କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
ଜନ୍ମ(1909-12-01)୧ ଡିସେମ୍ବର ୧୯୦୯
ମୃତ୍ୟୁ୨୫ ଫେବୃଆରୀ ୧୯୮୭(1987-02-25) (ବୟସ ୭୭)
ଜାତୀୟତାଭାରତୀୟ
ବୃତ୍ତିପ୍ରତ୍ନ‌ତ‌ତ୍ୱବିଦ
ପୁରସ୍କାରପଦ୍ମଶ୍ରୀ, ୧୯୭୬

ଜୀବନୀ

କୃଷ୍ଣଚନ୍ଦ୍ର, ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ୧୯୦୯ ମସିହା ଡିସେମ୍ବର ୧ତାରିଖ ଦିନ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଦଶ ବର୍ଷ ବୟସରେ ସେ ନିଜ ପିତାଙ୍କୁ ହରେଇଥିଲେ । ଆର୍ଥିକ ଦୂରାବସ୍ଥା ଓ ରୁଗଣ ସ୍ୱାସ୍ଥ୍ୟ ତାଙ୍କୁ ନିଜ ଗତିପଥରେ ଅଗ୍ରସର ହେବାରୁ ଅଟକାଇ ପାରି ନଥିଲା । କେତେବେଳେ ଶିକ୍ଷକଙ୍କ ପାଇଁ ରୋଷେଇ କରି, ତ କେତେବେଳେ ଘାସକାଟି ସେ ଜୀବିକା ନିର୍ବାହ କରୁଥିଲେ । ବୃତ୍ତି ଟଙ୍କା ତାଙ୍କୁ ସହାୟ ହେଉଥିଲା । କୃଷ୍ଣଚନ୍ଦ୍ରଙ୍କ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ ପିଏଚଡ଼ି ହାସଲ କରିଥିଲେ । ସେ ଜଣେ ପ୍ରତ୍ନ‌ତ‌ତ୍ୱବିଦ ଭାବେ ଭାରତ ସରକାର‌ଙ୍କ ଅଧୀନରେ ୧୯୩୭ରୁ ୧୯୪୪ ଯାଏଁ ଓ ଓଡ଼ିଶା ସଂଗ୍ରହାଳୟରେ ଜଣେ ପ୍ରତ୍ନ‌ତ‌ତ୍ୱବିଦ ଭାବେ ୧୯୪୭ରୁ ୧୯୫୧ ଯାଏଁ କାର୍ଯ୍ୟ ନିର୍ବାହ କରିଥିଲେ । ତା ପରେ ସେ ଅଧ୍ୟାପନା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ହୋଇଥିଲା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସ ବିଭାଗର ପ୍ରଫେସର ଭାବରେ ସେବାନିବୃତ ହୋଇଥିଲେ ।

ରଚନାବଳୀ

  • ଇତିହାସ ଓ କିମ୍ବଦନ୍ତି, ୧୯୬୪
  • ଭାରତୀୟ ପ୍ରତ୍ନତତ୍ତ୍ୱ, ୧୯୬୦ (ଅନୁବାଦ)
  • ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ଯାଜପୁର, ୧୯୭୩
  • ମୋ ସମୟର ଓଡ଼ିଶା, ୧୯୭୭
  • ପ୍ରବନ୍ଧ ମାନସ, ୧୯୭୨
  • ସାରଳା ସାହିତ୍ୟର ଐତିହାସିକ ଚିତ୍ର
  • Archaeological Remains at Bhubaneswar, 1961
  • Chronology of Bhauma-Karas and Somavamsis of Orissa, 1961
  • Sarala Dasa,

ସମ୍ମାନ ଓ ପୁରସ୍କାର

ଆଧାର

Tags:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜୀବନୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀ ରଚନାବଳୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସମ୍ମାନ ଓ ପୁରସ୍କାରକୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଆଧାରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଭାଷାନବୀନ ପଟ୍ଟନାୟକସ୍ତନକାହ୍ନୁଚରଣ ମହାନ୍ତିଝୁମରଭାଦବ ହାଁସଦାଗୁରୁ ପ୍ରସାଦ ମହାନ୍ତିବ୍ରାହ୍ମଣୀ ନଦୀଚିନ୍ତାମଣି ବେହେରାପ୍ରଦୂଷଣମହାନଦୀଅଶୋକ (ସମ୍ରାଟ)ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରସ୍ୱାମୀ ବିବେକାନନ୍ଦଚୈତନ୍ୟ୦ (ସଂଖ୍ୟା)ମିନତି ମିଶ୍ରନିତ୍ୟାନନ୍ଦ ଶତପଥୀଜୀବ ବିଜ୍ଞାନବେଜିଂଶରତ କୁମାର ମହାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୋଣାର୍କ ସୂର୍ଯ୍ୟ ମନ୍ଦିରଶ୍ରୀନିବାସ ରାମାନୁଜନରାମଶଙ୍କର ରାୟଆଭାସ କୁମାର ବରାଳଦ୍ୱାରକାବାଲିଯାତ୍ରାପ୍ରାଣବନ୍ଧୁ କରକାନାବିଡିଓଲଅଭିମନ୍ୟୁ ସାମନ୍ତସିଂହାରଶାଗପଣା ସଂକ୍ରାନ୍ତିକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ କବି ମାନଙ୍କର ତାଲିକାମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦ମଧୁସୂଦନ ଦାସଆରଣ୍ୟକନିତ୍ୟାନନ୍ଦ ମହାପାତ୍ରଲଣ୍ଡନ୨୧ରାମସରଳା ଦେବୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଲାଟିନ ଭାଷାଚନ୍ଦନ ବୋଡ଼ାଓଡ଼ିଶାର କଳାଭାରତର ରାଷ୍ଟ୍ରପତିହରିଶୟନ ଏକାଦଶୀପ୍ରଥମାଷ୍ଟମୀବଣ୍ଡ (ଅର୍ଥ)ବଣକାପ୍ତାବଳରାମଆମାଜନ୍.କମ୍‌ଭୃସଙ୍ଗ ଗଛଓଡ଼ିଶାର ଭୂଗୋଳହନୁମାନ ଜୟନ୍ତୀବୈଦେହୀଶ ବିଳାସଭାରତର ନଦୀ ସମୂହର ତାଲିକାଭୁବନେଶ୍ୱରମହାବୀର ଜୈନବାଲ୍ମିକୀଜଗନ୍ନାଥଓଡ଼ିଆ ସାହିତ୍ୟଯକ୍ଷ୍ମାଭୁବନେଶ୍ୱର ବେହେରାଗୌରହରି ଦାସପ୍ରଧାନ ପୃଷ୍ଠାରବି ପଟ୍ଟନାୟକ🡆 More