ମର୍ଫିନ

ମର୍ଫିନ, ଅନେକ ବ୍ୟବସାୟିକ ନାମରେ ବିକ୍ରୟ ହୁଏ ଓ ଏହା ଏକ ଯନ୍ତ୍ରଣା ନିବାରଣକାରୀ ଓପିଏଡ ଔଷଧ । ଏହା ସିଧା ସଳଖ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (ସିଏନଏସ) ଉପରେ କାମ କରି ଯନ୍ତ୍ରଣା ଅନୁଭୂତିକୁ କମାଏ । ଏହା ଉଭୟ ଆକ୍ୟୁଟ ଯନ୍ତ୍ରଣା ଓ କ୍ରନିକ ଯନ୍ତ୍ରଣା ନିମନ୍ତେ ବ୍ୟବହାର କରାଯାଏ । ହୃଦଘାତ ଓ ଗର୍ଭ ଶୂଳ କଷ୍ଟ ନିମନ୍ତେ ମଧ୍ୟ ଦିଆଯାଏ । ଏହା ବିଭିନ୍ନ ପଥ ମାଧ୍ୟମରେ ଦେହରେ ପ୍ରବେଶ କରେଇଦିଆଯାଏ, ଯେପରିକି ପାଟି, ମାଂସପେଶୀ, ଚର୍ମତଳେ, ଶିରାରେ, ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଓ ମଳଦ୍ୱାର ଭିତରେ । ଶିରାରେ ଦେବାର ୨0 ମିନିଟ ପରେ ଓ ପାଟିରେ ଦେବାର ୬୦ ମିନିଟ ପରେ ଏହାର ସର୍ଭାଧିକ ପ୍ରଭାବ ହୁଏ ଓ ଏହାର ପ୍ରଭାବ ୩ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରହେ । ଦୀର୍ଘକାଳୀନ କାର୍ଯ୍ୟକ୍ଷମ ମର୍ଫିନ ମଧ୍ୟ ମିଳୁଛି ।

ମର୍ଫିନ (INN)
ମର୍ଫିନ
ମର୍ଫିନ
Clinical data
Pronunciation/ˈmɔːrfn/
Trade namesMScontin, Oramorph, Sevredol, and others
AHFS/Drugs.commonograph
Pregnancy
category
  • AU: C
  • US: C (Risk not ruled out)
Dependence
liability
Physical: High
Psychological: Moderate-High
Addiction
liability
High
Routes of
administration
Inhalation (smoking), insufflation (snorting), oral (PO), rectal, subcutaneous (SC), intramuscular (IM), intravenous (IV), epidural, and intrathecal (IT)
ATC code
Legal status
Legal status
  • AU: S8 (Controlled)
  • CA: Schedule I
  • NZ: Class B
  • UK: Class A
  • US: Schedule II
  • UN: Narcotic Schedules I and III
  • ℞ (Prescription only)
Pharmacokinetic data
Bioavailability20–40% (oral), 36–71% (rectally), 100% (IV/IM)
Protein binding30–40%
MetabolismHepatic 90%
Onset of action5 min (IV), 15 min (IM), 20 min (PO)
Elimination half-life2–3 h
Duration of action3 to 7 hours
ExcretionRenal 90%, biliary 10%
Identifiers
IUPAC name
  • (5α,6α)-7,8-didehydro-
    4,5-epoxy-17-methylmorphinan-3,6-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.291 Edit this at Wikidata
Chemical and physical data
FormulaC17H19NO3
Molar mass285.34
3D model (JSmol)
Solubility in waterHCl & sulf.: 60 mg/mL (20 °C)
SMILES
  • CN1CC[C@]23C4=C5C=CC(O)=C4O[C@H]2[C@@H](O)C=C[C@H]3[C@H]1C5
InChI
  • InChI=1S/C17H19NO3/c1-18-7-6-17-10-3-5-13(20)16(17)21-15-12(19)4-2-9(14(15)17)8-11(10)18/h2-5,10-11,13,16,19-20H,6-8H2,1H3/t10-,11+,13-,16-,17-/m0/s1 checkY
  • Key:BQJCRHHNABKAKU-KBQPJGBKSA-N checkY
  (verify)

ସମ୍ଭାବ୍ୟ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା:- ଶ୍ୱାସକ୍ରିୟା କମିଯାଏ ଓ ନିମ୍ନ ରକ୍ତଚାପ ହୁଏ । ଏହା ମାନବକୁ ନିଶାଗ୍ରସ୍ତ କରାଏ ଓ ଏହାର ଦୁରୂପ‌ଯୋଗ ହୁଏ । ଦୀର୍ଘଦିନର ବ୍ୟବ‌ହାର ପରେ ଏହାର ମାତ୍ରା କମେଇଲେ ଓପିଅଏଡ ଉଇଥଡ୍ର‌ୟାଲ ହୁଏ । ସାଧାରଣ ପାର୍ଶ୍ୱପ୍ରତିକ୍ରିୟାରେ ଝୁମା ହୁଏ, ବାନ୍ତି ଓ କୋଷ୍ଠକାଠିନ୍ୟ ହୁଏ । ନବଜାତ ଶିଶୁଙ୍କୁ ପ୍ରଭାବିତ କରୁଥିବାରୁ ମହିଳାମାନଙ୍କୁ ଗର୍ଭାବସ୍ଥାରେସ୍ତନ୍ୟପାନ ସମୟରେ ମର୍ଫିନ ଦେବାବେଳେ ସତର୍କ କରିଦିଆଯାଏ ।

ଫ୍ରିଡ୍ରିକ ସର୍ଟର୍ନର (Friedrich Sertürner) ସନ ୧୮୯୩ ଓ ୧୮୦୫ ମସିହା ମଧ୍ୟରେ ମର୍ଫିନ ପୃଥକୀକରଣ କରିଥିଲେ । ବିଶ୍ୱାସ କରାଯାଏ ଯେ କୋଣସି ଗଛରୁ ସକ୍ରିୟ ଉପାଦାନ ପୃଥକୀକରଣ କରିବାରେ ଏହା ପ୍ରଥମ ଥିଲା । ସନ ୧୮୨୭ରେ ମର୍କ Merck ପ୍ରଥମେ ଏହାକୁ ବ୍ୟବସାୟିକ ଭିତ୍ତିରେ କାରବାର କରିଥିଲେ । ସନ ୧୮୫୩-୧୮୫୫ ମଧ୍ୟରେ ହାଇପୋଡର୍ମିକ ସିରିଞ୍ଜ ଆବିଷ୍କୃତ ହେବା ପରେ ମର୍ଫିନ ବ‌ହୁଳ ଭାବରେ ବ୍ୟବ‌ହୃତ ହୋଇଥିଲା । ଗ୍ରୀସ ଦେଶର ନିଦ୍ରା ଦେବତା ମର୍ଫିଅସଙ୍କ ନାମ ଅନୁସାରେ ସର୍ଟର୍ନର ଏହାର ନାମକରଣ ମର୍ଫିନ କରିଥିଲେ ।

ଅଫିମ (ଇଂରାଜୀ ଭାଷାରେ Opium poppy) ଏହାର ପ୍ରଥମିକ ଉତ୍ସ ଯେଉଁଥିରୁ ମର୍ଫିନ ପୃଥକୀକରଣ କରାଯାଏ । ସନ ୨୦୧୩ରେ ୫୨୩,୦୦୦ କିଲୋଗ୍ରାମ ମର୍ଫିନ ତିଆରି କରାଯାଇଥିଲା । ଏଥିରୁ ୪୫, ୦୦୦ କିଲୋଗ୍ରାମ ଯନ୍ତ୍ରଣା ଲାଘବ ନିମନ୍ତେ ବ୍ୟବ‌ହୃତ ହୋଇଥିଲା ଯାହା ବିଗତ ୨୦ ବର୍ଷରେ ବ୍ୟବ‌ହୃତ ପରିମାଣର ୪ ଗୁଣ । ସେଥିରୁ ଅଧିକାଂଶ ବିକଶିତ ଦେଶମାନଙ୍କରେ ବ୍ୟବ‌ହୃତ ହୋଇଥିଲା । ମର୍ଫିନର ୭୦ % ଅନ୍ୟ ଔଷଧ ଯଥା ହାଇଡ୍ରୋମର୍ଫିନ, ଅକ୍ସିକୋଡୋନ, ହିରୋଇନମେଥାଡନ ତିଆରି କରିବା ନିମନ୍ତେ ବ୍ୟବ‌ହାର ହୋଇଥିଲା । ଆମେରିକାରେ ଏହା ସିଡ୍ୟୁଲ ୨ ଔଷଧ, ଇଂଲଣ୍ଡରେ କ୍ଲାସ ଏ ଓ କାନାଡ଼ାରେ ସିଡ୍ୟୁଲ ୧ ଔଷଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଡେଲ ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ମୂଳ ସ୍ୱାସ୍ଥ୍ୟ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ଭାବରେ ଏହାର ନାମ ଲିପିବଦ୍ଧ ଅଛି ।

ଆଧାର

Tags:

ହୃଦଘାତ

🔥 Trending searches on Wiki ଓଡ଼ିଆ:

୧୦ ନଭେମ୍ବରହେପାଟାଇଟିସ ବିସିପାହୀ ବିଦ୍ରୋହତନ୍ଦ୍ରାଲୋକର ପ୍ରହରୀପାଲାଗୁରୁକାଳୀଚରଣ ପଟ୍ଟନାୟକସୀତାକାନ୍ତ ମହାପାତ୍ରବିନି ଅରୋଡ଼ାଖଲିପତ୍ର୧୯୬୬ଚିକୁନ‌ଗୁନିଆମହାଭାରତମନୋଜ ଦାସଓ ଅନ୍ଧଗଳିଅହିରାଜଅନୁରାଧା କୋଇରାଲାଦେବୀପ୍ରସନ୍ନ ପଟ୍ଟନାୟକ୧୩ ମାର୍ଚ୍ଚରାମାୟଣ (ବହୁବିକଳ୍ପ)ନାରାୟଣ ସାହୁଚୈତ୍ର୧୫୨୮ପୁରୀଅମୃତ ଫଳ୨୧ ମାର୍ଚ୍ଚ୧୭୯୦ଜଗନ୍ନାଥ ମହାନ୍ତି୧୩୮୪ସମ୍ବାଦନବୀନ ପଟ୍ଟନାୟକସୀତା ବିବାହଚାଉଳଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବାଲ୍ୟବିବାହସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରବି ସିଂହିନ୍ଦୁ ଧର୍ମକରୁଣାକର କରମିଳିମିଳାଦଣ୍ଡ ନାଟଓଡ଼ିଶା ବିଧାନ ସଭାସରସ୍ୱତୀଓଡ଼ିଆ ଭ୍ରମଣ ସାହିତ୍ୟପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନନରେନ୍ଦ୍ର ମୋଦୀକଲରାପତରିଆ ବାଘଗୁଜରାଟ୨୦୨୨ ଫିଫା ବିଶ୍ୱକପ୍ଶରତ କୁମାର ମହାନ୍ତିତମନ୍ନା ବ୍ୟାସଜଳ ପ୍ରଦୂଷଣରମଣ ପ୍ରଭାବଅଯୁଗ୍ମ ସଂଖ୍ୟାଖ୍ରୀଷ୍ଟ ଧର୍ମସୁଦଶା ବ୍ରତଦ୍ୱିତୀୟ ବିଶ୍ୱଯୁଦ୍ଧଅଭିମନ୍ୟୁ ସାମନ୍ତସିଂହାରଓଡ଼ିଆ ସାହିତ୍ୟର ଇତିହାସବଙ୍ଗଳାଦେଶ ମୁକ୍ତିଯୁଦ୍ଧଫିନଲ୍ୟାଣ୍ଡଆଲୋକଗଣିତବେଙ୍ଗଅଶୋକାଷ୍ଟମୀମକର ସଂକ୍ରାନ୍ତିଶୁଚିତ୍ୱମାଣବସା ଗୁରୁବାରଅଗ୍ନାଶୟ ପ୍ରଦାହମୋଗଲ ସାମ୍ରାଜ୍ୟତରୁଣକାନ୍ତି ମିଶ୍ର୧୫୭୬🡆 More