ପ୍ରମୁଖ ଅବସାଦ ବେମାରୀ

ପ୍ରମୁଖ ଅବସାଦ ବେମାରୀ (ଇଂରାଜୀ ଭାଷାରେ Major depressive disorder/ MDD) ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍‌ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ । ଏହା ସ‌ହିତ ନିଜର ହୀନମନ୍ୟତା (low self-esteem), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ (loss of interest ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ । ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ (false beliefs) ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା (see or hear things that others cannot) ଦେଖାଯାଏ । କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ପ୍ରାୟ ସର୍ବଦା ଅବସାଦ ରହେ । ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ । ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି, ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ/ (mood disorder) ଥାଏ ।

ପ୍ରମୁଖ ଅବସାଦ ବେମାରୀ
ଇଂରାଜୀ ନାମ: clinical depression, major depression, unipolar depression, unipolar disorder, recurrent depression
ପ୍ରମୁଖ ଅବସାଦ ବେମାରୀ
ସନ ୧୮୯୦ରେ ଅଙ୍କିତ ଭିନସେଣ୍ଟ ଭାନ ଗ‌ଗ୍‌ଙ୍କର (Vincent van Gogh's) ଚିତ୍ର
ଦୁଃଖିତ ବୃଦ୍ଧ ଲୋକ ('ଇଟରନିଟି ଗେଟ‌ଠାରେ')
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F32., F33.
ଆଇସିଡ଼ି-୯-ସିଏମ୍296.2, 296.3
ଓଏମ୍‌ଆଇଏମ୍608516
ରୋଗ ଡାଟାବେସ3589
ମେଡ଼ିସିନ-ପ୍ଲସ003213
ଇ-ମେଡ଼ିସିନmed/532
Patient UKପ୍ରମୁଖ ଅବସାଦ ବେମାରୀ
MeSHD003865
ପ୍ରମୁଖ ଅବସାଦ ବେମାରୀ ଭିଡିଓ

ଜେନେଟିକ (genetic), ପରିବେଶ ଓ ମନସ୍ତ‌ତ୍ତ୍ୱ କାରକମାନଙ୍କ ମିଶ୍ରିତ ପ୍ରଭାବ ଏହି ରୋଗର କାରଣରୁପେ ବିବେଚନା କରାଯାଏ । ଏହି ରୋଗ ଭୋଗର ପାରିବାରିକ ଇତିହାସ, ମୂଖ୍ୟ ଜୀବନ‌ଧାରାର ପରିବର୍ତ୍ତନ, କେତେକ ଔଷଧ, ସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା (chronic health problem) ଓ ଡ୍ରଗ ଅପବ୍ୟବ‌ହାର ଇତ୍ୟାଦି ଏହି ରୋଗର ସଙ୍କଟଦାୟକ ଅବସ୍ଥା । ପ୍ରାୟ ୪୦% ସଙ୍କଟର ଜେନେଟକ ସ‌ହିତ ସମ୍ପର୍କ ଥିବା ଜଣାଯାଏ । ଲୋକର ବ୍ୟକ୍ତିଗତ ଅନୁଭୁତି ରିପୋର୍ଟ ଓ ମାନସିକ ସ୍ଥିତି ପରୀକ୍ଷା (mental status examination) କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ନିମନ୍ତେ କୌଣସି ଲାବୋରେଟରି ପରୀକ୍ଷା ନାହିଁ । ପରୀକ୍ଷା କଲାବେଳେ ଏକା ଭଳି ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗ ବିଷୟରେ ସଚେତନ ରହି ସେହି ରୋଗ ନ ଥିବା ନିର୍ଣ୍ଣୟ କରାଯାଏ । ପ୍ରମୁଖ ଅବସାଦ ବେମାରୀଠାରୁ ଜୀବନର ଏକ ଅଂଶ ଓ ଏହାଠାରୁ ଅଳ୍ପ ସାଂଘାତିକ ରୋଗ ଦୁଃଖକୁ (sadness) ପୃଥକ୍ କରିବାକୁ ପଡ଼େ । ୟୁନାଇଟେଡ ସ୍ଟେଟ୍ସ ପ୍ରିଭେଣ୍ଟିଭ ସର୍ଭିସ ଟାସ୍କ ଫୋର୍ସ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କୁ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରେ, କିନ୍ତୁ କ‌କ୍ରେନ ଅନୁଶୀଳନ (Cochrane review) ଅନୁସାରେ ସ୍କ୍ରିନିଙ୍ଗ ସପକ୍ଷରେ ପ୍ରମାଣ ନାହିଁ ।

ପ୍ରମୁଖ ଅବସାଦ ରୋଗୀଙ୍କୁ କାଉନସେଲିଙ୍ଗ (counselling) ଓ ଆଣ୍ଟିଡିପ୍ରେସାଣ୍ଟ ଔଷଧ (antidepressant medication) ଦେଇ ଚିକିତ୍ସା କରାଯାଏ । ସାଂଘାତିକ ଅବସାଦଗ୍ରସ୍ତ ରୋଗୀ ଉପରେ ଔଷଧର ପ୍ରଭାବ ଅଧିକ ପଡ଼େ ଯଦିଓ ଏହା ସମସ୍ତ ରୋଗୀ ଉପରେ ପ୍ରଭାବ ପଡ଼ିଲା ଭଳି ଜଣାଯାଏ । ଆତ୍ମହତ୍ୟା ସଙ୍କଟକୁ ପ୍ରଭାବିତ କରିବା ସ୍ପଷ୍ଟ ଜଣାଯାଏ ନାହିଁ । କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) (CBT) ଓ ଇଣ୍ଟରପର୍ସନାଲ ଥେରାପି (interpersonal therapy) କାଉନସେଲିଙ୍ଗ କରାଯାଏ । କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଅବଶେଷରେ ଇଲେକ୍ଟ୍ରୋକନଭଲସିଭ ଥେରାପି (electroconvulsive therapy ବା ECT)ପରୀକ୍ଷା କରାଯାଇ ପାରେ । ରୋଗୀର ନିଜ ଉପରେ ସଙ୍କଟ ଆଣିବା ସମ୍ଭାବନା ଥିଲେ ଡାକ୍ତରଖାନାରେ ଆଡମିଶନ କରିବା ଆବଶ୍ୟକ ହୁଏ ଓ ତାହା ରୋଗୀର ଇଚ୍ଛା ବିରୁଦ୍ଧରେ କରାଯାଏ ।

ସନ ୨୦୧୩ରେ ପ୍ରାୟ ୨୫୩ ନିୟୁତ (୩.୬%) ଲୋକଙ୍କୁ ପ୍ରମୁଖ ଅବସାଦ ବେମାରୀ ହୋଇଥିଲା । ଜାପାନରେ ୭% ଓ ଫ୍ରନସରେ ୨୧% ଲୋକଙ୍କୁ ଏହି ରୋଗ ହୁଏ । ବିକଶିତ ଦେଶମାନଙ୍କରେ ଏହାର ଜୀବନବ୍ୟାପି ହାର (୧୫%) ବିକାଶଶୀଳ ଦେଶମାନଙ୍କ (୧୧%) ଅପେକ୍ଷା ଅଧିକ । କଟି ଯନ୍ତ୍ରଣା ରୋଗ ପରେ ଏହା ଦ୍ୱିତୀୟ ସର୍ବାଧିକ ଜୀବନବ୍ୟାପି ଅକ୍ଷମ କରୁଥିବା (years lived with disability) ରୋଗ । ୨୯ରୁ ୪୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଏହି ରୋଗ ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । ଆମେରିକାନ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ସନ ୧୯୮୦ରେ ଏହି ରୋଗକୁ ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ରରେ (Diagnostic and Statistical Manual of Mental Disorders ବା DSM-III) ସଂଯୁକ୍ତ କରିଛି । ପୂର୍ବରୁ ପ୍ରଚଳିତ ଡିପ୍ରେସିଭ ନିଉରୋସିସ (depressive neurosis) ରୋଗ ବିଭକ୍ତ ହୋଇ ଏହା ସ‌ହିତ ଡିସଥାଇମିଆ (dysthymia) ଓ ଆଡଜସ୍ଟମେଣ୍ଟ ଡିଜଅର୍ଡ଼ର ଉଇଥ ଡିପ୍ରେସ୍ଡ ମୁଡ (adjustment disorder with depressed mood) ରୋଗ ସୃଷ୍ଟି ହୋଇଛି । ଏହି ରୋଗ ସବୁକୁ ସାମାଜିକ କଳଙ୍କ (stigmatized) ରୂପେ ବିବେଚନା କରାଯାଉଥିଲା ।

Video explanation of depression

ଆଧାର

Tags:

en:anhedoniaen:delusionsen:hallucinationsen:mood disorderen:self-esteemଆତ୍ମହତ୍ୟା

🔥 Trending searches on Wiki ଓଡ଼ିଆ:

ଗର୍ଭାଶୟ ଅନ୍ତଃସ୍ତର କର୍କଟwiki.phtmlପାଇକ ବିଦ୍ରୋହତୁଳସୀ ଗଛଅସହଯୋଗ ଆନ୍ଦୋଳନ୨୬ ଅପ୍ରେଲଗୌରହରି ଦାସଚଇତି ଘୋଡ଼ା ନାଚ୨୦ ଅଗଷ୍ଟଚାରି ଧାମସାଇକେଲଜୀବସାର ଗକଳସା ଚଉତିଶାଗୋପାଳ ଛୋଟରାୟଥାଲକୁଡ଼ିଗିରିଧର ଗମାଙ୍ଗଭଗବତୀ ଚରଣ ପାଣିଗ୍ରାହୀଶାନ୍ତନୁ କୁମାର ଆଚାର୍ଯ୍ୟଭୂଗୋଳବାଇଶି ପାହାଚଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନର୭ (ସଂଖ୍ୟା)ରାଧାମୋହନ ଗଡ଼ନାୟକସରୋଜିନୀ ନାଇଡୁନାରୀବାଦଭୀମ ଭୋଇଅଣସରଭୁବନେଶ୍ୱରପକ୍ଷବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସତୀ ଅନୁସୂୟାଶେୟାର ବଜାରଧରିତ୍ରୀ (ଖବରକାଗଜ)ପୋଟଳ ରସାରାସାୟନିକ ମୌଳିକଜ୍ଞାନପୀଠ ପୁରସ୍କାରଧନୁ (ରାଶି)ହେମଲତା ମାନସିଂହଗୋଦାବରୀଶ ମିଶ୍ରୟୁକ୍ରେନନଅତୁଣ୍ଡୀଅଚ୍ୟୁତ ଗୋକୁଳ ନାୟକଶ୍ରାଦ୍ଧତ୍ରିଭୁଜଗର୍ଭାବସ୍ଥାମହାପ୍ରସାଦଶାରଳା ପୁରସ୍କାରମନମୋହନ ସାମଲପ୍ରହ୍ଲାଦ ନାଟକଆଲୋକମାର୍ଚ୍ଚବୃହସ୍ପତିପ୍ରସନ୍ନ କୁମାର ପଣ୍ଡାସାମାଜିକ ଆନ୍ଦୋଳନ୨୭ ଜୁନଦେବୁ ବୋଷଦଣ୍ଡ ନାଟଅପରେଟିଙ୍ଗ ସିଷ୍ଟମଓଡ଼ିଶାର କଳାବ୍ୟଞ୍ଜନ ବର୍ଣ୍ଣଭାରତୀୟ ଜାତୀୟ କଂଗ୍ରେସIndiaରଥକଟକବ୍ୟାସଦେବ🡆 More