ ସଂକ୍ରମିତ ବ୍ୟକ୍ତିବିଶେଷଙ୍କୁ ଅଲଗା କରାଯାଇଥିଲା ଏବଂ ଆଖପାଖର ସମ୍ପ୍ରଦାୟସବୁର ଓ ବସନ୍ତ ହେବାର ଆଶଙ୍କା ଥିବା ସମ୍ପର୍କୀୟମାନଙ୍କର ଟିକାକରଣ କରାଯାଇଥିଲା ।

ସମ୍ଭାବ୍ୟ ସଂକ୍ରାମକ ରୋଗଗୁଡିକ ଅନିଶ୍ଚିତ ହୋଇଥିଲେ ସଂକ୍ରାମକତା ସହିତ ରୋଗର ଗୁଣ ବିଷୟରେ ଜାଣିବା ପାଇଁ ସଂସର୍ଗ ଚିହ୍ନଟ‌ ମଧ୍ୟ କରାଯାଏ । ସଂକ୍ରାମକ ରୋଗର ମୁକାବିଲା ପାଇଁ ସଂସର୍ଗ ଚିହ୍ନଟ‌ ସର୍ବଦା ସବୁଠାରୁ ଦକ୍ଷ ପଦ୍ଧତି ନୁହେଁ । ଦ୍ରୁତ ରୋଗ ପ୍ରାଦୁର୍ଭାବ ବୃଦ୍ଧି, ସ୍କ୍ରିନିଂ କିମ୍ବା ନିର୍ଦ୍ଦିଷ୍ଟ ପରୀକ୍ଷଣ ଅଧିକ ବ୍ୟୟଯୋଗୀ ହୋଇପାରେ ।

ପାର୍ଟନର କେୟାର ନାମରେ ମଧ୍ୟ ଜଣା ସହଭାଗୀ ସୂଚନା ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଯୌନସଂଗୀଙ୍କୁ ଜଣାଇବା ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସର୍ଗ ଚିହ୍ନଟ‌ର ଏକ ଅଂଶ ।

ସଂସର୍ଗ ଚିହ୍ନଟ‌ ପାଇଁ ପଦକ୍ଷେପ

ସଂସର୍ଗ ଚିହ୍ନଟ‌ରେ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଅନ୍ତର୍ଭୁକ୍ତ:

  • ଜଣେ ବ୍ୟକ୍ତିଙ୍କୁ ସଂକ୍ରାମକ ରୋଗ ହୋଇଥିବାର ଚିହ୍ନଟ କରାଯାଏ (ପ୍ରାୟତଃ ଇଣ୍ଡେକ୍ସ କେସ ଡକାଯାଏ) । ଏହି ଘଟଣା ଜନସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ କରାଯାଇପାରେ କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କଦ୍ୱାରା ପରିଚାଳିତ ହୋଇପାରେ ।
  • ଇଣ୍ଡେକ୍ସ କେସଙ୍କ ଗତିବିଧି (ଯଥା ସେ କାହା ସହ ଘନିଷ୍ଠ ସମ୍ପର୍କରେ ଥିଲେ କିମ୍ବା କେହି ସେମାନଙ୍କର ଯୌନ ସହବାସୀ ଥିଲେ) ବିଷୟରେ ଜାଣିବା ପାଇଁ ତାଙ୍କର ସାକ୍ଷାତକାର କରାଯାଏ ।
  • ରୋଗ ଏବଂ ସଂକ୍ରମଣର ପ୍ରସଙ୍ଗ ଉପରେ ନିର୍ଭର କରି ପରିବାର ସଦସ୍ୟ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଏହି ଘଟଣାର ସମ୍ପର୍କ ବିଷୟରେ ଜାଣିଥିବା ଅନ୍ୟ କାହାରିକୁ ମଧ୍ୟ ସାକ୍ଷାତକାର କରାଯାଏ ।
  • ଥରେ ସମ୍ପର୍କମାନେ ଚିହ୍ନଟ ହେବା ପରେ ଜନସ୍ୱାସ୍ଥ୍ୟ କର୍ମୀମାନେ ପରାମର୍ଶ, ସ୍କ୍ରିନିଂ, ପ୍ରୋଫାଇଲକ୍ସିସ ଏବଂ/କିମ୍ବା ଚିକିତ୍ସା ପ୍ରଦାନ କରିବାକୁ ସେମାନଙ୍କ ସହିତ ଯୋଗାଯୋଗ କରନ୍ତି ।
  • ରୋଗ ନିୟନ୍ତ୍ରଣ ପାଇଁ ଦରକାର ପଡ଼ିଲେ ସମ୍ପର୍କମାନଙ୍କୁ ଅଲଗା କରାଯାଇପାରେ (ଯଥା ଘରେ ରହିବାକୁ ପଡ଼ିପାରେ) କିମ୍ବା ବାରଣ କରାଯାଇପାରେ (ଯଥା ଏକ ବିଦ୍ୟାଳୟ ପରି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ନିଷେଧ) ।
  • ଯଦି ସମ୍ପର୍କଗୁଡିକ ବ୍ୟକ୍ତିଗତ ଭାବରେ ଚିହ୍ନଟ ହୋଇନଥାଏ (ଯଥା ଏକା ସ୍ଥାନରେ ଉପସ୍ଥିତ ଥିବା ଜନସାଧାରଣ), ମିଡ଼ିଆ ପରାମର୍ଶ ଭଳି ବ୍ୟାପକ ଯୋଗାଯୋଗ ଜାରି କରାଯାଇପାରେ ।

ରୋଗୀମାନଙ୍କୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସୂଚନା, ଔଷଧ, ଏବଂ ରେଫରାଲ ପ୍ରଦାନ କରିବାକୁ ଦିଆଯାଇ ସଂସର୍ଗ ଚିହ୍ନଟ‌କୁ ଉନ୍ନତ କରାଯାଇପାରୁଥିଲେ ମଧ୍ୟ ପ୍ରମାଣରୁ ଜଣାପଡ଼େ ଯେ ବିଜ୍ଞପ୍ତିରେ ପ୍ରତ୍ୟକ୍ଷ ଜନସ୍ୱାସ୍ଥ୍ୟ ସହ ଯୋଗଦାନ ଅଧିକ ପ୍ରଭାବଶାଳୀ ।

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ଅସିତ ମହାନ୍ତିଶ୍ୱେତସାରଶ୍ରୀତମ ଦାସମାୟାଧର ମାନସିଂହବିଶ୍ୱ ଏଡ୍‌ସ ଦିବସଗୀତଗୋବିନ୍ଦଦିଲୀପ ତିର୍କୀବଳରାମ ଦାସଓଡ଼ିଆ ଭାଷା ଆନ୍ଦୋଳନ୧୮ ମାର୍ଚ୍ଚବାଣପୁରନେପୋଲିୟନ ବୋନାପାର୍ଟପରମାଣୁ କ୍ରମାଙ୍କ୧୭ ମାର୍ଚ୍ଚରବୀନ୍ଦ୍ରନାଥ ଠାକୁରଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାହୁଡ଼ା ଯାତ୍ରାମୋଗଲ ସାମ୍ରାଜ୍ୟବଡ଼ ଏରାଜୁଲିଅସ ସିଜରକଳ୍ପନା ଚାୱଲାଉଇକିଅଭିଧାନଷଡ଼ଭୁଜତମନ୍ନା ବ୍ୟାସଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଇରା ମହାନ୍ତିଗଣିତwiki.phtmlରେବତୀ (କ୍ଷୁଦ୍ରଗଳ୍ପ)ଚୈତ୍ର ମଙ୍ଗଳବାର ଓଷାକୁକୁର୧୯୬୬ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଓଡ଼ିଶା ବିଧାନ ସଭାଭୁବନେଶ୍ୱର ବେହେରାପଣା ସଂକ୍ରାନ୍ତିପାଲାଗୋବିନ୍ଦ ତ୍ରିପାଠୀଚାଟିକଣାବିଜୁ ପଟ୍ଟନାୟକଗଙ୍ଗାଧର ମେହେରକୋଣାର୍କ ସୂର୍ଯ୍ୟ ମନ୍ଦିରପଖାଳଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୋପାଳ ଚନ୍ଦ୍ର ପ୍ରହରାଜମାଣବସା ଗୁରୁବାରଉମେଶଚନ୍ଦ୍ର ସରକାର୧୬୨୫ଶୁଚିତ୍ୱଡାରିଫେନାସିନଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶା ପ୍ରିମିଅର ଲିଗଭାରତ-ଚୀନ ସୀମା ବିବାଦଲଳିତା (୧୯୪୯ର ସିନେମା)ମିଶେଲ ଓବାମାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବନ୍ଧୁତାଅନୁରାଧା କୋଇରାଲାଫତୁରାନନ୍ଦଶ୍ରୀ ଅରବିନ୍ଦଗୁରୁପ୍ରସାଦ ମହାନ୍ତିସରୋଜିନୀ ନାଇଡୁଭୀମ ପୃଷ୍ଟିସାଲବେଗଚନ୍ଦ୍ରଯାନ-୩ମଲାଲା ୟୁସୁଫଜାଇଅଷ୍ଟ୍ରେଲିଆ ଆଦିମ ଅଧିବାସୀରାଜ୍ୟ ସଭାକ୍ରିଏଟିଭ କମନ୍ସ🡆 More