ପର୍ଶୁରାମେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ପର୍ଶୁରାମେଶ୍ୱର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳୋଦଭବ କାଳରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ନଗର ଶୈଳୀର ଏହି ମନ୍ଦିରଟି ଖ୍ରୀ.ଅ.

୬୫୦ରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ, ତଥା ଏହି ମନ୍ଦିର ୧୦ମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ହୋଇଥିବା ମନ୍ଦିର ସମୂହର ସମସ୍ତ ବିଶେଷତ୍ୱ ବହନ କରେ ।

ପର୍ଶୁରାମେଶ୍ୱର ମନ୍ଦିର
ପର୍ଶୁରାମେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର
Image of the temple showing the tower and worship hall in the foreground
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Countryଭାରତ

ପର୍ଶୁରାମେଶ୍ୱର ମନ୍ଦିରରେ ବିମାନ, ଗର୍ଭଗୃହ ବ୍ୟତୀତ ଏକ ବାଡ଼ ରହିଛି । ଏହି ମନ୍ଦିରରେ ଜଗମୋହନ କୁହାଯାଉଥିବା ଏକ ବିଶେଷ ଅଂଶ ଦେଖିବାକୁ ମିଳେ, ଯାହା ପୂର୍ବବର୍ତ୍ତୀ ମନ୍ଦିର ସମୂହରେ ନଥିଲା । ଶୈବ ମନ୍ଦିର ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣତଃ ଶାକ୍ତ ମନ୍ଦିରମାନଙ୍କରେ ଦେଖିବାକୁ ମିଳୁଥିବା ଅନେକ ମୂର୍ତ୍ତୀ ରହିଛି । ସପ୍ତମାତୃକାଙ୍କ ମୂର୍ତ୍ତି ସ୍ଥାନ ପାଇବାରେ ଏହା ହେଉଛି ଭୁବନେଶ୍ୱରରେ ଥିବା ପ୍ରଥମ ମନ୍ଦିର । ଏହି ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ସରଂକ୍ଷିତ । ଜୁନ-ଜୁଲାଇ ମାସରେ ପାଳିତ ପର୍ଶୁରାମାଷ୍ଟମୀ ଏହି ମନ୍ଦିରରେ ହେଉଥିବା ସର୍ବ ପ୍ରଧାନ ପର୍ବ । ଏହା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ହୁଏ ।

ଇତିହାସ

ପର୍ଶୁରାମେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 
ମନ୍ଦିରରେ ଥିବା ଶିବଲିଙ୍ଗ

ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ୱର ଓ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ଖ୍ରୀ.ଅ ୬୫୦ର ବୋଲି କହନ୍ତି । ଫରଗୁସନ୍ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।

ଏହି ମନ୍ଦିରଟି ଶୈଳୋଦଭବ ବଂଶଦ୍ୱାରା ନିର୍ମିତ । ଏହି ବଂଶ ଶୈବ ଧର୍ମୀ ଥିଲେ । ଏମାନେ ଶାକ୍ତ ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ । ୧୯୦୩ ମସିହାରେ ଏହାର ମରାମତି କରାଯାଇଥିଲା । ମୂଳ ରୂପକୁ ସମାନ ରଖି କେବଳ ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ପୂର୍ବ ଉପକୂଳରେ ଥିବାରୁ ଅନ୍ୟ ମନ୍ଦିର ମାନଙ୍କ ପରି ୧୨ଶ-୧୩ଶ ଶତାବ୍ଦୀର ମୁସଲିମ ଆକ୍ରମଣଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇନାହିଁ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ହେଉଛି ।

ସ୍ଥାପତ୍ୟ

ଉତ୍କଳୀୟ ମନ୍ଦିରମାନଙ୍କର ଦୁଇଗୋଟି ଅଂଶ ଥାଏ; ବିମାନ ବା ଗର୍ଭଗୃହ ଓ ଜଗମୋହନ, ଯେଉଁଠାରୁ ଭକ୍ତମାନେ ବିଗ୍ରହ ଦର୍ଶନ କରନ୍ତି । ପର୍ଶୁରାମେଶ୍ୱର ମନ୍ଦିରରେ ଏହି ଜଗମୋହନ ପ୍ରଥମ ଥର ପାଇଁ ତିଆରି ହୋଇଥିବାର ଦେଖାଯାଏ । ପୂର୍ବ ମନ୍ଦିର ମାନଙ୍କରେ ଜଗମୋହନ ଦେଖାଯାଏ ନାହିଁ । ଏବଂ ପରବର୍ତ୍ତୀ ମନ୍ଦିର ନାଟ ମଣ୍ଡପ ଓ ଭୋଗ ମଣ୍ଡପ ଭଳି ଦୁଇ ଗୋଟି ଅଧିକ ଅଂଶ ଦେଖାଯାଏ ।

ଆଧାର

Tags:

ଓଡ଼ିଶାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଋଷିଆନାରାୟଣ ସାହୁ (୧୯୨୮ ଜନ୍ମ)ଗୁଗଲପଠାଣି ପଟ୍ଟନାୟକଲାଲ ବାହାଦୁର ଶାସ୍ତ୍ରୀବିଶ୍ୱତାପନଭୁବନେଶ୍ୱର ବେହେରାଚୁଡ଼ାଭୁବନେଶ୍ୱରରାଜନୀତି ବିଜ୍ଞାନଦ୍ୱିତୀୟ ବିଶ୍ୱଯୁଦ୍ଧବିଶ୍ୱ ଏଡ୍‌ସ ଦିବସସୁଦଶା ବ୍ରତଗଣିତଗୁରୁ ପ୍ରସାଦ ମହାନ୍ତିବୈକୁଣ୍ଠନାଥ ପଟ୍ଟନାୟକମହାତ୍ମା ଗାନ୍ଧୀଙ୍କ ପରିବାର୧୯୬୩ର ଓଡ଼ିଆ କଥାଚିତ୍ରରଥଯାତ୍ରାଓଡ଼ିଶା ବିଧାନ ସଭାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଶଙ୍କର ପ୍ରସାଦ ତ୍ରିପାଠୀରାମକୃଷ୍ଣ ନନ୍ଦପ୍ରସନ୍ନ କୁମାର ମିଶ୍ରରାଧାକପିଳାସ ଶିବ ମନ୍ଦିରରାଧାନାଥ ରାୟଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଇଣ୍ଡୋନେସିଆକୃଷ୍ଣ ଜନ୍ମାଷ୍ଟମୀଓଡ଼ିଆ ଭାଗବତଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିବାହସହଦେବ (ମହାଭାରତ)ହୋଲିହେନା ଫୁଲବିଜୁଳିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପଠାଣି ସାମନ୍ତମଦର ଟେରେସାରବି ପଟ୍ଟନାୟକସବ୍ୟସାଚୀ ମିଶ୍ରକାଞ୍ଚନ ଅବସ୍ତିଚାନ୍ଦବାଲିକାନନ ମିଶ୍ରଗିରିଧର ଗମାଙ୍ଗଚିଲିକା ହ୍ରଦବ୍ରଜ କିଶୋର ପ୍ରଧାନଖୋର୍ଦ୍ଧାIndia୨୭ ଅପ୍ରେଲରମେଶ ପ୍ରସାଦ ପାଣିଗ୍ରାହୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାମାୟଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀଯୁକ୍ତରାଜ୍ୟକିଶୋରୀ ଚରଣ ଦାସହିନ୍ଦୁ ଧର୍ମଗୁଣ୍ଡିଚା ମନ୍ଦିରଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ନୃସିଂହନାଥ ଖୁଣ୍ଟିଆଧୋତିଜୟୀ ରାଜଗୁରୁ🡆 More