ରଙ୍ଗନାଥ ମିଶ୍ର: ଭାରତୀୟ ରାଜନୀତିଜ୍ଞ

ରଙ୍ଗନାଥ ମିଶ୍ର (୨୫ ନଭେମ୍ବର ୧୯୨୬ - ୧୩ ସେପ୍ଟେମ୍ବର ୨୦୧୨) ଭାରତୀୟ ସୁପ୍ରିମ କୋର୍ଟର ଭୂତପୂର୍ବ ପ୍ରଧାନ ବିଚାରପତି । ଏତଦ ବ୍ୟତିତ ସେ ଜଣେ ରାଜ୍ୟ ସଭା ସାଂସଦ ତଥା ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସୁପ୍ରିମ କୋର୍ଟର ପ୍ରଥମ ଓଡ଼ିଆ ବିଚାରପତି ଥିଲେ ।

ଜଷ୍ଟିସ

ରଙ୍ଗନାଥ ମିଶ୍ର
ରଙ୍ଗନାଥ ମିଶ୍ର: ଜୀବନୀ, ଆଧାର, ବାହାର ଆଧାର
ସଭ୍ୟ, ରାଜ୍ୟ ସଭା
କାର୍ଯ୍ୟକାଳ
୨ ଜୁଲାଇ ୧୯୯୮ – ୧ ଜୁଲାଇ ୨୦୦୪
ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୫ ସେପ୍ଟେମ୍ବର ୧୯୯୦ – ୨୪ ନଭେମ୍ବର ୧୯୯୧
ପୂର୍ବ ଅଧିକାରୀସବ୍ୟସାଚି ମୁଖାର୍ଜୀ
ପର ଅଧିକାରୀକମଳ ନାରାୟଣ ସିଂହ
ମୁଖ୍ୟ ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୬ ଜାନୁଆରୀ ୧୯୮୧ – ୧୪ ମାର୍ଚ୍ଚ ୧୯୮୩
ପୂର୍ବ ଅଧିକାରୀସୁକାନ୍ତ କିଶୋର ରାୟ
ପର ଅଧିକାରୀଡମ୍ବରୁଧର ପାଠକ
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୨୫ ଜୁନ ୧୯୮୨ – ୩୧ ଅଗଷ୍ଟ ୧୯୮୨
ପୂର୍ବ ଅଧିକାରୀଚେପ୍ପୁଦିର ମୁଥାନ ପୂନାଚା
ପର ଅଧିକାରୀଚେପ୍ପୁଦିର ମୁଥାନ ପୂନାଚା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1926-11-25)୨୫ ନଭେମ୍ବର ୧୯୨୬



ବାଣପୁର, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୩ ସେପ୍ଟେମ୍ବର ୨୦୧୨(2012-09-13) (ବୟସ ୮୬)
ଜାତୀୟତାରଙ୍ଗନାଥ ମିଶ୍ର: ଜୀବନୀ, ଆଧାର, ବାହାର ଆଧାର ଭାରତୀୟ
ଜୀବନ ସାଥୀସୁମିତ୍ରା ମିଶ୍ର
ସନ୍ତାନଦେବାନନ୍ଦ ମିଶ୍ର, ଶିବାନନ୍ଦ ମିଶ୍ର
ବାପା/ବୋଉଗୋଦାବରୀଶ ମିଶ୍ର
ଘରକଟକ
ଶିକ୍ଷାସ୍ନାତକୋତ୍ତର,ଏଲ୍.ଏଲ୍.ଏମ୍
ଶିକ୍ଷାନୁଷ୍ଠାନବାଣପୁର ହାଇସ୍କୁଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ,ଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ

ଜୀବନୀ

ବାଲ୍ୟଜୀବନ ଓ ଶିକ୍ଷା

୧୯୨୬ ମସିହା ନଭେମ୍ବର ମାସ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ, ପିତା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ପରିବାରରେ ରଙ୍ଗନାଥ ମିଶ୍ର ଜନ୍ମଗ୍ରହଣ କରିଥିଲେ । ବାଣପୁର ହାଇସ୍କୁଲରୁ ମାଟ୍ରିକ ପାସ କଲା ପରେ, ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ ।

କର୍ମଜୀବନ

ରଙ୍ଗନାଥ ମିଶ୍ର,୧୯୫୦ ମସିହା ସେପ୍ଟେମ୍ବର ୧୮ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୯ ମସିହା ଜୁଲାଇ ମାସ ୪ ତାରିଖରେ ହାଇକୋର୍ଟରେ ସେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୧୯୮୦ ମସିହା ନଭେମ୍ବର ୬ ତାରିଖରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ୧୯୮୧ ମସିହା ଜାନୁଆରୀ ମାସ ୧୬ ତାରିଖରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୧୯୮୩ ମସିହା ମାର୍ଚ ମାସ ୧୫ ତାରିଖରେ ସେ ସୁପ୍ରିମ କୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୦ ସେପ୍ଟେମ୍ବର ୨୫ ତାରିଖରେ ସେ ଭାରତର ୨୧ତମ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଓ ୧୯୯୧ ମସିହା ନଭେମ୍ବର ମାସ ୨୪ ତାରିଖରେ ଅବସର ଗ୍ରହଣ କରିଥିଲେ । ୧୯୯୨ଠାରୁ, ସେ ଅଲ୍ ଇଣ୍ଡିଆ ବୟଜ ସ୍କାଉଟସ୍ ଆସୋସିଏଶନର ମୁଖ୍ୟ ସ୍କାଉଟସ୍ ଥିଲେ । ଏଥି ସହିତ ସେ ପ୍ରଥମ ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ମଧ୍ୟ ଥିଲେ । ଏହି ପଦରେ ସେ ୧୯୯୩ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୮ ମସିହାରେ, ରଙ୍ଗନାଥ ମିଶ୍ର କଂଗ୍ରେସ ଟିକଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିଥିଲେ । ୨୦୦୪ ମସିହାରେ ସେ ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ଏହି କମିଶନ ଭାଷାଗତ ଓ ଜାତିଗତ ଅଳ୍ପସଂଖ୍ୟକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟିଦେବା ପାଇଁ ଗଠନ କରାଯାଇଥିଲା । ରଙ୍ଗନାଥ ମିଶ୍ର କମିଶନ ନାମରେ ମଧ୍ୟ ସୁପରିଚିତ ଏହି କମିଶନ ୨୦୦୭ ମସିହାରେ ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲା । ଏହି ରିପୋର୍ଟ ଦେଶ ମଧ୍ୟରେ ବହୁ ବାଦବିବାଦର ସୂତ୍ରପାତ କରାଇଛି ।

ପାରିବାରିକ ଜୀବନ

ରଙ୍ଗନାଥ ମିଶ୍ର ଓ ପତ୍ନୀ ସୁମିତ୍ରା ମିଶ୍ରଙ୍କର ଦୁଇଟି ପୁତ୍ର ଥିଲେ, ଦେବାନନ୍ଦ ମିଶ୍ର ଓ ଶିବାନନ୍ଦ ମିଶ୍ର । ଉଭୟ ପୁତ୍ରଙ୍କର ଆଗରୁ ତିରୋଧାନ ହୋଇଛି । ତାଙ୍କ ନାତି ଆନନ୍ଦ ମିଶ୍ର, ସୁପ୍ରିମ କୋର୍ଟରେ ଜଣେ ଆଇନଜୀବୀ ଭାବରେ କାମ କରନ୍ତି । ୨୦୧୨ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର

Tags:

ରଙ୍ଗନାଥ ମିଶ୍ର ଜୀବନୀରଙ୍ଗନାଥ ମିଶ୍ର ଆଧାରରଙ୍ଗନାଥ ମିଶ୍ର ବାହାର ଆଧାରରଙ୍ଗନାଥ ମିଶ୍ରଓଡ଼ିଆ ଲୋକରାଜ୍ୟ ସଭା

🔥 Trending searches on Wiki ଓଡ଼ିଆ:

ଛତ୍ରପୁର, ଗଞ୍ଜାମଓଡ଼ିଆ କାବ୍ୟ କବିତାବିରାଟ କୋହଲୀଗୋପବନ୍ଧୁ ଚୌଧୁରୀଅଶୋକାଷ୍ଟମୀଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କାଗଜରବୀନ୍ଦ୍ରନାଥ ଠାକୁରବ୍ରାଉଜରଇଣ୍ଟସସେପସନ (ମେଡିକାଲ ବେମାରି)ଗୁରୁବୈଷ୍ଣବ ଚରଣ ପଟ୍ଟନାୟକକାନାଡ଼ାଭଗବତୀ ଚରଣ ପାଣିଗ୍ରାହୀଲାଲ ବାହାଦୁର ଶାସ୍ତ୍ରୀଜଗନ୍ନାଥ ଦାସବିବାହଓଡ଼ିଆ ରାମାୟଣକାହ୍ନୁଚରଣ ମହାନ୍ତିଘୁମୁରା ନାଚପଖାଳସତୀ (ହିନ୍ଦୁ ଦେବୀ)ଓଡ଼ିଆ ନାଟକଓଡ଼ିଶାର କଳାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକରଡିନିତ୍ୟାନନ୍ଦ ଶତପଥୀସୌରୀନ୍ଦ୍ର ବାରିକକୋରାପୁଟଉଇକିମିଡ଼ିଆ ମୁଭମେଣ୍ଟ୨ (ସଂଖ୍ୟା)ସୁନୀଲ ପାଲ୍କଥା (ପତ୍ରିକା)ଭାରତୀୟ ମହାକାଶ ଗବେଷଣା ସଂସ୍ଥାଆଇଓଏସମନମୋହନ ସାମଲଆମ୍ବଅମର ପ୍ରସାଦ ଶତପଥୀପ୍ରତିଭା ଶତପଥୀଇନ୍ଦିରା ଗାନ୍ଧୀମହାଦେଶଶ୍ରୀରାମ ପଣ୍ଡା୧୪ ଫେବୃଆରୀହନୁମାନଦଶାବତାରଭାନୁଜୀ ରାଓଓଡ଼ିଆ ଲୋକପ୍ରଧାନ ପୃଷ୍ଠାହେଲିକୋବ୍ୟାକ୍ଟର ପାଇଲୋରିଉଇକିକମନ୍ସଭାରତର ଜାତୀୟ ପତାକାଢୁମ୍ପାସାବିତ୍ରୀ ଓଷାଜୟପୁର, କୋରାପୁଟପାକସ୍ଥଳୀ ପ୍ରଦାହଭାରତୀୟ ସ୍ୱାଧୀନତା ଆନ୍ଦୋଳନକଇଁଛଦାସିଆ ବାଉରୀପ୍ରଦୂଷଣ୨୯ ଅପ୍ରେଲ୧୯୮୩ବିଶ୍ୱତାପନକଳସା ଚଉତିଶାଉପେନ୍ଦ୍ର ଭଞ୍ଜରାଜାରାଣୀ ମନ୍ଦିରଜଗନ୍ନାଥଙ୍କ ବେଶ🡆 More