ପର୍ଶୁରାମ ମିଶ୍ର: ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ

ପର୍ଶୁରାମ ମିଶ୍ର (୨୫ ଜାନୁଆରୀ ୧୮୯୪ - ୪ ଅଗଷ୍ଟ, ୧୯୮୧) ଜଣେ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ୧୯୬୧ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ପର୍ଶୁରାମ ମିଶ୍ର
ଜନ୍ମ(1894-01-25)୨୫ ଜାନୁଆରୀ ୧୮୯୪
ତୁଲୁଣ୍ଡି, ବରପାଲି, ସମ୍ବଲପୁର
ମୃତ୍ୟୁ୪ ଅଗଷ୍ଟ ୧୯୮୧(1981-08-04) (ବୟସ ୮୭)
ବୃତ୍ତି(ସମୂହ)ଉଦ୍ଭିଦ ବିଜ୍ଞାନୀ, ଶିକ୍ଷାବିତ
ପୁରସ୍କାରପଦ୍ମଶ୍ରୀ

ଜୀବନୀ

ପର୍ଶୁରାମ, ୨୫ ଜାନୁଆରୀ ୧୮୯୪ ମସିହାରେ ସମ୍ବଲପୁର ଜିଲ୍ଲାର ବରପାଲି ଅନ୍ତର୍ଗତ ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ଭାବରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୨୨ ମସିହାରେ ସେହି ଅନୁଷ୍ଠାନରେ ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ଓ ପରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ମସିହାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଥାଇ, ସେ ଅବସର ଗ୍ରହଣ କରିଥିଲେ । ୧୯୫୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୧୯୬୭ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦବୀମଣ୍ଡନ କରିଥିଲେ । ସେ ଲିଡ୍ସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ପିଏଚଡି ହାସଲ କରିଥିଲେ । ତାଙ୍କ ଉଦ୍ୟମରେ ବୁର୍ଲାରେ ଓଡ଼ିଶାର ପ୍ରଥମ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠିତ ହୋଇଥିଲା । ମିଶ୍ରଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନ ଅଛି । ସେ ଅନେକ ବିଜ୍ଞାନ ସମ୍ବନ୍ଧିତ ନିବନ୍ଧ ଲେଖିଥିଲେ । ସେ କବିତା ମଧ୍ୟ ଲେଖୁଥିଲେ । ୧୯୮୧ମସିହା ଅଗଷ୍ଟ ୪ତାରିଖରେ ପର୍ଶୁରାମ ମିଶ୍ରଙ୍କର ମୃତ୍ୟୁ ଘଟିଥିଲା ।

ପୁରସ୍କାର ଓ ସମ୍ମାନ

  • ପଦ୍ମଶ୍ରୀ, ୧୯୬୧
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୨

ଆଧାର

Tags:

ଉତ୍କଳ ବିଶ୍ୱବିଦ୍ୟାଳୟପଦ୍ମଶ୍ରୀସମ୍ବଲପୁର ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଅଂଶୁପା ହ୍ରଦକ୍ୟୁ. ଆର. କୋଡ଼ଚନ୍ଦନଲାଗି ବେଶପଣା ସଂକ୍ରାନ୍ତିବୈଷ୍ଣବ ପାଣିମୁସଲମାନହୃତ୍‌ପିଣ୍ଡମଟର ସାଇକେଲରାଷ୍ଟ୍ରପତି ଭବନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରିୟା ଦେଅକ୍ଷୟ ତୃତୀୟାଓଡ଼ିଆ ଯୁବକ ପାଠାଗାରଅକ୍ଷାଂଶଶ୍ରୀକାନ୍ତ ସାହୁ୧୨ ଡିସେମ୍ବରସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଅନୁପମ ଭାରତରାସାୟନିକ ମୌଳିକକୃଷ୍ଣଚନ୍ଦ୍ର ପାଣିଗ୍ରାହୀଟୋଲକାପୋନଜଗନ୍ନାଥ ଦାସପ୍ରଦୀପ କୁମାର ପାଣିଗ୍ରାହୀଜଗନ୍ନାଥଙ୍କ ବେଶଅଂଶୁଘାତବିରଜା ମନ୍ଦିରସୁରେନ୍ଦ୍ର ମହାନ୍ତିହାଡ଼ଫୁଟିଚିନ୍ତାମଣି ବେହେରାଗାଲୁଆଭଦଭଦଳିଆରାଶି ଓ ନକ୍ଷତ୍ରନମିତା ଅଗ୍ରୱାଲନବକଳେବରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚଇତି ଘୋଡ଼ା ନାଚଯାଜପୁରହିଙ୍ଗୁଳା ମନ୍ଦିରଗଣନ ସଂଖ୍ୟାରାଜ୍ୟଭାରତବାସନ୍ତୀଅପରାଜିତା ଷଡ଼ଙ୍ଗୀଜୀଜାଜୀ ଛତ୍ ପର୍ ହେଁଭାନୁଜୀ ରାଓଚାଣକ୍ୟୱାଟରଲୁ ଯୁଦ୍ଧପରଶୁରାମଅର୍ଜୁନ ଗଛବିରିମହାଭାରତଛାନ୍ଦଓଡ଼ିଆ ସାହିତ୍ୟଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାମୋରୋକ୍କୋପ୍ରୀତି ପାଣିଗ୍ରାହୀ୧୨ ଫେବୃଆରୀଭାରତର ଜାତୀୟ ପତାକା୧୫ ଫେବୃଆରୀଗଙ୍ଗଶିଉଳୀରଜଆନନ୍ଦପୁରଉଇକିପିଡ଼ିଆରବୀନ୍ଦ୍ରନାଥ ଠାକୁରଫୁଲଅପରେଟିଙ୍ଗ ସିଷ୍ଟମଔଷଧୀୟ ଗଛଲତାମାନଙ୍କର ତାଲିକା🡆 More