ମିଳିମିଳା

ମିଳିମିଳା , ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର , କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା ଓ ରୋଜିଓଲା ଦୁଇଟି ଭିନ୍ନ ରୋଗ । .

ମିଳିମିଳା (ଇଂରାଜୀରେ ମିଜିଲ୍‌ସ ବା ରୁବିଓଲା ବା ରେଡ ମିଜିଲ୍‌ସ ଯଥାକ୍ରମେ Measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । [୧][୨] ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । [୧][୩] ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । [୩] ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । [୪][୫] ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । [୪][୬] ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ । [୭]

ମିଳିମିଳା
RougeoleDP.jpg
ଚାରି ଦିନ ଧରି ମିଳିମିଳା ଭୋଗୁଥିବା ଜଣେ ପିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B05.
ଆଇସିଡ଼ି-୯-ସିଏମ୍055
ରୋଗ ଡାଟାବେସ7890
ମେଡ଼ିସିନ-ପ୍ଲସ001569
ଇ-ମେଡ଼ିସିନderm/259 emerg/389 ped/1388
Patient UKମିଳିମିଳା
MeSHD008457
ମିଳିମିଳା ଭିଡିଓ

ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । [୪] ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । [୬] ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । [୪] ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ । [୬]

ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । [୪] ପାଟି ଜଳ‌ଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । [୪][୫] ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ । [୪]

ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, [୧] ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । [୪] ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । [୮] ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । [୯] ସନ ୧୯୮୦ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । [୬] ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । [୪] ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, [୬] କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । [୪] ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ । [୪]

ରୋଗର ଲକ୍ଷଣ [୧୦][୧୧][୧୨]

ଏହାର ଲକ୍ଷଣଗୁଡିକ ଭୁତାଣୁ ଶରୀରରେ ପ୍ରବେଶ କରିବାର ପାଖାପାଖି ୧୦ରୁ ୧୪ ଦିନ ପରେ ଜଣା ପଡିଥାଏ।

ପୂର୍ବତଥ୍ୟ ଅନୁଯାୟୀ ଚାରି ଦିନ ଜ୍ୱର, କାଶ, ଥଣ୍ଡା ହୋଇ ମୁଣ୍ଡ ବିନ୍ଧା, ଛିଙ୍କ , ନାଲି ଆଖି, ଚର୍ମରେ ଦାଗ ପଡ଼ିବା ସହିତ ଜ୍ୱର ଲାଗିରହିଥାଏ ।

ଜ୍ୱର ସାଧାରଣତଃ ଗୋଟିଏ ସପ୍ତାହ ଧରି ଲାଗିରହିଥାଏ । ଜ୍ୱର ବଢ଼ିବଢ଼ି ୪୦ ଡ଼ିଗ୍ରୀ ମଧ୍ୟ ହୋଇପାରେ ।

ପାଟି ଭିତରେ ଗାଲରେ ଧଳା ଚିହ୍ନ ମଧ୍ୟ ମିଳିମିଳାର ଲକ୍ଷଣ ଅଟେ।

ଆଧାର

  1. ୧.୦ ୧.୧ ୧.୨ Caserta, MT, ed. (September 2013). "Measles". Merck Manual Professional. Merck Sharp & Dohme Corp. Retrieved 23 March 2014.
  2. "Measles (Red Measles, Rubeola)". www.health.gov.sk.ca/. Retrieved 10 February 2015.
  3. ୩.୦ ୩.୧ "Measles (Rubeola) Signs and Symptoms". cdc.gov. November 3, 2014. Retrieved 5 February 2015.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ "Measles Fact sheet N°286". who.int. November 2014. Retrieved 4 February 2015.
  5. ୫.୦ ୫.୧ Conn's Current Therapy 2015: Expert Consult - Online. Elsevier Health Sciences. 2014. p. 153. ISBN 9780323319560.
  6. ୬.୦ ୬.୧ ୬.୨ ୬.୩ ୬.୪ Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–323. ISBN 9780983263135. Retrieved 5 February 2015.
  7. Marx, John A. (2010). Rosen's emergency medicine : concepts and clinical practice (7th ed. ed.). Philadelphia: Mosby/Elsevier. p. 1541. ISBN 9780323054720. {{cite book}}: |edition= has extra text (help)
  8. Kabra, SK; Lodhra, R (14 August 2013). "Antibiotics for preventing complications in children with measles". Cochrane Database of Systematic Reviews. 8: CD001477. doi:10.1002/14651858.CD001477.pub4. PMID 23943263.
  9. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)
  10. https://www.cdc.gov/measles/about/signs-symptoms.html
  11. http://rmhealthy.com/10-signs-symptoms-measles/
  12. http://health.facty.com/conditions/measles/8-symptoms-of-measles/

This article uses material from the Wikipedia ଓଡ଼ିଆ article ମିଳିମିଳା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ଓଡ଼ିଶାଓଡ଼ିଶାର ସଂସ୍କୃତିଜଗନ୍ନାଥ ଦାସଉତ୍କଳ ଦିବସକମଳା ଶତପଥୀଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଗୋପପୁର (ଗପ ସଙ୍କଳନ)ମନମୋହନ ସାମଲଜଗନ୍ନାଥଫକୀର ମୋହନ ସେନାପତି୧୯୬୨ମନୋଜ ଦାସଦଣ୍ଡ ନାଟସୁରେନ୍ଦ୍ର ମହାନ୍ତିରଥଯାତ୍ରାରାଧାନାଥ ରାୟକନକ ମଞ୍ଜରୀ ମହାପାତ୍ରମଧୁସୂଦନ ଦାସଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିରାମଚନ୍ଦ୍ର ବେହେରାଅସୁରଗଡ଼ବନ୍ଦେ ଉତ୍କଳ ଜନନୀଭାରତବଳରାମ ଦାସଗଙ୍ଗାଧର ମେହେରବାଣମହାତ୍ମା ଗାନ୍ଧୀପୁରୀମଧୁସୂଦନ ରାଓ୨୧ସାରଳା ଦାସଗୋପବନ୍ଧୁ ଦାସକଳାପାହାଡ଼ଉପେନ୍ଦ୍ର ଭଞ୍ଜଗୋଦାବରୀଶ ମିଶ୍ରଭାରତର ସଂସ୍କୃତିନବୀନ ପଟ୍ଟନାୟକଶୁଭପଲ୍ଲବକେନ୍ଦ୍ରାପଡ଼ାଓଡ଼ିଶାର ଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟମନୋରଞ୍ଜନ ଦାସନବକଳେବରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୀଳକଣ୍ଠ ଦାସଓଡ଼ିଆ ଉଇକିପିଡ଼ିଆଚନ୍ଦ୍ରଶେଖର ରଥକମ୍ପ୍ୟୁଟରହନୁମାନ ଚାଳିଶାଗୌତମ ବୁଦ୍ଧକଟକଗୋବିନ୍ଦ ଚନ୍ଦ୍ର ଦାସବିଭୂତି ପଟ୍ଟନାୟକରତ୍ନାକର ଚଇନିବେଲତଳଦ୍ରୌପଦୀ ମୁର୍ମୁଯୁକ୍ତରାଷ୍ଟ୍ର ଆମେରିକାରମାକାନ୍ତ ରଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧୯୭୭ଲକ୍ଷ୍ମୀକାନ୍ତ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}